ETV Bharat / state

ଧରାକୋଟ କଙ୍ଗାରୁକୋର୍ଟ ଘଟଣାରେ 8 ଗିରଫ, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - DHARAKOTE DALIT TORTURE

ଧରାକୋଟରେ ଦଳିତଙ୍କୁ କଙ୍ଗାରୁ କୋର୍ଟରେ ଅକଥନୀୟ ନିର୍ଯାତନା ଘଟଣା । ଜିଲ୍ଲାପାଳ, ଏସପିଙ୍କ ସମେତ ଦକ୍ଷିଣାଞ୍ଚଳ ଆର୍.ଡି.ସିଙ୍କୁ ଭେଟିଲେ ଦୁଇ ପୀଡ଼ିତ । ନ୍ୟାୟ ପାଇଁ ଦକ୍ଷିଣାଞ୍ଚଳ ଆର୍.ଡି.ସିଙ୍କ ଦ୍ବାରସ୍ଥ ହେଲା

Dharakote Dalit Torture
Dharakote Dalit Torture (ETV Bharat Odisha)
author img

By ETV Bharat Odisha Team

Published : June 24, 2025 at 11:50 PM IST

Updated : June 25, 2025 at 10:22 AM IST

2 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଗୋରୁ ଚାଲାଣ ଅଭିଯୋଗରେ ଦୁଇ ଦଳିତ ବ୍ୟକ୍ତିଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ଘଟଣାରେ 8 ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଦଳିତ ମହାସଭା ଓ ଦୁଇ ପୀଡ଼ିତ ଦକ୍ଷିଣାଞ୍ଚଳ ଆର୍.ଡି.ସିଙ୍କ ଦ୍ବାରସ୍ଥ ହୋଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଦକ୍ଷିଣାଞ୍ଚଳ ଆର୍.ଡି.ସିଙ୍କ ଦ୍ବାରସ୍ଥ ହେଲା ଦଳିତ ମହାସଭା:

Dharakote Dalit Kangaroo court
Dharakote Dalit Kangaroo court (ETV Bharat Odisha)

ନିର୍ଯାତନାର ଶିକାର ହୋଇଥିବା ଦୁଇ ଜଣ ବ୍ୟକ୍ତି ଏବଂ ଦଳିତ ମହାସଭାର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ସମେତ ଦକ୍ଷିଣାଞ୍ଚଳ ଆର୍.ଡି.ସିଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ସେପଟେ ଗୋ' ସୁରକ୍ଷା ଓ ଗୋ' ଚାଲାଣ ନାମରେ ଦୁଇ ଦଳିତଙ୍କୁ ଅଧାଲଣ୍ଡା କରି ଆଣ୍ଠୁରେ ଚଲେଇବା ଘଟଣାରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ମୋଟ ଆଠ ଜଣଙ୍କୁ ଗିରଫ କରାଯାଇଛି ।

'ଗୋ' ରକ୍ଷା ନାରେ ଆକ୍ରମଣ ବନ୍ଦ ହେଉ'

ଗଞ୍ଜାମ ଜିଲ୍ଲା ଦଳିତ ମହାସଭା କାର୍ଯ୍ୟକାରୀ କମିଟି ଅଭିଯୋଗ ଆଣିଛି ଯେ, ଗୋ' ରକ୍ଷା ନାଁରେ ଅସାମାଜିକ ଗୋଷ୍ଠୀଙ୍କ ଦ୍ବାରା ଦଳିତ ଓ ଅନ୍ୟ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ବଢୁଛି । କେବଳ ଧରାକୋଟ ନୁହେଁ ସମଗ୍ର ଗଞ୍ଜାମ ଜିଲ୍ଲାରେ କିଛି ଲୋକ ଗୋ' ରକ୍ଷା ନାରେ ଆକ୍ରମଣ କରୁଛନ୍ତି ।ଏହାକୁ ଯଥାଶୀଘ୍ର ବନ୍ଦ କରାଯାଉ ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର :

ଏହି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ନେତୃତ୍ୱରେ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ସାକ୍ଷତ କରି ସ୍ମାରକପତ୍ର ପ୍ରଦାନ କରାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାପରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ପୀଡ଼ିତଙ୍କୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି ।

ଥାନାରେ ମାମଲା ,8 ଗିରଫ :

ଏହି ଘଟଣାରେ ଧରାକୋଟ ଥାନାରେ ମାମଲା ନମ୍ବର -240/2025/ 22.06.2025 ଅନୁଯାୟୀ ରାଜେଶ ସାମଲ ଏବଂ ଅନ୍ୟ ମାନଙ୍କ ନାମରେ ଏତଲା ହୋଇଥିବା ବେଳେ Sections of BNS and SC/ST (Prevention of Atrocities) Act. ଋଜୁ କରାଯାଇ ଏକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଘଟଣାର ତଦନ୍ତ ଦିଆଯାଇଛି ।

ଏଭଳି କହିଲେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ :

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି,"ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋ ଚାଲାଣ ଅଭିଯୋଗରେ ୨ ଜଣ ବ୍ୟକ୍ତିଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇବା ସହ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଆଠ ଜଣଙ୍କୁ ଗିରଫ କରାଯାଇଛି । ଖୁବ ଶୀଘ୍ର କୋର୍ଟରେ ଚାର୍ଜସିଟ ଦଖଲ ହେବ । ପୀଡ଼ିତଙ୍କୁ ଏହି ମାମଲା ସମ୍ବନ୍ଧୀୟ କ୍ଷତିପୂରଣ ମିଳିବ ଏବଂ ଥଇଥାନ କରାଯିବ ।"

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ନିର୍ଯାତନାର ଶିକାର ହୋଇଥିବା ଦୁଇ ବ୍ୟକ୍ତି କହିଛନ୍ତି," ଗତ ୨୨ ତାରିଖରେ ଆମେ ଝିଅ ବାହାଘର ପାଇଁ ଯୌତୁକ ଦେବାକୁ ହରିପୁରରୁ ଦୁଇଟି ଗାଇ ଏବଂ ଗୋଟିଏ ବାଛୁରୀ ଆଣିଥିଲୁ ।ଏହାପରେ ଆମ ଗାଁ ସିଙ୍ଗିପୁରକୁ ଯାଉଥିବା ସମୟରେ ଖାରିଗୁମ୍ମା ନିକଟରେ କିଛି ବ୍ୟକ୍ତି ଆମକୁ ଅଟକାଇ ଗୋ' ଚାଲାଣ କରୁଥିବା ଅଭିଯୋଗରେ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ସେମାନେ ଆମକୁ ମାଡ଼ ମାରିଥିଲେ । ପରେ ନିକଟସ୍ଥ ସେଲୁନକୁ ନେଇ ଅଧାଲଣ୍ଡା କରିଥିଲେ । ଏହାପରେ ଖାରିଗୁମ୍ମାରୁ ଚଲାଇ ଚଲାଇ ଜାହାଡା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ପୁଣି ୨ କିଲୋମିଟର ଆଣ୍ଠୁରେ ଚଲାଇଥିଲେ । ଏପରିକି ସେମାନଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ଯ କରିଥିଲେ ।"

ଏହା ମଧ୍ୟ ପଢନ୍ତୁ...ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ; ଅଧା ଲଣ୍ଡା କରି ବୁଲାଇଲେ, ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ, ଘଟଣାର ତଦନ୍ତ ଆରମ୍ଭ - KANGAROO COURT

ଏହା ମଧ୍ୟ ପଢନ୍ତୁ...ଧରାକୋଟ କଙ୍ଗାରୁ କୋର୍ଟ ଘଟଣାରେ 9 ଅଟକ, ନିନ୍ଦା କଲେ ରାହୁଲ ଗାନ୍ଧୀ - DHARAKOTE DALIT TORTURE

ଇଟିଭି ଭାରତ, ଗଞ୍ଜାମ

Last Updated : June 25, 2025 at 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.