ETV Bharat / state

ବେଆଇନ ଗର୍ଭପାତ ମେଡିସିନ ବିକ୍ରି ନେଇ ଧରପଗଡ, ରାଣୀହାଟରେ ରେଡ୍‌ - CUTTACK DRUG CONTROLLER RAID

ବେଆଇନ ଗର୍ଭପାତ ଔଷଧ ବିକ୍ରି ନେଇ ଗତକାଲି ଭୁବନେଶ୍ୱର ପରେ ଆଜି କଟକର ଔଷଧ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲରର ଚଢାଉ ।

Drug Controller Raids In Cuttack
Drug Controller Raids In Cuttack (ETV Bharat Odisha)
author img

By ETV Bharat Odisha Team

Published : June 10, 2025 at 5:31 PM IST

1 Min Read

Drug Controller Raids In Cuttack କଟକ: ବେଆଇନ ଭାବେ ରାଜ୍ୟର କିଛି ଔଷଧ ଦୋକାନ ଚାଲିଛି ବେଧଡକ ଏମ୍‌ଟିପି କିଟ୍‌ ଓ ଗର୍ଭପାତ ଔଷଧ ବିକ୍ରି । ଯାହାକୁ ନେଇ ଆକ୍ସନ ମୋଡରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ । ଗତକାଲି(ସୋମବାର) ରାଜଧାନୀ ପରେ ଆଜି କଟକରେ ଚଢାଉ କରାଯାଇଛି । ଏହି ସାମଗ୍ରୀ ଗୁଡିକ ବିକ୍ରି ଉପରେ କଟକଣା ଲାଗିଥିବା ସତ୍ତ୍ୱେ କାହିଁକି ବେଆଇନ ଭାବରେ ଏସବୁ ବିକ୍ରି ହେଉଛି । ଯାହାକୁ ନେଇ ବିଭାଗ ପକ୍ଷରୁ କଟକ ରାଣୀହାଟ ଛକ ନିକଟରେ ଥିବା ଔଷଧ ଦୋକାନରେ ତନତନ କରି ଯାଞ୍ଚ କରିଛି ବିଭାଗ ।

ରାଣୀହାଟରେ ରେଡ୍‌:

ବିଶେଷ କରି କେଉଁ କେଉଁ ଦୋକାନ ଗୁଡିକରେ ଗର୍ଭପାତ ଔଷଧ ରଖାଯାଇଛି । କେତେ ପରିମାଣର ରଖାଯାଇଛି । ସେସବୁ ବିଲ୍‌ ହୋଇଛି କି ନାହିଁ । ଯଦି ବିକ୍ରି ହୋଇଛି ସେସବୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କ ପ୍ରେସକିସନ ଅଛି କି ନାହିଁ ? ଏଭଳି ଅନେକ ଦିଗକୁ ଦୃଷ୍ଟିରେ ରଖି ବିଭାଗ ଦୋକାନ ଗୁଡିକରେ ଛାନଭିନ କରିଛି । ଅବୈଧ ଔଷଧ ବିକ୍ରିକୁ ରୋକିବା ପାଇଁ ଏହି ରେଡ କରାଯାଇଛି ।

Drug Controller Raids In Cuttack (ETV Bharat Odisha)

ଯାଞ୍ଚ କଲେ ଅଧିକାରୀ:

ଏନେଇ ଡ୍ରଗ୍‌ କଣ୍ଟ୍ରୋଲ ଅଧିକାରୀ, ‘ଅନେକ ଦୋକାନରେ ଏସବୁ ଔଷଧ ମହାଜୁତ ଥିଲା । ସେଗୁଡିକର ବିଲର ଯାଞ୍ଚ କରାଯାଇଛି । ସେହିପରି ଯେତିକି ବିକ୍ରି ହୋଇଛି ତାହାର ପ୍ରେସକିସନ ଅଛି କି ନାହିଁ ତାହାର ବି ତଥ୍ୟ ମଗାଯାଇଛି ।ଯେଉଁମାନେ ଏସବୁ ତଥ୍ୟ ଦେବାରେ ଅସମର୍ଥ ହେବେ,ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏବଂ ବେଆଇନ ଜଣା ପଡିଲେ ଦୋକାନର ଲାଇସେନ୍ସ ବାତିଲ କରାଯିବ ।’

ପ୍ରେସକ୍ରିପସନ ଦେଖାଇ ମେଡିସିନ୍‌ ନେବାକୁ ପରାମର୍ଶ:

ସେହିପରି ଯେଉଁ ଔଷଧ ଗୁଡିକ ଅଛି ତାହାର ମାନ ବି ଯାଞ୍ଚ କରାଯିବ। କାରଣ ଖରାପ ମାନ ବ୍ୟବହାର କରିବା ଅନୁଚିତ । ତାହା ଜୀବନ ବି ନେଇପାରେ । ସେଥିପାଇଁ ଯେଉଁ ମାନେ ଏହାକୁ ବ୍ୟବହାର କରୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ପ୍ରେସକ୍ରିପସନ ଦେଖାଇ ନେବାକୁ ପରାମର୍ଶ ଦେଇଛି ବିଭାଗ ।

ଏହା ମଧ୍ୟ ପଢନ୍ତୁ:

ବେଆଇନ ଗର୍ଭନିରୋଧକ ବଟିକା ବିକ୍ରି, ନୟାପଲ୍ଲୀରେ ଡ୍ରଗସ କଣ୍ଟ୍ରୋଲ ଟିମ୍‌ର ଚଢାଉ

ଚିଲିକା ଦଳରୁ ସ୍କିନ କ୍ୟାନ୍ସର ସଲ୍ୟୁସନ, ରେଭେନ୍ସା ଗବେଷକଙ୍କୁ ମିଳିଲା ପେଟେଣ୍ଟ

ଗତକାଲି ରାଜଧାନୀରେ ଚାଲିଥିଲା ରେଡ୍‌:

ସେହିପରି ଗତକାଲି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ବେଆଇନ ଭାବେ ଗର୍ଭପାତ ଔଷଧ ବିକ୍ରି ନେଇ ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା । ବିଭିନ୍ନ ମେଡିସିନ ଷ୍ଟୋରରେ ଏହି ଚଢାଉ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.