ETV Bharat / state

ମୃତ୍ୟୁ ସହ ସଂଗ୍ରାମ କରୁଛି ନାଗୁଣୀ; ଅପରେସନ ପରେ ପେଟରୁ ବାହାରିଛି 23 ଅକ୍ଷତ ଅଣ୍ଡା - COBRA SNAKE RESCUE

ଜେସିବି ବକେଟ ବାଜି ଗୁରୁତର ଆହତ ହୋଇଥିଲା ନାଗୁଣୀ। ଓୟୁଏଟିରେ ଚିକିତ୍ସା ପରେ ପେଟରୁ ବାହାରିଛି 23 ଅକ୍ଷତ ଅଣ୍ଡା।

COBRA SNAKE RESCUE
COBRA SNAKE RESCUE (ETV Bharat Odisha)
author img

By ETV Bharat Odisha Team

Published : April 12, 2025 at 10:59 PM IST

2 Min Read

ଭୁବନେଶ୍ୱର: ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି ଜେସିବି ବକେଟ ବାଜି ଗୁରୁତର ଆହତ ହୋଇଥିବା ନାଗୁଣୀ। ଯନ୍ତ୍ରଣାରେ ଛଟପଟ ହେଉଥିବା ନାଗୁଣୀକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉଦ୍ଧାର ଗର୍ଭବତୀ ନାଗୁଣୀର ଓୟୁଏଟି (OUAT)ରେ ଚିକିତ୍ସା ଚାଲିଛି। ଓୟୁଏଟି ଭେଟନାରୀ କଲେଜ ସର୍ଜରି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଦୀପ ଜେନାଙ୍କ ନେତୃତ୍ୱରେ ଟିମ ଅପରେସନ କରି ନାଗୁଣୀ ପେଟରୁ 23ଟି ଅଣ୍ଡା ବାହାର କରିଛନ୍ତି।

cobra Snake Rescue
cobra Snake Rescue (ETV Bharat Odisha)

ଜେସିବି ଚୋଟରେ ଆହତ ନାଗୁଣୀ:

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ଖାଲି ପ୍ଲଟ ସଫା କରିବା ବେଳେ ଜେସିବି ବକେଟ ବାଜି ଏହି ନାଗୁଣୀଟି ଆହତ ହୋଇଥିଲା। କାମ କରୁଥିବା ଲୋକେ ସାପକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନର ସହାୟତା ଲୋଡ଼ିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଜେସିବି ମାଡରେ ସାପଟି ଘାଇଲା ହୋଇଥିବା ସେ ଦେଖିବାକୁ ପାଇଥିଲେ। ଉଦ୍ଧାର କରିବା ବେଳେ ସାପର ପେଟର ତଳ ଅଂଶରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ପେଟରେ ଆଘାତ ଲାଗିଥିବା ସ୍ଥାନରେ ସାପ ଅଣ୍ଡା ସ୍ପଷ୍ଟ ଦେଖିବାକୁ ପାଇଥିଲେ ହେଲ୍ପ ଲାଇନର ସଦସ୍ୟ ପୂର୍ଣ୍ଣଚନ୍ଦ୍ର। ଗୁରୁତର ଆହତ ହୋଇଥିବା ନାଗୁଣୀ ପେଟରେ ଅଣ୍ଡା ଭର୍ତ୍ତି ହୋଇଥିବା ଦେଖି ସେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣେଇଥିଲେ।

ନାଗୁଣୀର ସର୍ଜରି:

ଶୁଭେନ୍ଦୁ ସାପର ପ୍ରାଥମିକ ଯାଞ୍ଚ କରିଥିଲେ। ସାପ ପେଟର ଦୁଇଟି ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ସେ ଦେଖିବାକୁ ପାଇଥିଲେ। ସାପଟି ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ଆହତ ସାପଟିକୁ ଓୟୁଏଟିର ଭେଟେରିନାରୀ କଲେଜର ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ସର୍ଜରି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଦୀପ ଜେନା ଏକ୍ସରେ କରିଥିଲେ। 20ରୁ ଉର୍ଦ୍ଧ୍ବ ଅଣ୍ଡା ସାପ ପେଟରେ ଥିବା ଜଣାପଡିଥିଲା । ଜେସିବି ମାଡରେ ଦୁଇଟି ଜାଗାରେ ଗୁରୁତର ଆଘାତ ଲାଗିଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା। ସେଥିରୁ ଗୋଟିଏ କ୍ଷତ ଅତ୍ୟନ୍ତ ଗୁରୁତର ଥିଲା। ଉକ୍ତ କ୍ଷତ ପଟେ ଗୋଟିଏ ଅଣ୍ଡା ବାହାରୁ ସ୍ପଷ୍ଟ ଦେଖା ଯାଉଥିଲା। ଅପରେସନ କରି ପ୍ରଥମେ ଅଣ୍ଡା ଗୁଡିକ ବାହାର କରିବା ପାଇଁ ସ୍ଥିର କରିଥିଲେ ଡାକ୍ତର ବିଶ୍ୱଦୀପ।

cobra Snake Rescue
cobra Snake Rescue (ETV Bharat Odisha)

