ETV Bharat / state

ପିଲାଙ୍କ ଠାରେ ମଧୁମେହକୁ ନେଇ CBSEର ଚିନ୍ତା, ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ - SUGAR BOARD

ପିଲାଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷା ପାଇଁ ସିବିଏସଇ ସ୍କୁଲରେ ସୁଗର ବୋର୍ଡ ପ୍ରତିଷ୍ଠା କରାଯିବା ନେଇ ଯୋଜନା କରାଯାଉଛି।

SUGAR BOARD IN CBSE SCHOOL
SUGAR BOARD IN CBSE SCHOOL (ETV BHARAT ODISHA)
author img

By ETV Bharat Odisha Team

Published : May 19, 2025 at 4:53 PM IST

3 Min Read

ଭୁବନେଶ୍ବର: ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କ ଠାରେ ମଧୁମେହ ଲକ୍ଷଣ ନଜରକୁ ଆସୁଛି। ଯାହା ରାଜ୍ୟ ନୁହେଁ ଏପରିକି ଦେଶରେ ଏହା ଏକା ବଡ କାରଣ ପାଲଟିଛି। ଯେଉଁଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସ୍କୁଲରେ ସର୍କରା ବୋର୍ଡ଼ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ବୋର୍ଡ଼ ପିଲାଙ୍କର ରକ୍ତ ସର୍କରା ନିୟନ୍ତ୍ରଣ ପାଇଁ ନିୟମିତ ଯାଞ୍ଚ କରିବ। ଏନେଇ ସମସ୍ତ ସିବିଏସଇ ସ୍କୁଲ ଗୁଡିକକୁ ଚିଠି କରାଯାଇଛି।

ସିବିଏସଇ ସ୍କୁଲରେ ସୁଗର ବୋର୍ଡ ପ୍ରତିଷ୍ଠା କରାଯିବା:

ଏହି ଚିଠିର ଉଲ୍ଲେଖ ରହିଛି ଯେ, ଅଧିକ ସର୍କରା ଜାତୀୟ, ଅଧିକ ମାତ୍ରରେ ମୃଦୁ ପାନୀୟ, ବିଭିନ୍ନ ଫାଷ୍ଟ ଫୁଡ, ବାରମ୍ବାରେ ବାହାର ଖାଦ୍ୟ ଖାଇବା ଦ୍ଵାରା ମଧୁମେହ ଦେଖା ଯାଇଥାଏ । ସର୍କରା ଯୁକ୍ତ ଖାଦ୍ୟ କେବଳ ମଧୁମେହ ସୃଷ୍ଟି କରେ ନାହିଁ, ପିଲାଙ୍କ ଅତ୍ୟଧିକ ମୋଟା ହେବାର କାରଣ, ଦାନ୍ତ ସମସ୍ୟା, ଖାଦ୍ୟ ହଜମ ନହେବା ଭଳି ସମସ୍ୟା ଆଶଙ୍କା ସୃଷ୍ଟି କରିଥାଏ। ଦୀର୍ଘ ଦିନ ଧରି ପିଲାଙ୍କ ଏହିପରି ସ୍ଵାସ୍ଥ୍ୟଗତ ସମସ୍ୟା ରହିଲେ ଶିକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ହୋଇପାରେ। ତେବେ ପିଲାଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷା ପାଇଁ ସିବିଏସଇ ସ୍କୁଲରେ ସୁଗର ବୋର୍ଡ ପ୍ରତିଷ୍ଠା କରାଯିବା ନେଇ ଯୋଜନା କରାଯାଉଛି। ଯେଉଁଥିରେ ପିଲା ମାନେ ସର୍କରା ଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ପାଇଁ ଶିକ୍ଷା ଦିଆଯିବ। ସର୍କରା ଯୁକ୍ତ ଖାଦ୍ୟ ଖାଇବା କେତେ ବିପଦ ତାହା ପିଲାଙ୍କୁ ସଚେତନତା ସୃଷ୍ଟି କରାଯିବ। ଯେପରି କି ଜଙ୍କ୍ ଫୁଡ, ଥଣ୍ଡା ପାନୀୟରୁ ଦୂରେଇ ରହିବାକୁ କୁହାଯିବ, କେଉଁ ପ୍ରକାରର ଖାଦ୍ୟ ପିଲାଙ୍କ ପାଇଁ ସ୍ବାସ୍ଥ୍ୟକର ସେନେଇ ସଚେତନ କରା‌ଯିବ। ଏହା ସହିତ ପିଲାଙ୍କୁ ନେଇ କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ମଧ୍ୟ ଲକ୍ଷ୍ୟ ରଖିଛି ସିବିଏସଇ ବୋର୍ଡ।

