ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇ ଘଟଣାରେ 2 ଗିରଫ - DIGITAL ARREST FRAUD CASE

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଠାରୁ ସାଇବର ଠକେଇ ଘଟଣାରେ ଗୁଜୁରାଟରୁ 2 ସାଇବର ଠକଙ୍କୁ ଗିରଫ କଲା ପୋଲିସ ।

Etv Bharat
Etv Bharat (ETV BHARAT ODISHA)
author img

By ETV Bharat Odisha Team

Published : April 12, 2025 at 9:44 PM IST

2 Min Read

ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକେଇ ଘଟଣାରେ 2 ଜଣ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ପୋଲିସର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ଘଟଣାର ତଦନ୍ତ କରି ଗୁଜୁରାଟରୁ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଗୁଜୁରାଟର ଭୂତାୟା ଜେନିଲ ଜେଶୁଖଭାଇ ଓ ବିଶ୍ୱଜିତ ସିଂ ଗୋହିଲ । ଗିରଫ ସାଇବର ଠକଙ୍କ ଠାରୁ ଠକେଇ ଟଙ୍କା ମିଳିନଥିବା ବେଳେ ଏହାର ମାଷ୍ଟର ମାଇଣ୍ଡଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ୍ ।

କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କହି ଠକେଇ

ଗତ ଫେବୃଆରୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସାଇବର ଠକେଇର ଶିକାର ହୋଇଥିଲା । ଡିଜିଟାଲ ଆରେଷ୍ଟ ନାମରେ ତାଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକ । ଫୋନ୍ ଯୋଗେ ଗିରଫ ଅଭିଯୁକ୍ତ ମାନେ ନିଜକୁ ସିବିଆଇ ଅଫିସର କହିଥିଲେ । ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ନେଇ କୁଳପତିଙ୍କୁ କହିଥିଲେ । ତାଙ୍କୁ ଗିରଫ ପାଇଁ ସୁପ୍ରିମକୋର୍ଟର ୱାରେଣ୍ଟ ରହିଥିବା ହ୍ବାଟ୍ସ ଆପ ମାଧ୍ୟମରେ ଏକ ମାମଲା ରହିଥିବା ଦର୍ଶାଇଥିଲେ । କାନାଡା ବ୍ୟାଙ୍କ ଆକାଉଣ୍ଟରେ ୬ କୋଟି ଟଙ୍କାର ମନି ହେରଫେର ହୋଇଥିବା ଅଭିଯୁକ୍ତ ମାନେ ଭିଡ଼ିଓ କଲ ଯୋଗେ କହିବା ସହ ଡିଜିଟାଲ ଆରେଷ୍ଟ ନାରେ ଭୟଭିତ କରାଇ ଏକ ଆକାଉଣ୍ଟ ନମ୍ବର ଦେଇ ୧୪ ଲକ୍ଷ ଟଙ୍କା ଡିପୋଜିଟ କରିବା ପାଇଁ କହିଥିଲେ । ଏହାପରେ କୁଳପତି ଟଙ୍କା ସେହି ଆକାଉଣ୍ଟରେ ଜମା କରିବା ପରେ ସାଇବର ଠକାମୀର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଗତ ଫେବୃୟାରୀ ମାସ ୨୪ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

DIGITAL ARREST FRAUD CASE (ETV BHARAT ODISHA)
ପୋଲିସର ଏଭଳି ରହିଥିଲା ତଦନ୍ତ

ଏହି ଘଟଣାରେ ବ୍ରହ୍ମପୁର ପୋଲିସର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । (Cyber Crime & Economic Offences Police Station Case No. 15 dated 24.02.2025 U/S- 318(4)/319(2)/336(3)/340(2)/308(2)/351(2) of BNS R/W Sec 66( C ) /66 (D) of IT Act. (GR 505/25 ) । ଏହାକୁ ଗୁରୁତର ସହ ନେଇଥିଲା ପୋଲିସ । ଯାହାକି କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତରେ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ସାଇବର ଥାନା ପୋଲିସର ସବ୍ ଇନିସପେକ୍ଟର ଜ୍ୟୋତି ରଞ୍ଜନ ବ୍ରହ୍ମାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରିବା ସହିତ ପୋଲିସ ଏହାର ଲିଙ୍କ୍ ଗୁଜୁରାଟ ରହିଥିବା ଜାଣିପାରିଥିଲା ।

