ETV Bharat / state

ଜାତୀୟ ମାନ୍ୟତା ପାଇଲା କଟକ ଐତିହାସିକ ବାଲିଯାତ୍ରା - CUTTACK BALI YATRA

କଟକ ଐତିହାସିକ ବାଲିଯାତ୍ରା ପାଇଲା ଜାତୀୟ ମାନ୍ୟତା । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି ।

CUTTACK BALI YATRA
CUTTACK BALI YATRA (ETV Bharat Odisha)
author img

By ETV Bharat Odisha Team

Published : Feb 6, 2025, 9:46 PM IST

ହାଇଦ୍ରାବାଦ: ରାଜ୍ୟ ପାଇଁ ଖୁସି ଖବର । ଜାତୀୟ ମାନ୍ୟତା ପାଇଲା କଟକ ଐତିହାସିକ ବାଲିଯାତ୍ରା । ଆଜି ରାଜ୍ୟସଭାରେ ଲିଖିତ ଉତ୍ତରରେ ଅବଗତ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ପୂର୍ବରୁ ଅନେକ ଥର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ଦାବି ହୋଇଆସୁଥିଲା । ଗତ ମଙ୍ଗଳବାର ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ଗୃହରେ ଦାବି କରିଥିଲେ । ଶେଷରେ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା ।

କଟକ ବାଲିଯାତ୍ରା ସମ୍ପର୍କରେ:

ଏସିଆ ମହାଦେଶର ସବୁଠାରୁ ବଡ଼ ମୁକ୍ତାକାଶ ବାଣିଜିକ୍ୟ ମେଳା ପରିଚିତ କଟକ ବାଲିଯାତ୍ରା । ଯାହାକି ପ୍ରାଚୀନକାଳରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ରାଷ୍ଟ୍ର ସହ ସମ୍ପର୍କକୁ ଦର୍ଶାଏ । ପ୍ରତିବର୍ଷ କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଥାଏ ଏହି ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ବର୍ତ୍ତମାନ କିଛି ବର୍ଷ ହେଲା ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସରକାର ଏହାକୁ 7 ଦିନ ପରିବର୍ତ୍ତେ 8 ଦିନ କରୁଛନ୍ତି ।

ରାଜ୍ୟସଭାରେ ଦାବି କରିଥିଲେ ବିଜେଡି ସାଂସଦ:

ଗତ ମଙ୍ଗଳବାର କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ଉତ୍ସବ ମାନ୍ୟତା ଦେବାକୁ ରାଜ୍ୟସଭାରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଗୃହରେ ଦାବି ଉଠାଇଥିଲେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ସାଂସଦ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କହିଥିଲେ, ‘ବାଲିଯାତ୍ରା ଏକ ଜାତୀୟ ମହୋତ୍ସବର ମହତ୍ତ୍ବ ଗ୍ରହଣ କରିଛି । ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଥିରେ ଅଶଂଗ୍ରହଣ କରି ଏହାକୁ ଏକ ବଡ଼ ମହୋତ୍ସବରେ ପରିଣତ କରିଛନ୍ତି ।’

ଜାତୀୟ ଉତ୍ସବ ପାଇଁ ଅନୁରୋଧ କରିଥିଲେ ନବୀନ:

ଦେବାଶିଷ ଆହୁରି କହିଥିଲେ, ଓଡ଼ିଶାର 2000 ବର୍ଷ ପୁରୁଣା ସାମୁଦ୍ରିକ ଗୌରବକୁ ସମ୍ମାନ ଜଣାଇ ପ୍ରତୀକାତ୍ମକ ଭାବେ ହଜାର ହଜାର ଡଙ୍ଗା ମହାନଦୀରେ ଭାସୁଥାଏ । ଦୀର୍ଘ ବର୍ଷ ଧରି ଏହି ମେଳା ବିସ୍ତୁତ ହେବାରେ ଲାଗିଛି । ଏହା ଏସିଆର ସବୁଠୁ ବଡ଼ ମେଳା କୁହାଯାଏ ବୋଲି ଲୋକକଥା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା କରିଥିଲେ । ଜାତୀୟ ଉତ୍ସବର ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।’

