ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ଅନ୍ତର୍ଗତ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ହେବ ଚାଷୀ ସମାବେଶ।
ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱଳ୍ପ ସମୟ ମଧ୍ୟରେ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ ବୋଲି କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁ କହିଛନ୍ତି।
ରାଜ୍ଯରେ ବିଜେପି ସରକାରକୁ ଆସିବା ପରେ ଓଡ଼ିଶା ଚାଷୀମାନଙ୍କର ଆୟକୁ ୨ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତ୍ର ୧୦ ମାସ ଶାସନ କାଳ ମଧ୍ୟରେ ଚାଷୀଙ୍କୁ ସମୃଦ୍ଧ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଧାନ କୁଇଣ୍ଟାଲ ପିଛା ନ୍ୟୁନତମ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ କରିବା ସହ ଶୃଙ୍ଖଳିତ ଭାବେ ଓ ସ୍ୱଚ୍ଛତାର ସହ ଧାନ କିଣା କାରବାର କରିଛନ୍ତି। ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିପାଇଁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ କରାଯିବ। ଏନେଇ ମେ’ ୧୩ ତାରିଖରେ ଚାନ୍ଦବାଲି, ୧୫ ତାରିଖ କରଞ୍ଜିଆ, ୧୭ ତାରିଖ ଜଗତସିଂହପୁର, ୧୮ ତାରିଖ ଅନୁଗୁଳ, ୨୦ ତାରିଖ ସୁବର୍ଣ୍ଣପୁର, ୨୨ ତାରିଖ ଭବାନୀପାଟଣା, ୨୬ ତାରିଖ ରାୟଗଡ଼ା, ୨୮ ତାରିଖ ଭଞ୍ଜନଗର, ୩୦ ତାରିଖ ସୁନ୍ଦରଗଡ଼ ଓ ୩୧ ତାରିଖ ଦିନ ଢେଙ୍କାନାଳଠାରେ ଏହି ଚାଷୀ ସମାବେଶ କରାଯିବ। ଏସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେବେ।
ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ସୂଚନା ଦେଇ କହିଛନ୍ତି ଯେ,
"ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତ୍ର ୧୦ ମାସ ଶାସନ କାଳ ମଧ୍ୟରେ ଚାଷୀଙ୍କୁ ସମୃଦ୍ଧ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଦିର୍ଘ 25 ବର୍ଷ ମଧ୍ୟରେ ନବୀନ ବାବୁ ଚାଷୀମାନଙ୍କ ପାଇଁ ସେପରି କିଛି କଲେ ନାହିଁ। ହେଲେ 2024ରେ ବିଜେପି ସରକାରକୁ ଆସିବା ପରେ, ଧାନ କୁଇଣ୍ଟାଲ ପିଛା ନ୍ୟୁନତମ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ କରିବା ସହ ଶୃଙ୍ଖଳିତ ଭାବେ ଓ ସ୍ୱଚ୍ଛତାର ସହ ଧାନ କିଣା କାରବାର କରିଛନ୍ତି। ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ମୋହନ ମାଝି ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀ 48 ଘଣ୍ଟା ମଧ୍ୟରେ ଧାନ ଦେଇଛି ଓ 48 ଘଣ୍ଟା ମଧ୍ୟରେ ତାର ପ୍ରାପ୍ୟ ପାଇଛି। ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଏଥିପାଇଁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ କରାଯିବ। ଏନେଇ ମେ’ ୧୩ ତାରିଖରେ ଚାନ୍ଦବାଲି, ୧୫ ତାରିଖ କରଞ୍ଜିଆ, ୧୭ ତାରିଖ ଜଗତସିଂହପୁର, ୧୮ ତାରିଖ ଅନୁଗୁଳ, ୨୦ ତାରିଖ ସୁବର୍ଣ୍ଣପୁର, ୨୨ ତାରିଖ ଭବାନୀପାଟଣା, ୨୬ ତାରିଖ ରାୟଗଡ଼ା, ୨୮ ତାରିଖ ଭଞ୍ଜନଗର, ୩୦ ତାରିଖ ସୁନ୍ଦରଗଡ଼ ଓ ୩୧ ତାରିଖ ଦିନ ଢେଙ୍କାନାଳଠାରେ ଏହି ଚାଷୀ ସମାବେଶ କରାଯିବ। ଏସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦାନ କରିବେ।"
ମେ’ ୧୩ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ସମାବେଶ କରିବ ଭାରତୀୟ ଜନତା ପାର୍ଟି। “ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ” କାର୍ଯ୍ୟକ୍ରମ କରିବ ବିଜେପି।ଚାଷୀ ସମାବେଶ କରି ଚାଷୀମାନଙ୍କ ସମର୍ଥନ ସାଉଁଟିବାକୁ ବିଜେପି ପ୍ରୟାସ କରୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ।ଉଭୟ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି।

ତେବେ ଏହାକୁ ବିରୋଧୀ ସମାଲୋଚନା କରିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରି କହିଛନ୍ତି, "ଯେତେବେଳେ ଧନ୍ୟବାଦ୍ ଚାଷୀ ଦେବା କଥା ସେତେବେଳେ ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ଦେବେ। ଦେଶକୁ ସୁରକ୍ଷା ଦେବା ପାଇଁ ସେନା ପରାକ୍ରମ ଦେଖାଉଛନ୍ତି କିନ୍ତୁ ତାଙ୍କୁ ଧନ୍ୟବାଦ୍ ଦେବା ବଦଳରେ ଧନ୍ୟବାଦ୍ ମୋଦି କହୁଛନ୍ତି। ୧୦ଟି ସ୍ଥାନରେ ବଡ ବଡ କାର୍ଯ୍ୟକ୍ରମ କରିବେ। ବଳକା ରଜ୍ୟଭାବେ ଚାଷୀ କରୁଛନ୍ତି କିନ୍ତୁ ଧନ୍ୟବାଦ୍ ତାଙ୍କୁ ନଦେଇ ଚାଷୀଙ୍କୁ ଦେବେ। କେନ୍ଦ୍ର ସରକାର ଥିବା କାରଣରୁ ଇନପୁଟ ସହାୟକ କୃଷି ବିଭାଗରୁ ଦେଲେ। କଟନି ଛଟନି ବନ୍ଦ କରିବାକୁ କହିଲେ କିନ୍ତୁ ତାହା ରୋକିବାରେ ବିଫଳ ହେଲେ। ତେଣୁ ପ୍ରାୟୋଜିତ ଧନ୍ୟବାଦ୍ ସଭା ଏ ସରକାରଙ୍କର। ଫୁଲ କିଣି ନିଜ ବେକରେ ନିଜେ ପକାଇ ପ୍ରାୟୋଜିତ ଧନ୍ୟବାଦ୍ ନେଉଛନ୍ତି। ଲୋକେ ୟାଙ୍କୁ ଧନ୍ୟବାଦ୍ ଦେବେ ନାହିଁ।"
ସେପଟେ ଚାଷୀ ମାନଙ୍କୁ ଭୂତେଇବା ପାଇଁ ବିଜେପି ଚାଷୀ ସମାବେଶ କରିବ ବୋଲି କହି କଟାକ୍ଷ କରିଛନ୍ତି, ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ରାଜ୍ୟରେ ଜଳ ସେଚନର ସ୍ଥିତି କଣ ରହିଛି, କେତେ ଶୀତଳ ଭଣ୍ଡାର କରିଛନ୍ତି ବିଜେଡି ସରକାର ବୋଲି ପ୍ରଶ୍ନ କରିଛି କଂଗ୍ରେସ। କଣ କହି ଚାଷୀଙ୍କୁ ବୁଝାଇବେ ସରକାର। ସେମାନେ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିଛନ୍ତି।ମଣ୍ଡିରେ ବେଶି ନୁହେଁ ୧୫ ରୁ ୨୦ କେଜି କଟନୀ ଛଟନୀ କରିଛନ୍ତି। ସରକାରକୁ ଆସିବାର 9 ମାସ ପୂରୀ ଗଲାଣି, କେତେ ଜମିକୁ ଜଳସେଚନ ସୁବିଧା କରିଛନ୍ତି ସରକାର। ଜଳସମ୍ପଦ ବିଭାଗର କେତେ କାମ ହୋଇଛି। ଚାଷୀମାନେ କାନ୍ଦୁଛନ୍ତି। ମହାନଦୀ ଶୁଖିଲା ପଡିଛି, ପାଣି ନାହିଁ। କୋରାପୁଟରେ ସବୁ ଡ୍ୟାମ ଶୁଖିଲା ପଡିଛି। ତେଲିଙ୍ଗିରି ପ୍ରକଳ୍ପରେ ଏବେ ପାଣି ନାହିଁ। ବିଜେପି ନିର୍ବାଚନୀ ପ୍ରତିଶୃତିରେ ୩୦୦ ୟୁନିଟ ମାଗଣା ବିଜୁଳି କୁଆଡେ ଗଲା, ଆଳୁ ଟ୍ରକ କୁଆଡେ ଗଲା। ଚିଟଫଣ୍ଡ ଟଙ୍କା କେତେ ଜଣ ଫେରିପାଇଲେ, ଶୀତଳ ଭଣ୍ଡାର କେତୋଟି ସରିଲାଣି। କିଛି କାମ କର ନଚେତ କେହି ପଚାରିବେନି। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
ଇଟିଭି ଭାରତ, ଭୁବନେଶ୍ବର