ETV Bharat / state

ସପ୍ତାହର ଏହି 3ଦିନ ସବୁଠୁ ଅଧିକ ସଡକ ଦୁର୍ଘଟଣା, ୬ ବର୍ଷରେ ଯାଇଛି ୩୨, ୫୦୦ ଜୀବନ - ROAD ACCIDENT DEATH IN ODISHA

ସନ୍ଧ୍ୟା ସମୟରେ ଘଟୁଛି ଅଧିକ ସଡକ ଦୁର୍ଘଟଣା । ବାଇକ ବାଇକ ମଧ୍ୟରେ ଅଧିକ ଦୁର୍ଘଟଣା ଓ ନିଶା ସେବନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

road accident death in odisha
road accident death in odisha (Etv Bharat)
author img

By ETV Bharat Odisha Team

Published : May 29, 2025 at 2:12 PM IST

2 Min Read

କଟକ: ରାଜ୍ୟରେ ସଡକ ଦୃର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୬ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୩୨ ହଜାର ୫୦୦ ଲୋକଙ୍କର ମୃତୁ ଘଟିଥିବା ବେଳେ ,୬୧ ହଜାର ୨୧୮ ଜଣେ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେହିପରି ୬୭ ହଜାର ୮୯୫ ଜଣ ଲୋକ ସଡକ ଦୁର୍ଘଟଣାରେ ଶିକାର ହୋଇଛନ୍ତି। ବଡ଼ କଥା ହେଉଛି ସନ୍ଧ୍ୟା ସମୟରେ ଦୁର୍ଘଟଣା ହାର ଅଧିକ ରହୁଛି । ବାଇକ ବାଇକ ମଧ୍ୟରେ ଅଧିକ ଦୁର୍ଘଟଣା ଓ ନିଶା ସେବନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏସଟିଏ ସହକାରୀ କମିଶନର ଲାଲମୋହନ ସେଠୀ (Etv Bharat)
  • ଗତ ୨୦୧୯ ମସିହାରେ ୧୧ ହଜାର ୬୪ ଟି ଦୁର୍ଘଟଣା ଘଟିଥିବା ବେଳେ, ୫ ହଜାର ୩୩୩ ଜଣଙ୍କର ମୃତୁ ଘଟିଛି। ୧୧ ହଜାର ୧୧୭ ଜଣ ଆହତ ହୋଇଛନ୍ତି।
  • ୨୦୨୦ ମସିହାରେ ୯ ହଜାର ୮୧୭ ଦୁର୍ଘଟଣା ଘଟିଥିବା ବେଳେ ୪ ହଜାର ୭୩୮ ଜଣ ପ୍ରାଣ ହରାଇଛନ୍ତି ଏବଂ ୮ ହଜାର ୮୧୮ ଜଣ ଆହତ ହୋଇଛନ୍ତି।
  • ୨୦୨୧ ମସିହାରେ ୧୦ ହଜାର ୯୮୪ ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୮୧ ଜଣଙ୍କର ମୃତୁ ଘଟିଛି ଏବଂ ୯ ହଜାର ୭୮୨ ଜଣ ଆହତ ହୋଇଛନ୍ତି।
  • ୨୦୨୨ ମସିହାରେ ୧୧ ହଜାର ୬୬୩ ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୪୬୭ ଜଣଙ୍କର ମୃତୁ ଘଟିଛି ଏବଂ ୧୦ ହଜାର ୩୦୨ ଜଣ ଆହତ ହୋଇଛନ୍ତି।
  • ୨୦୨୩ ରେ ୧୧ ହଜାର ୯୯୨ ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୭୩୯ ଜଣଙ୍କର ମୃତୁ ଘଟିଛି ଏବଂ ୧୦ ହଜାର ୩୬୯ ଜଣ ଆହତ ହୋଇଛନ୍ତି।
  • ସେହିପରି ୨୦୨୪ (ଗତ ବର୍ଷ) ୧୨ ହଜାର ୩୭୫ଟି ଦୁର୍ଘଟଣା ଘଟିଥିବା ବେଳେ ୬ ହଜାର ୧୪୨ ଜଣଙ୍କର ମୃତୁ ଘଟିଛି ଏବଂ ୧୦ ହଜାର ୭୭୦ ଜଣ ଆହତ ହୋଇଛନ୍ତି।
  • ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ରେ ୧୭ ଜଣଙ୍କର ମୃତୁ ଘଟୁଥିବା ପରିବହନ ବିଭାଗ ସହକାରୀ କମିଶନର ସୂଚନା ଦେଇଛନ୍ତି।

ରବିବାର, ବୁଧବାର ଓ ଶୁକ୍ରବାର ଅଧିକ ଦୁର୍ଘଟଣା:

ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ଦିନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଓଡ଼ିଶା ପରିବହନ କର୍ତ୍ତୃପକ୍ଷଙ୍କ ପରିସଂଖ୍ୟାନ ଅନୁଯାୟୀ ଗୋଟିଏ ସପ୍ତାହରେ ରାଜ୍ୟରେ ଯେତିକି ସଡକ ଦୁର୍ଘଟଣା ଘଟୁଛି ତାର ଅଧା ଏହି ଦିନ ଗୁଡ଼ିକରେ ହିଁ ଘଟୁଛି। ଆମିଷ ଓ ନିଶା ସେବନ କରି ଗାଡ଼ି ଚଳାଇବା ହେଉଛି ମୁଖ୍ୟ କାରଣ ବୋଲି କହିବା ସହ ବାଇକ୍‌ ଆରୋହୀମାନେ ଅଧିକ ଶିକାର ହେଉଛନ୍ତି କହିଛି ଏସଟିଏ । ଫଳସ୍ବରୂପ ଏହି ବାର ଗୁଡ଼ିକରେ ମୁଖ ଛକ ଗୁଡ଼ିକରେ ଜାଞ୍ଚ କରିବା ପାଇଁ ରାଜ୍ୟର ସମସ୍ତ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଟିଏ ।

ଆମାନିଆଙ୍କ ପାଇଁ କଠୋର ହେବ ନିୟମ:

ଏହାକୁ ରୋକିବା ପାଇଁ ସମସ୍ତ ଆରଟିଓଙ୍କୁ ବିଶେଷକରି ନିଶା ସେବନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୂର୍ବରୁ ରବିବାର ଓ ବୁଧବାର ଦିନ ଯାଞ୍ଚ କରାଯାଉଥିବା ବେଳେ ଆଗକୁ ଶୁକ୍ରବାର ଦିନ ମଧ୍ୟ ଏଭଳି ଯାଞ୍ଚ କରାଯିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଫାଇନକୁ ଲୋକେ ଭୟ କରୁନଥିବାରୁ, ସେମାନଙ୍କ ବିରୋଧରେ କଠୋର ହେବାକୁ ଯାଉଛି ପରିବହନ ବିଭାଗ। ଯେଉଁମାନେ ଅଧିକ ସ୍ପିଡ଼ରେ ବାରମ୍ବାର ଗାଡି ଚଳାଉଛନ୍ତି ସେମାନଙ୍କୁ ଡିଟେକ୍ଟ କରି ଚାଲାଣ ପଠା ଯାଉଛି । ମାତ୍ର ସେମାନେ ଏହାକୁ ଖାତିର କରୁ ନଥିବାରୁ ଗୋଟିଏ ସୁଯୋଗ ଦିଆଯିବ। ନଚେତ ଗାଡି କାଗଜପତ୍ରକୁ ବ୍ଲକ କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ କୁ ରଦ୍ଦ କରାଯିବ ବୋଲି ସହକାରୀ କମିଶନର ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-PCR ଭ୍ୟାନ-ହାଇୱା ଧକ୍କାରେ ୨ ପୋଲିସ ମୃତ, ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - CUTTACK POLICE ACCIDENT

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.