ETV Bharat / state

ପଣା ସଂକ୍ରାନ୍ତିରେ କାହିଁକି ବନ୍ଧାଯାଏ ଘଡି ? କେମିତି ବୃତ୍ତି ସମ୍ଭାଳୁଛନ୍ତି କୁମ୍ଭକାର ପରିବାର ? - PANA SANKRATI CLAY POT TRADITION

ଆଉ ଦିନ କେଇଟା ପରେ ପଣା ସଂକ୍ରାନ୍ତି । ଘର ଆଗରେ ମା ବୃନ୍ଦାବତୀଙ୍କ ନିକଟରେ ଘଡି ବନ୍ଧା ଯିବାର ପରମ୍ପରା ରହିଛି ।

କୁମ୍ଭକାରଙ୍କ ଘଡି ତିଆରି
କୁମ୍ଭକାରଙ୍କ ଘଡି ତିଆରି (ETV Bharat)
author img

By ETV Bharat Odisha Team

Published : April 4, 2025 at 6:21 PM IST

4 Min Read

ବାଲେଶ୍ବର: ‘‘ଏବେର ଯୁବପିଢି ମାଟି ଘଡି ଦେଖିବା ଖୁବ କମ୍‌ । ଆଉ ବୃନ୍ଦାବତୀଙ୍କ ନିକଟରେ ମାଟିଘଡି ବାନ୍ଧି ପଣା ଭୋଗ ଲାଗି ହେବା ବି ଅଳ୍ପବହୁତେ ଦେଖାଯାଉଛି । ଏବେର ଯୁବପିଢି ମାଟି କାମ କରିବାକୁ ପସନ୍ଦ କରିବାକୁ ପସନ୍ଦ କରୁନଥିବା ବେଳେ ଆଧୁନିକ ଯୁଗରେ ଘଡି ବିକ୍ରିର ଚାହିଦା ବ କମି ଆସିଛି । ତେବେ କେତେ ଜଣ ପଣା ସଂକ୍ରାନ୍ତିରେ ଓଡିଆ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମଠୁ ଘଡି କିଣି ନେଉଛନ୍ତି’’ ବୋଲି କହିଛନ୍ତି ଜଣେ କୁମ୍ଭକାର ପରିବାର । ଆଉ ଦିନ କେଇଟା ପରେ ପଣା ସଂକ୍ରାନ୍ତି । ଘର ଆଗରେ ମା ବୃନ୍ଦାବତୀଙ୍କ ନିକଟରେ ଘଡି ବନ୍ଧା ଯିବାର ପରମ୍ପରା ରହିଛି । ଏହି ମାଟି ଘଡି ତିଆରି କରି ଭଲ ଦୁଇ ପଇସା ରୋଜଗାର କରି ପାରୁଥିବା କୁମ୍ଭକାର ମଧ୍ୟ ବେଶ ଖୁସି ହୋଇଥାନ୍ତି। କିନ୍ତୁ ଏବେ କାଁ ଭାଁ ସ୍ଥାନରେ ମାଟିଘଡି ତିଆରି ହେଉଥିବା ଦେଖିବାକୁ ମିଳୁଛି।

ପଣା ସଂକ୍ରାନ୍ତିରେ କାହିଁକି ବନ୍ଧାଯାଏ ଘଡି ? (ETV Bharat)

ଓଡିଶା ଆଉ ଓଡ଼ିଆଙ୍କ ସଂସ୍କୃତି ଯେତିକି ନିଆରା ପରମ୍ପରା ସେତିକି ମଧୁର। ଏଠି ୧୨ ମାସରେ ୧୩ ପର୍ବ ଅନୁଷ୍ଠିତ ହୋଇଥାଏ। ସେମିତି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପାଳନ କରିଥାନ୍ତି ଓଡ଼ିଆ। ଓଡ଼ିଆ ନବବର୍ଷ ଭାବେ ଏହାକୁ ଯେମିତି ପାଳନ କରାଯାଏ ତାଠୁ ଅଧିକ ଏହି ଦିନରେ ରହିଥିବା ମାହାତ୍ମ୍ୟ ଓ ପରମ୍ପରାକୁ ଉଜ୍ଜୀବିତ ମଧ୍ୟ କରାଯାଇଥାଏ। ଏହି ଦିନରେ ଘରେ ଘରେ ପୂଜାର୍ଚ୍ଚନା ଏବଂ ଏବେ ଗାଁ ଠାକୁରାଣୀଙ୍କ ପାଖରେ ମଧ୍ୟ ପୂଜା କରାଯାଇଥାଏ। ଏହି ଦିନରେ ଅନେକ ସ୍ଥାନରେ ଉଡ଼ା ପର୍ବ ପାଳନ ମଧ୍ୟ କରାଯାଇଥାଏ। ଏହାସହ ଠାକୁରାଣୀଙ୍କ ପାଖରେ ବେଲ ପଣା ଲାଗି ହୋଇଥାଏ। ଏହି ପଣା ସଂକ୍ରାନ୍ତିରେ ଓଡ଼ିଆମାନଙ୍କର ଏକ ଅନନ୍ୟ ପରମ୍ପରା ହେଉଛି ବୃନ୍ଦାବତୀଙ୍କ ନିକଟରେ ଘଡି ବାନ୍ଧିବା ।

  • ପଣା ସଂକ୍ରାନ୍ତିରେ ଘଡି ବନ୍ଧା ପରମ୍ପରା

ଏହି ଘଡି ବୃନ୍ଦାବତୀଙ୍କ ପାଖରେ ବନ୍ଧା ଯିବା ସହ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସମାଧି ପାଖରେ ମଧ୍ୟ ବନ୍ଧା ଯାଇଥାଏ। ପରମ୍ପରା ରହିଛି ଯେ ବୈଶାଖ ମାସର ପ୍ରଚଣ୍ଡ ଖରାରେ ପୂର୍ବ ପୁରୁଷ ପାଣି ପାଇବା ପାଇଁ ଏହି ମାଟି ଘଡିରେ ପାଣି ଦିଆଯାଇଥାଏ। ଏହି ପାଣି ଗାଧୋଇ ପାଧୋଇ ଘରର ବୋହୁ ଦେଇଥାନ୍ତି। ମାଟି ଘଡିର ତଳେ ଏକ ଛୋଟ କଣା ଥିବା ବେଳେ ପାଣି ଦିଆଗଲେ ସେହି ପାଣି ସମାଧି ଉପରେ ପଡିଥାଏ। ଯାହାଦ୍ୱାରା ପୂର୍ବ ପୁରୁଷମାନେ ପାଣି ପାଇଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ ଏହି ମାଟି ଘଡି ତିଆରି କରି ଭଲ ଦୁଇ ପଇସା ରୋଜଗାର କରି ପାରୁଥିବା କୁମ୍ଭକାର ମଧ୍ୟ ବେଶ ଖୁସି ହୋଇଥାନ୍ତି। ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖି ମାଟି ଚକରେ ଘଡି ଗଢ଼ିଦେଇ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେଇଥାନ୍ତି। ଜଣେ କୁମ୍ଭକାର ଗଢିଥିବା ମାଟି ଘଡି ନେବାପାଇଁ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ। ଆଜିର ଅତ୍ୟାଧୁନିକ ଯୁଗରେ ଏମିତି ମାଟି ଘଡି ଯାହା ଓଡ଼ିଆଙ୍କ ପରମ୍ପରାକୁ ଉଜ୍ଜୀବିତ ରଖିଛି ତାହା ବାସ୍ତବରେ ଓଡ଼ିଆର ମହାନ ପର୍ବକୁ ବଖାଣୁଛି। ତେବେ ଏହି ମାଟି ଘଡି ତିଆରି କରୁଥିବା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଅଞ୍ଚଳରେ ଥିବା କୁମ୍ଭକାର ପରିବାର ବି ପଣା ସଂକ୍ରାନ୍ତି ପାଇଁ ଅଣ୍ଟା ଭିଡିଛନ୍ତି ।

ପଣା ସଂକ୍ରାନ୍ତିରେ ଘଡି ବନ୍ଧା
ପଣା ସଂକ୍ରାନ୍ତିରେ ଘଡି ବନ୍ଧା (ETV Bharat)
  • ଘଡି ଯୋଡା 20 ଟଙ୍କାରେ ବିକ୍ରି

ପରିବାରର ଜଣେ ମାତ୍ର ବୟସ୍କ ବ୍ୟକ୍ତି ପରମ୍ପରାକୁ ବଞ୍ଚାଇ ରଖିବା ସହ କୌଳିକ ବୃତ୍ତିକୁ ଜାବୁଡି ଧରିଛନ୍ତି । ପରିବାରର ସେ ଏକମାତ୍ର ସଦସ୍ୟ ଭାବେ ଘଡି ତିଆରି କରୁଛନ୍ତି । କୁମ୍ଭକାର ଗୋବିନ୍ଦ ବେହେରା କହିଛନ୍ତି ଯେ ‘‘ବାପା ଜେଜେଙ୍କ ଠୁ ଶିଖି ଆମେ ଘଡି ତିଆରି କରୁଛୁ । ସବୁ ପ୍ରକାର ମାଟି ସାମଗ୍ରୀ ଆଟିକା, ହାଣ୍ଡି, ଘଡି, ଘୋଡ଼ା କଳସ ସରା ଗଢୁଛି। ଏବେ ଘଡି ଗଢ଼ା ଚାଲିଛି । ଏବେ ଯୋଡ଼ାକୁ ମାତ୍ର 20 ଟଙ୍କାରେ ବିକ୍ରି କରାଯାଉଛି। ଆମର ପରମ୍ପରା ରହିଛି ପଣା ସଂକ୍ରାନ୍ତିରେ ଘଡି ବସାଇବା । ମାଟି ଚକରେ ଆମେ ଏହି କାମ କରୁଛୁ । ମେସିନ ଆମକୁ ଭଲ ଲାଗୁନି। ବହୁତ ଦିନ ହେଲା ଆମେ ଏଥିରେ କାମ କରୁଛୁ ସେଥିପାଇଁ ଏ ମାଟିଚକ ଆମପାଇଁ ଭଲ। ମୁଁ ତ ଏ କୌଳିକ ବୃତ୍ତି ଛାଡି ପାରିବିନି, ବଞ୍ଚିଥିବା ଯାଏ ଏହାକୁ ବଞ୍ଚାଇ ରଖିବି। ଆଖପାଖ ଅଞ୍ଚଳର ଲୋକମାନେ ଆସିକି ଘଡି ନେଇକି ଯାଉଛନ୍ତି । ପ୍ରାୟ 1 ହଜାରରୁ ଉର୍ଦ୍ଧ୍ଵ ଲୋକ ଘଡି ନେଇ ସାରିଲେଣି। ଆଗକୁ ଏହି ପରମ୍ପରା ବଜାୟ ରଖିବେ କି ନାହିଁ ତାହା ଆଗମୀ ପିଢିକୁ ଜଣା ।’’

କୁମ୍ଭକାରଙ୍କ ଘଡି ତିଆରି
କୁମ୍ଭକାରଙ୍କ ଘଡି ତିଆରି (ETV Bharat)

ପଣା ସଂକ୍ରାନ୍ତିରେ ଘଡିର ଡିମାଣ୍ଡ ଥିବାରୁ କୁମ୍ଭକାର ପରିବାରର ସମସ୍ତେ ଏହାକୁ ତୁରନ୍ତ ଗଢି ବଜାରରେ ଅଧିକ ସଂଖ୍ୟକ ବିକ୍ରି କରିବା ପାଇଁ ଲାଗିପଡିଛନ୍ତି।

କୁମ୍ଭକାର ପରବାରର ବୋହୂ ସୁଲୋଚନା ବେହେରା କହିଛନ୍ତି ଯେ,"ମୁଁ ତ ଆସିବା ଦିନ ପାଖରୁ ଶ୍ୱଶୁର ଏମିତି ମାଟିରେ ସବୁ ସାମଗ୍ରୀ ଗଢୁଛନ୍ତି। ଏବେ ଯେଉଁ ବୈଶାଖ ମାସ ସଂକ୍ରାନ୍ତି ଆସୁଛି ବାପା ଅଧିକ ଘଡି ଗଢୁଛନ୍ତି। ଗାଁ ଲୋକ ଆସିକି ନେଇ ଯାଉଛନ୍ତି, ଗାଁ ରେ ବୁଲି ମଧ୍ୟ ଲୋକଙ୍କୁ ଘଡି ଯୋଗାଇ ଦିଆଯାଉଛି। ଏଥର 2 ହଜାରରୁ ଅଧିକ ଘଡି ବିକ୍ରି ହୋଇ ସାରିଛି। ଯେହେତୁ ଆମର ଏଇଟା ବୃତ୍ତି ଅଛି ସେଥିପାଇଁ ବଜାୟ ରହିଛି। ଘଡି ବସା ପରମ୍ପରା ଆଗରୁ ଲାଗି ରହିଛି ଯେହେତୁ ଆମେ ଓଡ଼ିଆ ଏ ପରମ୍ପରା ମାନିକି ଚାଲିଛୁ। ଆଧୁନିକ ଯୁଗରେ ଘଡି ନେବାପାଇଁ ଆଉ ଏତେ ଲୋକ ଚାହୁଁ ନାହାନ୍ତି, ମାଟି କାଦୁଅ ହୋଇ ଏତେ ଲୋକ ବି ଏ ବୃତ୍ତି ବଞ୍ଚାଇବାକୁ ଚାହୁଁ ନାହାନ୍ତି।"

  • ପଣା ସଂକ୍ରାନ୍ତିରେ କାହିଁକି ବସାଯାଏ ଘଡି ?

ପଣା ସଂକ୍ରାନ୍ତି ପାଇଁ ଘଡି କିଣିବାକୁ ଆସିଥିବା ଗ୍ରାମବାସୀ ଚଞ୍ଚଳା ରାଉଳ କହିଛନ୍ତି ଯେ," ବର୍ଷକୁ ଥରେ ପଣା ସଂକ୍ରାନ୍ତିରେ ଘଡି ବସାଇବା ଆମର ପରମ୍ପରା। ବୃନ୍ଦାବତୀଙ୍କ ଉପରେ ଘଡି ବସାଯିବା ସହ ପୂର୍ବ ପୁରୁଷଙ୍କ ଉପରେ ଏବଂ ବର, ଅଶ୍ୱସ୍ତ ଗଛ ଲଗାଇଥିବା ବ୍ୟକ୍ତି ଘଡି ବସାଇଥାନ୍ତି । ପଣା ସଂକ୍ରାନ୍ତିରୁ ମାସେ ପର୍ଯ୍ୟନ୍ତ ସମାଧି ଉପରେ, ବୃନ୍ଦାବତୀଙ୍କ ଉପରେ ପାଣି ଦିଆଯାଏ। ପଣା ସଂକ୍ରାନ୍ତିରୁ ଆଗାମୀ ସଂକ୍ରାନ୍ତି ପର୍ଯ୍ୟନ୍ତ ସବୁଦିନ ଗାଧୋଇ ଝିଅ ବୋହୁମାନେ ନ ଖାଇ ନ ପିଇ ଆଗ ପାଣି ଦେଇ ଆସିଲେ ତା ପରେ ଘରେ ଖାଆନ୍ତି। ମାସକ ସାରା ପାଣି ଦିଆଯିବା ପରେ ପଣା ସଂକ୍ରାନ୍ତିର ଆଗାମୀ ସଂକ୍ରାନ୍ତି ଦିନ ଭୋଗ ଲଗେଇକି ଘଡି ଉଠାଇ ଦିଅନ୍ତି। ପିତୃ ପୁରୁଷଙ୍କ ସମାଧି ପୀଠରେ ଘଡି ବସାଯାଏ । କାରଣ ବୈଶାଖ ମାସ ଟାଣ ଖରା ଯୋଗୁଁ ଦିନସାରା ଖରାରେ ପିତୃପୁରୁଷ ସିଝୁଥାନ୍ତି । ପାଣି ଦେଲେ ପିତୃ ପୁରୁଷ ପାଆନ୍ତି ବୋଲି ବିଶ୍ୱାସ ରହିଛି। ଏଇଟା ଆମ ପରମ୍ପରା ମୁଁ ସେଥିପାଇଁ ଘଡି ନେବାକୁ ଆସିଛି ।"

କୁମ୍ଭକାରଙ୍କ ଘଡି ତିଆରି
କୁମ୍ଭକାରଙ୍କ ଘଡି ତିଆରି (ETV Bharat)
  • ପଣା ସଂକ୍ରାନ୍ତି ବା ଜଳସଂକ୍ରାନ୍ତି

ଏହି ଦିନ ଚଉରା ମୂଳେ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଛତୁଆ ଓ ପଣା ଭୋଗ ହୋଇଥାଏ । ଏହାସହ ଖରାରୁ ରକ୍ଷା ପାଇବା ପାଇଁ ଚଉରା ମୂଳେ ଛାମୁଣ୍ଡିଆ ବନ୍ଧାଯାଇ ଏକ ଶିକା ମାଧ୍ୟମରେ ଘଡି ବା ଠେକି ବନ୍ଧା ଯାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଯେଉଁଥିରେ ତୁଳସୀ ମାଆଙ୍କୁ ପାଣି ଅର୍ପଣ କରାଯାଇଥାଏ । ଏହି ଦିନଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କହିଥାନ୍ତି । ପଣା ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ ରାଜଧାନୀରେ ଡବଲ ଏନକାଉଣ୍ଟର, 2 ବିହାରୀ ଲୁଟେରା ଆହତ

ଏହା ମଧ୍ୟ ପଢନ୍ତୁ ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା, ତିନି ବର୍ଷରେ ଗଲାଣି 491 ଜୀବନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.