ETV Bharat / state

ଓଡ଼ିଶା ହାଇକୋର୍ଟଙ୍କ ରାୟ: 'ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କର ବାପାଙ୍କ ସମ୍ପତ୍ତିରେ ଅଛି ଅଧିକାର' - ORISSA HC VOID MARRIAGE JUDGMENT

ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କ ନିଜ ପିତାଙ୍କ ସମ୍ପତ୍ତିରେ ଅଧିକାର ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ।

Orissa high court
Orissa high court (ETV Bharat Odisha)
author img

By ETV Bharat Odisha Team

Published : April 10, 2025 at 1:06 PM IST

Updated : April 10, 2025 at 2:39 PM IST

2 Min Read

Orissa High Court Void Marriage Judgment କଟକ: ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନ ନିଜ ପିତାଙ୍କ ସମ୍ପତ୍ତି ଅଧିକାରକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କ ନିଜ ପିତାଙ୍କ ସମ୍ପତ୍ତିରେ ଅଧିକାର ରହିଛି ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍ତି । ପ୍ରଥମ ପତ୍ନୀ ଜୀବିତ ଥିବା ବେଳେ ଦ୍ବିତୀୟ ବିବାହ ଆଇନ ସମ୍ମତ ନୁହେଁ । ତେଣୁ ଏହି ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନଙ୍କ ନିଜ ପିତାଙ୍କ ସଂପତ୍ତିରେ ଅଧିକାର ରହିଛି ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

Orissa High Court on void marriage property case:

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କୋର୍ଟ କହିଛନ୍ତି ଅସିଦ୍ଧ ବିବାହରୁ ଜନ୍ମିତ ସନ୍ତାନର ନିଜ ପିତାଙ୍କ ସ୍ବ-ଅର୍ଜିତ ସମ୍ପତ୍ତି ସହିତ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି । ହିନ୍ଦୁ ବିବାହ ଅଧିନିୟମ-୧୯୫୬ର ଧାରା ୧୬ ଅନୁସାରେ ଅମାନ୍ୟ ଘୋଷିତ ବା ଅସିଦ୍ଧ ବିବାହ ଫଳ ସ୍ବରୂପ ଜନ୍ମିତ ସନ୍ତାନକୁ ବୈଧତା ପ୍ରଦାନ କରାଯାଇଛି । ସେହିଭଳି ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ଅନୁସାରେ ଏଭଳି ବୈଧ ସନ୍ତାନଙ୍କ ନିଜ ପିତାମାତାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ଭାବେ ଅଧିକାର ରହିଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି ।

Orissa high court Order Copy
Orissa high court Order Copy (ETV Bharat Odisha)

what is void marriage ?

କଣ ଥିଲା ମାମଲା ? ମାମଲାର ବିବରଣୀରୁ ଜଣା ପଡ଼ିଛି ଯେ ଏହି ମାମଲାରେ ପ୍ରତିପକ୍ଷ ଜନୈକ ମୃତକ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଓ ଆଇନଗତ ଭାବେ ବିବାହିତ ପତ୍ନୀ ଭାବେ ମାନ୍ୟତା ଦାବି କରି ଭୁବନେଶ୍ୱର ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ମୃତକଙ୍କ ସହ ତାଙ୍କର ବିବାହ ୧୯୬୬ରେ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହେବା ସହ ଉଭୟ ଏକତ୍ର ରହୁଥିଲେ ବୋଲି ଦର୍ଶାଯାଇଥିଲା ।

ଅନ୍ୟପଟରେ ଆବେଦନକାରୀ ମହିଳା ନିଜକୁ ସମ୍ପୃକ୍ତ ମୃତକଙ୍କ ପତ୍ନୀ ଭାବେ ଦାବି କରିଥିଲେ । ଆବେଦନକାରୀ କେବଳ ତାଙ୍କ ସ୍ବାମୀଙ୍କ ସହ ଏକତ୍ର କାର୍ଯ୍ୟ କରୁଥିଲେ ଓ ତାଙ୍କର କୋଣସି ବୈବାହିକ ସମ୍ପର୍କ ନଥିଲା ବୋଲି ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ପରିବାର ଅଦାଲତରେ ଦର୍ଶାଯାଇଥିଲା । ପରିବାର ଅଦାଲତ କେବଳ ପ୍ରତିପକ୍ଷ ଓ ତାଙ୍କ ସନ୍ତାନଙ୍କୁ ମୃତକ ବ୍ୟକ୍ତିଙ୍କ ଉରାଧିକାରୀ ଭାବେ ଗ୍ରହଣ କରି ମାମଲାର ପରିସମାପ୍ତି ଘଟାଇ ଥିଲେ।

ଏହା ମଧ୍ୟ ପଢନ୍ତୁ:

ଜନସ୍ୱାର୍ଥ ମାମଲାରେ ଆବେଦନକାରୀଙ୍କ ନାଁକୁ ନେଇ ସତ୍ୟପାଠ, ଦସ୍ତଖତ ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିଳ୍ପ ପାଇଁ ଗଛ କଟା ପରେ ବୃକ୍ଷରୋପଣ ହୋଇଛି କି ନା ? ଜବାବ ମାଗିଲେ ହାଇକୋର୍ଟ

IAS ବିଷ୍ଣୁପଦ ସେଠୀଙ୍କୁ ଆଶ୍ବସ୍ତି, ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ

ପୁରୀ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟରେ ପିଟିସନ

କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗ, ୩ ବର୍ଷ ବୟସସୀମା କୋହଳ କଲେ ରାଜ୍ୟ ସରକାର

Property Rights for Children of Void Marriages:

ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମହିଳା: ଏପରି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରତିପକ୍ଷ ମହିଳା ମୃତ ବ୍ୟକ୍ତିଙ୍କ ଆଇନ ଅନୁସାରେ ବିବାହିତ ପତ୍ନୀ ଓ ଉତ୍ତରାଧିକାରୀ ବୋଲି ପରିବାର ଅଦାଲତ ଉଚିତ୍‌ ଭାବେ ଘୋଷଣା କରିଥିଲେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ପରିବାର ଅଦାଲତଙ୍କ ଆଦେଶରେ ହାଇକୋର୍ଟ ପରିବର୍ତ୍ତନ କରି ଆବେଦନକାରୀଙ୍କ ସହ ମୃତକ ବ୍ୟକ୍ତିଙ୍କ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କ ମଧ୍ୟ ନିଜ ପିତାଙ୍କ ସ୍ବ-ଅର୍ଜିତ ଓ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିଛି ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : April 10, 2025 at 2:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.