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର, ଆକାଉଣ୍ଟରୁ 14 ଲକ୍ଷ ଲୁଟ୍ - DIGITAL ARREST FRAUD CASE

ଗୁଜୁରାଟ ଲିଙ୍କ

ବିଶ୍ୱବିଦ୍ୟାଳୟର କୂଳପତି ଯେଉଁ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ ତାହାର ଟଙ୍କା ଉଠାଣ ଗୁଜୁରାଟର ଭାବାନଗର ଅଞ୍ଚଳରେ ହୋଇଥିବା ନେଇ ପୋଲିସ ତଦନ୍ତରୁ ଜଣାପଡିବା ପରେ ପୋଲିସ ଟିମ୍ ଗତ ୮ ତାରିଖରେ ବ୍ରହ୍ମପୁରରୁ ଗୁଜୁରାଟ ଅଭିମୁଖେ ଯାଇଥିଲେ । ସେଠାରେ ପୋଲିସ ଟିମ୍ ତଦନ୍ତ କରି ଟଙ୍କା ଉଠାଣ କରିଥିବା ଦୁଇଜଣ ଯୁବକ ଭୂତାୟା ଜେନିଲ ଜେଶୁଖଭାଇ ଓ ବିଶ୍ୱଜିତ ସିଂ ଗୋହିଲଙ୍କୁ ଗିରଫ କରିଥିଲେ । ଉଭୟ ଏହି ଟଙ୍କା ଉଠାଇ କିଛି ଅର୍ଥ କମିଶନ ପାଇବା ସହିତ ଠକେଇର ମାଷ୍ଟରମାଇଣ୍ଡଙ୍କୁ ଉକ୍ତ ଅର୍ଥ ପ୍ରଦାନ କରିଥିବା ପୋଲିସ ନିକଟରେ ଅବଗତ କରିଥିଲେ ।

ମାଷ୍ଟରମାଇଣ୍ଡକୁ ଧରିବାକୁ ଖୁବଶ୍ରୀଘ୍ର ଅନ୍ୟ ଏକ ଟିମ୍ ଯିବ

ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟର ଭାବାନାଗର ସ୍ଥିତ ୭ତମ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟେଟଙ୍କ ନିକଟରେ ହଜାର କରାଯାଇ ଟ୍ରାଞ୍ଜିଟ୍ ରିମାଇଣ୍ଡରେ ଓଡିଶା ଅଣାଯାଇ ଆଜି ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ହାଜାର କରାଯାଇଛି । ଠକେଇରେ ମାଷ୍ଟରମାଇଣ୍ଡକୁ ଧରିବାକୁ ଖୁବଶ୍ରୀଘ୍ର ଅନ୍ୟ ଏକ ଟିମ୍ ଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ମାମଲା ରୁଜ ହେବାର ବିଳମ୍ୱ ହେବାରୁ ମିଳିପାରୁନାହିଁ ଠକେଇ ଟଙ୍କା

ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତିବିଶେଷ ମାନେ ବିଳମ୍ୱରେ ଆସି ଅଭିଯୋଗ କରୁଥିବା ଯୋଗୁଁ ସେହି ସମୟ ମଧ୍ୟରେ ଅଭିଯୁକ୍ତ ମାନେ ଠକେଇ କରି ନେଇଥିବା ଅର୍ଥକୁ ଉଠାଇ ନେବାରେ ସକ୍ଷମ ହେଉଛନ୍ତି । କୌଣସି ବ୍ୟକ୍ତି ବିଶେଷ ଠକେଇର ଶିକାର ହେଲେ ତୁରନ୍ତ ହେଲପଲାଇନ୍ ନମ୍ୱର ୧୯୩୦ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.