ଇଣ୍ଡୋନେସିଆରେ ମୋଦିଙ୍କ ତୁଣ୍ଡରେ ବାଲିଯାତ୍ରା କଥା:

କେବଳ ରାଜ୍ୟ ନୁହେଁ ଇଣ୍ଡୋନେସିଆରେ ଉଠିଥିଲା ବାଲିଯାତ୍ରା କଥା । ଇଣ୍ଡୋନେସିଆ ଗସ୍ତ ସମୟରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଐତିହାସିକ ବାଲିଯାତ୍ରା ବିଷୟରେ କହିଥିଲେ । ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଓଡ଼ିଶା ମହୋତ୍ସବ ହଜାର ହଜାର ବର୍ଷ ଧରି ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା, ମାଲେସିଆ ସହ ଭାରତକୁ କିପରି ସଂଯୋଗ କରିଛି ତାହା ଉପରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ମଧ୍ୟ ପଢନ୍ତୁ:

ସଂସଦରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, ଜାତୀୟ ଉତ୍ସବର ମାନ୍ୟତା ଦାବି କଲେ ବିଜେଡି ସାଂସଦ

ସରିଲା ବାଲିଯାତ୍ରା, ସଫା ହେଲାନି ପଡିଆ: ଏମିତି ଚେତାବନୀ ଦେଲେ ଆଇନଜୀବୀ

ସରିଲା ଐତିହାସିକ ବାଲିଯାତ୍ରା: ଏଥର ୨୫୦ କୋଟିର ବ୍ୟବସାୟ, ଶେଷ ସଂଧ୍ୟାରେ ବୁଲିଲେ 12 ଲକ୍ଷ ଦର୍ଶକ

ବାଲିଯାତ୍ରାରେ ବଢୁଛି ଦେଶୀ ସାମଗ୍ରୀର ଡିମାଣ୍ଡ, ORMAS ଷ୍ଟଲ ଆଗରେ ଲମ୍ବା ଲାଇନ

କଣ କୁହେ ବାଲିଯାତ୍ରା ଇତିହାସ:

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥା ବଖାଣିଥାଏ କଟକ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ସପ୍ତାଏ ପର୍ଯ୍ୟନ୍ତ ଚାଲେ । ଲୋକାରଣ୍ୟ ହୋଇଉଠେ ମହାନଦୀ ପଠା । ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ହଜାର ହଜାର ଷ୍ଟଲ, ମନରଞ୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଏ । ଇତିହାସ କୁହେ, କଳିଙ୍ଗ ରାଜ୍ୟର ସାଧବ ପୁଅ ମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ବୋଇତରେ ଜାଭା, ସୁମିତ୍ରା, ବାର୍ଲି ଭଳି ଦେଶରେ ବାଣିଜ୍ୟ କରୁଥିଲେ । ସେଠାରୁ ବାଣିଜ୍ୟ ସାରି ଫେରିବା ସମୟରେ ମହାନଦୀ ବାଲିରେ ଏକ ମେଳାର ଆୟୋଜନ ହେଉଥିଲା ।

କେମିତି ହେଲା ବାଲିଯାତ୍ରାର ନାମକରଣ:

ବାର୍ଲିରେ ବାଣିଜ୍ୟ ଓ ବାଲି ଉପରେ ମେଳା ହେଉଥିବାରୁ ଏହାର ନାମ ବାଲିଯାତ୍ରା ହୋଇଥିବା ଐତିହାସିକାର ବା କଟକ ମହାନଗର ନାଗରିକ ମହାସଭା ସଦସ୍ୟ ରବି ରଞ୍ଜନ ସାହୁ ‘ଇଟିଭି ଭାରତ’କୁ କହିଥିଲେ । ସମୟ ପରିବର୍ତ୍ତନ ହେବା ବାଲିଯାତ୍ରାରେ ଅନେକ ସୁଧାର ଆସିଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.