ETV Bharat / state

ପିଢି଼ ପିଢ଼ି ଧରି ବଞ୍ଚାଇ ରଖିଛନ୍ତି ପରମ୍ପରା, ଦଣ୍ଡଯାତ୍ରାରେ ଆବଶ୍ୟକ କଳାକୃତି ଦେଉଛି ରୋଜଗାର - DANDA YATRA 2025

ପିଢି଼ପିଢ଼ି ଧରି ବଞ୍ଚାଇ ରଖିଛନ୍ତି ନିଜ କୌଳିକ ପରମ୍ପରା । ଦଣ୍ଡଯାତ୍ରାରେ ଆବଶ୍ୟକ ମା' କାଳୀଙ୍କ ପରଭା, ମୁଖା ଓ ଚିତ୍ର ପ୍ରସ୍ତୁତ କରି କରୁୁଛନ୍ତି ରୋଜଗାର ।

DANDA YATRA 2025
DANDA YATRA 2025 (ETV Bharat Odisha)
author img

By ETV Bharat Odisha Team

Published : April 9, 2025 at 6:30 PM IST

2 Min Read

Danda Yatra Artwork ଅନୁଗୋଳ: ଚାଲିଛି ପାରମ୍ପରିକ ଦଣ୍ଡ ଯାତ୍ରା । ଏଥିପାଇଁ ସକ୍ରିୟ ହୋଇ ପଡିଛନ୍ତି ଅନୁଗୋଳ ଜିଲ୍ଲା ଜରାରପୁର ଗାଁର ଶିଳ୍ପୀ । କାରଣ ଜରାରପୁର ହେଉଛି ଜିଲ୍ଲାର ଏକମାତ୍ର ଗାଁ ଯେଉଁଠି ପୁରୁଷ ପୁରୁଷ ଧରି ହସ୍ତ ଶିଳ୍ପୀମାନେ ମା' କାଳୀଙ୍କ ପରଭା, ମୁଖା ଓ ଚିତ୍ର ପ୍ରସ୍ତୁତ କରନ୍ତି । ଏଥିସହ ଦଣ୍ଡନାଚ ପାଇଁ ଆବଶ୍ୟକ ଡଙ୍ଗା ଠାରୁ ନେଇ ଅନ୍ୟାନ୍ୟ ମୁଖା ତିଆରି କରନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ଆସି ଦଣ୍ଡଯାତ୍ରା କମିଟିର କର୍ମକର୍ତ୍ତା ଆବଶ୍ୟକ ଜିନିଷ କିଣି ନେଉଛନ୍ତି ।

ଦଣ୍ଡଯାତ୍ରାରେ ଆବଶ୍ୟକ କଳାକୃତି ଦେଉଛି ରୋଜଗାର (ETV Bharat Odisha)

ପୁରୁଷ ପୁରୁଷ ଧରି କରିଆସୁଛନ୍ତି ମା' ଦଣ୍ଡ କାଳୀଙ୍କ ପରଭା ଓ ମୁଖା ତିଆରି:

ଅନୁଗୋଳ ବ୍ଲକର ଜରାରପୁର ଗାଁ । ଗାଁଟି ବହୁତ ବଡ଼ ହୋଇଥିଲେ ମଧ୍ୟ ମାତ୍ର ୫/୬ଟି ମହାପାତ୍ର ପରିବାର ରହୁଛନ୍ତି । ସେମାନେ ପୁରୁଷ ପୁରୁଷ ଧରି ବିଭିନ୍ନ ମୂର୍ତ୍ତି, ମୁଖା ଆଦି ତିଆରି କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ଚୈତ୍ର ମାସ ଆସିଲେ ସେମାନଙ୍କ ଚାହିଦା ଆହୁରି ବଢିଯାଏ । ଚୈତ୍ର ମାସରେ ଦଣ୍ଡଯାତ୍ରା ଆରମ୍ଭ ହୁଏ । ସେଥିପାଇଁ ମା' ଦଣ୍ଡ କାଳୀଙ୍କ ପରଭା ଓ ମୁଖା ବିଶେଷ ଭାବେ ବିକ୍ରି ହୁଏ । ଏହା ବ୍ୟତୀତ ଦଣ୍ଡ ନାଚରେ ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ନେଇ ଯେଉଁ ନାଟକ ମଞ୍ଚସ୍ଥ ହୁଏ ସେଥିପାଇଁ ଘୋଡା, ବାଘ ଓ ରାଜାରାଣୀଙ୍କ ମୁଖା ଏବଂ ଡଙ୍ଗା ଆଦିର ଆବଶ୍ୟକ ପଡେ । ଜରାରପୁର ଗାଁରେ ଶିଳ୍ପୀମାନେ ଏସବୁ ତିଆରି କରନ୍ତି ।

DANDA YATRA 2025
DANDA YATRA 2025 (ETV Bharat Odisha)

କେବଳ ଅନୁଗୋଳ ଜିଲ୍ଲା କାହିଁକି ଆଖପାଖ ପଡୋଶୀ ଜିଲ୍ଲାରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଶିଳ୍ପୀ ନାହାନ୍ତି । ତେଣୁ ଦଣ୍ଡଯାତ୍ରା ଆରମ୍ଭ ହେବା ଦିନ ଠାରୁ ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରାୟ ୧୫ ଦିନ ଏହି ଗାଁରେ ଭିଡ଼ ଲାଗିରହେ । ଗାଁ ଗାଁରେ ଦଣ୍ଡଯାତ୍ରା ହେଉଥିବାରୁ ଏସବୁର ଚାହିଦା ମଧ୍ୟ ଅଧିକ । ଏସମୟରେ ଶିଳ୍ପୀମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି ।

DANDA YATRA 2025
DANDA YATRA 2025 (ETV Bharat Odisha)

୬୦ରୁ ୭୦ ହଜାର ଟଙ୍କା ରୋଜଗାର:

ଏନେଇ ଶିଳ୍ପୀ ରବୀନ୍ଦ୍ର ମହାପାତ୍ର କହିଛନ୍ତି, "କାହିଁ କେଉଁ ପୁରୁଷରୁ ଆମେ ଦଣ୍ଡନାଚ ପାଇଁ ଆବଶ୍ୟକ ମୁଖା ଠାକୁରାଣୀ ପରଭା ଆଦି ତିଆରି କରୁଛୁ । ମୋ ଜେଜେବାପା ଓ ତାଙ୍କ ଜେଜେବାପାମାନେ ଏହା କରୁଥିଲେ । ପରିବାରର ପରମ୍ପରା ଅନୁଯାୟୀ ଏହା କରୁଛୁ ।" ସେହିପରି ମୋହନ ମହାପାତ୍ର କହିଛନ୍ତି, "ବର୍ଷକ ଥରେ ଏହି କାମ କରୁ । ପୁରୁଷାନୁକ୍ରମେ ଆମେ ଏହା କରି ଆସୁଛୁ । ଏବେ ୭ଟି ପରିବାର ଏବେ ଏହି କାମ କରୁଛୁ । ଯାହା ବାବଦକୁ ପରିବାର ପିଛା ୬୦ରୁ ୭୦ ହଜାର ଟଙ୍କା ରୋଜଗାର ହେଉଛି ।"

ପୁରୁଷଙ୍କୁ ସାହଯ୍ୟ କରନ୍ତି ମହିଳା:

