ETV Bharat / state

ବୁଢ଼ୀ ଠାକୁରାଣୀଙ୍କ 'ବିଞ୍ଚଣା ରଥ', ଏହା କାହିଁକି ମାଆଙ୍କ ପ୍ରିୟ ? ଜାଣନ୍ତୁ - MAA BUDHI THAKURANI FESTIVAL GANJAM

ବ୍ରହ୍ମପୁର ମା' ବୁଢୀ ଠାକୁରାଣୀ ଯାତ୍ରାରେ ବିଞ୍ଚଣା ରଥ ନୀତି । ବିଞ୍ଚଣା ରଥ ଉନ୍ମୋଚନ ପରେ ବାହାରିଥାଏ ଅନ୍ୟ ରଥ ।

Binchana Rath Of Maa Budhi Thakurani
Binchana Rath Of Maa Budhi Thakurani (ETV Bharat Odisha)
author img

By ETV Bharat Odisha Team

Published : April 18, 2025 at 9:59 AM IST

2 Min Read

Bichhana Rath Ritual Of Maa Budhi Thakurani ବ୍ରହ୍ମପୁର : ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ନିଆରା ପରମ୍ପରା । ମା'ଙ୍କ ଯାତ୍ରାରେ ଅତି ଆକର୍ଷଣ ରହିଥାଏ ବିଞ୍ଚଣା ରଥ ଓ କଳାକୁଞ୍ଜ । ମା'ଙ୍କ ଅତି ପ୍ରିୟ କୁହାଯାଉଥିବା ବିଞ୍ଚଣା ରଥ ଉନ୍ମୋଚନ ହୋଇଛି । ଯାତ୍ରାର ପରମ୍ପରା ଅନୁଯାୟୀ, ମା' ପ୍ରଥମେ ଅସ୍ଥାୟୀ ମଣ୍ଡପରୁ ବାହାରି ଦେଶୀବେହେରାଙ୍କ ଘରେ ପ୍ରଥମ ଆଳତି ଗ୍ରହଣ କରିବା ପରେ ମହୁରୀ ରାଜବାଟୀ ଯାଇଥାନ୍ତି । କିନ୍ତୁ ମା'ଙ୍କ ପ୍ରିୟର ବିଞ୍ଚଣା ରଥ ରହିଥିବା ଯୋଗୁଁ ଏହାର ଉନ୍ମୋଚନ ପାଇଁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ମା' ରାଜବାଟୀ ନଯାଇ ସିଧା ପହଞ୍ଚି ଯାଇଥାନ୍ତି ବାଛୁବାରୀ ସାହିକୁ । ସେଠାରେ ନିଜର ପ୍ରିୟର ବିଞ୍ଚଣା ରଥକୁ ଉନ୍ମୋଚନ କରିବା ପରେ ରାଜବାଟୀକୁ ଯାଇଥାନ୍ତି । ଏପରିକି ବିଞ୍ଚଣା ରଥ ଉନ୍ମୋଚନ ପରେ ହିଁ ସହରର ଅନ୍ୟ ସମସ୍ତ ରଥ ଉନ୍ମୋଚିତ ହେବାର ପରମ୍ପରା ରହିଛି ।

Binchana Rath Of Maa Budhi Thakurani (ETV Bharat Odisha)

ବୁଢୀ ଠାକୁରାଣୀ ଯାତ୍ରାରେ ବିଞ୍ଚଣା ରଥ ପରମ୍ପରା:

