ETV Bharat / state

ହାର ମାନିଲା ବୟସ, 84 ବର୍ଷରେ ଦିଲ୍ଲୀ ବୈଜ୍ଞାନିକ ପାଇଲେ MBA ଡିଗ୍ରୀ - MBA DEGREE AT 84 AGE

ସମ୍ବଲପୁର ଆଇଆଇଏମର ନବମ ସମବର୍ତ୍ତନ ଉତ୍ସବରେ 84 ବର୍ଷ ବୟସରେ ଏମବିଏ ପାସଆଉଟ ହେଲେ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ l

ସମ୍ବଲପୁର ବରିଷ୍ଠ ଏମବିଏ
ସମ୍ବଲପୁର ବରିଷ୍ଠ ଏମବିଏ (ETV Bharat Odisha)
author img

By ETV Bharat Odisha Team

Published : April 19, 2025 at 8:32 PM IST

2 Min Read

ସମ୍ବଲପୁର: Age is just a number ଅର୍ଥାତ ବୟସ ମାତ୍ର ଏକ ସଂଖ୍ୟା ଅଟେ । କିଛି କରିବାର ଇଚ୍ଛା ଥିଲା କୌଣସି ଘାତ ପ୍ରତିଘାତ ରୋକିପାରେ ନାହିଁ । ଏହି ଉକ୍ତିକୁ ସତରେ ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ଜଣେ ପରମାଣୁ ବୈଜ୍ଞାନିକ । 84 ବର୍ଷ ବୟସରେ ସେ ହାସଲ କରିଛନ୍ତି ଏମବିଏ ଡିଗ୍ରୀ । ସେ ହେଉଛନ୍ତି ଦିଲ୍ଲୀର ବୈଜ୍ଞାନିକ ଡ଼ ଗିରିଶ ମୋହନ ଗୁପ୍ତା l ଏଥର ସମ୍ବଲପୁର ଆଇଆଇଏମର ଏମବିଏ ଫର ୱାର୍କିଙ୍ଗ ପ୍ରଫେସନାଲର କୋର୍ସ ସଫଳତାର ସହ ସମ୍ପୂର୍ଣ୍ଣ କରି ପାସ ଆଉଟ ହୋଇଛନ୍ତି l

ସମ୍ବଲପୁର ବରିଷ୍ଠ ଏମବିଏ (ETV Bharat Odisha)

ଆଇଆଇଏମ ସମାବର୍ତ୍ତନ ଉତ୍ସବରେ ମିଳିଲା ଡିଗ୍ରୀ:

ଆଜି ସମ୍ବଲପୁର ଗୋଶାଳା ଠାରେ ସ୍ଥିତ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସରେ ଅନୁଷ୍ଠିତ ନବମ ସମବର୍ତ୍ତନ ଉତ୍ସବରେ ତାଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି l ସେ ସମ୍ବଲପୁର ଆଇଆଇଏମର ଦିଲ୍ଲୀ ସ୍ଥିତ କ୍ୟାମ୍ପସରୁ ଏହି କୋର୍ସ କରି ପାସ ଆଉଟ ହୋଇଛନ୍ତି l

ସମ୍ବଲପୁର ବରିଷ୍ଠ ଏମବିଏ
ସମ୍ବଲପୁର ବରିଷ୍ଠ ଏମବିଏ (ETV Bharat Odisha)

ଡିଗ୍ରୀ ପାଇବା ପରେ କଣ କହିଲେ ବୈଜ୍ଞାନିକ ?

