ETV Bharat / state

କଟକରେ ଆଉ ହେବନି ଜଳବନ୍ଦୀ ସମସ୍ୟା ! ସରିବ ବକ୍ସ ଡ୍ରେନ କାର୍ଯ୍ୟ, ବୁଲି ଦେଖିଲେ RDC - CUTTACK WATERLOGGING REVIEW

ଆସୁଛି ବର୍ଷା ଋତୁ । କଟକ ସହରର ଡ୍ରେନେଜ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ସିଏମସି କମିଶନର ।

CUTTACK WATERLOGGING REVIEW
CUTTACK WATERLOGGING REVIEW (ETV Bharat Odisha)
author img

By ETV Bharat Odisha Team

Published : May 31, 2025 at 8:58 PM IST

2 Min Read

କଟକ: ମୌସୁମୀ ବର୍ଷାରେ କଟକ ସହରରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହୁଏ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଆଜି କଟକ ସହରର ଡ୍ରେନେଜ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସିଏମସି କମିଶନରଙ୍କ ସହ ବକ୍ସିବଜାର,ପଟା ପୋଲ,ବଜ୍ରକବାଟି, ଛତ୍ରବଜାର, ଡ୍ରେନ ଏବଂ ବକ୍ସ ଡ୍ରେନର ଅବସ୍ଥାର ସମୀକ୍ଷା କରିଛନ୍ତି । ସେହିପରି ନାଳ ନର୍ଦ୍ଦମା ଗୁଡିକରୁ ପଙ୍କ ଉଦ୍ଧାର କିଭଳି ସଠିକ୍ ଢଙ୍ଗରେ କରାଯାଉଛି କି ନାହିଁ, ତାହାର ବି ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ।

କଟକରେ ଆଉ ହେବ ନାହିଁ ଜଳବନ୍ଦୀ ସମସ୍ୟା (ETV Bharat Odisha)

ଡ୍ରେନେଜ କାର୍ଯ୍ୟର ସମୀକ୍ଷା କଲେ ଆରଡିସି

ଜୁନ ମାସ ଶେଷ ସୁଦ୍ଧା ସମସ୍ତ ନାଳ ନର୍ଦ୍ଦମା ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମହାନଗର ନିଗମକୁ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତଳିଆ ଅଞ୍ଚଳ ମାନଙ୍କରେ ଜଳ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି ।ସହରର ପ୍ରମୁଖ ନର୍ଦ୍ଦମା ଗୁଡିକରେ ବର୍ଷା ଦିନେ ଜଳ ନିଷ୍କାସନ ନିମନ୍ତେ ଅସ୍ଥାୟୀ ଭାବେ ୩୧୦ଟି ମଟର ପମ୍ପର ବ୍ୟବସ୍ଥା କରାଯାଇଛି । ଏଥିସହ ତଳିଆ ଅଞ୍ଚଳରେ ଜଳମଗ୍ନ ଅବସ୍ଥା ପ୍ରତିହତ ନିମନ୍ତେ ସ୍ଥାୟୀ ମଟର ପମ୍ପ ମଧ୍ୟ କାର୍ଯ୍ଯ କରୁଛି । ସହରରେ ପ୍ରାୟ ୧୧୩ଟି ତଳିଆ ଅଞ୍ଚଳ ରହିଛି । ଏବଂ ଏହି ସ୍ଥାନ ଗୁଡିକରେ ଜଳମଗ୍ନ ହେଉଥିବା ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା କିପରି ତ୍ଵରାନିତ କରାଯିବା ସେନେଇ ଆରଡିସି ସିଏମସିକୁ ନିର୍ଦ୍ଧେଶ ଦେଇଛନ୍ତି ।

CUTTACK WATERLOGGING REVIEW
CUTTACK WATERLOGGING REVIEW (ETV Bharat Odisha)

ପରିମଳ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ଆରଡିସି ନିର୍ଦ୍ଧେଶ :

କଟକରେ ମୁଖ୍ୟତଃ ୪୦୩ କି.ମି଼ ପର୍ଯ୍ୟନ୍ତ ପ୍ରାକୃତିକ ନାଳ ରହିଛି । ୯୨% ସଫା ହୋଇଥିବା ବେଳେ ସହର ମଧ୍ୟରେ ଥିବା ଭୂ-ତଳ ନାଳ ଅନେକ ଛୋଟ ବଡ଼ ଡ୍ରେନ ରହିଛି । ପ୍ରାୟତଃ ଆବର୍ଜନା ଭରି ରହିଥିବା ଏହି ନର୍ଦ୍ଦମାମାନଙ୍କରେ ସହରର ବର୍ଜ୍ୟବସ୍ତୁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦୂଷଣଯୁକ୍ତ ସାମଗ୍ରୀ ମଧ୍ୟ ରହିଛି । ଏସବୁ ଗୁଡ଼ିକର ସଫେଇ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଏବଂ ୩ କି.ମି.ବକ୍ସ ଡ୍ରେନ (ନାଳ)ତଥା ଖୋଲା ଡ୍ରେନ ଗୁଡ଼ିକୁ ସୁପର ସକର ମେସିନ ଜରିଆରେ ସଫା କରାଯିବା ଏବଂ ପରିମଳ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ଉପରେ ପଦକ୍ଷେପ ନେବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଇଟିଭି ଭାରତରେ ବାଜିଲା ଖବର: ନିଆଳି ବିଧାୟକ ଶୁଣିଲେ ଦୁଃଖ, ପୂରା ହେବ ବିଳାଶୁଣୀର ସ୍ବପ୍ନ - BILASUNI KUNDHIMUNHA APPROACH ROAD

ଏହା ମଧ୍ୟ ପଢନ୍ତୁ...'ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ' - MEGA PIPED WATER SUPPLY PROJECT

'ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଜଳ ନିଷ୍କାସନ ହେବ'

ଡ୍ରେନେଜ କାର୍ଯ୍ୟର ସମୀକ୍ଷା
ଡ୍ରେନେଜ କାର୍ଯ୍ୟର ସମୀକ୍ଷା (ETV Bharat Odisha)

ଅନ୍ୟପଟେ ସିଏମସି କମିଶନର ଅଚ୍ୟୁତ ଅନାମ ପାତ୍ର କହିଛନ୍ତି,"ଯଦି ମୁଷଳ ବର୍ଷା ହେବ ତେବେ କଟକରେ ଜଳମଗ୍ନ ପରିସ୍ଥିତି ଉପୁଜୀବ । ମାତ୍ର ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ଜଳ ନିଷ୍କାସନ କରାଯାଇ ପାରିବ । "ସେହିପରି ଆଜି ସହରରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହେବ ଯାହାକି ଜଳମଗ୍ନ ସ୍ଥିତିର ସହଜରେ ମୁକାବିଲା କରାଯାଇପାରିବ ବୋଲି ଡ୍ରେନେଜ ବିଭାଗର ଜେନେରାଲ ମ୍ୟାନେଜର ଅଚ୍ୟୁତ ବିଜୟାନନ୍ଦ ବେହେରା କହିଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.