ETV Bharat / state

ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ; ବାଣ ଫୁଟା ମନା, ଭକ୍ତ ଓ ସେବାୟତଙ୍କ ପାଇଁ 5 ଲକ୍ଷ ବୀମା - CHANDAN JATRA RITUAL

ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ଛତିଶା ନିଯୋଗର ଅନୁମୋଦନ ।

chandan jatra ritual
chandan jatra ritual (ETV Bharat Odisha)
author img

By ETV Bharat Odisha Team

Published : April 19, 2025 at 7:19 PM IST

3 Min Read

ପୁରୀ: ଆସନ୍ତା 30 ତାରିଖରେ ଅକ୍ଷୟ ତୃତୀୟା ଓ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ । ଏହାକୁ ଶୃଙ୍ଖଳିତ ଭାବରେ କରିବା ପାଇଁ ସମସ୍ତ ନିତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ଛତିଶା ନିଯୋଗ ଅନୁମୋଦନ କରିଛି । ଆସନ୍ତା 30 ତାରିଖରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଓ ଅକ୍ଷୟତୃତୀୟା ପଡ଼ୁଥିବା ବେଳେ ଆସନ୍ତା ମେ ମାସ 5 ତାରିଖରେ ନିଳାଦ୍ରୀ ମହୋଦୟ, 11 ତାରିଖରେ ନୃସିଂହ ଜନ୍ମ, 19 ତାରିଖରେ ଭଉଁରୀ ନୀତି ଅନୁଷ୍ଠିତ ହେବ ।

ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ (ETV Bharat Odisha)

ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ 4ଟାରେ ଆଜ୍ଞାମାଳ ବିଜେ କରିବ । ଏହି ଦିନ ପ୍ରତ୍ୟୁଷରୁ ରାତି 3ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସହ ଅନ୍ୟ ଦୈନିକ ନିତି ବଢିବ । ତେବେ ଚନ୍ଦନ ଯାତ୍ରାର ସଧାରଣ ଦିନ ମାନଙ୍କରେ ରାତି 4ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସହ ଅନ୍ୟ ନୀତି ଅନୁଷ୍ଠିତ ହେବ ।

ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଭଳି ଅଘଟଣ ଘଟିଯାଇଥିବାରୁ ଚଳିତ ବର୍ଷ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି । ଚଳିତବର୍ଷ ଶ୍ରଦ୍ଧାଳୁ ଓ ସେବାୟତଙ୍କ ନିମନ୍ତେ ବୀମା ହେବ । ତେବେ କୌଣସି ଅଘଟଣରେ ଭକ୍ତ, ସେବାୟତଙ୍କ ମୃତ୍ୟୁ ହେଲେ 5 ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଚନ୍ଦନଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଆଶୁ ଚିକିତ୍ସା କେନ୍ଦ୍ର ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ ।

chandan
chandan (ETV Bharat Odisha)
ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ ନୀତିକାନ୍ତି ଅନୁଯାୟୀ ଭୋର ୪ଟା ଠାରୁ ଦ୍ବାର ଫିଟା, ୫ଟାରେ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢ଼ିବା ପରେ ସକାଳ ୮ଟା ରୁ ୧୦ ଟା ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ । ପରେ ଭୋଗମଣ୍ଡପ, ଆଲଟଲାଗି, ଚନ୍ଦନଲାଗି ଓ ଜାତ ଭୋଗ ହୋଇ ଅପରାହ୍ନ ସାଢେ ତିନିଟାରେ ଚନ୍ଦନକୁ ଦିଅଁ ବିଜେ କରିବେ । ପରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢିବା ପରେ ରାତ୍ର ୧୧ ଟା ବେଳକୁ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ । ରାତ୍ର ୧୨ ଟାରେ ବଡ଼ସିଂହାର ବେଶ ହୋଇ ରାତ୍ର ୧ ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ ।

ଏପ୍ରିଲ ୩୦ ରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିର ହୋଇଛି । ଏହି ଦିନ ରାତ୍ର ୩ଟାରେ ଦ୍ବାର ଫିଟା ପରେ ଭୋର ୪ଟାରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ସକାଳ ୭ ଟା ୩୦ ରୁ ୯ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ । ଏହାପରେ ବିଭିନ୍ନ ନୀତି କାନ୍ତି କରାଯାଇ ୩ଟା ୩୦ ରେ ଦିଅଁ ବିମାନକୁ ବିଜେ କରିବା ସହିତ ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ସହ ବିମାନ ଉଠିବ । ରାତ୍ର ୧୦ ଟାରେ ଚନ୍ଦନ ଠାକୁରଙ୍କ ବାହୁଡା଼ ବିଜେ ନୀତି, ୧୧ ଟାରେ ବଡ଼ସିଂହାର ବେଶ ଏବଂ ରାତ୍ର ୧୨ଟା ୩୦ରେ ରାତ୍ର ପହୁଡ଼ ହେବ ।

chandan
chandan (ETV Bharat Odisha)

ଏହା ବି ପଢନ୍ତୁ- ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୂକୂଳ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି - Chandan Yatra 2024 - CHANDAN YATRA 2024

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମହତ୍ତ୍ଵ ଓ ପରମ୍ପରା:

ଶ୍ରୀମନ୍ଦିର ସେବାୟତ ଶରତ ମହାନ୍ତିଙ୍କ ସୂଚନା ଅନୁଯାୟୀ, "ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେଉଚି ନିଦାଘ ସମୟରେ ଶୀତଳତାର ଯାତ୍ରା । ଏହି ଚନ୍ଦନ ଯାତ୍ରା ରେ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଉପବେଶନ ପୂର୍ବକ ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି । ତାଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚୁ ପାଣ୍ଡବ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରା ହେଉଛି ଚନ୍ଦନ ଉତ୍ସବ । ମହାପ୍ରଭୂଙ୍କୁ ଚନ୍ଦନ ଲଗି ବେଶ କରାଯାଇଥାଏ । ଏହା 42 ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ । ପ୍ରଥମ 21 ଦିନକୁ ବାହାର ଚନ୍ଦନ କୁହାଯାଏ । ନରେନ୍ଦ୍ର ସରୋବରକୁ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଯାତ୍ରା କରି ସେଠାରେ ଥିବା ଚନ୍ଦନ କୁଣ୍ଡରେ ବୁଡି ଥାଆନ୍ତି ।

chandan
chandan (ETV Bharat Odisha)

‘ନନ୍ଦା ଭଦ୍ରା ନାମକ ଦୁଇଟି ଡଙ୍ଗାରେ ମହାପ୍ରଭୂ ନୌବିହାର କରିବା ସହ ଡଙ୍ଗାରେ ଚାପ ଖେଳିଥାନ୍ତି । ପ୍ରବଳ ନିଦାଘ ସମୟରେ ମହାପ୍ରଭୂ ଶୀତଳତା ପାଇବା ପାଇଁ ନିଜ ସହଧର୍ମିଣୀଙ୍କ ସହ ନୌବିହାର କରିଥାନ୍ତି । ମହାପ୍ରଭୁ ରତ୍ନ ସିଂହାସନରେ ଅବସ୍ଥାନ କରିଥିବା ବେଳେ ମହାପ୍ରଭୁ ଖୁବ୍ ଉଚ୍ଚ ଦେଖାଦେଇଥାନ୍ତି । ଯେତେବେଳେ ମହାପ୍ରଭୁ ରଥ ଉପରେ ଅବସ୍ଥାନ କରିଥାନ୍ତି ବାମନ ସଦୃଶ ଦେଖା ଯାଇଥାନ୍ତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଯେଉଁ ବ୍ୟକ୍ତି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରି ଦୋଳ ପୂର୍ଣ୍ଣମୀରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କରିବେ, ନରେନ୍ଦ୍ରରେ ମହାପ୍ରଭୂ ଚାପ ଖେଳିଲା ବେଳେ ଦର୍ଶନ କରିବ ଓ ରଥଯାତ୍ରାରେ ରଥ ଉପରେ ମହାପ୍ରଭୁଙ୍କୁ ବାମନ ଭାବେ ଦର୍ଶନ କରିବ ସେହି ବ୍ୟକ୍ତିର ଆଉ ପୁନର୍ଜନ୍ମ ହେବ ହେବ ନାହିଁ । ସେ ବୈକୁଣ୍ଠ ପ୍ରାପ୍ତ ହେବ । ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଚନ୍ଦନଯାତ୍ରା, ଦୋଳ ପୂର୍ଣ୍ଣିମା ଓ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ ।’

ଭକ୍ତ ଓ ସେବାୟତଙ୍କ ପାଇଁ 5 ଲକ୍ଷ ଟଙ୍କା ବୀମା-

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅନେକ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେଇଥାଏ । ଏଣୁ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ଗତ 2024 ମସିହା 19ମେରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ବେଳେ ବାଣ ବିସ୍ଫୋରଣ ଭଳି ଅଘଟଣ ହୋଇଥଲା । ଏଣୁ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ବାଣ ଫୁଟାକୁ ନିଷିଦ୍ଧ କରାଯାଇଛି । ଭକ୍ତ ଓ ସେବାୟତଙ୍କ ପାଇଁ ବୀମା କରାଯାଇଛି । କୌଣସି ଅଘଟଣ କାରଣରୁ ଭକ୍ତ ଓ ସେବାୟତଙ୍କ ମୃତ୍ୟୁ ହେଲେ 5 ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଭକ୍ତଙ୍କ ସୁରକ୍ଷା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର, ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ରହିବେ । ମହାପ୍ରଭୁଙ୍କୁ ଆମେ ପ୍ରାର୍ଥନା କରୁଛୁ ଚନ୍ଦନ ଯାତ୍ରା ଶାନ୍ତି ଶୃଂଖଳାରେ ଶେଷ ହେଉ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.