ବ୍ରହ୍ମପୁର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ମୁଖ୍ୟ ଆକର୍ଷଣ ରହୁଥିବା ରଥ ଓ କଳାକୁଞ୍ଜ ମଧ୍ୟରେ ବିଞ୍ଚଣା ରଥର ଗୁରୁତ୍ୱ ରହିଥାଏ । ମା' ଦେଶୀ ବେହେରା ସାହିରେ ରହିଥିବା ନିଜ ବାପଘରକୁ ପ୍ରତି ଦୁଇ ବର୍ଷକୁ ଥରେ ବୁଲିବାକୁ ଆସୁଥିବା ବେଳେ ନଗର ପରିକ୍ରମା ସମୟରେ ପରମ୍ପରା ଅନୁଯାୟୀ ବିଭିନ୍ନ ସାହିର ରଥକୁ ନିମନ୍ତ୍ରଣ କରାଯାଇଥାଏ । ଏହି ନିମନ୍ତ୍ରଣ ରକ୍ଷା କରି ପ୍ରଥମେ ବାଛୁବାରୀ ସାହି ବାସିନ୍ଦାଙ୍କ ପକ୍ଷରୁ ମା'ଙ୍କ ଆଗମନକୁ ଅପେକ୍ଷା କରି ବିଞ୍ଚଣା ରଥ ପ୍ରସ୍ତୁତ କରି ରଥାଯାଇଥାଏ । ଯାହାକି ସାହିର ଛୋଟ ଛୋଟ କୁନି ଶିଶୁମାନେ କୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ଏହି ରଥରେ ବସିଥାନ୍ତି । ଶିଶୁମାନେ ହାତରେ ଗୋଟିଏ ଲେଖାଏଁ ବିଞ୍ଚଣା ଧରି ବୁଲାଇବା ସହିତ ସେହି ପରିବେଶକୁ ଶୀତଳୀକରଣ କରିଥାନ୍ତି । ଏହି ସମୟରେ ମା'ଙ୍କର ଆଗମନ ହୋଇଥାଏ । ମା'ଙ୍କର ଉପସ୍ଥିତିରେ ହିଁ ପ୍ରିୟର ବିଞ୍ଚଣା ରଥକୁ ଉନ୍ମୋଚନ କରାଯାଇଥାଏ ।

Binchana Rath Of Maa Budhi Thakurani
Binchana Rath Of Maa Budhi Thakurani (ETV Bharat Odisha)
ବିଞ୍ଚଣା ରଥର ଉନ୍ମୋଚନ ପରେ ବାହାରିଥାଏ ଅନ୍ୟ ରଥ :

ମା'ଙ୍କ ପ୍ରିୟ ବିଞ୍ଚଣା ରଥ ଉନ୍ମୋଚନ ପରେ ହିଁ ସହରର ଅନ୍ୟ ପ୍ରମୁଖ ସାହିରେ ଗୋଟିଏ ପରେ ଗୋଟିଏ ରଥ ଉନ୍ମୋଚିତ ହୋଇଥାଏ । ଚଳିତବର୍ଷ ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ମା'ଙ୍କ ଘଟ ପରିକ୍ରମା ହେବା ସମୟରେ ବିଭିନ୍ନ ସାହିରେ ରଥକୁ ପୂର୍ବରୁ ନିମନ୍ତ୍ରଣ ଦିଆଯାଇଥିଲା । ବିଭିନ୍ନ ସାହିରେ ରଥ ଅନୁକୂଳ ହେବା ପରେ ମା'ଙ୍କ ଘଟ ପରିକ୍ରମା ସମୟରେ ବାଛୁବାରୀ ସାହିରେ ବିଞ୍ଚଣା ରଥ, ଜାନୁପାତ୍ର ସାହିରେ ଜ୍ଵାଳାମୁଖୀ ରଥ, ଷଣ୍ଢମହାନ୍ତି ସାହିରେ ଶିବାରୂଢ଼ କାଳୀ ରଥ ବାହାରିଛି । ଅସ୍ଥାୟୀ ମଣ୍ଡପରୁ ମାଆ ବାହାରିବା ପରେ ପ୍ରଥମେ ବାଛୁବାରୀ ସାହିକୁ ଯାଇ ବିଞ୍ଚଣା ରଥକୁ ଉନ୍ମୋଚନ କରିଥିଲେ । ସେପଟେ ମା' ଉନ୍ମୋଚନ କରିବା ପୂର୍ବରୁ ସାହି ବାସିନ୍ଦାଙ୍କ ପକ୍ଷରୁ ରଥ ପ୍ରସ୍ତୁତ ହୋଇସାରିଥିବା ବେଳେ ମିଠା ଓ ପିଠା ନେଇ ଅସ୍ଥାୟୀ ମଣ୍ଡପରେ ପୂଜା କରିବା ସହ ବୁଢୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରିଥିଲେ । ଏହାପରେ ମାଆଙ୍କ ସନ୍ଧ୍ୟା ଆଳତୀ ପରେ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ବିଞ୍ଚଣା ରଥକୁ ଉନ୍ମୋଚନ କରାଯାଇ ଦର୍ଶନ ଦେବା ପରେ ମା' ମହୁରୀ ରାଜବାଟୀକୁ ଯାଇଥିଲେ ।

