ETV Bharat / state

ଘଟଗାଁ ତାରିଣୀ ମନ୍ଦିରକୁ 215 କୋଟି, କେନ୍ଦୁଝର ଜିଲ୍ଲାକୁ ଏକ ନମ୍ୱର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା - GHATAGAON MAA TARINI TEMPLE COMPLEX

ଘଟଗାଁ ତାରିଣୀ ପୀଠ ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା । ମା'ଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

CM Mohan Majhi Maa Tarini Darsan
CM Mohan Majhi Maa Tarini Darsan (ETV Bharat Odisha)
author img

By ETV Bharat Odisha Team

Published : April 14, 2025 at 3:43 PM IST

Updated : April 14, 2025 at 4:22 PM IST

2 Min Read

କେନ୍ଦୁଝର: ଘଟଗାଁରାଣୀ ମା' ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାକୁ ଏକ ନମ୍ୱର କରିବା ସହ ଘଟଗାଁ ପୀଠର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କେନ୍ଦୁଝର ଘଟଗାଁରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଘଟଗାଁ ତାରିଣୀଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ତାରିଣୀ ମନ୍ଦିର ପାଇଁ ୨୧୫ କୋଟି ଟଙ୍କାର ଡିପିଆର । ଖୁବ୍‌ଶୀଘ୍ର ଆରମ୍ଭ ହେବ ତାରିଣୀ ମନ୍ଦିରର ବିକାଶ କାମ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

CM Mohan Majhi Maa Tarini Darsan (ETV Bharat Odisha)

ଘଟଗାଁରାଣୀ ମା' ତାରିଣୀ....

ସେ ଦୁଃଖ ନାସିନୀ, ଶକ୍ତି ପ୍ରଦାୟିନୀ, ସଙ୍କଟ ହାରିଣୀ ମା' ତାରିଣୀ । ତାଙ୍କ ଆଶିଷ ମିଳିଲେ ଦୂର ହୋଇଯାଏ ଭକ୍ତଙ୍କ ସବୁ କଷ୍ଟ । ସେଥ‌ିପାଇଁ ତ ଚଇତି ପର୍ବକୁ ଆସୁଥ‌ିବା ଅଧିକାଂଶ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ମାନସିକ କରନ୍ତି । ନିଜ ପରିବାରର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଏହି ଦିନର ପୂଜା ମଧ୍ୟରେ ମା’ ଭକ୍ତଙ୍କ ଦୁଃଖକୁ ହରଣ କରିବା ସହ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି ।

ଘଟଗାଁ ମା' ତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଘଟଗାଁ ମା' ତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ETV Bharat Odisha)

ଏହା ବି ପଢନ୍ତୁ- ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହ୍ୟାଣ୍ଡବଲ ଚାମ୍ପିଅନସିପ୍ ଓ ସନାତନ ଧର୍ମ ସମ୍ମିଳନୀରେ ହେଲେ ସାମିଲ - MOHAN MAJHI KEONJHAR VISIT​

ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମା' ତାରିଣୀଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହୋଇଥିଲା । ଭୋରୁ ଚଇତି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଦିନରେ ଦେହୁରୀମାନେ ଷୋଡ଼ଶ ଉପଚାରରେ ମା'ଙ୍କ ପୂଜା ରୀତିନୀତି କରିଥିଲେ । ମାଙ୍କୁ ପୂଜା ପରେ ପଣା ସମର୍ପଣ ପରେ ମା'ଙ୍କ ସାଧାରଣ ଦର୍ଶନ ଆରମ୍ଭ କରାଯାଇଥିଲା । ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଏହି ଭିଡ଼କୁ ଦେଖି ମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- ମହାବିଷୁବ ସଂକ୍ରାନ୍ତି: ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ତାରିଣୀ - GHATAGAON MAA TARINI SUNA BESHA

ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର-

  • ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍‌
  • ଓଡ଼ିଆ ନୂଆବର୍ଷରେ ଦର୍ଶନ ବେଳେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
  • ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ
  • ଘଟଗାଁ ତାରିଣୀ ପୀଠ ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା

ଜିଲ୍ଲାକୁ ଏକ ନମ୍ୱର କରିବା ସହ ଘଟଗାଁ ପୀଠର ବିକାଶ କରାଯିବ-

ଏହି ଅବସରରେ ଆଜି ମା' ତାରିଣୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଙ୍କ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି, ଆରତୀ କରିଥିଲେ । ମା' ଆଶୀର୍ବାଦ ଗ୍ରହଣ କରି ରାଜ୍ୟବାସୀଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ । "କେନ୍ଦୁଝର ଜିଲ୍ଲାକୁ ଏକ ନମ୍ୱର ଜିଲ୍ଲା କରିବା ସହ ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ପ୍ରତିଷ୍ଠା ହେବ । ଘଟଗାଁ ତାରିଣୀ ପୀଠ ଉନ୍ନତୀକରଣ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ଥିବା ବେଳେ ଡିପିଆର ପ୍ରସ୍ତୁତ ପରେ କାର୍ଯ୍ୟ ଆରମ୍ଭ ହେବ," ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏଥିପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହାପରେ ଅପରାହ୍ନରେ କେନ୍ଦୁଝର ସହରରେ ହନୁମାନ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ, ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, କେନ୍ଦୁଝର

Last Updated : April 14, 2025 at 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.