ETV Bharat / state

ନୂଆ ଡିସିପି ଅଫିସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସବୁ ଥାନାକୁ ଦିଆଯିବ 6ଟି ଲେଖାଏଁ ବାଇକ - NEW BHUBANESWAR DCP OFFICE

ବାଣୀବିହାରରେ ଡିସିପି ଅଫିସର ନୂଆ ବିଲ୍ଡିଂ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ।

CM inaugurates new DCP office building
CM inaugurates new DCP office building (Etv Bharat)
author img

By ETV Bharat Odisha Team

Published : June 10, 2025 at 11:35 PM IST

1 Min Read

ଭୁବନେଶ୍ବର: ନୂଆ ରୂପରେ ଡିସିପି ଅଫିସ । ବାଣୀବିହାରରେ ଡିସିପି ଅଫିସର ନୂଆ ବିଲ୍ଡିଂକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ । ଯେଉଁଠି ରହିଛି ଅତ୍ୟାଧୁନିକ ସାଇବର‌ ସେଲ ସହ ଇଣ୍ଟିଗ୍ରେଟେଡ ପୋଲିସ କଣ୍ଟ୍ରୋଲ ରୁମ୍, ପାସପୋର୍ଟ ସେଲ , ଲିଗାଲ ସେଲ , କନଫରେନ୍ସ ହଲ୍ ଓ ଟ୍ରେନିଂ ହଲ। ଯେଉଁଠି ଅପରେଟ ହେବ ସାରା ଭୁବନେଶ୍ୱରର କ୍ରାଇମ କଣ୍ଟ୍ରୋଲ ଓ ଲ ଆଣ୍ଡ ଅର୍ଡର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ କୋଠାର ଲୋକାର୍ପଣ କରିଛନ୍ତି ।

CM inaugurates new DCP office building
CM inaugurates new DCP office building (ETV BHARAT ODISHA)

୨୨୭୨ ବର୍ଗମିଟର ଅଞ୍ଚଳରେ ୭ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରିମହଲା ବିଶିଷ୍ଟ ଏହି ନୂତନ ଡିସିପି ଅଫିସର କୋଠାଟି ନିର୍ମାଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ ୪୨ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୧୪ଟି ନୂତନ ଥାନା ଉଦ୍‍ଘାଟିତ ହୋଇଥିଲା । ତେବେ ଲୋକମାନଙ୍କୁ ଉତ୍କୃଷ୍ଟ ସେବା ନିମନ୍ତେ ରାଜ୍ୟ ସରକାର ଓ ଗୃହ ବିଭାଗ ଏନେଇ ବା ଭିନ୍ନ ପଦକ୍ଷେପ ନିଆଯାଉଛି।

new DCP office building
new DCP office building (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଠକ ପାଇଁ ଇନଫୋସିଟି ଥାନାରେ ଉତେଜନା; ଉତ୍ୟକ୍ତ ଲୋକଙ୍କ ହଙ୍ଗାମା, ପଶିଲେ ଭାଙ୍ଗିଲେ ପୋଲିସକୁ ଧକ୍କା ମାରିଲେ - RUCKUS AT INFOCITY POLICE STATION

ଏହି ଅବସରରେ ସବୁ ଥାନା ପାଇଁ ୬ଟି ଲେଖାଏଁ ବାଇକ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ୪୨୫ଟି ଗାଡି କମିଶନରେଟ ପୋଲିସ ଦ୍ବାରା ଶୁଭାରମ୍ଭ ପରେ ସେସବୁ ଗାଡି ସବୁ ଥାନାର ତଦନ୍ତକାରୀ ଅଫିସର ମାନଙ୍କୁ ଦିଆଯିବ । ଯାହାଦ୍ବାରା ସେମାନେ ତ୍ୱରିତ ଭାବେ ତଦନ୍ତ ରଖା ଉପଯୁକ୍ତ ନ୍ୟାୟ ପ୍ରଦାନରେ ସହାୟକ ହେବେ।

NEW BHUBANESWAR DCP OFFICE BUILDING INAUGURATED BY CM
NEW BHUBANESWAR DCP OFFICE BUILDING INAUGURATED BY CM (ETV BHARAT ODISHA)

ଏପରିକି ତଦନ୍ତକାରୀ ଅଫିସରଙ୍କୁ ମଧ୍ୟ ଟେକ୍ନୋଲୋଜି ଜରିଆରେ ଅଧିକ ସହାୟତା ପାଇଁ ଟ୍ୟାବ ଓ ମୋବାଇଲ ଫୋନ ଭଳି ଅନେକ ଗ୍ୟାଜେଟର ବ୍ୟବସ୍ଥା ମଧ୍ୟ କରାଯିବ । ଏନେଇ‌ ଯୋଜନା ଚାଲିଛି ତା ସହିତ ନୂତନ ପୋଲିସ ନିଯୁ଼କ୍ତି ସହ ନୂତନ ବାଟାଲିୟନ ପ୍ରସ୍ତୁତି ଅଧିକ ନିଯୁକ୍ତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଉଛନ୍ତି। ଏପରିକି OISF ରେ ମଧ୍ୟ ନିଯୁକ୍ତି ପାଇଁ ମଧ୍ୟ ଯୋଜନା ଚାଲିଛି । ଆଗମି ଦିନରେ‌ ପୋଲିସ ଭିତ୍ତିଭୂମି କିପରି ସୃଦୂଢ ମଧ୍ୟ କରାଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

CM MOHAN  MAJHI
CM MOHAN MAJHI (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.