ଦଣ୍ଡଯାତ୍ରା ଆମର ପ୍ରାଚୀନ ପରମ୍ପରାର ଏକ ନିଦର୍ଶନ । ତେଣୁଜରାରପୁର ଗାଁର ଏହି ଚିତ୍ରଶିଳ୍ପୀମାନେ ଏହି ପରମ୍ପରା ସହିତ ଜଡିତ ଅଛନ୍ତି । କାରଣ ମା' କାଳୀଙ୍କ ପରଭା ତିଆରି ଶେଷ ହେବା ପରେ ନିଜ ଘରେ ସେହି ପରଭାକୁ ଧୂପ, ଦୀପ, ଝୁଣା ଦେଇ ବିଧି ଅନୁସାରେ ପୂଜାର୍ଚନା କରିବା ପରେ ହିଁ ବିକ୍ରି କରନ୍ତି । ଏମିତି ପ୍ରଥା ସେମାନଙ୍କ ପୂର୍ବ ପୁରୁଷରୁ ଚାଲି ଆସିଛି । ଏବେ ଜରାରପୁର ଗାଁକୁ ଗଲେ ଏହି ଶିଳ୍ପୀମାନଙ୍କ ଦ୍ୱାରା ତିଆରି ହୋଇଥିବା ମାଳମାଳ ପରଭା ଓ ମୁଖା ଦେଖିବାକୁ ମିଳୁଛି । ଶିଳ୍ପୀମାନେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । କିଏ ତୁଳି ଧରି ରଙ୍ଗ ମାରୁଚି ତ ଆଉ କିଏ ଶେଷ ହୋଇଥିବା ପରଭାକୁ ପୂଜାର୍ଚ୍ଚନା କରୁଛି । ଆଉ କିଛିଦିନ ପରେ ଦଣ୍ଡ ଯାତ୍ରା ଶେଷ ହୋଇଯିବ । ତେଣୁ ବିଭିନ୍ନ ଦଣ୍ଡଯାତ୍ରା କମିଟି ଯାହା ନେବା ପାଇଁ ଅଗ୍ରୀମ ରାଶି ଦେଇଛନ୍ତି ସେମାନଙ୍କୁ ଯଥା ସମୟରେ ଦେବା ପାଇଁ ଲାଗି ପଡିଛନ୍ତି ଶିଳ୍ପୀମାନେ। ଖାଲି ପୁରୁଷ ନୁହଁନ୍ତି ମହିଳା ମାନେ ମଧ୍ୟ ଏହି କାମରେ ବ୍ୟସ୍ତ ରୁହନ୍ତି ।

DANDA YATRA 2025
DANDA YATRA 2025 (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...

ବୁଢ଼ୀ ଠାକୁରାଣୀ ଯାତ୍ରାରେ 'ଧର୍ମଝଣ୍ଡା', କାହିଁକି ମହିଳା କରନ୍ତି ପୂଜାର୍ଚ୍ଚନା ?

ଏଣିକି ଦଣ୍ଡନାଚରେ ପ୍ରଦର୍ଶିତ ହେବନି ଅଶ୍ଲୀଳତା, ପୌରାଣିକ କଥାବସ୍ତୁକୁ ଗୁରୁତ୍ବ

ପାରମ୍ପରିକ କଳାକୃତିକୁ ବଞ୍ଚାଇ ରଖିଛନ୍ତି:

ଏନେଇ ସୁନିତା ମହାପାତ୍ର କହିଛନ୍ତି, "କେବଳ ପରୁଷ ନୁହେଁ ମହିଳା ଓ ପିଲାମାନେ ମଧ୍ୟ ଏହି କାମରେ ସାହାଯ୍ୟ କରନ୍ତି । ବିକ୍ରି ଅନୁଯାୟୀ ଲାଭ ପାଉଛୁ । ଘୋଡା, ବାଘ ଓ ରାଜାରାଣୀଙ୍କ ମୁଖା ଏବଂ ଡଙ୍ଗା ଆଦିର ସେମାନେ ତିଆରି କରନ୍ତି । ସେହିଭଳି ଗୌରୀ ମହାପାତ୍ର କହିଛନ୍ତି" ଆମେ ଆମର ପାରମ୍ପରିକ କଳାକୃତିକୁ ବଞ୍ଚାଇ ରଖିଛୁ । ଯାହା ମିଳୁଛି ସେଥିରେ ନିଜ ପରିବାର ପ୍ରତିପୋଷଣ ହୋଇ ପାରୁଛି । କିଛି ସରକାରୀ ସୁବିଧା ମିଳିଲେ ଆହୁରି ଅଧିକ କରିପାରନ୍ତୁ ।"

DANDA YATRA 2025
DANDA YATRA 2025 (ETV Bharat Odisha)

ତେବେ ଜରାରପୁର ଗାଁର ଏହି ହାତଗଣତି କେତେଜଣ ଶିଳ୍ପୀ ନିଜର ଜୀବିକା ବଞ୍ଚାଇ ରଖିବା ସହ ଦଣ୍ଡ ଭଳି ପ୍ରାଚୀନ ପରମ୍ପରା ସହ ଜଡିତ ରହିଛନ୍ତି । ନଚେତ ମା' କାଳୀଙ୍କ ପରଭାଟିଏ ପାଇବାକୁ ବହୁତ ଅସୁବିଧା ହୋଇପାରନ୍ତି ।

DANDA YATRA 2025
DANDA YATRA 2025 (ETV Bharat Odisha)

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.