ETV Bharat / state

କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ଦେହାନ୍ତ - PRAFULLA KUMAR PASSES AWAY

ଗନ୍ଦିଆର ପୂର୍ବତନ ବିଧାୟକ ତଥା ନଗରପାଳ ପ୍ରଫୁଲ୍ଲ ଭଞ୍ଜଙ୍କ ଦେହାନ୍ତ । 87 ବର୍ଷ ବୟସରେ ଆଖି ବୁଜିଲେ ।

PRAFULLA KUMAR PASSES AWAY
PRAFULLA KUMAR PASSES AWAY (Etv Bharat)
author img

By ETV Bharat Odisha Team

Published : April 8, 2025 at 8:30 PM IST

1 Min Read

ଢେଙ୍କାନାଳ: ପରଲୋକରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜ । ସୋମବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ପରଲୋକ ଘଟିଛି । ସେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆର ପୂର୍ବତନ ବିଧାୟକ ଓ ବିଶିଷ୍ଠ ସମାଜସେବୀ ମଧ୍ୟ । ଅତ୍ୟାଧୁନିକ ଢେଙ୍କାନାଳ ପୋୖରାଞ୍ଚଳର ନିର୍ମାତା ମଧ୍ୟ।

ଶେଷ ଦର୍ଶନ କଲେ ପୂର୍ବତନ ମନ୍ତ୍ରୀ-ବିଧାୟକ:

ଆଜି ସକଳେ ତାଙ୍କ ପାର୍ଥିବ ଶରୀରକୁ ଢେଙ୍କାନାଳ ସ୍ଥିତ ମିନା ବଜାରରେ ଥିବା ବାସଭବନକୁ ନିଆଯାଇଥିଲା । ସେଠାରେ ତାଙ୍କର ସମର୍ଥକ ଓ ସମ୍ପର୍କୀୟ ମାନେ ଶେଷ ଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ନବୀନ ଦାସ, ପୂର୍ବତନ ବିଧାୟକ ସରୋଜ ସାମଲ, ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାଙ୍କ ସମେତ ଶହ ଶହ ସଂଖ୍ୟାରେ ବୁଦ୍ଧିଜୀବୀ ଶେଷ ଦର୍ଶନ କରିବା ସହିତ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ଗାନ୍ଧୀ ମନ୍ଦିର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ ପରେ ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ନିଆଯିବା ସହିତ ସହର ପରିକ୍ରମା କରାଯାଇଥିଲା । ସୁଆଗି ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ - DEBENDRA PRADHAN PASSES AWAY

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଆଗ ଧାଡ଼ିର ନେତା ଥିଲେ:

ସୂଚନା ଥାଉକି ସ୍ବର୍ଗତ ପ୍ରଫୁଲ୍ଲ ଭଞ୍ଜ କଂଗ୍ରେସର ଜଣେ ଦୃଢ ସଙ୍ଗଠକ ଓ ବରିଷ୍ଠ ନେତା ଥିଲେ । ସେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଆଗ ଧାଡ଼ିର ନେତା, ସିଧାସଳଖ ନିର୍ବାଚନରେ ଢେଙ୍କାନାଳ ପୌର ସଂସ୍ଥାର ନଗରପାଳ ରହିଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଗନ୍ଦିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଥିଲେ । ଓଡିଶା ରାଜ୍ୟ ଓବିସିସିର ଅଧ୍ୟକ୍ଷ ଆଦି ପଦ ପଦବୀରେ ରହି କଂଗ୍ରେସ ଦଳର ଜଣେ ଅଦ୍ୱିତୀୟ ସଙ୍ଗଠକ ଭାବେ ସୁପରିଚିତ ଥିଲେ । ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟକୁ ପ୍ରତିଷ୍ଠା ଓ ବିଭିନ୍ନ ଲୋକହିତ କାର୍ଯ୍ୟ ପାଇଁ ଜଣେ ଲୋକପ୍ରିୟ ଜନନାୟକ ଭାବେ ଢେଙ୍କାନାଳବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଯିବେ ସେ । ସ୍ବର୍ଗତ ପ୍ରଫୁଲ୍ଲ ଭଞ୍ଜ ଜଣେ ଅମାୟିକ, ମିଷ୍ଠଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.