ETV Bharat / state

‘ଇତିହାସ ବଦଳାଇବାକୁ ଅପଚେଷ୍ଟା’, ବିଜୁ ଶ୍ରାଦ୍ଧବାର୍ଷିକୀରେ ବିଜେପିକୁ ନବୀନଙ୍କ ଟାର୍ଗେଟ - BIJU PATNAIK 28TH DEATH ANNIVERSARY

ଇତିହାସକୁ ବଦଳେଇବାକୁ ହେଉଛି ଅପଚେଷ୍ଟା । ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡିଲେ ରାଜ୍ୟର ହେବ ମଙ୍ଗଳ ବୋଲି ବିଜୁ ପଟ୍ଟନାୟକଙ୍କ 28ତମ ପୂଣ୍ୟତିଥିରେ କହିଛନ୍ତି ନବୀନ ।

ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ
ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ (ETV Bharat Odisha)
author img

By ETV Bharat Odisha Team

Published : April 17, 2025 at 7:34 PM IST

2 Min Read

Biju Patnaik 28th Death Anniversary ଭୁବନେଶ୍ବର: ‘ଜଣେ ଓଡ଼ିଆ ଭାବେ ବିଜୁ ବାବୁ ସବୁବେଳେ ଗର୍ବ ଅନୁଭବ କରୁଥିଲେ । ବିଜୁ ବାବୁଙ୍କ ସ୍ଵପ୍ନ ସାକାର କରିବା ପାଇଁ ୨୦୦୦ରୁ ୨୦୨୪ ଯାଏ ଅନେକ ପଦକ୍ଷେପ ନେଇଥିଲେ ବିଜେଡି ସରକାର । ମହାନ ନେତାଙ୍କ ଇତିହାସ ବଦଳାଇବାକୁ ଚାଲିଛି ଅପଚେଷ୍ଟା । ହେଲେ ଏହା ସମ୍ଭବ ନୁହେଁ । ତେଣୁ ସମୟ ନଷ୍ଟ ନକରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ । ଏହା କହିଛନ୍ତି ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜୁ ତିରୋଧାନ ଦିବସରେ ଏହା କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।

ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ବିଜେପିକୁ ନବୀନଙ୍କ ଟାର୍ଗେଟ (ETV Bharat Odisha)

ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ:

ଶଙ୍ଖ ଭବନରେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନବୀନ କହିଛନ୍ତି, ‘ଜଣେ ଓଡ଼ିଆ ଭାବେ ବିଜୁ ବାବୁ ସବୁବେଳେ ଗର୍ବ କରୁଥିଲେ । ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା । ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା । ୨୦୦୦ରୁ ୨୦୨୪ ମଧ୍ୟରେ ବହୁତ ଭଲ କାମ ହୋଇଥିଲା । ଯେଉଁଥି ପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା ।’

ଓଡ଼ିଆ ଭାବେ ବିଜୁ ବାବୁ ସବୁବେଳେ ଗର୍ବ ଅନୁଭବ କରୁଥିଲେ
ଓଡ଼ିଆ ଭାବେ ବିଜୁ ବାବୁ ସବୁବେଳେ ଗର୍ବ ଅନୁଭବ କରୁଥିଲେ (ETV Bharat Odisha)

ବିଜୁ ବାବୁଙ୍କ ଅବଦାନ ମନେ ପକାଇଲେ ନବୀନ:

ନବୀନ ଆହୁରି ମଧ୍ୟ କହିଛନ୍ତି, ‘ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ । ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ । ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଉଦ୍ୟମ କରୁଛନ୍ତି । ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି । ଇତିହାସ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ । ଏହାକୁ କେହି ବଦଳେଇ ପାରିବେନାହିଁ । ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ ।’

ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ
ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ (ETV Bharat Odisha)

‘ବିଜୁ ପଟ୍ଟନାୟକଙ୍କୁ ଅପମାନ କରାଯାଇଛି’:

