ETV Bharat / state

ହୋଲିରେ ବିଗିଡିଲା ଆଇନଶୃଙ୍ଖଳା ସ୍ଥିତି: ବିରୋଧୀଙ୍କ ଟାର୍ଗେଟ, ବିଜେପିର କାଉଣ୍ଟର - LAW AND ORDER SITUATION

ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅପରାଧ । ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ବିଜେଡି ଓ କଂଗ୍ରେସ । କାଉଣ୍ଟର କଲା ବିଜେପି ।

ହୋଲିରେ ବିଗିଡିଲା ଆଇନଶୃଙ୍ଖଳା ସ୍ଥିତି
ହୋଲିରେ ବିଗିଡିଲା ଆଇନଶୃଙ୍ଖଳା ସ୍ଥିତି (ETV Bharat Odisha)
author img

By ETV Bharat Odisha Team

Published : March 16, 2025 at 5:22 PM IST

3 Min Read

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଶାନ୍ତି ଆଉ ମୈତ୍ରୀର ପର୍ବ 'ହୋଲି' ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦିଏ, ହେଲେ ରାଜ୍ୟରେ ହୋଲି ପାଳନବେଳେ ବିଭିନ୍ନ ସ୍ଥାନରେ ଦେଖାଦେଇଛି ବହୁ ଅଭାବନୀୟ ଘଟଣା । ରାଜ୍ଯରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏହାକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।

ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ (ETV Bharat Odisha)

ହୋଲିରେ ଅପରାଧକୁ ନେଇ ବିଜେଡିର ଟାର୍ଗେଟ୍:

ହୋଲିରେ ଆଇନଶୃଙ୍ଖଳା ବିପର୍ଯ୍ୟୟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ବହୁ ସ୍ଥାନରେ ହତ୍ୟା ସହ ଆଇନ ଶୃଙ୍ଖଳା ସ୍ଥିତି ବିପନ୍ନ ହେଉଥିବା ଦେଖିବାକୁ ମିଳିଛି । ତେବେ ହୋଲିରେ ଏଭଳି ଘଟଣାକୁ ନେଇ ବିରୋଧୀଙ୍କ ଅଭିଯୋଗ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଗତକାଲି ପବିତ୍ର ହୋଲି ଥିଲା । ପୂର୍ବରୁ ସରକାର ବହୁତ ନାରାବାଜି କରିଥିଲେ ଶାନ୍ତି ଶୃଙ୍ଖଳା ରଖିବେ । ହେଲେ ରାଜ୍ୟ ସାରା 5ଟି ହତ୍ୟାକାଣ୍ଡ ସହ ଅନେକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହା ମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି । ଶହ ଶହ ହତ୍ୟା ଏହି 9 ମାସରେ ହେଲାଣି । କାରଣ ଏହା ଦୁର୍ବଳ ସରକାର । ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି, କାରଣ ସେମାନେ ଜାଣିଛନ୍ତି ସରକାର ଦୁର୍ବଳ। ଶକ୍ତ ହୁଅନ୍ତୁ ସରକାର । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନଶୃଙ୍ଖଳା କଥା ସବୁବେଳେ ଉଠୁଛି ।"

ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲା କଂଗ୍ରେସ:
ହୋଲି ପର୍ବରେ ରାଜ୍ୟରେ ହୋଇଥିବା ହତ୍ୟା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, "ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହୁନାହାନ୍ତି । ଭୁବନେଶ୍ୱର ଭଳି ରାଜଧାନୀରେ ମଧ୍ୟ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ । ଆମେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ବିଧାନସଭା ଭିତରେ ଏବଂ ବାହାରେ ବିରୋଧ କରିଆସୁଛୁ । ଆଗକୁ ମଧ୍ୟ କରିବୁ । ଦିନ ଦୁଇ ପ୍ରହରରେ ହତ୍ୟାକାଣ୍ଡ ଘଟୁଛି, ସରକାର କ'ଣ କରୁଛନ୍ତି, ଜନତାଙ୍କୁ ସୁରକ୍ଷା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର । ତେଣୁ ସରକାର ପ୍ରଥମେ ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ନିଅନ୍ତୁ । ସରକାର ନାରୀ ସୁରକ୍ଷା ପାଇଁ ନୂଆ ନିୟମ ଆଣନ୍ତୁ ।"

