Death Cases Koraput Medical College, କୋରାପୁଟ: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା । ଏକାସାଙ୍ଗରେ ଉଠିଲା ୫ ମୃତଦେହ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଜରୀ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେଡିକାଲ କଲେଡ ଡିନ୍ ଡାକ୍ତର ସୁଶାନ୍ତ ସାହୁ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡ଼ା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିଲେ । ହଠାତ୍ ରାତି ୧୧ଟା ପରେ ଆଇସିୟୁରେ ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ତିନି ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାଧାରଣ ୱାର୍ଡ ବେଡରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ଦେଖି ତୁରନ୍ତ ଟାଉନ ଥାନା ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ " ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ । ରାତ୍ରୀକାଳୀନ ଦାୟିତ୍ଵରେ ଥିବା କର୍ମଚାରୀ କିଛି ଇଞ୍ଜେକ୍ସନ ଦୁଇ ଥର ଦେଇଥିଲେ । ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । " ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଭୁଲ ଇଞ୍ଜେକ୍ସନ ଦେଇ ଦେବାରୁ ଏପରି ହୋଇଛି । କିନ୍ତୁ ବେଡ୍ ରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳି ପାରିନାହିଁ ।
ଚିକିତ୍ସାରେ କୌଣସି ପ୍ରକାର ଅବହେଳାକୁ ଡିନ୍ ସୁଶାନ୍ତ ସାହୁ ଖଣ୍ଡନ କରିଛନ୍ତି । ମୃତଙ୍କ ସମ୍ପର୍କରେ ସୂଚନା ଦେଇ ଡିନ୍ ଡାକ୍ତର ସୁଶାନ୍ତ ସାହୁ କହିଛନ୍ତି ଯେ, "ଜଣଙ୍କର ଯେଉଁ ସର୍ଭାଇକାଲ କ୍ୟାନସର ଥିଲା । ସେ ହେଉଛନ୍ତି 50 ବର୍ଷୀୟ ମହିଳା । ଦ୍ବିତୀୟ ରୋଗୀ କୋରାପୁଟର ଶୁକ୍ରା ମାଝୀ, ଯିଏକି 45 ବର୍ଷୀୟ ପୁରୁଷ ଏବଂ ତାଙ୍କର ଷ୍ଟେପ୍ ଇଞ୍ଜୁରୀ ଥିଲା। । ତୃତୀୟ ରୋଗୀ 47 ବର୍ଷୀୟା ମହିଳା ରୁକ୍ମିଣୀ ପେଣ୍ଠିଆ ଏବଂ ଚତୁର୍ଥ ରୋଗୀ 36 ବର୍ଷୀୟ ଭଗବାନ ପରଜା । ଏଥିରୁ ସର୍ଜରୀ ୱାର୍ଡରେ ଜଣଙ୍କର ଓ ସର୍ଜରୀ ଆସିୟୁରେ 4 ଜଣଙ୍କର ମୃତ୍ୟୁ ହୋଇଛି । "
" ସବୁ ମୃତ୍ୟୁ ରାତି 10ଟାରୁ 11ଟା ମଧ୍ୟରେ ହୋଇଛି। ଆଇସିୟୁର 4ଟା କେସ୍ ମଧ୍ୟରୁ ଗୋଟିଏ ହେଲା ସର୍ଭାଇକାଲ କ୍ୟାନ୍ସର ଲେଡିଜ୍ ଟା ସେ କଳାହାଣ୍ଡିର କେସ୍, ଆଉ ତାର ଫୋର୍ଥ ଷ୍ଟେଜରେ ଥିଲା । ଆଉ ଦୁଇଟି କେସ ଛୁରା ମାଡ଼ ଜନିତ ଇଞ୍ଜୁରୀ ଥିଲା । ଆଉ ଜଣଙ୍କର ଲିଭର ଇଞ୍ଜୁରୀ ଥିଲା । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ସେହପିର ଜଣେ ରୋଗୀ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ମୃତକମାନଙ୍କ କଣ୍ଡିସନ ଇମ୍ପ୍ରୁଭ ହୋଇପାରିଲା ନାହିଁ" ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିନ୍ ସୁଶାନ୍ତ ସାହୁ।

ତେବେ ଇଞ୍ଜେକ୍ସନ ଦେବାପରେ ସମସ୍ତ ରୋଗୀଙ୍କର ମୃତ୍ୟୁ ହେବାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ଡିନ୍ । ସେ କହିଛନ୍ତି ଯେ, "ଯେତେବେଳେ ଜଣେ ରୋଗୀ ସକ୍ ଷ୍ଟେଜକୁ ଆସନ୍ତି, ତାଙ୍କୁ କିଛି ଔଷଧ ଦିଆଯାଏ । ଯେଉଁଟାକି ତାର ବ୍ଲଡ୍ ପ୍ରେସର ଆଦି ଇଲାଭେଟ୍ କରିବ। ତେଣୁ ଯେଉଁ ଇଞ୍ଜେକ୍ସନ ଦିଆଯାଇଛି, ତାକୁ ରୋଗୀ ଆଉ ରେସ୍ପଣ୍ଡ କରିନାହାନ୍ତି । " ଇଞ୍ଜେକସନର ନାମ ନରେଟ୍ରାଲାଇନ୍ ବୋଲି କହିଛନ୍ତି ଡିନ। ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏଭଳି ଚିକିତ୍ସା ନିୟମିତ ପ୍ରୋଟୋକଲ ହିସାବରେ କରାଯାଏ । ତଥାପି ପ୍ରାଥମିକ ତଦନ୍ତ କମିଟି ଗଢ଼ାଯାଇଛି। ଯଦି ଆଉ କିଛି କାରଣ ଥିବ କିମ୍ବା ଡାକ୍ତରୀ ସେବାରେ ଅବହେଳା ବାହାରିବ, ତାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନିଆଯିବ ।"
ମୃତଦେହଗୁଡ଼ିକୁ ଟାଉନ ଥାନା ପୋଲିସ ଜବତ କରିଛି । ଆଇସିୟୁର ତିନି ମୃତଦେହ ଏବଂ ଅନ୍ୟ ଦୁଇ ମୃତଦେହର ବ୍ୟବଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
ଦାରିଙ୍ଗବାଡ଼ି ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, 8 କିଲୋମିଟର କାନ୍ଧରେ ବୁହା ହେଲା ମରଶରୀର - PREGNANT WOMAN DEATH DARINGBADI
ଇଟିଭି ଭାରତ, କୋରାପୁଟ