ETV Bharat / state

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ବିଧାନସଭାରେ ଦଳର ଆଚରଣ ଅଶୋଭନୀୟ - CM MOHAN MAJHI ON CONGRESS

ବିଗତ କିଛି ଦିନ ଧରି କଂଗ୍ରେସ ପକ୍ଷରୁ ବିଧାନସଭାରେ କଂଗ୍ରେସର ଆଚରଣ ଅଶୋଭନୀୟ କହିଲେ ମୁଖ୍ୟମନ୍ତ୍ରୀ ।

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ (ETV Bharat)
author img

By ETV Bharat Odisha Team

Published : March 26, 2025 at 7:52 PM IST

3 Min Read

ଭୁବନେଶ୍ବର: ଗୃହ ବିଭାଗର ଖର୍ଚ୍ଚ ଦାବି ବିବୃତିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଗତ କିଛି ଦିନ ଧରି କଂଗ୍ରେସ ପକ୍ଷରୁ ବିଧାନସଭାରେ କଂଗ୍ରେସର ଆଚରଣ ଅଶୋଭନୀୟ । କଂଗ୍ରେସ ବିଧାୟକଙ୍କ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା । 20 ଦିନ ହେଲା ମହିଳା ହିଂସା ପ୍ରସଙ୍ଗରେ ଗୃହକୁ ଅଚଳ କରିବା ଗଣତନ୍ତ୍ର ମନ୍ଦିରରେ ବିରୋଧୀଙ୍କ ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ଭର୍ତ୍ସନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଗୃହ ବିଭାଗର ଆଲୋଚନା ସମୟରେ ବିରୋଧୀ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ଅଧିକ ଭଲ ହୋଇଥାନ୍ତା । ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ଉପରେ ପ୍ରସ୍ତାବ ଦେଇଥିଲେ ଭଲ ହୋଇଥାନ୍ତା । ଓଡ଼ିଶାର ଇତିହାସ କେବେ ବି ଗୃହ ବିଭାଗର ଆଲୋଚନାରୁ ବିରୋଧୀ ଦୁରେଇ ରୁହନ୍ତି ନାହିଁ । ଦୁର୍ଭାଗ୍ୟର କଥା ଯେଉଁମାନେ ଚିତ୍କାର କରୁଥିଲେ ଆଙ୍ଗୁଳି ଦେଖାଉଥିଲେ ଆଜି ସରକାରଙ୍କ କାର୍ଯ୍ୟକୁ ଦେଖି ସେମାନଙ୍କ ପାଖରେ କହିବାକୁ କିଛି ନାହିଁ । ସେଥିପାଇଁ ଆଲୋଚନାକୁ ଆସିଲେ ନାହିଁ । ଅଯଥା ଗୃହ କମିଟି ଦାବି କଲେ । ଏମିତି କଣ ଘଟଣା ଘଟିଛି ଯେ ଗୃହ କମିଟି ହେବ ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସର୍ବଦଳୀୟ ବୈଠକରେ ବିଜେଡି ମଧ୍ୟ ଗୃହ କମିଟି ଆବଶ୍ୟକତା ନାହିଁ ବୋଲି କହିଛି । ସାଢେ 4 କୋଟି ଓଡିଆଙ୍କ ଭାବାବେଗକୁ ନେଇ ପବିତ୍ର ଗୃହରେ ଆଲୋଚନା କରି ସମାଧାନ କରିବା ଆମ କାର୍ଯ୍ୟ । ରାଜ୍ୟର ସୁରକ୍ଷା କର୍ମୀ ଓ ବାଚସ୍ପତିଙ୍କ ସୁରକ୍ଷା କର୍ମୀଙ୍କୁ ବିଧାୟକ ମାଡ଼ ମାରିବା କେଉଁ ପ୍ରକାର ରାଜନୀତି ? ଗତକାଲି ସନ୍ଧ୍ୟା 6.40 ରେ ଗୃହ ମୁଲତବୀ କରିଥିଲେ ବାଚସ୍ପତି । କିନ୍ତୁ କଂଗ୍ରେସର ସସପେଣ୍ଡ ହୋଇଥିବା ବିଧାୟକ ଗୃହ ମଧ୍ୟରେ ବସିଥିଲେ । ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବିତ ରାତିରେ କଂଗ୍ରେସ ସଭାପତି, ପୂର୍ବ ସଭାପତି ଓ ପୂର୍ବତନ ବିଧାୟକ ମାନେ ବିଧାନସଭା ଗେଟ ବାଡେ଼ଇଲେ । ବିଧାନସଭା ଆସିବାକୁ ଚେଷ୍ଟା କଲେ । ଏହା କେଉଁ ପ୍ରକାର ରାଜନୀତି’’ ?

‘‘କଂଗ୍ରେସ ବିଧାୟକ ମାନେ ରାତିରେ ବିଧାନସଭା ଭିଡିଓ କରିଛନ୍ତି । ସେଠି ତ କେହି ଆହତ କୋଉଠି ହେଇଛନ୍ତି ? ସେମାନେ ବିଧାନସଭା ଭିତରେ ବୁଲୁଥିଲେ । ଏଠି ପଖାଳ, ଚିକେନ ଓ ମଟନ ଖାଇଛନ୍ତି । ମାଡ ମାରିବା କଥା କହିବା, ସମ୍ପୂର୍ଣ୍ଣ ମିଛ କଥା । ମିଛ କହିବାର ଗୋଟେ ସୀମା ଅଛି । ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ଏକ ବାହାନା । ଯେଉଁମାନେ ଆନ୍ଦୋଳନ କରନ୍ତି, ସେମାନେ ଗୃହରୁ ଯାଇ ଗାନ୍ଧୀ ମୂର୍ତ୍ତି ତଳେ କିମ୍ବା ରାଜଭବନ ଯାଆନ୍ତି । କିନ୍ତୁ ପ୍ରଶ୍ନକାଳ ବାତିଲ କରି ଗାନ୍ଧୀ ମୂର୍ତ୍ତି ତଳକୁ ଯିବା ଓ ପୁଣି ଆସି ଗୃହକୁ ଆସି ବିଭ୍ରାଟ ସୃଷ୍ଟି କରିବା ନିନ୍ଦନୀୟ’’ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ବିରୋଧୀଙ୍କ ପକ୍ଷରୁ ବିଧାନସଭାରେ ସୃଷ୍ଟି ହୋଇଥିବା ସମସ୍ୟା ଇଏ କି ପରମ୍ପରା ? ଓଡିଶା ରାଜନୀତିରେ ନୂଆ ଘଟଣା । ଏତେ ସମୟ ଧରିକି ଗୃହକୁ ଅଚଳ କରିବା ଅଧିକାର ବିରୋଧୀଙ୍କୁ କିଏ ଦେଲା ? ଘଣ୍ଟା, ଗିନି, ତୁରୀ ଧରି କଳାପୋଷାକ ପିନ୍ଧି ପ୍ରତିବାଦ କରିବା, ଜଣେ ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ତାଙ୍କ ମାଇକ ଭାଙ୍ଗିବା, କାଗଜ ଛଡ଼ାଇଛନ୍ତି । ଏହା ଆଗରୁ ଦେଖିବାକୁ ମିଳିନଥିଲା । ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ନାହିଁ । ବିଧାନସଭାର 39 ଘଣ୍ଟା ନଷ୍ଟ କରିଛନ୍ତି । ମହିଳା ନିର୍ଯ୍ୟାତନା କଥା କହୁଥିବା କଂଗ୍ରେସ 1980 ମସିହାର ବିଲୁଆଖାଇ ନଦୀ ପଠାରେ ମହିଳା ନିର୍ଯ୍ୟାତନା ଘଟଣା ଭୁଲି ଯାଇଛି କି ? ସେହିପରି 1999ରେ ବାରଙ୍ଗ ଥାନା ଅଞ୍ଚଳରେ ହୋଇଥିବା ଲଜ୍ୟା ବେଳେ କଂଗ୍ରେସ ନେତା କେଉଁଠି ଥିଲେ ।"