ହୋଲିରେ ହତ୍ୟାକାଣ୍ଡ, ଗଣ୍ଡଗୋଳ ଓ ଅଘଟଣ:
ସୂଚନା ଥାଉ କି, ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର ହୋଇଛି । ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ପୂର୍ବ ଶତ୍ରୁତା ପାଇଁ ହୋଲିରେ ହତ୍ୟାକାଣ୍ଡ ଘଟିଛି । ମୟୂରଭଞ୍ଜ, ଟଙ୍ଗାଶୋଳ ଗାଁରେ ପରକୀୟା ପ୍ରୀତିର କରୁଣ ପରିଣତି ଘଟିଛି । ସ୍ତ୍ରୀକୁ ମାରି ରାତିସାରା ମୃତଦେହ ପାଖରେ ଜଗିରହିଲା ସ୍ବାମୀ । ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟିଛି । ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ ହୋଇଛି । କଟକ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଦୋଳ ବିମାନ ଯିବାବେଳେ ସୀମା ବିବାଦକୁ ନେଇ ମାରପିଟ୍ ହୋଇଛି । ଛତ୍ରପୁରରେ ହୋଲି ଖେଳି ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢନ୍ତୁ...ହୋଲିରେ ରକ୍ତର ଖେଳ: ଫୁଟିଲା ଗୁଳି, ଗୋଟିଏ ଦିନରେ ଗଡିଲା 6 ମୁଣ୍ଡ
ଏହା ମଧ୍ୟ ପଢନ୍ତୁ...ଜଗତସିଂହପୁରରେ ଟ୍ରିପଲ ମର୍ଡର: ବାପା, ମାଆ ଓ ଭଉଣୀକୁ ହତ୍ୟା କଲା ଯୁବକ - JAGATSINGHPUR MURDER

ଏହା ମଧ୍ୟ ପଢନ୍ତୁ... ସ୍ତ୍ରୀ ପୋଛିଲା ମଥା ସିନ୍ଦୂର, ମଦୁଆ ସ୍ବାମୀକୁ ମାରି ପୋତିଦେଲା - JAJPUR MURDER

24 ଘଣ୍ଟାରେ ଧରା ପଡୁଛନ୍ତି ଅପରାଧୀ: ବାବୁ ସିଂ
ସେପଟେ "ଏବେ ଅପରାଧୀ 24 ଘଣ୍ଟାରେ ଧରା ପଡୁଛନ୍ତି । ଏ ସରକାର ସବୁବେଳେ ଆଇନ ଶୃଙ୍ଖଳା ଉପରେ କଡା ନଜର ରଖିଛନ୍ତି" ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କହିଛନ୍ତି, "ଆଇନଶୃଙ୍ଖଳା ସମସ୍ତଙ୍କ ଚିନ୍ତାର ବିଷୟ। ଗତକାଲି ଘଟିଥିବା ଘଟଣା ସବୁ ଚିନ୍ତାଜନକ। ଛୋଟ ଛୋଟ କଥାରେ ଲୋକ ମାନସିକ ଭାରସାମ୍ୟ ହରାଉଛନ୍ତି । ଆଇନ ଶୃଙ୍ଖଳା ହାତକୁ ନେଲେ 24 ଘଣ୍ଟାରେ ଧରା ପଡ଼ୁଛନ୍ତି । ଲୋକେ କିପରି ନ୍ୟାୟ ପାଇବେ, ସରକାର ପ୍ରତିଶ୍ରୁତିବଦ୍ଧ ।’

ସେ ଆହୁରି କହିଛନ୍ତି, ‘ବିଗତ 24 ବର୍ଷରେ ପୂର୍ବ ସରକାର ସମୟରେ ସରକାରୀ ଦଳର ଲୋକମାନେ ଅପରାଧ ଘଟାଉଥିଲେ । ଏ ସରକାରରେ ସେପରି କୌଣସି ଘଟଣା ଘଟିବ ନାହିଁ । ବିଜେପିର କୌଣସି କାର୍ଯ୍ୟକର୍ତ୍ତା ଏହା ପଛରେ ରହିବେ ନାହିଁ । ଯଦି ଥିଲେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ। ବିଗତ ସରକାରରେ ଅପରାଧୀଙ୍କୁ ଧରିବାକୁ ସମୟ ଲାଗୁଥିଲା । ଏହି ସରକାରରେ 24 ଘଣ୍ଟାରେ ଅପରାଧୀ ଧରା ପଡ଼ି କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଉଛି । କଂଗ୍ରେସ ସମୟରେ ଛବି ରାଣୀ, ଅଞ୍ଜନା ମିଶ୍ରଙ୍କ ପରି ନାରୀ ନିର୍ଯାତନା ଘଟୁଥିଲା । ଏପରି କାଣ୍ଡ କରି ନିର୍ଭୟରେ ଅପରାଧୀ ବୁଲୁଥିଲେ। କଂଗ୍ରେସ ସେମାନଙ୍କ ପଛରେ ରହୁଥିଲା । ବିଜେଡି ସମୟରେ ପରି, ମମିତା, ନବ ଦାସ ଭଳି ହତ୍ୟା ଘଟିଲା । ଏହା ପଛରେ ବିଜେଡି ନେତା ଥିଲେ। ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସରେ ଏ ସରକାର ଆସିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.