ETV Bharat / state

ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, ବିହାର ଯୁବକକୁ କୋର୍ଟଚାଲାଣ କଲା ପୋଲିସ

ଫ୍ରି ଫାୟାର ଗେମ୍ ଆପରୁ ଆରମ୍ଭ ହୋଇଥିଲା ସମ୍ପର୍କ । ପରିଚୟ ଗୋପନ ରଖି ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ।

BLACK MAILING FOR MARRIAGE
BLACK MAILING FOR MARRIAGE (ETV Bharat Odisha)
author img

By ETV Bharat Odisha Team

Published : Nov 9, 2024, 11:05 PM IST

ଭୁବନେଶ୍ବର: ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇ ବ୍ଲାକମେଲ ଏବଂ ଠକେଇ ଅଭିଯୋଗରେ ଗିରଫ‌ ହେଲା ବିହାରୀ ଯୁବକ । କାଶ୍ମୀରରେ ମେକାନିକ କାମ କରୁଥିବା ସମୀର ମନସୁରକୁ ଗିରଫ କରିଛି କମିଶନରେଟ ପୋଲିସର ମହିଳା ଥାନା । ଏନେଇ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି ପୋଲିସ ।

ଏମିତି କହିଲେ DCP:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିିଶ୍ର କହିଛନ୍ତି," ମହିଳା ଥାନାର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ସମୀର ମନସୁରିକୁ ଗିରଫ କରାଯାଇଛି । ଯାହାର ଘର ବିହାର ଚମ୍ପାରଣ ଜିଲ୍ଲା ରକସୁଲ ଥାନା ