ETV Bharat / state

ବୌଦ୍ଧ ବାଣ ବିସ୍ଫୋରଣ ଘଟଣା, ବନ୍ଧା ହେଲେ 5 ଅଭିଯୁକ୍ତ

ଜିଆକଟା ଠାରେ ଗତ ରବିବାର ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପାଞ୍ଚ ଅଭିଯୁକ୍ତଙ୍କୁ ଧରିଲା ବୌଦ୍ଧ ଜିଲ୍ଲା ପୋଲିସ ।

Illegal Firecracker warehouse Blast case, 5 arrested
Illegal Firecracker warehouse Blast case, 5 arrested (ETV Bharat Odisha)
author img

By ETV Bharat Odisha Team

Published : September 23, 2025 at 8:37 PM IST

2 Min Read
Choose ETV Bharat

Fire cracker blast case, ବୌଦ୍ଧ: ବହୁ ଚର୍ଚ୍ଚିତ ଜିଆକଟା ବିସ୍ଫୋରଣ ମାମଲା । ଆକ୍ସନ ମୋଡ଼ରେ ବୌଦ୍ଧ ଜିଲ୍ଲା ପୋଲିସ । 48 ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣ ସହ ଜଡିତ ପାଞ୍ଚ ଜଣଙ୍କୁ ବାନ୍ଧିଛି ପୋଲିସ । ଗତ ରବିବାର ଦିନ ଏଠାରେ ବେଆଇନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଗ୍ରାମ ମାଟିରେ ମିଶିଯାଇଥିଲା ।

Illegal Firecracker warehouse Blast case, 5 arrested (ETV Bharat Odisha)

ସ୍ଥାନୀୟ ପୋଲିସ ମଧ୍ୟ ତଦନ୍ତ ଘେରରେ:

ବୌଦ୍ଧ ଜିଲ୍ଲାର ଜିଆକଟା ଠାରେ ଗତ ରବିବାର ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଆଜି(ମଙ୍ଗଳବାର) ବୌଦ୍ଧ ପୋଲିସ ଏହି ଘଟଣାରେ ସମ୍ପୃକ୍ତି 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିସ୍ଫୋରଣର 48 ଘଣ୍ଟା ମଧ୍ୟରେ ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଧରିଛି । ତେବେ ପୂର୍ବରୁ ଏହି ବେଆଇନ କାରବାର ବିଷୟରେ ସ୍ଥାନୀୟ ପୋଲିସ ସୂଚନା ପାଇନଥିଲା ବୋଲି ପ୍ରଶ୍ନ ଉଠିଛି । ଏହାର ତଦନ୍ତ ହେବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

The Village completely Destroyed
The Village completely Destroyed (ETV Bharat Odisha)

ମାଟିରେ ମିଶିଯାଇଥିଲା ଗ୍ରାମ:
ଗତ ରବିବାର ସକାଳ ପ୍ରାୟ 10 ଟା ସମୟରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ନିକଟସ୍ଥ ଜିଆକଟା ଗ୍ରାମରେ ହଠାତ ଏକ ଭୟାବହ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଭୟଙ୍କର ଥିଲା । ସମ୍ପୂର୍ଣ୍ଣ ଜିଆକଟା ଗ୍ରାମ କିଛି ସମୟ ମଧ୍ୟରେ ମାଟିରେ ମିଶି ଯାଇଥିଲା । ଏହି ବିସ୍ଫୋରଣର ପ୍ରଭାବ ପ୍ରାୟ ଦଶ କିଲୋମିଟର ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ବେଆଇନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ପୋଲିସ ସୂଚନା ଦେଇଥିଲା ।

IG Niti Sekhar briefing in Press conference
IG Niti Sekhar briefing in Press conference (ETV Bharat Odisha)

ପୋଲିସର ଚଢାଉ:

ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ । ପୋଲିସ ତୁରନ୍ତ ଆକ୍ସନ ମୋଡ଼କୁ ଆସି ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ବିସ୍ଫୋରଣ ହୋଇଥିବା ଭଡା ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିଲା । ଏହା ପରେ ପୁରୁଣା କଟକ ବଜାରରେ ଥିବା ବାଣ ବ୍ୟବସାୟୀଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା । ରବିବାର ସନ୍ଧ୍ୟାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆଲୋକ କାନ୍ତିଙ୍କ ବାସଭବନରେ ଚଢ଼ାଉ କରି ବିପୁଳ ବାଣ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଠାବ କରିଥିଲା ।

The Village completely Destroyed
The Village completely Destroyed (ETV Bharat Odisha)

ଅନ୍ୟ ଜିଲ୍ଲାକୁ ହେଉଥିଲା ବିସ୍ଫୋରକ ଚାଲାଣ:

ସୋମବାର ଅନ୍ୟ ତିନୋଟି ସ୍ଥାନରେ ପୋଲିସ ଚଢ଼ାଉ କରି ଉକ୍ତ ବିସ୍ଫୋରକକୁ ପାଣିରେ ବତୁରାଇ ସମସ୍ତ ସ୍ଥାନରୁ ଟ୍ରକ ଟ୍ରକ ବାଣ ଓ ଅନ୍ୟ ବିସ୍ଫୋରକ ଜବତ କରିଥିଲା । ସମୁଦାୟ ନ ଗୋଟି ଗାଡ଼ିରେ ବିପୁଳ ପରିମାଣରେ ଏହି ବିସ୍ଫୋରକ ଜବତ ହୋଇଥିଲା । ପୁରୁଣା କଟକ ଅଞ୍ଚଳରୁ ଏସବୁ ବାଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପଡୋଶୀ ଜିଲ୍ଲାକୁ ଚାଲାଣ ହେଉଥିବାର ପୋଲିସ ସୂଚନା ଦେଇଛି ।

5 arrested in illegal fire cracker blast case
5 arrested in illegal fire cracker blast case (ETV Bharat Odisha)
ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ, 2 ମୃତ 10ରୁ ଊର୍ଦ୍ଧ୍ବ ଆହତ

5 ଗିରଫ:

ଆଜି ସାମ୍ବାଦିକ ସମ୍ମିଳନୀରେ ଆଇଜି ନୀତି ଶେଖର କହିଛନ୍ତି, "ଘଟଣାର 48 ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ସମୁଦାୟ ପାଞ୍ଚ ଜଣଙ୍କୁ ଗିରଫ କରିସାରିଛି । ଗତ 2 ଦିନ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ବିଭିନ୍ନ ସ୍ଥାନରୁ 5 ଜଣଙ୍କୁ ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ନେଇ ଗିରଫ କରାଯାଇଛି । ଏହି ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ଥିଲା ସେନେଇ ତଦନ୍ତ ହେବ ।"

ଇଟିଭି ଭାରତ, ବୌଦ୍ଧ