ETV Bharat / state

'କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ' କର୍କଟ ଯୋଦ୍ଧାଙ୍କ ବିଜୟ ଗାଥା

'ମୁଁ ଲଢିଲି, ଆପଣ ବି ଲଢ଼ିପାରିବେ' ଗଳା କର୍କଟକୁ ହରାଇ ଓଡ଼ିଶାରେ କ୍ୟାନସର ପୀଡ଼ିତମାନଙ୍କୁ ବଞ୍ଚିବାର ରାହା ଦେଉଛନ୍ତି 27 ବର୍ଷୀୟା ସ୍ବାଗତିକା ଆଚାର୍ଯ୍ୟ ।

Cancer Fighter Swagatika
Cancer Fighter Swagatika (ETV Bharat Odisha)
author img

By ETV Bharat Odisha Team

Published : September 24, 2025 at 5:25 PM IST

5 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ନାରାୟଣ ସାହୁ

Cancer Fighter Swagatika କଟକ: ‘କ୍ୟାନସର ଜୀବନର ଗୋଟିଏ ଅଧ୍ୟାୟ ହୋଇପାରେ, କିନ୍ତୁ ପୂରା ବହି ନୁହେଁ । ଯଦି ମୁଁ ଲଢି ପାରିଛି ଆପଣ ବି ଲଢିକି ଆସିପାରିବେ, କ୍ୟାନସରରେ ମଣିଷ ମରେନି ଭୟ ମାରିଦିଏ...ଲୋକଙ୍କୁ ମନରୁ ଭୟ ଦୂର କରିବାର ଆବଶ୍ୟକତା ରହିଛି ।’... ସେ ଜଣେ କ୍ୟାନସର ଯୋଦ୍ଧା...ବୀରଙ୍ଗନା...ବିଜୟିନୀ...ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ବାସ ଯୋଗୁଁ କ୍ୟାନସର ଭଳି ମାରାତ୍ମକ ରୋଗକୁ ହରାଇ ସେ ଆଜି ବିଜୟିନୀ ହୋଇଛନ୍ତି ...କଟକର 27 ବର୍ଷୀୟା ସ୍ବାଗତିକା ଆଚାର୍ଯ୍ୟ । ଆଖି ଓଦା କରିବ ତାଙ୍କ ପ୍ରେରଣାଦାୟୀ ସଂଘର୍ଷ କାହାଣୀ ... ନିଜେ କ୍ୟାନସରକୁ ହରାଇଥିବା ବେଳେ, ଅନ୍ୟମାନକୁ ଏହି ରୋଗକୁ ହରାଇବା ପାଇଁ ପ୍ରେରଣା ଦେଉଛନ୍ତି ଏବଂ ସଚେତନତା ଉପରେ କାର୍ଯ୍ୟ କରୁଛନ୍ତି । କ୍ୟାନସର ଯୋଦ୍ଧାଙ୍କ କାହାଣୀକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

cancer just a chapter odisha swagatika acharya survivor Inspiring journey (ETV Bharat Odisha)

କ୍ୟାନସରକୁ ହରାଇଛନ୍ତି ସ୍ବାଗତିକା...

