ETV Bharat / state

ରାଜ୍ୟସଭାରେ ଫାଟ ମଧ୍ୟରେ ଘରସଜଡା ଜାରି; ଏପ୍ରିଲ ସୁଦ୍ଧା ସରିବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା କହିଲେ ପ୍ରତାପ - BJD ELECTION PROCESS

କେତେବାଟ ଯାଇଛି ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । କେତେଟି ସ୍ତରରେ ହୋଇଥାଏ ଏହି ନିର୍ବାଚନ ପ୍ରକ୍ରିୟା ।

BJD election process update
BJD election process update (ETV Bharat Odisha)
author img

By ETV Bharat Odisha Team

Published : April 8, 2025 at 3:44 PM IST

2 Min Read

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ସରିବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ସରିଛି ୬ ପର୍ଯ୍ୟାୟ ମଧ୍ୟରୁ ୩ୟ ପର୍ଯ୍ୟାୟ ସାଂଗଠନିକ ନିର୍ବାଚନ । ଖୁବଶୀଘ୍ର ସରିବ ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ନିର୍ବାଚନ । ଶଙ୍ଖ ଭବନରେ ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ।

ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ କହିଛନ୍ତି, "ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି । ୬ଟି ପର୍ଯ୍ୟାୟରେ ହେବାକୁ ଥିବା ଦଳର ସାଂଗଠିକ ନିର୍ବାଚନ ମଧ୍ୟରୁ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତି ହୋଇଥାନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ ଓ ଏନଏସି ଏଆରଓ ନିଯୁକ୍ତ ହୁଅନ୍ତି । ତୃତୀୟ ପର୍ଯ୍ୟାୟରେ ପଂଚାୟତ, ବ୍ଲକ, ସହରାଞ୍ଚଳର ୱାର୍ଡ କାଉନ୍ସିଲ ସଭାପତି ଚୟନ ପ୍ରକ୍ରିୟା ହୁଏ । ଚତୁର୍ଥ ପର୍ଯ୍ୟାୟରେ ସାଙ୍ଗଠନିକ ଜିଲ୍ଲା ସଭାପତି ନିଯୁକ୍ତ ହୋଇଥାନ୍ତି । ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ଆଜି ୩୩ଟି ସାଂଗଠନିକ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ସେଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭୁବନେଶ୍ୱର ଡକାଯାଇଛି । ସେମାନଙ୍କ ସହ ଆଲୋଚନା ହୋଇଛି । ତୃତୀୟ ପର୍ଯ୍ୟାୟର ସମସ୍ତ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଶେଷ କରି ରିପୋର୍ଟ ଦେଇଛନ୍ତି । ପ୍ରାୟ ୯୮ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ।"

ଏହା ବି ପଢନ୍ତୁ- ବିରୋଧୀ ଦଳ ଭାବେ ପଛରେ ପଡିଛି କି ବିଜେଡି ? ଶୁଭୁନି ପ୍ରଭାବୀ ସ୍ବର ! - BIJU JANATA DAL

ସେ ଆହୁରି ମଧ୍ୟ କହିଛନ୍ତି, "ଚତୁର୍ଥ ପର୍ଯ୍ୟାୟର ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଅଧାଅଧି ଶେଷ ହୋଇଛି । ଖୁବଶୀଘ୍ର ଜିଲ୍ଲା ସଭାପତି ଚୟନ କାର୍ଯ୍ୟ ସମାପ୍ତ ହେବ । ୫ମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ଗଠନ ହେବ । ଶେଷରେ ଦଳର ସଭାପତି ନିର୍ବାଚନ କାର୍ଯ୍ୟ ସହ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ଚଳିତ ମାସ ଶେଷ ସୁଦ୍ଧା ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ବିଜେଡିର ଏହି ନିର୍ବାଚନ ପ୍ରକ୍ରିୟାରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ଦଳର ଯୁବ, ଛାତ୍ର, ମହିଳା ଓ ସାଧାରଣ ଛାମୁଆଁ ସଂଗଠନର ସଦସ୍ୟମାନେ ସକ୍ରିୟ ଭାବେ ଭାଗ ନେଉଛନ୍ତି । କାର୍ଯ୍ୟକ୍ରମକୁ ବର୍ତ୍ତମାନ ସୁଦ୍ଧା ତ୍ୱରାନ୍ୱିତ କରାଯାଇଛି ।"

ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସଂଯୋଜକ ପ୍ରତାପ ଜେନା, କାର୍ଯ୍ୟକ୍ରମ ରୂପାୟନ କମିଟି ଅଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।

Sankha Bhawan
Sankha Bhawan (ETV Bharat Odisha)

ପ୍ରକାଶ ଯେ, ଓ୍ବାକଫ୍ ସଂଶୋଧନ ବିଲରେ ବିଜେଡି ସାଂସଦ ସସ୍ମିତ ପାତ୍ର ବିଲ ସମର୍ଥନରେ ଭୋଟ ଦେବା ପରେ ବିଜେଡିର ତୁମ୍ବିତୋଫାନ ଆରମ୍ଭ ହୋଇଛି । ଦଳ ବର୍ତ୍ତମାନ ଦୁଇ ଭାଗରେ ଏକ ପ୍ରକାର ବିଭକ୍ତ ହୋଇଛି । ଅନେକ ବରିଷ୍ଠ ନେତା ଏଥିପାଇଁ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିବା ବେଳେ ଅନ୍ୟନେତୃବୃନ୍ଦ ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.