ETV Bharat / state

ସାନଖେମୁଣ୍ଡିରେ ଝାଡ଼ାବାନ୍ତି: ଦିନକରେ 3 ମୃତ୍ୟୁ ଅଭିଯୋଗ, 10 ଆକ୍ରାନ୍ତ

ଗଂଜାମ ଜିଲ୍ଲା ଦାମପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଲେ ମୃତ୍ୟୁର କାରଣ ଡାଇରିଆ ନୁହେଁ ।

Diarrhea in Sankhemundi
Diarrhea in Sankhemundi (Etv Bharat)
author img

By ETV Bharat Odisha Team

Published : July 24, 2025 at 10:25 AM IST

|

Updated : July 24, 2025 at 1:17 PM IST

2 Min Read
Choose ETV Bharat

DIARRHEA IN SANKHEMUNDI ବ୍ରହ୍ମପୁର(ଗଞ୍ଜାମ): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଦାମପୁରରେ ଝାଡ଼ାବାନ୍ତି ଆତଙ୍କ । ଦୁଇ/ତିନି ଦିନରେ ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ ହେବା ସହ ତିନି ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଡାକ୍ତରୀ ଟିମ ଦାମପୁରରେ ପହଞ୍ଚି ଅନୁଧ୍ୟାନ କରୁଛି।

ମୃତ ୩ ଜଣ ଟି. ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗ୍ରାମର । ଗୋଟିଏ ଦିନରେ ଜଣେ ମହିଳା ସମେତ ତିନି ଜଣଙ୍କ ମୃତ୍ୟୁ ଘଟିବା ପରେ ଗାଁରେ ଆତଙ୍କ ଖେଳି ଯାଇଛି । ଅନ୍ୟପକ୍ଷେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି କାହିଁକି ଏବଂ କେଉଁ କାରଣରୁ ଝାଡାବାନ୍ତି ହୋଇଛି ତାହାର ଅନୁଧ୍ୟାନ କରୁଛି । ତେବେ ମୃତ୍ୟୁର କାରଣ ଡାଇରିଆ ନୁହେଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ।

Medical team in damapur village
Medical team in damapur village (Etv bharat)

କଣ କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଶାନ୍ତ କୁମାର ନାୟକ ଗଣମାଧ୍ୟମକୁ କହିଛନ୍ତି, " ଆଡପଡା ସ୍ୱାସ୍ଥକେନ୍ଦ୍ରରୁ ଏକ ଟିମ୍ ସଂପୃକ୍ତ ଅଞ୍ଚଳକୁ ଯାଇଛନ୍ତି । ଝାଡାବାନ୍ତିରେ ତିନି ଜଣ ମରିଥିବା ଗାଁ ଲୋକେ କହୁଥିବା ବେଳେ ସ୍ୱାସ୍ଥବିଭାଗ ପକ୍ଷରୁ ତାହାକୁ ଅନୁଧ୍ୟାନ କରାଯାଉଛି । " ତେବେ ଝାଡାବାନ୍ତି ଯେପରି ହୋଇଥାଏ ଏହା ସେହିପରି ନୁହେଁ ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି ସିଡିଏମ୍ଓ । ଏପରିକି ଗ୍ରାମବାସୀଙ୍କ ପାଇଁ ପନୀୟ ଜଳର ସୁବିଧା ରହିଥିବା ବେଳେ ସରକାରଙ୍କ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ସେ କହିିଛନ୍ତି ।

Medical team in damapur village
Medical team in damapur village (Etv bharat)

ସେପଟେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଥମ ଦିନରେ ଦୁଇ ଜଣ ଆକ୍ରାନ୍ତ ସମ୍ବାରୁ ମଲ୍ଲିକ (୬୦) ଏବଂ କାନ୍ଦରା ମଲ୍ଲିକ(୬୨) ଙ୍କ ମୃତ୍ୟୁ ଘଟିଥିଲା । ପରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଥିଲା । ଇତିମଧ୍ୟରେ ମୋଟ ତିନି ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗ୍ରାମରେ ଭ୍ରାମ୍ୟମାଣ ମେଡିକାଲ ଓ ବୈଷୟିକ ଟିମ୍

