ଭୁବନେଶ୍ବର: ପୂର୍ବତଟ ରେଳପଥ ୨୦୨୪ -୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧ .୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦ % ବୃଦ୍ଧି ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପୂର୍ବତଟ ରେଳପଥ ଅଞ୍ଚଳର ରେଳ ନେଟୱାର୍କକୁ ବୃଦ୍ଧି କରିବା, ସୁଗମ ଗମନାଗମନ କାର୍ଯ୍ୟ ସୁନିଶ୍ଚିତ କରିବା, ପଣ୍ୟ ପରିବହନ ଏବଂ ଯାତ୍ରୀ ସେବା ଉଭୟ ପାଇଁ ପରିବହନ ଦକ୍ଷତା ଉନ୍ନତ କରିବା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ।
ପ୍ରମୁଖ ଉଲ୍ଲେଖନୀୟତା:-
୨୦୨୪ -୨୫ ଆର୍ଥିକ ବର୍ଷରେ ୨୮୧ .୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ଯୋଡାଯାଇଛି ।
ପୂର୍ବ ଆର୍ଥିକ ବର୍ଷ (୨୦୨୩ -୨୪ ) ରେ ହାସଲ ହୋଇଥିବା ୧୮୭ .୨ କିଲୋମିଟର ତୁଳନାରେ ୫୦ % ବୃଦ୍ଧି।
ସମାପ୍ତ ହୋଇଥିବା ନୂତନ ରେଳ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରକଳ୍ପ :
- କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ମଧ୍ୟରେ ୨୨ .୯୪ କିମି ଦୈର୍ଘ୍ୟ ରେଳ ଲାଇନ ।
- କିରାଣ୍ଡୁଲ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କମଲୁର ଏବଂ ବଛେଲି-କିରାଣ୍ଡୁଲ ରେଳ ସେକ୍ସନ ମଧ୍ୟରେ ମୋଟ ୨୩ .୬୪ କିମି ଦୈର୍ଘ୍ୟ ରେଳ ଲାଇନ ।
- ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ମଧ୍ୟରେ ୪୦ .୬୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ।
- ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ସୋନପୁର-ପୁରୁନାକାଟ ୭୩ .୧୬ କିମି ଦୈର୍ଘ୍ୟ ରେଳ ଲାଇନ ।
- କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପ ମଧ୍ୟରେ ଦର୍ଲିପୁଟ-ଗୋରାପୁର ମଧ୍ୟରେ ୧୨ .୬୫ କିମି ଦୈର୍ଘ୍ୟ ରେଳ ଲାଇନ ।
- ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ରାଣୀତାଲ (ଭଦ୍ରକ) ଜଙ୍କସନ କ୍ୟାବିନ୍-ଭଦ୍ରକ ମଧ୍ୟରେ ୫ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି ।

ଏହା ବ୍ୟତୀତ, ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନର ସମଲ-ପରବିଲ (୬ .୫୩ କିଲୋମିଟର),କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଡ଼ର୍ଲିପୁଟ-ପଡୁଆ (୯ .୭୭ କିଲୋମିଟର), କରାକାଭାଲାସା-ସିମିଲିଗୁଡା (୯ କିମି) ଏବଂ ସୁକୁ-କୋରାପୁଟ (୧୧ .୨୮ କିମି), ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ହିନ୍ଦୋଳ ରୋଡ଼-ମେରାମଣ୍ଡଳୀ ମଧ୍ୟରେ (୨୭ .୨୮ କିମି), କୋରାପୁଟ-ସିଙ୍ଗାପୁର ରୋଡ଼ ଦୋହରୀକରଣ ପ୍ରକଳ୍ପର ବାଇଗୁଡ଼ା-କାକିରିଗୁମା ମଧ୍ୟରେ (୧୨ .୩୯ କିମି), ଜରପଡା-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ତାଳଚେର-ତାଳଚେର ରୋଡ଼ (୬ .୫୦ କିମି), କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ମାନବର-ଜରାତି (୯ .୩୪ କିମି) ଏବଂ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ବୈତରଣୀ ରୋଡ଼-ଯାଜପୁର କେନ୍ଦୁଝର ରୋଡ଼ (୧୧ .୬୦ କିମି) ରେଳ ମାର୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର