ETV Bharat / state

Dropout Tension: ବିଦ୍ୟାଳୟରେ କାହିଁକି କମୁଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସଂଖ୍ୟା ? ବଢ଼ୁଛି ଡ୍ରପ ଆଉଟ୍ ହେବାର ଆଶଙ୍କା - Differently Abled Students

Differently Abled Students: ସ୍କୁଲରେ କମୁଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସଂଖ୍ୟା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଏହା ସ୍ପଷ୍ଟ କରୁଛି । ତେବେ କ'ଣ ରହିଛି ଏହାର କାରଣ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 8, 2024, 8:33 PM IST

PHYSICALLY CHALLENGED STUDENT
PHYSICALLY CHALLENGED STUDENT (ETV Bharat Odisha)

ଭୁବନେଶ୍ବର: ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ସ୍ବତନ୍ତ୍ର ଶିକ୍ଷକ । ବିଦ୍ୟାଳୟରେ କମୁଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସଂଖ୍ୟା । ପ୍ରତିବର୍ଷ ବଢ଼ୁଛି ଡ୍ରପଆଉଟ ସଂଖ୍ୟା । ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ସ୍ପଷ୍ଟ କରୁଛି । ତଥ୍ୟ ଅନୁସାରେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କମ୍‌ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ପାଖାପାଖି ୧୦ ହଜାର ଭିନ୍ନକ୍ଷମ ପିଲାଙ୍କର ନାମଲେଖା ଗତ ବର୍ଷ ଅପେକ୍ଷା ଚଳିତ ବର୍ଷରେ କମିଛି । ତେବେ କ'ଣ ରହିଛି ଏହାର କାରଣ ? କାହିଁକି କମୁଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସଂଖ୍ୟା ? ସରକାର ଏଥିପ୍ରତି କି ପଦକ୍ଷେପ ନେଉଛନ୍ତି ସେନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବ ସନ୍ୟାସୀ ବେହେରା ।

କ'ଣ ରହିଛି ନିୟମ:

କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଅକ୍ଟୋବର ୨୦୨୨ ମସିହାରେ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ଅଧୀନିୟମ ୨୦୦୯ ଆଇନ ସଂଶୋଧନ କରି ଭିନ୍ନକ୍ଷମ ଛାତ୍ର ସ୍ଵତନ୍ତ୍ର ଶିକ୍ଷକ ଅନୁପାତ ସ୍ଥିର କରିଛନ୍ତି । ଏହି ନିୟମ ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ବତନ୍ତ୍ର ଶିକ୍ଷକ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ବତନ୍ତ୍ର ଶିକ୍ଷକର ଅନୁପାତ ରହିବା ବାଧ୍ୟତାମୂଳକ । ଯଦି ଜଣେ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅଧ୍ୟୟନ କରୁଥ‌ିବେ ତାହାହେଲେ ସେମାନଙ୍କ ପାଇଁ ଜଣେ ନିୟମିତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବାଧ୍ୟତାମୂଳକ ଅଟେ ।

ଭିନ୍ନକ୍ଷମ ପିଲା ତୁଳନାରେ ସ୍ୱତନ୍ତ୍ର ଶିକ୍ଷକ ଅଭାବ:

ୟୁଡିଆଇଏସ୍‌ଇ ୨୦୨୧-୨୦୨୨ ତଥ୍ୟ ଅନୁଯାୟୀ ରାଜ୍ୟରେ ୧ ଲକ୍ଷ୍ୟ ୪୬ ହଜାର ୩୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ସଧାରଣ ସରକାରୀ ବିଦ୍ୟାଳୟରେ ପଢ଼ୁଥିବାବେଳେ ସେମାନଙ୍କୁ ପାଇଁ ପ୍ରତ୍ୟେକ ବ୍ଲକରେ ମାତ୍ର ଦୁଇଟି ଲେଖାଏଁ ବ୍ଲକ ରିସୋର୍ସ ଟିଚର୍ସ (BRT) ଥିବା ବେଳେ ରାଜ୍ୟରେ ମୋଡ ୬୩୨ ଜଣ କାର୍ଯ୍ୟରତ ଅଛନ୍ତି ।

ବିଧାନସଭା ଆଧାରିତ ତଥ୍ୟ:

ପୂର୍ବ ବିଧାନସଭା ଅଧିବେଶନରେ ଜୁଲାଇ ୨୭ ତାରିଖ ୨୦୨୨ରେ ବିଧାୟକ ମୁକେଶ ମହାଲିଙ୍ଗ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ୯୭ ହଜାର ୮୨୮ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ୯୨ ହଜାର ୬୧୧ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । ବର୍ତ୍ତମାନ ଚଳିତ ବିଧାନସଭା ଅଧିବେଶନରେ ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟର ସାଧାରଣ ବିଦ୍ୟାଳୟରେ ୮୨ ହଜାର ୬୭୧ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି । କ୍ରମାଗତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

ଅନେକ ସ୍କୁଲରେ ନାହାନ୍ତି ସ୍ୱତନ୍ତ୍ର ଶିକ୍ଷକ:

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବ ସନ୍ୟାସୀ ବେହେରା କହିଛନ୍ତି, "ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ସେହି ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସରିଲା ପରେ ସ୍ୱତନ୍ତ୍ର ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସରକାରଙ୍କ ତରଫରୁ ଗୋଟିଏ ଭିନ୍ନକ୍ଷମ ପିଲାଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି । ଭିନ୍ନକ୍ଷମ ଝିଅ କିଭଳି ଡ୍ରପ ଆଉଟ୍ ହେବନି ସେନେଇ ସେନେଇ ବିଭାଗ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଭିନ୍ନକ୍ଷମ ପିଲାଙ୍କ ପାଇଁ ଆଉ କିଛି କରିବାର ଅଛି । ସରକାର ଏଥିପ୍ରତି ପଦକ୍ଷେପ ନେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯୋଗ ଦିବସ, ଯୋଗର ଆବଶ୍ୟକତା ବିଷୟରେ ଦେଲେ ବାର୍ତ୍ତା - International Yoga Day

ଡ୍ରପ ଆଉଟ୍ ହେବାର ଆଶଙ୍କା ଅଧିକ:

ଉପସଚିବ ସନ୍ୟାସୀ ବେହେରା ଆହୁରି କହିଛନ୍ତି, "ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ହେବାର ଆଶଙ୍କା ଅଧିକ ରହିଛି । ବର୍ଷ ଦିନରେ ଗୋଟିଏ ଭିନ୍ନକ୍ଷମ ପିଲା ପାଠ ପଢିବା ପାଇଁ କିପରି ସ୍କୁଲ ଯିବ । ତେଣୁ କରି ସେ ଅଧାରୁ ପାଠ ଛାଡିବ । ନଦୀ ଅଞ୍ଚଳରେ ପାହାଡିଆ ଅଞ୍ଚଳରେ ଥିବା ପିଲାମାନେ କିପରି ଭାବରେ ପାଠ ପଢିବା ପାଇଁ ଯିବେ । ଏପରିକି ଗୋଟିଏ ସାଧାରଣ ପିଲା ସ୍କୁଲ ଯିବାକୁ ଅଧିକ ଚାଲେଞ୍ଜିଂ ହେଉଥିବା ବେଳେ ଜଣେ ଭିନ୍ନକ୍ଷମ ପିଲାଟିଏ ସ୍କୁଲକୁ ଯିବା କଷ୍ଟକର ହୋଇପଡ଼ିଥାଏ । ତେଣୁ ଡ୍ରପ ଆଉଟ୍ ରେଟ୍ ଅଧିକ ରହିଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...ପାଟି ଫିଟୁନି କଥା କହୁଛି ତାଙ୍କ ହାତ କାରିଗରୀ, ଗଢୁଛନ୍ତି ସୁନ୍ଦର ଗଜାନନଙ୍କ ମୂର୍ତ୍ତି - Ganesh Puja 2024

ଡ୍ରପ ଆଉଟ୍ ରୋକିବା ପାଇଁ କ'ଣ ଆବଶ୍ୟକ:

"ଡ୍ରପ ଆଉଟକୁ ରୋକିବାକୁ ହେଲେ ସରକାର ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ । ସ୍କୁଲରେ ପରିବେଶ ଠିକ ହେବା ଆବଶ୍ୟକ । ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ବସ ସୁବିଧା ନାହିଁ । ଯେଉଁ ବସରେ କି ଜଣେ ଭିନ୍ନକ୍ଷମ ପିଲାର ହ୍ବିଲ ଚେୟାରରେ ଯାଇପାରିବ । ଯଦି ପଞ୍ଚାୟତ ସ୍ତରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ବସ ହୁଅନ୍ତା ତେବେ ସେମାନେ ସ୍କୁଲ ଯାଇପାରନ୍ତେ । ଏହାସହ ଟେକ୍ନୋଲୋଜି, ଟଏଲେଟ୍ ଓ ସ୍ମାର୍ଟ କ୍ଲାସ ରୁମ୍ ରହିଛି, କିନ୍ତୁ ଭିନ୍ନକ୍ଷମ ପିଲାଙ୍କ ପକ୍ଷେ ଏହା ନାହିଁ । ଯାହା ଅଭାବ ମଧ୍ୟରେ ରହିଯାଉଛି । ଯାହା ଫଳରେ ଶିକ୍ଷା କ୍ଷେତ୍ରରେ ପଛେଇ ଯାଉଛନ୍ତି ଭିନ୍ନକ୍ଷମ ପିଲା ।"

ଏହା ମଧ୍ୟ ପଢ଼ନ୍ତୁ...ଭିନ୍ନକ୍ଷମ ହେବେ ସକ୍ଷମ; ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କଲେ ମନ୍ତ୍ରୀ - Minister Nityananda Gond
ଆଶାୟୀ ସ୍ୱତନ୍ତ୍ର ଶିକ୍ଷକଙ୍କ ଅଭିଯୋଗ:

ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଏନେଇ ବାରମ୍ବାର ଅଭିଯୋଗ କରିଛନ୍ତି ଯେ, ଦିବ୍ୟାଙ୍ଗ ପିଲାମାନେ କିଭଳି ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ସେନେଇ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପଟେ ଯେଉଁମାନେ ବ୍ଲକ ସ୍ତରରେ କାମ କରୁଛନ୍ତି, ସେମାନେ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢ଼ାଇବା ସମ୍ଭବ ନୁହେଁ । ଯାହା ଦ୍ଵାରା କି ଶିକ୍ଷା ଦେବାରେ ବିଫଳ ହେଉଛନ୍ତି । ଗୋଟିଏ ବ୍ଲକରେ ପାଖାପାଖି ୩୦୦-୪୦୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଗତ କିଛି ବର୍ଷ ହେଲା ଦିବ୍ୟାଙ୍ଗଙ୍କ ସଂଖ୍ୟା କମି କମି ଯାଉଛି । ତୁରନ୍ତ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଶାୟୀ ଶିକ୍ଷକ ।

ଇଟଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.