ଅପରେସନ କରି ବାହାର କରାଗଲା 23ଟି ଅଣ୍ଡା:

ଓଜନ ଅନୁସାରେ ଗ୍ୟାସ ଆନାସ୍ଥେସିଆ ଦ୍ଵାରା ସାପକୁ ବେହୋସ କରାଯାଇଥିଲା। ଡାକ୍ତର ବିଶ୍ୱଦୀପ ଓ ଟିମ ସାପର କ୍ଷତକୁ ଭଲ ଭାବେ ଧୋଇ ସଫା କରିଥିଲେ। ଦେଖା ଯାଉଥିବା ପ୍ରଥମ ଅଣ୍ଡାକୁ ଅପରେସନ କରି ବାହାର କରାଯାଇଥିଲା। ଉକ୍ତ ଅଣ୍ଡା ଜେସିବି ମାଡରେ ନଷ୍ଟ ହୋଇଯାଇଥିଲା। ପରେ ଅତି ସନ୍ତର୍ପଣ ସହକାରେ ଅନ୍ୟ ଅଣ୍ଡା ଗୁଡିକ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଡାକ୍ତରୀ ଟିମ୍। ମୋଟ 23ଟି ଅଣ୍ଡାକୁ ଅକ୍ଷତ ଅବସ୍ଥାରେ ଅପରେସନ କରି ବାହାର କରାଯାଇଛି। ଆଉ ଅଣ୍ଡା ନଥିବା ସ୍ପଷ୍ଟ ହେବା ପରେ କ୍ଷତ ସ୍ଥାନ ଗୁଡିକୁ ଷ୍ଟିଚ ପକେଇ ବନ୍ଦ କରିଛନ୍ତି ଡାକ୍ତରୀ ଟିମ୍। ଭେଟନାରୀ କଲେଜର ଡାକ୍ତରୀ ଟିମକୁ ଅପରେସନ କରିବା ପାଇଁ ଦେଢ ଘଣ୍ଟା ସମୟ ଲାଗିଥିଲା। ଅପରେସନ ବେଳେ ସର୍ଜରି ଟିମକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ନୀହାରିକା ମହାପାତ୍ର ସହାୟତା କରିଥିଲେ।

cobra Snake Rescue
cobra Snake Rescue (ETV Bharat Odisha)

2ରୁ 4 ଦିନ ସାପ ପାଇଁ ଗୁରୁତ୍ୱପୂର୍ଣ୍ଣ:

ଡାକ୍ତର ବିଶ୍ଵଦୀପ ଜେନା କହିଛନ୍ତି, "ଗର୍ଭବତୀ ନାଗୁଣୀର ଅପରେସନ ଖୁବ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଅପରେସନ ସଫଳ ହୋଇଛି । କିନ୍ତୁ 2ରୁ 4 ଦିନ ସାପ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସାପକୁ ଅବଜର୍ଭେସନରେ ରଖାଯାଇଛି । ଏହା ପରେ ନାଗୁଣୀର ଭବିଷ୍ୟତ ଜଣାପଡିବ । ସାପକୁ ଆଣ୍ଟି ବାୟୋଟିକ ଏବଂ ପେନକିଲର ଇଞ୍ଜେକ୍ସନ ଦେଇଛୁ । ଅଣ୍ଡା ଗୁଡିକ ପ୍ରିମ୍ୟାଚିଅର ଡେଲିଭରୀ (Premature Delivery) ହେଇଛି କି ନାହିଁ ତାହା ଏବେ ଜଣାପଡିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ..

ମାଛ ଆଶାରେ ବନଶୀ କଣ୍ଟା ଗିଳିଲା ତମ୍ପ, ଓୟୁଏଟିରେ ଚିକିତ୍ସା ପରେ ହେଲା ମୁକ୍ତ

ଜାଲରେ ବନ୍ଦୀ ନାଗୁଣୀ; ଦୁଇ ଦିନ ଧରି ପାଖ ଛାଡ଼ିଲାନି ନାଗ

ସେହିପରି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ସାପ ସମ୍ପୂର୍ଣ୍ଣ ବିପଦ ମୁକ୍ତ ନୁହେଁ । କିନ୍ତୁ ଭେଟେରିନାରୀ କଲେଜର ଡାକ୍ତରୀ ଟିମ ଖୁବ ଚମତ୍କାର କାମ କରିଛନ୍ତି । ଅଣ୍ଡା ଗୁଡିକ ପ୍ରିମ୍ୟାଚିଅର ଡେଲିଭରୀ ହୋଇଛି । ଅଣ୍ଡା ଫୁଟିବ କି ନାହିଁ କହି ହେବନାହିଁ । ତଥାପି ଆମେ ଆମର ଶତ ପ୍ରତିଶତ ଚେଷ୍ଟା କରିବୁ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.