CBSE
CBSE (ETV BHARAT ODISHA)

ଏନେଇ ଘରୋଇ ଇଂରାଜୀ ମାଧ୍ଯମିକ ସ୍କୁଲର ପ୍ରିନ୍ସିପାଲ ଜୟଶ୍ରୀ ମହାପତ୍ର କହିଛନ୍ତି ଯେ, ଏହା ଏକ ଭଲ ପଦକ୍ଷେପ ଅଟେ। ଆଜିକାଲିକା ପିଲାଙ୍କର ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ପଡିବ। ଜଙ୍କ ଫୁଡ ବା କୋଲଡ୍ରିଙ୍କ୍ସ ଆଦି ସେବନ କରୁଛନ୍ତି। ଯାହା ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ ଅଟେ। ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ କି ଟାଇପ ୨ ଡାଇବେଟିସର ଶିକାର ହେଉଛନ୍ତି । ତେଣୁ ଏନେଇ ଏକ ବୋର୍ଡ କରିବୁ । ଏଥିରେ ଶିକ୍ଷକ ରହିବା ସହିତ ଡାକ୍ତର ଜଣେ ରହିବେ। ପିଲମାନଙ୍କୁ ସଚେତନତା କରାଯିବ। ପିଲାଙ୍କର ଶିକ୍ଷା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବା ଆବଶ୍ୟକ। ପିଲାମାନେ ସୁସ୍ଥ ରହିଲେ ଶିକ୍ଷା କ୍ଷେତ୍ରରେ ଭଲ କରିବେ ।

SUGAR BOARD IN CBSE SCHOOL (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଡାଇବେଟିସ ରୋଗୀ ଫଳ ଖାଇବେ ନା ନାହିଁ ? କଣ କହୁଛନ୍ତି ବିଶେଷଜ୍ଞ - SUGAR PATIENT DIET CHART

ଏହା ସହିତ ଡାକ୍ତର ଦିଲୀପ ପଣ୍ଡା କହିଛନ୍ତି ଯେ, ପିଲାଙ୍କ କ୍ଷେତ୍ରରେ ଡାଇବେଟିସ ବଢିଯାଇଛି। କାରଣ ହେଉଛି ପିଲାଙ୍କର ଶାରୀରିକ ବ୍ୟାୟମ ନାହିଁ ଓ ଜଙ୍କ ଫୁଡ ଅଧିକ ଖାଇବା। ଏହା ସହିତ କମ୍ପ୍ୟୁଟର ନିକଟରେ ସବୁବେଳେ ବସିଲେ। ଏହାର ପ୍ରଭାବ ପିଲାଙ୍କ ଉପରେ ପଡୁଛି। ଯାହା ଫଳରେ କମ ବୟସରୁ ଅନେକ ରୋଗ କିଣିଥାନ୍ତି। ଟିକେ ସଚେତନତା ହେଲେ ସବୁ କିଛି ସମାଧାନ ହୋଇପାରିବ ।

ଅନ୍ୟପଟେ ଅଭିଭାବକ ମହାସଂଘର ଉପସଭାପତି ପ୍ରସନ୍ନ ବିଶୋଇ କହିଛନ୍ତି ଯେ, ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ଏଭଳି କି ଅନେକ ଡାକ୍ତର ମାନେ ମନା କରୁଛନ୍ତି। ସାରା ବିଶ୍ବରେ ଏକ ଡାଇବେଟିସ ହବରେ ପରିଣତ ହେଲାଣି। ପିଲାଟିର ଯେତିକି ଶାରୀରିକ ପରିଶ୍ରମ ହେଉଥିଲା ବର୍ତ୍ତମାନ ସେ ସମସ୍ତ ଆଉ ହେଉନାହି। ଆଜିକା ଦିନରେ ଦୈନିକ ଖାଦ୍ଯ ରୂପରେ ମଇଦା ଜାତୀୟ ଖାଦ୍ଯ ସମେତ ଜଙ୍କ ଫୁଡ ପ୍ଯାକେଟ ଫୁଡ ଆଦି ଖାଦ୍ଯ ଖାଇବାରେ ଲାଗିଛନ୍ତି । ସୁଗାର ବୋର୍ଡ ଗଠନକୁ ନେଇ ଯେତିକି ଧ୍ୟାନ ଦେଉଛି ସିବିଏସଇ ସେହି ତୁଳନାରେ ପିଲାଙ୍କ ପାଠ ପଢାରେ ଧ୍ୟାନ ଦେବା ଆବଶ୍ୟକ ।

ଅଧିକ ମାତ୍ରାରେ ପ୍ୟାକେଟ ଫୁଡ୍‌:

ପିଲାଦିନେ ମୋଟାପଣ ବିଭିନ୍ନ ରୋଗର କାରଣ ହୋଇପାରେ। ଏହି କାରଣରୁ କମ୍‌ ବୟସରେ ବା ଛୋଟ ଛୋଟ ପିଲାଙ୍କୁ ମଧୁମେହ, ହୃଦରୋଗ ଏବଂ ଶ୍ୱାସକ୍ରିୟା ସମସ୍ୟା ଆଦି ଦେଖାଯାଇଥାଏ। ଭାରତରେ ଛୋଟ ପିଲାମାନଙ୍କର ଦୈନନ୍ଦିନ ଜୀବନରେ ବିଶେଷ ଭାବରେ ଖାଦ୍ୟ ଅଭ୍ୟାସ ଧିରେ ଧିରେ ଖରାପ ହେବାରେ ଲାଗିଛି। ସେମାନେ ସବୁବେଳେ ବାହାର ଖାଦ୍ୟ ଖାଇବାକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ସେମାନେ ଅତ୍ୟଧିକ ପ୍ୟାକେଟ ଫୁଡ୍‌ ଯେପରିକି ଚିପ୍ସ, କେକ୍‌ ଇତ୍ୟାଦି। ଯାହା ସେମାନଙ୍କ ଶରୀରରେ ଚର୍ବି ଜମା କରୁଛି।

ଜଙ୍କ୍‌ ଫୁଡ୍:

ଆଜିକାଲି ବ୍ୟସ୍ତବହୁଳ ହିଁ ବଡ ସମସ୍ଯା ଜୀବନଶୈଳୀରେ ପରିବର୍ତ୍ତନ। ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଜଙ୍କ ଫୁଡ୍ ଏବଂ ପ୍ୟାକେଟ ଫୁଡ୍‌ ଖାଇବାକୁ ଦେଇଥାନ୍ତି। ଯାହା ଫଳରେ ସେମାନେ ସନ୍ତୁଳିତ ଖାଦ୍ୟ ସଠିକ ସମୟରେ ପାଇପାରୁ ନାହାଁନ୍ତି । ଶରୀରରେ ପୁଷ୍ଟିକର ଖାଦ୍ୟାଭାବ ଯୋଗୁଁ ସେମାନେ ମୋଟାପଣର ଶିକାର ହୋଇଥାନ୍ତି ।

ମୋଟାପଣରୁ ରକ୍ଷା କିପରି କରିବେ ?

ବିଶେଷ ଭାବରେ ସ୍କୁଲ ପିଲାଙ୍କୁ ପ୍ୟାକେଟ ହୋଇଥିବା ଏବଂ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରଖନ୍ତୁ। ଖାଦ୍ୟରେ ଆବଶ୍ୟକୀୟ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ଆଦିକୁ ସାମିଲ କରନ୍ତୁ। ସବୁଜ ପନିପରିବା ସମେତ ଫଳ ମଧ୍ୟ ଖାଇବାକୁ ଦେବା ଆବଶ୍ୟକ। ପିଲାମାନଙ୍କୁ କେବଳ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ। ଦିନରେ ଯଥା ସମ୍ଭବ ପାଣି ପିଇବା ଆବଶ୍ୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.