ଝାଡାବାନ୍ତି ବ୍ୟାପିବା ଖବର ପାଇବା ପରେ ଭ୍ରାମ୍ୟମାଣ ମେଡିକାଲ ଟିମ୍ ଦାମପୁର ଗ୍ରାମରେ ପହଞ୍ଚିଛି । କାହିଁକି ଝାଡ଼ାବାନ୍ତି ବ୍ୟାପିଲା ଏବଂ କେଉଁ କାରଣରୁ ତିନିଜଣଙ୍କର ଗୋଟିଏ ଦିନରେ ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛନ୍ତି । ସମସ୍ତ ଘଟଣାକୁ ଅନୁଧ୍ୟାନ କରାଯାଉଛି । ମେଡିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ପ୍ରତିରୋଧକ ଔଷଧ ବଣ୍ଟନ କରିଛନ୍ତି ।

Medical team in damapur village
Medical team in damapur village (Etv Bharat)

ଗ୍ରାମ୍ୟ ଓ ଜଳ ପରିମଳ ବିଭାଗ ପକ୍ଷରୁ ଏକ ବୈଷୟିକ କର୍ମଚାରୀ ଟିମ୍ ପହଞ୍ଚି ଜଳର ନମୁନା ପରୀକ୍ଷଣ କରିବା ସହ ଗ୍ରାମରେ ରହିଥି୍ବା ସମସ୍ତ ନଳକୂପକୁ ଯୁଦ୍ଧକାଳୀନ ଭିଭିରେ ମରାମତି ଓ ବିଶୋଧନ କରିଛନ୍ତି ।

ଆକ୍ରାନ୍ତମାନେ ଦିଗପହଣ୍ଡି ଏବଂ ଏମ୍.କେ.ସି.ଜିରେ ଭର୍ତ୍ତି

ଦାମପୁରରେ ଝାଡାବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଓ ଆଡ଼ପଡା ମେଡିକାଲ ଅଧିକ୍ଷକଙ୍କ ନେଇ ଗଠିତ ଟିମ୍ ଗ୍ରାମରେ ସଚେତନ କରିବା ସହ ଔଷଧ ବଣ୍ଟନ କରିଛନ୍ତି ।

Medical team in damapur village
Medical team in damapur village (Etv Bharat)

ସ୍ଥାନୀୟ ବାସିନ୍ଦା ତଥା ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗଙ୍କ କହିବା କଥା, କୌଣସି ଖାଦ୍ୟ କିମ୍ୱା ନିଶା ସାମଗ୍ରୀ ବ୍ୟବହାର କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଗାଁ ନିକଟରେ ସ୍ୱାସ୍ଥକେନ୍ଦ୍ର ଥିଲେ ହେଁ ଡାକ୍ତର ଅଭାବ ସହିତ କର୍ମଚାରୀ ନାହାନ୍ତି । ଗ୍ରାମରେ କ୍ୱାକମାନେ ପହଞ୍ଚି ଚିକିତ୍ସା କରୁଥିବା ସେ କହିଛନ୍ତି ।

ଡାଇରିଆ ଘଟଣାକୁ ଅସ୍ୱୀକାର କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ଗତ ଏକ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଝାଡାବାନ୍ତିରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହେଉଥିବା ବେଳେ, ମୃତ୍ୟୁର କାରଣ ଡାଇରିଆ ନୁହେଁ ବୋଲି ସ୍ୱାସ୍ଥବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଆକ୍ରାନ୍ତଙ୍କ ଗ୍ରାମରେ କିପରି ହାତ ଧୋଇବେ, ସ୍ୱଚ୍ଛତା ଅବଲମ୍ୱନ କରିବେ ସେ ନେଇ ଗୁରୁତ୍ୱ ଦିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Diarrhea in Sankhemundi
Diarrhea in Sankhemundi (Etv Bharat)
ଦାମପୁରରେ ଝାଡ଼ାବାନ୍ତି ଆତଙ୍କ
ଦାମପୁରରେ ଝାଡ଼ାବାନ୍ତି ଆତଙ୍କ (Etv Bharat)

ଏହା ମଧ୍ୟ ପଢନ୍ତୁ ପୁଣି ପଶ୍ଚିମବଙ୍ଗରୁ ଆସିବ ଆଳୁ, ମମତାଙ୍କ ସହିତ ଆଲୋଚନା କରିବେ ଯୋଗାଣ ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ଶଙ୍ଖ ଫୁଙ୍କିବେ କି ସୁଜାତା ? ହସ୍ପିଟାଲରେ ବିଜେଡି ନେତାଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା

Last Updated : July 24, 2025 at 1:17 PM IST