ଏହି ବୟସରେ ସେ ଏହି କୋର୍ସ ସମ୍ପୂର୍ଣ୍ଣ କରି ମୋହନ ଗୁପ୍ତା କହିଛନ୍ତି, ‘ ମୁଁ ଜଣେ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଅଟେ,ମୋର ଗୋଟିଏ କମ୍ପାନୀ ଅଛି ଯାହାର ଫାଉଣ୍ଡର ବି ମୁଁ ଅଟେ l ମୋର ଏହି କମ୍ପାନୀ ଏଟୋମିକ ଏନଏର୍ଜି, ନ୍ୟୁକ୍ଲିୟର ପାୱାର, ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ କାମ କରେ l ମୋର ବୟସ 84 ବର୍ଷ ଅଟେ ତେବେ ଏହି ବୟସରେ ମଧ୍ୟ 8 ଘଣ୍ଟା କାମ କରେ l’

ପରିଣତ ବୟସରେ ଏମବିଏ ଡିଗ୍ରୀକୁ ନେଇ କଣ କହିଲେ ?

ତେବେ ଏହି ବୟସରେ ଏମବିଏ ପାଠ ପଡିବା ନେଇ ସେ କହିଛନ୍ତି, ‘learning never ends, ଆମକୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶିଖିବାର ଅଛି l ସମ୍ବଲପୁର ଆଇଆଇଏମ ଦିଲ୍ଲୀରେ ଏକ କ୍ୟାମ୍ପସ ଖୋଲିଲା, ଏହା ମୁଁ ଜାଣିବା ପରେ ମୁଁ ସେଠାରେ ପଢିବାକୁ ଇଚ୍ଛା ପ୍ରକାଶ କଲି କାରଣ ସେ କ୍ୟାମ୍ପସ ମୋ ଘରରୁ ବହୁତ ଦୂର ନୁହେଁ l ମୁଁ ଦିଲ୍ଲୀରେ ମୋର ଫାର୍ମ ହାଉସରେ ରୁହେ ଯାହା ଏୟାରପୋର୍ଟ ପାଖରେ ଅଛି ଆଉ ଆଇଆଇଏମ କ୍ୟାମ୍ପସ ମୋ ଫାର୍ମ ହାଉସ ଠାରୁ ମାତ୍ର 10 କିମି ଦୂରତା l ତେଣୁ ମୁଁ ଏହି କୋର୍ସ ୃରେ ନାମ ଲେଖେଇଲି ତାହା ମୋ ପାଇଁ ସୁବିଧା ମଧ୍ୟ ହେଲା l ’

ସମ୍ବଲପୁର ଆଇଆଇଏମକୁ ନେଇ କଣ କହିଲେ ?

ସେ ଆହୁରି କହିଛନ୍ତି, ‘ମୋର କହିବାର ହେଉଛି ମୁଁ ସମ୍ବଲପୁର ଆଇଆଇଏମ ଦ୍ୱାରା ବହୁତ ପ୍ରଭାବିତ, ମୁଁ ବହୁତ ଆଇଆଇଏମ ଦେଖିଛି ଏହା ସବୁଠାରୁ ଭଲ ଅଟେ l ମୋର ସାର୍ଟିଫିକେଟର କୌଣସି ଗୁରୁତ୍ବ ନାହିଁ ତେବେ ମୁଁ ବିଗତ 2 ବର୍ଷ ମଧ୍ୟରେ ଏଠାରୁ ଯାହା ଶିଖିଛି ସେଇଟା ମୋ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ l ମୁଁ ଏଠାରୁ New Art of Management ଶିଖିଛି l ଆମେ ପୁରୁଣା ଢାଞ୍ଚାରେ ମ୍ୟାନେଜମେଣ୍ଟ କରୁଥିଲୁ ତେବେ ଏଠାରୁ ଆମେ ଲେଟେଷ୍ଟ ଟେକନୋଲୋଜି ବାବଦରେ ଶିଖିଲୁ ଯାହା ମୁଁ ମୋର କମ୍ପାନୀରେ ବ୍ୟବହାର କରୁଛି l’

ପାଠ ପଢେଇବାର କୌଶଳ ଉତ୍କୃଷ୍ଟ ମାନର ଅଟେ:

ଅନ୍ୟପଟେ ସମ୍ବଲପୁର ଆଇଆଇଏମରୁ ଆଜି ଆସୋସିଏସନ ଅଫ ଇଣ୍ଡିଆନ ୟୁନିର୍ଭରସିଟିର ଯୁଗ୍ମ ସମ୍ପାଦକ ଡା.ଆଲୋକ କୁମାର ମିଶ୍ର ମଧ୍ୟ ଏମବିଏ ଡିଗ୍ରୀ ହାସଲ କରିଛନ୍ତି l ଆଜି ଡିଗ୍ରୀ ପାଇବା ଅବସରରେ ସେ କହିଥିଲେ, ‘ସମ୍ବଲପୁର ଆଇଆଇଏମ ନିଜର ଏକ କ୍ୟାମ୍ପସ ଦିଲ୍ଲୀରେ ଖୋଲିଛି, ସେଠିକାର ଏମବିଏ ଫର ୱାର୍କିଙ୍ଗ ପ୍ରଫେସନଲ କୋର୍ସର ପ୍ରଥମ ବ୍ୟାଚର ବିଦ୍ୟାର୍ଥୀ ଅଟେ l ଏହି କୋର୍ସଟି ୱାର୍କିଙ୍ଗ ପଫେସନାଲ ପାଇଁ ବହୁତ ଲାଭଦାୟକ କୋର୍ସ ଅଟେ l ଏହି କୋର୍ସ ପାଇଁ ଆମକୁ 18 ଘଣ୍ଟା କ୍ୟାମ୍ପସରେ ରହିବାକୁ ପଡୁଥିଲା l ପ୍ରତ୍ୟେକ ରବିବାରକୁ ରବିବାର କ୍ଲାସ ହେଉଥିଲା l ଏଠାରେ ପାଠ ପଢେଇବାର କୌଶଳ ଉତ୍କୃଷ୍ଟ ମାନର ଅଟେ l ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠ ପଢା ହେଉଛି l ଏଠାରେ ଅତ୍ୟାଧୁନିକ କୌଶଳରେ ପାଠ ପଢ଼ାଯାଏ l ’

ଏହା ମଧ୍ୟ ପଢନ୍ତୁ:

ବଡ଼ ଚିନ୍ତା କର, ଆହ୍ୱାନର ସାମ୍ନା କରିବା ପାଇଁ ଉତ୍ସାହିତ ହୁଅ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର

ଗାୟିକା ଅସୀମା ପଣ୍ଡାଙ୍କୁ ମିଳିଲା ଡକ୍ଟରେଟ୍ ଡିଗ୍ରୀ, ଫଟୋ ସେୟାର କରି ଜଣାଇଲେ କୃତଜ୍ଞତା

ସେ ଆହୁରି କହିଛନ୍ତି,‘ ଏଠାରେ ପାରମ୍ପରିକ ଢାଞ୍ଚାରେ ବହିରେ ପାଠ ପଢାଯାଏ ନାହିଁ, ତେଣୁ ଆମକୁ ବୁଝିବାରେ ସହଜ ହେଉଥିଲା l ମୋତେ ଏବେ 50 ବର୍ଷ ହେଉଛି, ମୁଁ AIIMS ଦିଲ୍ଲୀରୁ ସାଇକୋଲୋଜି କୋର୍ସ ଅଟେ ମୁଁ ଜଣେ ଡାକ୍ତର ମଧ୍ୟ, ମୁଁ ଲଣ୍ଡନରୁ ଏଲଏଲଏମ ମଧ୍ୟ କରିଛି l ତେବେ ଏହି ମ୍ୟାନେଜମେଣ୍ଟ କୋର୍ସ ଆମକୁ ଦୈନନ୍ଦିନ ଜୀବନରେ ବହୁତ ଆବଶ୍ୟକତା ପଡିଥାଏ l ତେଣୁ ଆମକୁ ଯଦି ଆଗକୁ ବଢିବାର ଅଛି ଓ ଦେଶକୁ ଆଗକୁ ବଢେଇବାର ଅଛି ତାହେଲେ ମ୍ୟାନେଜମେଣ୍ଟ ଜାଣିବା ବହୁତ ଆବଶ୍ୟକ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.