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରାଯାଇଛି । ଏହା କାହାର ଷଡ଼ଯନ୍ତ୍ର ଦିନେ ନାଦିନେ ଲୋକଲୋଚନକୁ ଆସିବ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗେଇ ଦେଲେ । କିନ୍ତୁ ନିଆଁ ଲାଗିବା ଦ୍ଵାରା ବିଜୁ ପଟ୍ଟନାୟକଙ୍କ ମୁହଁ କଳା ପଡିନାହିଁ । ଯେଉଁ ମାନେ ନିଆଁ ଲଗେଇଛନ୍ତି ତାଙ୍କ ମୁହଁ କଳା ହୋଇଗଲା । ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ଲିଭେଇ ଦେବାକୁ ବର୍ତ୍ତମାନ ସରକାର ପ୍ରୟାସ କରିଛନ୍ତି । ବିଜୁ କେବଳ କୌଣସି ଦଳର ନେତା କି ମୁଖ୍ୟମନ୍ତ୍ରୀ ନଥିଲେ । ବିଜୁ ଯୁଗ ପୁରୁଷ ଥିଲେ । ଯେଉଁ ମାନେ ତାଙ୍କୁ ଅପମାନିତ କରୁଛନ୍ତି ଲୋକେ ତାଙ୍କୁ ଜବାବ ଦେବେ ।’

ବିନ୍ଦୁ ସାଗରରେ ତିଳତର୍ପଣ:

ବିଜେଡ଼ିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ‘ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ । କେବଳ ଭାରତ ନୁହେଁ ଅନ୍ୟ ଦେଶର ମୁକ୍ତି ସଂଗ୍ରାମରେ ସେ ସାମିଲ ହୋଇଥିଲେ । ସେହି ଅଗଷ୍ଟ ବିପ୍ଳବର ଯୋଦ୍ଧାଙ୍କ ତିରୋଧାନ ଦିବସ ସାରା ରାଜ୍ୟରେ ପାଳନ ହୋଇଛି । ଆଜି ସକାଳୁ ଦଳ ତରଫରୁ ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଛି । ଦଳର ସଭାପତିଙ୍କ ସମେତ ବରିଷ୍ଠ ନେତା ବିଜୁ ପଟ୍ଟନାୟକ ପାର୍କରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି । ହସ୍ପିଟାଲରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଛି ।’

ଏହା ମଧ୍ୟ ପଢନ୍ତୁ:

ବିଜୁ ପଟ୍ଟନାୟକଙ୍କ 28ତମ ଶ୍ରାଦ୍ଧବାର୍ଷିକ ପାଳିତ

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ କିଏ ଲଗାଇଲା ନିଆଁ ? ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, BJDର ତୀବ୍ର ପ୍ରତିକ୍ରିୟା

ବିଜୁବାବୁଙ୍କ ଚିତ୍ର ମଳିନ କରିବାକୁ ଉଦ୍ୟମ, ତାହା ସମ୍ଭବ ନୁହେଁ:

ସେହିପରି ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ‘ମାହାଙ୍ଗାରେ ହେଉ କି ପାଟଣାଗଡ ବିଜୁ ବାବୁଙ୍କ ଚିତ୍ରକୁ ମଳିନ କରିବାକୁ ଉଦ୍ୟମ ହେଉଛି । କିନ୍ତୁ ତାହା ହେବା ସମ୍ଭବ ନୁହେଁ । ବିଜୁ ବାବୁଙ୍କ ମୂର୍ତ୍ତି ଓ କୁର୍ତ୍ତିକୁ କେହି ମଳିନ କରିପାରିବେ ନାହିଁ । ବିଜୁ ବାବୁଙ୍କ ପାଦ ଚିହ୍ନ ପରପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ବର୍ତ୍ତମାନ ସରକାରରେ ଥିବା ଦଳ କରୁଥିବା ମନ୍ଦ ଉଦ୍ୟମରେ ବିଫଳ ହେବ । ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦଳର ବରିଷ୍ଠ ନେତା, ବିଧାୟକ ପ୍ରମୁଖ ଉଦବୋଧନ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧା ନିବେଦନ କରିଛନ୍ତି । ସକାଳେ ବିରୋଧୀ ଦଳ ନେତା ନବୀନ ପଟନାୟକ ବିଜୁ ପଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.