କ୍ୟାନସର ବା କର୍କଟ...ଏହି ନାଁ ଶୁଣିଲେ ମନରେ ଭୟ ପଶେ । ଏହି ରୋଗ ଯାହାକୁ ହୁଏ, ସେ ଭାଙ୍ଗି ପଡ଼ନ୍ତି । ମାତ୍ର ଏମିତି ଜଣେ ମହିଳା ଅଛନ୍ତି, ଯିଏ ଏହି ରୋଗ ଉପରେ ବିଜୟ ହାସଲ କରିଛନ୍ତି । ବଡ଼ କଥା ହେଉଛି କି କ୍ୟାନସର ଯେତେବେଳେ ଜଣାପଡିଥିଲା ସମ୍ପର୍କୀୟ କହିଥିଲେ କି ଆଉ ବଞ୍ଚିବେନି । ବାପାଙ୍କୁ ସାହାରା ଦେବା ବଦଳରେ ସମ୍ପର୍କୀୟ କହିଥିଲେ ଝିଅ ପଛରେ ଟଙ୍କା କାହିଁକି ଖର୍ଚ୍ଚ କରୁଛ ...ବେକାର ହୋଇଯିବ ....ବାପାଙ୍କ ଆଖିରେ ଅଶ୍ରୁର ଧାରା...ମେଡିକାଲ ବେଡରେ ଥାଇ ବି ମନକୁ ଦୃଢ କରିଥିଲେ । ନା ମୋତେ ଜିତିବାକୁ ହେବ... ହାରିବ କ୍ୟାନସର । ବାସ୍‌ ଏହି ଦୃଢ ମନୋବଳ ଯୋଗୁଁ କ୍ୟାନସରକୁ ହରାଇଛନ୍ତି ସ୍ବାଗତିକା ।

ଆସନ୍ତୁ ଜାଣିବା କେବେ ଜଣାପଡିଲା ସ୍ବାଗତିକା କ୍ୟାନସରରେ ପୀଡିତ...କିପରି ଜିତିଲେ...ଆଉ ଏବେ କ୍ୟାନସର ପୀଡିତଙ୍କ ପାଇଁ କଣ କରୁଛନ୍ତି ।

Cancer Fighter Swagatika
Cancer Fighter Swagatika (ETV Bharat Odisha)

2018ରେ ଜଣାପଡିଲା ସ୍ବାଗତିକା କ୍ୟାନସରରେ ପୀଡିତ:

2017 ମସିହା କଥା ... ସେ ସମୟରେ ସ୍ବାଗତିକା ଗ୍ରାଜୁଏସନ କରୁଥିଲେ । ଗଳାରେ କଷ୍ଟ ଅନୁଭବ ହୋଇଥିଲା । ଏହାପରେ ସେ ଡାକ୍ତରକୁ ଦେଖାଇଥିଲେ । ରିପୋର୍ଟରୁ ଜଣାପଡିଥିଲା ସେ ଟିବିରେ ପୀଡିତ । ଏହାପରେ ଔଷଧ ଖାଇଲେ । କିନ୍ତୁ ରୋଗ ଭଲ ହୋଇନଥିଲା । 2018 ମସିହା ମାର୍ଚ୍ଚ ମାସ ବେଳକୁ ହଠାତ୍‌ ଅଚେତ ହୋଇପଡିଥିଲେ । ପରିବାର ଲୋକେ ହସ୍ପିଟାଲ ନେଲେ ରକ୍ତ ପରୀକ୍ଷା କରାଗଲା । ଡାକ୍ତର କହିଥିଲେ ଟିବି ନୁହେଁ କ୍ୟାନସର ହୋଇଛି । ଗଳା କର୍କଟ ବା ଥ୍ରୋଟ କ୍ୟାନସର ଜାଣିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ।

ଭାଙ୍ଗି ନଥିଲେ, ଲଢ଼ିଥିଲେ ଆଉ ଜିତିଥିଲେ

ସ୍ବାଗତିକା କୁହନ୍ତି, ‘ପରିବାରରେ ପୂର୍ବରୁ କାହାକୁ କ୍ୟାନସର ହୋଇନଥିଲା । ବାପାଙ୍କ ଆଖିରେ ଲୁହ ଦେଖିଥିଲି । ମୁଁ ସ୍ଥିର କଲି କ୍ୟାନସର ଉପରେ ବିଜୟ ହାସଲ କରିବାର ଅଛି । ଓଡ଼ିଶାରେ କ୍ୟାନସରେ ନୁହେଁ, ଭୟରେ ମରି ଯାଆନ୍ତି । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି । ସୋସିଆଲ ମିଡିଆରେ ସବୁକିଛି ସେୟାର କଲି । ଲୋକେ କହିଲେ ଆପଣଙ୍କୁ ଦେଖି ଖୁସି ଲାଗୁଛି । ଏପରିକି ମୋତେ ଯେତେବେଳେ କ୍ୟାନସର ହୋଇଥିଲା ମୋ ଚାରିପାଖରେ କାହାକୁ କ୍ୟାନସରକୁ ହରାଇବା ମୁଁ ଦେଖିନଥିଲି ।’