ମେରୁଯାତ୍ରା ସହ ସରିଲା ଦଣ୍ଡଯାତ୍ରା, ବ୍ରତ ସମାପନ କଲେ ଦଣ୍ଡୁଆ

ବିଞ୍ଚଣା ରଥ ମା'ଙ୍କ ପ୍ରିୟ କାହିଁକି ?

ମା' ଛୋଟ ଶିଶୁ କନ୍ୟା ଭାବରେ ନିଜ ବାପା ଘରକୁ ଆସି ନିଜର ମାନବୀୟ ଳୀଳା ଖେଳା କରିଥାନ୍ତି । ତେଣୁ ମା'ଙ୍କ ଆଗମନକୁ ନେଇ ଧରାପୃଷ୍ଠକୁ ସତେଯେପରି ଭଗବାନ ଓଲ୍ଲାଇଆସିଥାନ୍ତି । ସେପଟେ ଏହି ରଥରେ ମୁଖ୍ୟତଃ ଶିଶୁମାନେ କୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ବସି ପରିକ୍ରମା କରୁଥିବା ଯୋଗୁଁ ମା'ଙ୍କର ଏହା ଅତ୍ୟନ୍ତ ପ୍ରିୟ ରହିଥାଏ । ତେଣୁ ମା' ଆସି ରଥର ଚତୁଃପାର୍ଶ୍ୱରେ ପରିକ୍ରମା କରିବା ସହିତ କିଛି ସମୟ ଉପସ୍ଥିତ ରହି ଫେରିଥାନ୍ତି । ବିଞ୍ଚଣା ରଥ ଭଳି ଦୋଳି ରଥ ଏବଂ ବୋଇତ ରଥ ମଧ୍ୟ ମା'ଙ୍କର ଅତି ପ୍ରିୟର ରଥ ବୋଲି ବିଶ୍ବାସ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...

ବୁଢ଼ୀ ଠାକୁରାଣୀ ଯାତ୍ରା: ସପ୍ତମ ଦିନରେ ମାଉସୀ ମା' ଘରେ କାକରା ପିଠା ଖାଇଲେ ମାଆ

ବୁଢ଼ୀ ଠାକୁରାଣୀ ଯାତ୍ରାରେ 'ଧର୍ମଝଣ୍ଡା', କାହିଁକି ମହିଳା କରନ୍ତି ପୂଜାର୍ଚ୍ଚନା ?

ବାଛୁବାରୀ ସାହି ବାସିନ୍ଦା କହିଛନ୍ତି, "ମା'ଙ୍କ ଅତି ପ୍ରିୟ ହେଉଛି ବିଞ୍ଚଣା ରଥ । ବିଞ୍ଚଣା ରଥ ବୁଲିବା ଦ୍ବାରା ମା'ଙ୍କୁ ଶୀତଳୀକରଣ ମିଳିଥାଏ ବୋଲି ବିଶ୍ବାସ ରହିଛି । ରାଜବାଟୀକୁ ପ୍ରଥମେ ନ ଯାଇ ମା' ବାଛୁବାରୀ ସାହିକୁ ବିଞ୍ଚଣା ରଥ ଦେଖିବାକୁ ଆସନ୍ତି । ପରେ ରାଜବାଟୀକୁ ଯାଇଥାନ୍ତି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.