ETV Bharat / state

ପୋଲିସ ମାମୁଁର କୁକର୍ମ, ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ - SAMBALPUR RAPE ATTEMPT ALLEGATION

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ । ଚାକିରିରୁ ବହିଷ୍କାର କଲେ ସମ୍ବଲପୁର ଏସପି l

SAMBALPUR POLICE ARRESTED
SAMBALPUR POLICE ARRESTED (ETV Bharat Odisha)
author img

By ETV Bharat Odisha Team

Published : June 4, 2025 at 6:31 PM IST

1 Min Read

Sambalpur Rape Attempt Allegation ସମ୍ବଲପୁର: ଖାକିରେ ଲାଗିଲା କଳଙ୍କ । ଶୀତଳଷଷ୍ଠୀ ବୁଲାଇବାକୁ ନେବା ବାହାନାରେ ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ । ଗିରଫ କନେଷ୍ଟବଳ ସମ୍ବଲପୁର ସହରର ଵରେଇପାଲି ଥାନାରେ କାର୍ଯ୍ୟରତ ଥିଲେ । ଏହି ଘଟଣାରେ ତାଙ୍କୁ ଚାକିରିକୁ ବହିଷ୍କାର କଲେ ସମ୍ବଲପୁର ଏସପି ମୁକେଶ ଭାମୁ ।

ଖାକିରେ କଳଙ୍କ ଲଗାଇଲେ କନେଷ୍ଟବଳ:

ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଖାକିରେ ଲାଗିଛି କଳଙ୍କ । ଜଣେ ଆଦିବାସୀ ନାବାଳିକାକୁ ଵରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଥିଲା । ଏହି ଘଟଣାରେ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥି ସହ ଚାକିରିକୁ ବହିଷ୍କାର କରିଛନ୍ତି ସମ୍ବଲପୁର ଏସପି ।

ଚାକିରିରୁ ବହିଷ୍କାର କଲେ ଏସପି (ETV Bharat Odisha)

ଅଭିଯୁକ୍ତ କନେଷ୍ଟବଳ ଗିରଫ, ଚାକିରିରୁ ବହିଷ୍କୃତ:

ଏହି ମାମଲାରେ ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇ କହିଛନ୍ତି, ‘ଅଭିଯୁକ୍ତ କନଷ୍ଟେବଳଙ୍କ ନାଁରେ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ପୋକସୋ ମାମଲାରେ ଏହି ମାମଲା ରୁଜୁ ହୋଇଛି । ଏହି ମାମଲାରେ ଆମେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ନେଇ ଅଭିଯୋଗ ଆସିଥିଲା l ଏଥିପାଇଁ ତାଙ୍କୁ ପୂର୍ବରୁ ବହୁ ଥର ତାଗିଦ କରାଯାଇଥିଲା l ତେବେ ବର୍ତ୍ତମାନ ଏହିଭଳି ଅଭିଯୋଗ ଆସିବା ପରେ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଚାକିରିରୁ ବହିଷ୍କାର କରିଛୁ । ଏହା ସହ ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ସଠିକ ତଦନ୍ତ କରାଯିବ ।’

ଏହା ମଧ୍ୟ ପଢନ୍ତୁ:

ଦୁଷ୍କର୍ମ ପୀଡ଼ିତାଙ୍କ ଠାରୁ ଟଙ୍କା ଠକେଇ, ଦୁଇ ସରକାରୀ ଚାକିରିଆ ଗିରଫ

ରାଜଧାନୀରେ ଲଜ୍ଜା; ମା' ଓ ନାବାଳିକା ଝିଅକୁ ଦୁଷ୍କର୍ମ ! ଝିଅର ସାଙ୍ଗକୁ ଦୁଷ୍କର୍ମ କରି ବାପା ଗିରଫ

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଏତଲା ପରେ ପୋଲିସର ତଦନ୍ତ ଜାରି

ଶୀତଳଷଷ୍ଠୀରେ ବୁଲାଇବାକୁ ନେଇ ଦୁଷ୍କର୍ମ ଉଦ୍ୟମ:

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ପୀଡିତାଙ୍କ ଦୂରର ସମ୍ପର୍କୀୟ ମାମୁଁ ଅଟନ୍ତି l ବିଭିନ୍ନ ସମୟରେ ସେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ l ତେବେ ରବିବାର ରାତିରେ ପୀଡିତାଙ୍କୁ ଶୀତଳଷଷ୍ଠୀ ଦେଖେଇ ନେବାକୁ କହି ନିଛାଟିଆ ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ପୀଡିତା କୌଣସି ପ୍ରକାରେ ସେଠାରୁ ଖସିଯାଇ ଆସିଥିଲେ । ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣେଇ ଥିଲେ ଏହା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ l ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.