Cancer Fighter Swagatika
ଶିଶୁ ସହ ସ୍ବାଗତିକା (ETV Bharat Odisha)

ଅନ୍ୟର ପ୍ରେରଣା ବଢ଼ାଇବାକୁ ଆଗେଇ ଆସିଲେ ସ୍ବାଗତିକା:

ଗୋଟିଏ ପଟେ ନିଜେ ଜଣେ କ୍ୟାନ୍ସର ରୋଗୀ ଅନ୍ୟପଟେ ଅନ୍ୟ ରୋଗୀଙ୍କ ମନର ବେଦନାକୁ ଅନୁଭବ କରି ସେ ଧୀରେ ଧୀରେ ସେମାନଙ୍କ ମନୋବଳକୁ ଦୃଢ଼ କରିବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ କୋରୋନା ମହାମାରୀ ବି ଆସିଗଲା । ନିଜର ଅଭିଜ୍ଞତାକୁ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଗୋଟିଏ ବାର୍ତ୍ତା କି ଦୃଢ଼ ମନୋବଳ ହିଁ କ୍ୟାନସରକୁ ମାତ ଦେଇପାରିବ । ଅନେକ ପୀଡିତା ସୋସିଆଲ ମିଡ଼ିଆରେ ତାଙ୍କ ସହ ଯୋଡ଼ି ବି ହେଲେ ।

Cancer Fighter Swagatika
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟୁଛନ୍ତି ସ୍ବାଗତିକା (ETV Bharat Odisha)
ଅନ୍ୟକୁ ବଢାଇଲେ ସାହାଯ୍ୟର ହାତ...

କୋଭିଡ ସମୟରେ ଅନେକ ରୋଗୀ ନିଜ ନିଜର ଦୁଃଖ ବି ସ୍ଵାଗତିକାଙ୍କ ସହ ସେୟାର କରିଥିଲେ । ବିଶେଷ କରି କାହାର ଔଷଧ କିଣିବାକୁ ଅସୁବିଧା ତ ଆଉ କାହାର ଡାକ୍ତରଙ୍କୁ ଚେକଅପ କରାଇବା ସମସ୍ୟା । କାରଣ କୋଭିଡ ସମୟରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ସେ ଏହି ରୋଗୀ ମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ । କିଛି ସାଙ୍ଗ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବାରୁ ତାଙ୍କ ମନୋବଳ ଆହୁରି ବୃଦ୍ଧି ପାଇଥିଲା । ବ୍ରହ୍ମପୁର, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଆଦି ବହୁ ଦୂରଦୂରାନ୍ତରୁ କ୍ୟାନ୍ସର ରୋଗୀ ମାନଙ୍କୁ ସେ କୋଭିଡ ସମୟରେ ସାହାଯ୍ୟ କରିଥିଲେ ।

Cancer Fighter Swagatika
ଏକ କାର୍ଯ୍ୟକ୍ରମରେ ସ୍ବାଗତିକା ଆଚାର୍ଯ୍ୟ, ହାତରେ ରହିଛି ମାନପତ୍ର (ETV Bharat Odisha)

କିପରି କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରୁଛନ୍ତି ସ୍ବାଗତିକା ?

