ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଡାଇରିଆ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏପଟେ କଲେରା ମଧ୍ୟ ଆକ୍ରାନ୍ତ କଲାଣି । ତେବେ ସମ୍ପୂର୍ଣ ଭାବରେ ସ୍ଥିତି ସଂଗୀନ ରହିଥିବା ବେଳେ ସରକାରୀ ସ୍ତରରେ କିଭଳି ଭାବରେ ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ ସେନେଇ ଆକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇଛି । ଏନେଇ ପ୍ରେସ ରିଲିଜ ଯୋଗେ ଅଧିକ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ପରିଦର୍ଶନ କରିବେ କେନ୍ଦ୍ରୀୟ ଟିମର ବରିଷ୍ଠ ଅଧିକାରୀ-
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍ ଏବଂ ୩ ଜଣିଆ ଖାଦ୍ୟ ନିରାପତ୍ତା କେନ୍ଦ୍ରୀୟ ଟିମ୍ ଆସିଛନ୍ତି । ଠିକ୍ ସେହିପରି ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷ (ଏଫ୍. ଏସ୍.ଏସ୍ . ଏ.ଆଇ) ଙ୍କ ତରଫରୁ ଏକ ୪ ଜଣିଆ ସ୍ୱତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍ ମଧ୍ୟ ଆସିଛନ୍ତି । ଏହି ତିନୋଟି ଟିମରେ ସମୁଦାୟ ୧୪ ଜଣ ରହିଛନ୍ତି ।
ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗର ନିର୍ଦ୍ଦେଶିକା ଡକ୍ଟର ବୃନ୍ଦା ଡି. ଓ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡକ୍ଟର ବିଜୟ କୁମାର ମହାପାତ୍ର ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରିଥିଲେ। pic.twitter.com/ML3MoAxQpn
— Collector & DM, Jajpur (@dm_jajpur) June 14, 2025
କେଉଁମାନେ ସ୍ୱାସ୍ଥ୍ୟ ଟିମରେ ରହିଛନ୍ତି-
ସ୍ୱାସ୍ଥ୍ୟ ଟିମ୍ ରେ ରହିଛନ୍ତି ଆଂଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନିଲମ୍ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଭୁବନେଶ୍ୱର ଏମ୍ସର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର ଡାକ୍ତର ଭାଗିରଥୀ ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତା ସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍ ଘୋଷ ଏବଂ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି ।
ଏହା ବି ପଢନ୍ତୁ- ପାଣି ନୁହେଁ ଡିହାଇଡ୍ରେସନରୁ ହୋଇଛି ହଇଜା: ପାନୀୟ ଜଳ ମନ୍ତ୍ରୀ - JAJPUR CHOLERA OUTBREAK
ଖାଦ୍ୟ ନିରାପତ୍ତା ଟିମ୍ ରେ କୋଲକାତା ସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍ ଏସ୍ ଏସ. ଏ.ଆଇ ର ପୂର୍ବାଂଚଳ ଉପ-ନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ଆଦି ପ୍ରମୁଖ ସଦସ୍ୟ ରହିଛନ୍ତି।ଏଫ୍. ଏସ. ଏସ. ଏ. ଆଇ ର ସ୍ଵତନ୍ତ୍ର ଟିମ ମଧ୍ୟରେ ରହିଛନ୍ତି ନିର୍ଦ୍ଦେଶକ ସ୍ୱୀଟି ବେହେରା, ସହ-ନିର୍ଦ୍ଦେଶକ ସୋନିକା ବର୍ମା, ସହ-ନିର୍ଦ୍ଦେଶକ ପ୍ରସନ୍ନ ସିଂହ ଏବଂ ଉତ୍ତରାଞ୍ଚଳ କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଅଧିକାରୀ ନନ୍ଦିତା ଦାସ ପ୍ରମୁଖ ସଦସ୍ୟ ରହିଛନ୍ତି ।
ଯାଜପୁରରେ ରୋଗୀଙ୍କ ସ୍ଥିତି-
ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି, "ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧ ହଜାର ୫୧୬ ଜଣ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୩୦୬ ଜଣ ସୁସ୍ଥ ହୋଇଛନ୍ତି. ଏପଟେ ମାତ୍ର ୨୧୦ ଜଣଙ୍କର ଚିକିତ୍ସା ଚାଲିଛି ।"
24 ଘଂଟିଆ କଣ୍ଟ୍ରୋଲ ରୁମ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାସ୍ଥ୍ୟ ଟିମ୍, ରାପିଡ୍ ଆକ୍ସନ ଟିମ୍ , ଜନସ୍ୱାସ୍ଥ୍ୟ ଟିମ୍ କୁ ନେଇ ଏକ କଣ୍ଟ୍ରୋଲ ରୁମ କରାଯାଇଚଛି. ଯେଉଁଥିରେ ୨୪ ଘଂଟିଆ ଭାବରେ କାର୍ଯ୍ୟ କରୁଛି । ତୃଣମୂଳସ୍ତରୀୟ କର୍ମଚାରୀମାନେ ସଜାଗ ସହିବା ସହିତ ତତ୍ପରତାର ସହ ବିଭିନ୍ନ ସ୍ଥରରେ କାର୍ଯ୍ୟ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର