ଯାଜପୁର/କେନ୍ଦୁଝର: ଯାଜପୁର ଜିଲ୍ଲାରେ ପହଂଚିଲେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ l ଏହି ଟିମରେ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଏମ୍ସ ଭୁବନେଶ୍ଵରର ମାଇକ୍ରୋଲୋଜିଷ୍ଟ ପ୍ରଫେସର, ଶିଶୁରୋଗ ପ୍ରଫେସର, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅଧିକାରୀ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିବା ବେଳେ ଆଜି ସନ୍ଧ୍ୟାରେ କୋଲକାତାସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ମାନେ ପହଁଚିବେ ବୋଲି ଜିଲ୍ଲା ପ୍ରଶାସନ ନିକଟରୁ ସୂଚନା ମିଳିଛି ।
ଏହି 14 ଜଣିଆ ଟିମ ମଧ୍ୟରୁ ଆଜି 11 ଜଣ ସଦସ୍ୟ ଯାଜପୁର ଟାଉନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ l ବିଶେଷ ଭାବରେ ଏହି ଟିମ ଜିଲ୍ଲା ବିଶେଷ ପ୍ରଭାବିତ ଧର୍ମଶାଳା, ବ୍ୟାସନଗର,ଦାନ ଗଦିର ତରେଇଲ ଅଞ୍ଚକୁ ଗସ୍ତ କରି ପାଣି, ରକ୍ତ ନମୁନା ସଂଗ୍ରହ କରିବା ସହିତ ପରିବେଶର ଅନୁଧ୍ୟାନ କରିବା ସହିତ କଉ ପରିସ୍ଥିତି ରେ କଲରା ଓ ଡାଇରିଆ ସଂକ୍ରମଣ ହେଲା ଅନୁଧ୍ୟାନ କରିବେ ଏହି ଟିମ l
ଏଥିସହିତ ଏହି କଲେରା ଓ ଝାଡାବାନ୍ତି ରୋଗରୁ ସୁରକ୍ଷିତ ରହିବେ ସଚେତନତା କରିବେ । ପ୍ରକାଶ ଯୋଗ୍ୟ ଜିଲ୍ଲା ରେ ଏବେବି 258 ଜଣ ଝାଡା ବାନ୍ତି ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ 5 ଜଣଙ୍କ ମୃତ୍ୟୁ ବରଣ ହେଇଛି l ତେବେ ଅନେକ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ହେଇଥିବା ବେଳେ ଜିଲ୍ଲା ରେ 11 ଜଣ କଲରା ପଜିଟିଭ ଚିହ୍ନଟ ହେଇଥିବା ସୂଚନା ମିଳିଛି l
ମାନ୍ୟବର ଯାଜପୁର ସାଂସଦ ଡକ୍ଟର @MPjajpur2024 ଏବଂ ମାନ୍ୟବର କୋରେଇ ବିଧାୟକ ଶ୍ରୀ @IamAkashDNayak ଙ୍କ ଉପସ୍ଥିତିରେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଚିକିତ୍ସିତ ହେଉଥିବା ଡ଼ାଇରିଆ ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କଲି। ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା… pic.twitter.com/oeV6I7inxo
— Dr. Mukesh Mahaling (@MahalingMukesh) June 15, 2025
ଜିଲ୍ଲାକୁ ଗୋଟେ ଦିନିଆ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ, ଚିକିତ୍ସା ସେବା ନେଇ ବିଭିନ୍ନ ବିଭାଗ୍ୟ ଅଧିକାରୀଙ୍କ ସହିତ ସମୀକ୍ଷା
ଯାଜପୁର ଜିଲ୍ଲାରେ କଲେରା ଝାଡ଼ାବାନ୍ତି ଆକ୍ରାନ୍ତ ଘଟଣା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ବାସ୍ତବ ସ୍ଥିତି ସମର୍କରେ ଅବଗତ ହେବାକୁ ଆଜି ଯାଜପୁର ଜିଲ୍ଲା ଗ୍ରସ୍ତରେ ଆସିଥିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ମଧୁବନ, ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଯାଜପୁର ରୋଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରିଥିଲେ ।
ଏ ସବୁ ସ୍ଥାନରେ ସେ ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ସ୍ଥିତି ପରଖିଥିଲେ । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସକଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟତଃ ଉପଯୁକ୍ତ ଚିକିତ୍ସା, ଜଳ ବିଶୋଧନ, ରୋଗର ନିରାକରଣ ଓ ନିୟନ୍ତ୍ରଣ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ଅନ୍ୟପଟେ ଆଜି ବି 258ଜଣ 13ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ଅଛନ୍ତି । ତେବେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଥିବା ବେଳେ 5ଜଣଙ୍କୁ ସରକାରୀ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାରେ ଏବେ କଲେରା ଝାଡାବାନ୍ତି ଗମ୍ଭୀର ସ୍ଥିତିରେ ଥିବା ବେଳେ 14ଜଣିଆ କେନ୍ଦ୍ରୀୟ ଟିମ ମଧ୍ୟ ଯାଜପୁର ଗସ୍ତରେ ଆସି ବିଭିନ୍ନ ଦୀଗ ଉପରେ ତର୍ଜ୍ଜମା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଆଜି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଘଟଣା ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କେନ୍ଦ୍ରୀୟ ଟିମ ଓ ଜିଲ୍ଲାର ବିଭିନ୍ନ ଅଧିକାରୀ ସହିତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି l
ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପରିଦର୍ଶନ କରି ଡ଼ାଇରିଆରେ ପୀଡିତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିବା ସହ ଡାଇରିଆର ସ୍ଥିତି ସମ୍ପର୍କରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କଲି। pic.twitter.com/5Vn3cnCFN5
— Dr. Mukesh Mahaling (@MahalingMukesh) June 15, 2025
କଲେରା ଝାଡାବାନ୍ତିକୁ ନେଇ ଯାଜପୁରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି । 750ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ଜିଲ୍ଲାର ଏବେ ବି 13ଗୋଟି ସରକାରୀ ଡାକ୍ତରଖାନାରେ 258 ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଯେଉଁଥିରେ ଆଜି ଗୋଟିଏ ଦିନରେ ନୂତନ ଭାବେ 33ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । 50ରୁ ଉର୍ଦ୍ଧ୍ବ ରେଫର କେସ୍ କଟକ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । ତେବେ ଏଭଳି ଗମ୍ଭୀର ପରିସ୍ଥିତି କୁ ଦୃଷ୍ଟିରେ ରଖି ଖୋଦ୍ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଗସ୍ତରେ ସାମିଲ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନର ଆଉ ଏକ 14ଜଣିଆ କେନ୍ଦ୍ରୀୟ ଟିମ୍ ମଧ୍ୟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ମେଡିକାଲକୁ ବୁଲି ଦେଖିବା ସହ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେପଟେ ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେ ନେଇ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।
ଆଜି ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ।
— Collector & DM, Jajpur (@dm_jajpur) June 15, 2025
ଏହି ଦିନିକିଆ ଗସ୍ତ ଅବସରରେ ଡାଇରିଆରେ ଆକ୍ରାନ୍ତ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। pic.twitter.com/pImR9TNdQl
ମନ୍ତ୍ରୀଙ୍କ ସହ କୋରେଇ, ଧର୍ମଶାଳା, ବଡ଼ଚଣା ବିଧାୟକ, ସାଂସଦ,ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଯାଜପୁର ସିଡିଏମଓ,ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମନ୍ତ୍ରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ରୋଗର ନିୟନ୍ତ୍ରଣ, ନିରାକରଣ ଓ ସଂକ୍ରମଣ ରୋକିବାକୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଆଲୋଚନା କରିଥିଲେ । ମନ୍ତ୍ରୀ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଲୋତମାନେ ଭୟଭିତ ନହୋଇ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଏହି ମହାମାରୀ ରୋକିବା ପାଇଁ ସରକାର ପୁରା ପ୍ରସୂତ ଥିବା କହିଛନ୍ତି l
"ଗୋଟିଏ ପଟେ କଲେରା ପାଇଁ ବ୍ୟସ୍ତ ହେବାର ନାହିଁ, ସରକାରଙ୍କ ପକ୍ଷରୁ ଏଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଯେଉଁମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ତୁରନ୍ତ ମେଡିକାଲ ଆସି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୁଅନ୍ତୁ । ନିଜେ ଘରେ ରହି ମନଇଚ୍ଛା ଔଷଧ ସେବନ କରନ୍ତୁ ନାହିଁ," କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ l

"ଏଥିସହିତ 14ଜଣିଆ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ ଜିଲ୍ଲାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପରେ କେଉଁ କାରଣରୁ ଡାଇରିଆ ବା କଲେରା ରୋଗ ବ୍ୟାପୁଛି, ତାର ପକୃତ କାରଣ ଜଣାପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବଡକଥା ହେଲା ଏବେବି ନୂଆ ରୋଗୀ ଆସୁଛନ୍ତି । ଯେବେ ରୋଗୀ ଆସିବା ସମ୍ପୂର୍ଣ୍ଣ ବନ୍ଦ ହେବ, ସେତେବେଳେ ଯାଇ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିବ ବୋଲି କୁହାଯାଇଛି l ସ୍ଥିତି ଉପରେ ନଜର ରହିଛି ଖୁବ୍ ଶୀଘ୍ର ଏଥିରେ ସୁଧାର ଆସିବ," ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର କହିଛନ୍ତି l

ସେପଟେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ଼ୀ କହିଛନ୍ତି, "ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଝାଡବାନ୍ତି କିଭଳି କଣ୍ଟ୍ରୋଲ ହେବ ସେଥିରେ ଲାଗିପଡିଛନ୍ତି l ସମସ୍ତ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି l କିଭଳି କୌଣସି ରୋଗୀଙ୍କର କିଛି ଅସୁବିଧା ନହେବ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି l"
ରାଜ୍ୟରେ ଡାଇରିଆ ସ୍ଥିତି ଅଣାୟତ, ଫୋକସରେ ସ୍କୁଲ ଛାତ୍ର ଛାତ୍ରୀ-
ଆଜି ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଡାଇରିଆ ସ୍ଥିତି ନିରୀକ୍ଷଣ ଓ ସମୀକ୍ଷା କରିଛନ୍ତି । ସ୍ଥିତିରେ ସୁଧାରା ଆସିଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢୁଛି । ଏବେ ଆଉ କେଇ ଦିନ ପରେ ଖୋଲିବ ସ୍କୁଲ । ତେବେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଓ ପାଣିଟାଙ୍କି ଆଦିକୁ ବିଶୋଧିତ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଏପଟେ ଯାଜପୁରରେ 1771 ଜଣ ଡାଇରିଆ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଓ ପାଣିଟାଙ୍କିକୁ ବିଶୋଧିତ କରିବାକୁ କଡା ନିର୍ଦେଶ ରହିଛି ।
ଜଳ ବିଶୋଧିତ କରିବା ପାଇଁ କଡା ନିର୍ଦେଶ-
ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ସମେତ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ଟିମ୍ ମାନେ ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ ଡିଭିଜନର ପ୍ରଭାବିତ ଅଂଚଳରେ ଡାଇରିଆ ସ୍ଥିତିର ନିରୀକ୍ଷଣ କରିଛନ୍ତି । ବ୍କକ ଏବଂ ପଂଚାୟତଓ୍ୱାରୀ ସ୍ଥିତିର ସମୀକ୍ଷା କରି ପ୍ରତି ପାନୀୟଜଳ ଉତ୍ସକୁ ନିୟମିତ ବ୍ୟବଧାନରେ ବାରମ୍ବାର ବିଶୋଧନ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହା ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଉ କେଇ ଦିନ ପରେ ଖୋଲିବ ବିଦ୍ୟାଳୟ । ତେବେ ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ନଳକୂପ ଓ ପାଣିଟାଙ୍କି ଆଦିକୁ ଭଲ ଭାବରେ ବିଶୋଧିତ କରିବା ପାଇଁ ଜଳଯୋଗାଣ ବିଭାଗ ଯନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଘରକୁ ଘର ବୁଲି ସଚେତନତା-
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ପ୍ରାଥମିକ ଅବସ୍ଥାରୁ ଡାଇରିଆ ରୋଗୀମାନଙ୍କୁ ଚିହ୍ନଟ କରିବା ସହ ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ, ଓଆରଏସ୍ ପ୍ୟାକେଟ ଆଦି ଦେଇ ହସ୍ପିଟାଲକୁ ଯିବା ନିମନ୍ତେ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଡାଇରିଆରେ ଆସୁଛି କି ସୁଧାର-
ଏପଟେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ଡାଇରିଆ ସ୍ଥିତିରେ ଉଲ୍କେଖନୀୟ ସୁଧାର ଆସୁଛି । ଆଜି କୌଣସି ଡାଇରିଆ ଜନିତ ମୃତ୍ୟୁର ସୂଚନା ମିଳିନାହିଁ । ହସ୍ପିଟାଲରେ ଡାଇରିଆ ସଂକ୍ରମିତଙ୍କ ଆଡମିଶନ୍ ପରିମାଣ ମଧ୍ୟ ବହୁତ କମିଛି । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ସମୁଦାୟ ୧୭୭୧ ଜଣ ସଂକ୍ରମିତଙ୍କ ବ୍ୟକ୍ତିଙ୍କର ବିଭିନ୍ନ ହସ୍ପିଟାଲରେ ଆଡମିଶନ ହୋଇଛି । ସେମାନଙ୍କ ମଧ୍ୟରୁ ୧୫୦୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି। ୫ଟି ଡାଇରିଆ ମୃତ୍ୟୁ ବିଷୟ ପରୀକ୍ଷା ପରେ ପ୍ରମାଣିତ ହୋଇଛି। ବାକି ଆଉ ୫ ଟି ଡାଇରିଆ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲୁରହିଛି ।"
କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ଡାଇରିଆ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ-
ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଡ଼ାଇରିଆର ପ୍ରଭାବ ବଢିଚାଲୁଥିବା ବେଳେ ସ୍ଥିତି ସମୀକ୍ଷା ନିମନ୍ତେ ପହଞ୍ଚିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ତମାନ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ୩୨ ଜଣ ଡ଼ାଇରିଆ ପୀଡିତ ରୋଗୀ ଚିକିତ୍ସିତ ହେଉଥିବା ବେଳେ କିଛି ଦିନ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ ।

ତେବେ ସ୍ଥିତି ସମୀକ୍ଷା ନିମନ୍ତେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ କୋରେଇ ବିଧାୟକ ଆକାଶ ଦାସ ନାୟକ ମେଡିକାଲ ରେ ପହଁଞ୍ଚି ରୋଗୀ ଙ୍କ ସହିତ କଥା ହେବା ସହିତ ସମସ୍ତେ ସଚେତନ ରହି ଏହାର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି ।
ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ସଚେତନତା ଅଭିଯାନ କରିବା ସହ ଡାଇରିଆ ନିୟନ୍ତ୍ରଣ କରିବା ପାଇଁ ସରକାର ତତ୍ପର ଥିବା ପ୍ରକାଶ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ସମୀକ୍ଷା ବୈଠକରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଛନ୍ତି।
ଇଟିଭି ଭାରତ, ଯାଜପୁର/ଭୁବନେଶ୍ୱର/କେନ୍ଦୁଝର