କ୍ୟାନସର ପୀଡିତାଙ୍କ ପାଖରେ ପହଞ୍ଚିବା ପାଇଁ ସ୍ବାଗତିକା ନିଜର ଏକ ୱେବସାଇଟ (ଆୱେକ ଇନ) ଖୋଲିଥିଲେ । ଏହି ୱେବସାଇଟରେ ସେ ଅତି ସହଜରେ ଅନ୍ୟ ପୀଡିତାଙ୍କ ପାଖରେ ପହଞ୍ଚିବା ପାଇଁ ବେଶ ସହାୟକ ହୋଇଥିଲା । କେବଳ କ୍ୟାନ୍ସର ପୀଡିତଙ୍କ ପାଖରେ ନୁହେଁ ବରଂ କ୍ୟାନ୍ସର ହେବା ପୂର୍ବରୁ ଜଣେ କେମିତି ସଚେତନ ରହିବ । ଏ ସମ୍ପର୍କରେ ସଚେତନ କରିବା ଆରମ୍ଭ କରିଥିଲେ ।

Cancer Fighter Swagatika
କିଛି ପିଲା ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ସ୍ବାଗତିକା ଆଚାର୍ଯ୍ୟ (ETV Bharat Odisha)

ସ୍ତନ କର୍କଟ ନେଇ ସଚେତନ କରୁଛନ୍ତି ସ୍ବାଗତିକା:

ବିଶେଷକରି ମହିଳାମାନଙ୍କୁ ସ୍ତନ କର୍କଟ ଉପରେ ସଚେତନ କରୁଛନ୍ତି ସ୍ବାଗତିକା । ମହିଳାଙ୍କୁ ଟିକା ଦେବା ହେଉ ଅବା କ୍ୟାନସର ପୀଡିତା ମାନେ କେମିତି ଏହାର ମାତ ଦେବେ ? ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ସଚେତନ କରାଉଛନ୍ତି ସ୍ବାଗତିକା । ଏଥିସହ କ୍ୟାନ୍ସର ରୋଗୀ କିପରି ଆର୍ଥିକ ସହାୟତା ପାଇ ପାରିବ ସେନେଇ ମଧ୍ୟ ସାହାଯ୍ୟ କରୁଛନ୍ତି ।

ରାଜ୍ୟରେ ଥିବା କ୍ୟାନ୍ସର ପୀଡିତାଙ୍କୁ ବଞ୍ଚିବା ପାଇଁ ରାହା ଯୋଗାଉଛନ୍ତି 27 ବର୍ଷୀୟ ଯୁବତୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ବାଗତିକା ଆଚାର୍ଯ୍ୟ (ETV Bharat Odisha)

କ୍ୟାନସର ପୀଡିତଙ୍କ ସହ ପାଳନ୍ତି ପର୍ବପର୍ବାଣୀ:

ପ୍ରତ୍ୟେକ ପର୍ବପର୍ବାଣୀରେ ଆମେ ବିଭିନ୍ନ କ୍ୟାନସର ହସ୍ପିଟାଲ ଯାଇଥାଉ । ସେଠାରେ ରୋଗୀଙ୍କ ସହ ପୂରା ଦିନ ବିତାଉ । ପର୍ବପର୍ବାଣୀ ପାଳନ କରୁ । କ୍ୟାନସର ଯେତେବେଳେ ହୁଏ ଜଣେ ଲୋକକୁ ହୋଇଥାଏ । କିନ୍ତୁ ମାନସିକ ଚିନ୍ତାରେ ପୂରା ପରିବାର ଥାଏ । ଏହି ସମୟରେ ଜଣେ ଭାବେ କ୍ୟାନସର ହୋଇଗଲା ଏଇଠି ଜୀବନର ସବୁ ଖୁସି ସରିଗଲା । ଆମେ ପୀଡିତଙ୍କ ପାଖକୁ ଯାଉ ତାଙ୍କୁ ବୁଝାଉ । କ୍ୟାନସର ଜୀବନର ଏକ ଅଧ୍ୟାୟ ପୂରା ବହି ନୁହେଁ । ଯଦି ମୁଁ ଲଢିକି ଆସିପାରୁଛି ଆପଣ ବି ଲଢିକି ଆସିପାରିବେ । ଏପରିକି ସର୍ବସାଧାରଣରେ ଅନେକ କାର୍ଯ୍ୟକ୍ରମ କରିଥାଉ । ଏହା ସହ ପେଡିଆଟ୍ରିକ କ୍ୟାନସର ଉପରେ କାମ କରୁଛୁ । ସର୍ଭାଇକାଲ କ୍ୟାନସର ନେଇକି ଟୀକକରଣ କରୁଛୁ । ମାଗଣାରେ 100 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଛୁଆଙ୍କୁ ଟୀକାକରଣ କରିଛୁ ବୋଲି ଇଟିଭି ଭାରତକୁ କହିଛନ୍ତି ସ୍ବାଗତିକା

Cancer Fighter Swagatika
ଶିଶୁ ସହ ସ୍ବାଗତିକା (ETV Bharat Odisha)

କ୍ୟାନସର ରୋଗୀଙ୍କୁ ଦିଆଯାଏ ତାଲିମ:

ପ୍ରୋଜେକ୍ଟ ମାଧ୍ୟମରେ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସ୍କିଲ ଡେଭେଲପମେଣ୍ଟ ଉପରେ ଟ୍ରେନିଂ ଦେଇଥାଉ । ଯେପରିକି ମହମବତୀ ପ୍ରସ୍ତୁତ କରିବା, ଚାବି ରିଂ ତିଆରି କରିବା, ରାକ୍ଷୀ ତିଆରି କରିବା । ଏହାପରେ ଏସବୁ ସାମଗ୍ରୀକୁ ନେଇ ବିକ୍ରି କରିଥାଉ ଏଥିରୁ ଯାହା ଲାଭ ମିଳେ କ୍ୟାନସର ରୋଗୀଙ୍କୁ ଦେଇଥାଉ । ଏହାସହ କ୍ୟାନସରକୁ ନେଇ କାଉନସିଲିଂ ମଧ୍ୟ କରିଥାଉ’ ବୋଲି ସ୍ବାଗତିକା କହିଛନ୍ତି ।

ରାଜ୍ୟରେ ଥିବା କ୍ୟାନ୍ସର ପୀଡିତାଙ୍କୁ ବଞ୍ଚିବା ପାଇଁ ରାହା ଯୋଗାଉଛନ୍ତି 27 ବର୍ଷୀୟ ଯୁବତୀ
ଏକ କାର୍ଯ୍ୟକ୍ରମରେ ସ୍ବାଗତିକା ଆଚାର୍ଯ୍ୟ (ETV Bharat Odisha)

କ୍ୟାନସର ରୋଗୀଙ୍କ ପାଇଁ କାମ କରୁଛନ୍ତି, ଟଙ୍କା କେଉଁଠୁ ଆସେ ?

ସ୍ବାଗତିକା କୁହନ୍ତି, ‘କ୍ୟାନସର ଗୋଟିଏ ରୋଗ, ପୂରା ଜୀବନ ନୁହେଁ । ସଠିକ ସମୟରେ ସଠିକ ଚିକିତ୍ସା କଲେ କ୍ୟାନସରକୁ ବି ହରାଇ ପାରିବେ । ତେବେ ଏସବୁ କାର୍ଯ୍ୟକ୍ରମ ପାଇଁ ଅନେକ ଶୁଭେଚ୍ଛୁ ସାହାଯ୍ୟ କରନ୍ତି । ଏଥିସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯେଉଁ କରିଥାଉ ପ୍ରାୟୋଜକ ସଂସ୍ଥାଠୁ କିଛି ଆସିଥାଏ । ସେହି ବଜେଟରୁ ଏହି ସବୁ କାର୍ଯ୍ୟ କରାଯାଏ ।’

କେତେ କ୍ୟାନସର ଯୋଦ୍ଧାଙ୍କୁ ସାହାଯ୍ୟ କଲେଣି ?

ସାରା ଓଡ଼ିଶାରୁ ପାଖାପାଖି 500 କ୍ୟାନସର ଯୋଦ୍ଧାଙ୍କୁ ଆମେ ସାହାଯ୍ୟ କରିସାରିଲୁଣି । ସାହାଯ୍ୟ ନୁହେଁ ସେମାନଙ୍କ ସହ ଛିଡା ହୋଇଛୁ । ପ୍ରତିଦିନ ଅନେକ କଲ୍‌ ଆସେ । ଆମ ଟିମ୍‌ ସାହାଯ୍ୟ କରିଆସୁଛି ବୋଲି କୁହନ୍ତି ସ୍ବାଗତିକା ।

Cancer Fighter Swagatika
କିଛି ଲୋକଙ୍କ ସହ ସ୍ବାଗତିକା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

NITରେ ଚର୍ମ କର୍କଟ ମହୌଷଧି, କଖାରୁ ଫୁଲ ଓ ଟସର ଲାଳରୁ ଔଷଧ

ଚିଲିକା ଦଳରୁ ସ୍କିନ କ୍ୟାନ୍ସର ସଲ୍ୟୁସନ, ରେଭେନ୍ସା ଗବେଷକଙ୍କୁ ମିଳିଲା ପେଟେଣ୍ଟ

କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ କ'ଣ ? ଜାଣନ୍ତୁ...

Cancer Fighter Swagatika
ସ୍ବାମୀଙ୍କ ସବ ସ୍ବାଗତିକା (ETV Bharat Odisha)

କ୍ୟାନସର ଲଢେଇରେ ସାଥ୍‌ ଦେଇଛନ୍ତି ସ୍ବାମୀ:

କ୍ୟାନସର ଲଢେଇରେ ସ୍ବାମୀ କେତେ ସହଯୋଗ କରିଛନ୍ତି ? ଏହି ପ୍ରଶ୍ନର ଉତ୍ତରରେ ସ୍ବାଗତିକା କହିଛନ୍ତି, ମୋର ପ୍ରେମ ବିବାହ ହୋଇଛି । କ୍ୟାନସର ନହେବା ପୂର୍ବରୁ ସ୍ବାମୀ ସାଥିରେ ଥିଲେ । କ୍ୟାନସର ହେବା ପରେ କହିଥିଲେ ଆମେ ମିଶିକି ଲଢିବା । କ୍ୟାନସର ଭଲ ହେବା ପରେ ଗତବର୍ଷ ବିବାହ ଆମର ହୋଇଛି ।

Cancer Fighter Swagatika
ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସ୍ବାଗତିକା (ETV Bharat Odisha)

ICMR(National Institute Of Cancer Prevention And Research) ତଥ୍ୟ ଅନୁଯାୟୀ-

  • ଭାରତରେ ପ୍ରତି 8 ମିନିଟରେ ସର୍ଭାଇକାଲ କ୍ୟାନସରରେ ଜଣେ ମହିଳା ପ୍ରାଣ ହରାଇଥାନ୍ତି ।
  • ପ୍ରତିବର୍ଷ 7 ଲକ୍ଷରୁ ଊର୍ଦ୍ଧ୍ବ ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଛନ୍ତି ।
  • କ୍ୟାନସରରେ 5,56,400 ଲୋକ ପ୍ରାଣ ହରାଉଛନ୍ତି ।
  • 30ରୁ 69 ବୟସ ମଧ୍ୟରେ 3,95,400 ମୃତ୍ୟୁବରଣ କରୁଛନ୍ତି (71 ପ୍ରତିଶତ କ୍ୟାନସର ରୋଗରେ ପ୍ରାଣ ହରାଉଛନ୍ତି )
  • ସେଥିରୁ 2,00,100 ପୁରୁଷ
  • 1,95,300 ମହିଳା