ନୂଆଦିଲ୍ଲୀ: ୱକ୍ଫ ବିଲ୍କୁ ବିଜେଡିର ବିରୋଧ । ରାଜ୍ୟସଭାରେ ୱକ୍ଫ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ । ଆଲୋଚନାରେ ଭାଗ ନେଇ ବିରୋଧ କଲେ ସାଂସଦ ମୁନ୍ନା ଖାନ୍ । ୱକ୍ଫ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ କହିଲେ ମୁନ୍ନା ଖାନ୍ । ରାଜ୍ୟସଭାରେ ୱକ୍ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ । ଆଲୋଚନାରେ ଭାଗ ନେଇ ବିରୋଧ କଲେ ସାଂସଦ ମୁନ୍ନା ଖାନ୍ । ତେବେ ଦଳ ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତାକୁ ଅପେକ୍ଷା ।
ରାଜ୍ୟସଭାରେ ବିଜେଡିର ରହିଛନ୍ତି 7 ସଦସ୍ୟ । ସେମାନେ ହେଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସାଂସଦ ଦେବାଶିଷ ସାମନ୍ତରାୟ । ସାଂସଦ ସସ୍ମିତ ପାତ୍ର । ସାଂସଦ ନିରଞ୍ଜନ ବିଶି । ସାଂସଦ ଶୁଭାଶିଷ ଖୁଣ୍ଟିଆ । ସାଂସଦ ମୁନ୍ନା ଖାନ । ସାଂସଦ ସୁଲତା ଦେଓ ।
@KhanMuzibulla, @bjd_odisha Opposes the Bill. pic.twitter.com/Rf36dEwQbq
— Live Law (@LiveLawIndia) April 3, 2025
ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର ଓ ମମତା ମହାନ୍ତ
ସୁଜିତ 2020ରୁ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଆଉ ପ୍ରାୟ 2 ବର୍ଷ ଥିଲା । କାର୍ଯ୍ୟକାଳ ପୁରିବା ପୂର୍ବରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମମତା ମହାନ୍ତ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେବା ସମୟରେ ସୁଜିତ ଦଳ ଛାଡି ଥିଲେ ।
- ବିଜେଡିର ଆଭିମୁଖ୍ୟ ବଦଳିଲା
- ଓ୍ବାକଫ୍ ବିଲରେ ବିରୋଧ ନୁହେଁ
- ବିବେକ ଅନୁସାରେ ଭୋଟ ଦେବେ ବିଜେଡିର ରାଜ୍ୟସଭା ସାଂସଦ
- ଓ୍ବାକଫ୍ ବିଲ୍ ବିଜେଡିର ୟୁଟର୍ଣ୍ଣ
- ରାଜ୍ୟସଭାରେ ଓ୍ବାକଫ୍ ବିଲ୍ ଉପରେ ବିତର୍କ ଜାରି
- ବିତର୍କରେ ବିଲ୍କୁ ବିରୋଧ କରିଥିବା ବିଜେଡିର ୟୁଟର୍ଣ୍ଣ
- ଭୋଟିଂ ନେଇ କୌଣସି ହ୍ବିପ୍ ଜାରି ହୋଇନଥିବା ସୂଚନା
The Biju Janata Dal has always upheld the principles of secularism and inclusivity, ensuring the rights of all communities. We deeply respect the diverse sentiments expressed by different sections of the Minority communities regarding the Waqf (Amendment) Bill, 2024. Our Party,…
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) April 3, 2025
ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି-
ୱକ୍ଫ ସଂଶୋଧନ ବିଲ୍ ଆଭିମୁଖ୍ୟ ବଦଳାଇଲା କି ବିଜେଡି ? ବିଜେଡି ପକ୍ଷରୁ ଏନେଇ କୌଣସି ହ୍ବିପ୍ ଜାରି ହୋଇନି କହିଲେ ସାଂସଦ ସସ୍ମିତ ପାତ୍ର । ଟ୍ବିଟ୍ କରି ସୂଚନା ଦେଲେ ସାଂସଦ ସସ୍ମିତ ପାତ୍ର । ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇପାରିବେ ସାଂସଦ । ଦଳର ଆଭିମୁଖ୍ୟ ନେଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା ।
ଲୋକସଭାରେ ୱକ୍ଫ ବିଲ ପାରିତ-
ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ବିଲ୍ ପାସ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ ୨୦୨୫ । ଏପଟେ ରାଜ୍ୟସଭାରେ ଆଗତ ହେବା ପରେ ଜୋରଦାର ଆଲୋଚନା ଜାରି ରହିଛି । 12 ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ । ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ଏହି ବିଲ୍ ପାସ ହୋଇଛି । ଇଣ୍ଡି ମେଣ୍ଟର ସଦସ୍ୟମାନେ ଏହି ଆଇନକୁ ତୀବ୍ର ବିରୋଧ କରୁଥିବାବେଳେ ବିଜେପି ଏବଂ ଏହାର ସହଯୋଗୀମାନେ ଏହାକୁ ଦୃଢ ସମର୍ଥନ କରି ଏହା ସ୍ୱଚ୍ଛତା ଆଣିବ ଏବଂ ୱାକଫ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ବୋଲି ମତ ରଖିଛନ୍ତି । ବିଲ ସପକ୍ଷରେ 288 ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା 232 ଭୋଟ ।
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବୁଧବାର ୱାକଫ ସଂଶୋଧନ ବିଲକୁ ଲୋକସଭାରେ ଆଗତ କରିଥିଲେ । ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ପାଇଁ 8 ଘଣ୍ଟା ସମୟ ଦିଆଯାଇଥିଲା । କିନ୍ତୁ ପରେ ଏହି ଅବଧିକୁ ବାଚସ୍ପତି ଓମ୍ ବିର୍ଲା ବଢାଇଥିଲେ । ଫଳରେ 12 ଘଣ୍ଟା ଧରି ବିତର୍କ ହୋଇଥିଲା । ବିରୋଧୀ ସାଂସଦ ମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ବିଲ୍ ସପକ୍ଷରେ 288 ଭୋଟ ପଡିଥିବା ବେଳେ 232 ସାଂସଦ ଏହା ବିରୋଧରେ ମତଦାନ କରିଥିଲେ, ଅଧିକାଂଶ ସାଂସଦ ଏହି ପ୍ରସ୍ତାବକୁ ସମର୍ଥ କରୁଥିବା ବାଚସ୍ପତି ଘୋଷଣା କରିଥିଲେ । ବିଳମ୍ବିତ ରାତି ପାଖାପାଖି 2ଟା ସମୟରେ ବିଲ୍ ଲୋକସଭାରେ ପାରିତ ହୋଇଥିଲା ।