ETV Bharat / state

ରେଳକୁ ବର୍ଷା କାଳ: ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ, ଫୋକସରେ ରହିଛି ଏହିସବୁ ସ୍ଥାନ - TRAIN SERVICES IN MONSOON

ଜଳ ନିଷ୍କାସନ ପରିଚାଳନା, ପାଟ୍ରୋଲିଂ, ସିଗନାଲିଂ ଯାଞ୍ଚ ଓ ପାଣିପାଗ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ଉପରେ ଗୁରୁତ୍ଵ ଦେଇଛି, ପୂର୍ବତଟ ରେଳବାଇ।

TRAIN SERVICES IN MONSOON
TRAIN SERVICES IN MONSOON (ETV BHARAT ODISHA)
author img

By ETV Bharat Odisha Team

Published : May 30, 2025 at 11:08 PM IST

1 Min Read

ଭୁବନେଶ୍ବର: ଚଳିତ ବର୍ଷ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଏହାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପୂର୍ବତଟ ରେଳବାଇ। କିଭଳି ଭାବେ ଟ୍ରାକ୍ ସିଗନାଲ ସହିତ ଟ୍ରେନ ଗୁଡ଼ିକ ସୁରକ୍ଷିତ ଭାବେ ଚଳାଚଳ କରିବ, ସେନେଇ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ଜଳ ନିଷ୍କାସନ ପରିଚାଳନା, ପାଟ୍ରୋଲିଂ, ସିଗନାଲିଂ ଯାଞ୍ଚ ଓ ପାଣିପାଗ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ଉପରେ ମଧ୍ୟ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଛି।

ମୌସୁମୀର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ:-

ସୁଗମ ଜଳ ପ୍ରବାହ କରିବା ପାଇଁ ୟାର୍ଡ ଡ୍ରେନ୍ ସଫା କରିବା ଏବଂ କ୍ୟାଚ୍ ୱାଟର ଡ୍ରେନ୍ ସହିତ, ପାର୍ଶ୍ୱ ଡ୍ରେନ୍ ରୁ ବାଧା ଦୂର କରିବା ଆବଶ୍ୟକ। ଟ୍ରାକ୍ ଏବଂ ସିଗନାଲିଂ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ବାରମ୍ବାର ଯାଞ୍ଚ କରିବା, ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଏବଂ ଜଗୁଆଳୀ ନିୟୋଜିତ କରିବେ। ସମ୍ଭାବ୍ୟ ବିପଦ ସ୍ଥାନ ଗୁଡିକ ଚିହ୍ନଟ କରିବା ଏବଂ ଟ୍ରେନ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରବଳ ବର୍ଷା ସମୟରେ ସେକ୍ସନାଲ ଗ୍ୟାଙ୍ଗମ୍ୟାନ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ଏହା ସହିତ ରେଳ ବ୍ରିଜ୍, ଟ୍ରାକ୍, ୟାର୍ଡ ଏବଂ ସିଗନାଲିଂ ସିଷ୍ଟମର ଟିକିନିଖି ଭାବେ ତଦାରଖ କରାଯିବା ଆବଶ୍ୟକ। ଏହା ସହିତ ପ୍ରମୁଖ ସ୍ଥାନ ଗୁଡିକରେ ପଥର, ବାଲାଷ୍ଟ, ବାଲି ଏବଂ ଅନ୍ୟାନ୍ୟ ମୌସୁମୀ ସଂରକ୍ଷଣ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଥିବା ବେଳେ ଇଞ୍ଜିନିୟରିଂ ରିଲିଫ୍ ଭ୍ୟାନ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ରେଳ ଲାଇନରେ ଥିବା ସେତୁର ଜଳପଥରୁ ଗଛ ଏବଂ କାଦୁଅ ସଫା କରିବା ସହିତ, ରାଜ୍ୟ ଜଳସେଚନ ବିଭାଗ ସହିତ ସମନ୍ୱୟ ରକ୍ଷାକରି କେନାଲ ଏବଂ ଟ୍ୟାଙ୍କ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ସହିତ 24 ଘଣ୍ଟିଆ ଭାବେ ସତର୍କ ଓ ତୀକ୍ଷ୍ଣ ନଜର ରଖାଯାଇଛି।

TRAIN SERVICES IN MONSOON
TRAIN SERVICES IN MONSOON (ETV BHARAT ODISHA)

ଦୁର୍ବଳ ପାହାଡ଼ିଆ ଅଞ୍ଚଳରେ ନିରାପତ୍ତା

ଏହା ସହିତ ବିଶେଷ ଭାବରେ ଦୁର୍ବଳ ପାହାଡିଆ ଅଞ୍ଚଳରେ ନିରାପତ୍ତା ଏଡାଇବା ପାଇଁ କୋଟ୍ଟାଭାଲସା- କିରାଣ୍ଡୁଲ୍ ଲାଇନ ଏବଂ କୋରାପୁଟ- ରାୟଗଡା ଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗରେ ଏହାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବିଶେଷ କରି ଭୂସ୍ଖଳନ ଏବଂ ପଥର ଖସିବା ଅଟକାଇବା ପାଇଁ ଢାଲ ସହିତ ସୁରକ୍ଷାମୂଳକ ଜାଲ ସ୍ଥାପନ, ନିୟମିତ ଭୂତାତ୍ତ୍ୱିକ ଯାଞ୍ଚ ଏବଂ ଢାଲ ଅସ୍ଥିରତାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ପାଇଁ ଉନ୍ନତ ମନିଟରିଂ ସିଷ୍ଟମ ନିୟୋଜନ କରାଯାଇଛି। ସାଧାରଣ ଭାବରେ ବର୍ଷା ଋତୁରେ ରକ୍ଷଣାବେକ୍ଷଣ ଦଳ ଗୁଡ଼ିକ ସତର୍କତାରେ କାର୍ଯ୍ୟ କରୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ- ଲଗାଣ ବର୍ଷାରେ ଲାଗିବ ବ୍ରେକ, ଜୁନ 1ରୁ ବଢିବ ତାତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.