ଗତକାଲି 12 ବିଧାୟକ ହୋଇଥିଲେ ନିଲମ୍ବିତ

ଗତକାଲି ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ଫୁଲ୍ ଆଗ୍ରେସିଭ ମୋଡ଼କୁ ଆସିଛି ଦଳ । ବିଧାନସଭା ଭିତରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିବା ବେଳେ ବାହାରେ ଦଳର ବରିଷ୍ଠ ନେତା ଏବଂ କର୍ମୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିିଳିଥିଲା । ଏପରି କି କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ମୁଁହାମୁଁହି ସ୍ଥିତି ଉପୁଜିଥିଲା । ବିଧାନସଭା ଭିତରେ ଥିବା ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଯିବାବେଳେ ପିସିସି ସଭାପତି ଏବଂ ୪ଜଣ ବରିଷ୍ଠ ନେତାଙ୍କୁ ଗେଟ ସାମ୍ନାରେ ଅଟକାଇଥିଲା ପୋଲିସ । ବିଧାନସଭା ଚତୁର୍ପାଶ୍ବରେ ୧୬୩ ଧାରା ଜାରି କରାଯାଇଥିଲା ଏବଂ ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଅନୁମତି ଦେଇନଥିଲା ପୋଲିସ । ସେପଟେ ଗୃହ ଭିତରେ ନିଲମ୍ବିତ ବିଧାୟକମାନଙ୍କୁ ଉଠାଇବା ପାଇଁ ମାର୍ଶାଲମାନଙ୍କ ସହ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା । ଏପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଅଟକ ଅଛନ୍ତି ।

ନିଲମ୍ବିତ ସମସ୍ତ 14 ବିଧାୟକ

ଆଜି ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ରାମଚନ୍ଦ୍ର କାଡାମ (କଂଗ୍ରେସ ବିଧାୟକ ଦଳ ନେତା), ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ (ବିଧାୟକ ଦଳ ଉପନେତା), ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ ,ନୀଳମାଧବ ହିକକା, ସୋଫିଆ ଫିର୍ଦ୍ଦୋସ, ନିଲମ୍ବିତ ହୋଇଛନ୍ତି ।

କାହିିଁକି ନିଲମ୍ବିତ ହେଲେ ୧୨ ଜଣ କଂଗ୍ରେସ ବିଧାୟକ ?

ସୂଚନା ଥାଉ କି ବିଧାନସଭାରେ ଦୀର୍ଘ 13 ଦିନ ହେବ ରାଜ୍ୟରେ ବୃଦ୍ଧି ପାଇଥିବା ମହିଳା ନିର୍ଯାତନା ଅଭିଯୋଗ ଆଣି ପ୍ରତିବାଦ କରୁଛି କଂଗ୍ରେସ । ମହିଳାଙ୍କ ସୁରକ୍ଷା ପାଇଁ ସରକାର ହାଉସ କମିଟି ଗଠନ କରନ୍ତୁ ପ୍ରତିବାଦକୁ ତୀବ୍ର କରି ବିଧାନସଭା ଭିତରେ ଏବଂ ବାହାରେ ଭିନ୍ନଭିନ୍ନ ପନ୍ଥା ଅପଣାଇ ବିରୋଧ କରିଥିଲା ଦଳ । ଏପରି କି ବିଧାନସଭରେ ଘଣ୍ଟ ଘଣ୍ଟା ବଜାଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା କଂଗ୍ରେସ । ତେଣୁ ଗତକାଲି ବାଚସ୍ପତି ନିଜ ସ୍ଥାନରେ ଛିଡା ହୋଇ କଂଗ୍ରେସର ସଦସ୍ୟମାନଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ।ହେଲେ ପରେ ବାଚସ୍ପତି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ଗୃହରେ ଅଶୋଭନୀୟ ଆଚରଣ ପାଇଁ ୭ଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ।

ଏହା ମଧ୍ୟ ପଢନ୍ତୁ ୨୦୨୪ ବର୍ଷର ଶ୍ୱେତପତ୍ର ଜାରି କଲେ ସରକାର, ବଢିଛି ମହିଳା ବିରୋଧୀ ଅପରାଧ

ଏହା ମଧ୍ୟ ପଢନ୍ତୁ 7ଦିନ ପାଇଁ କଂଗ୍ରେସ ମୁକ୍ତ ଓଡିଶା ବିଧାନସଭା; ମୁଖ୍ୟ ଗେଟ୍ ଆଗରେ କଂଗ୍ରେସ-ପୋଲିସ ମୁହାଁମୁହିଁ, 163 ଧାରା ଜାରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.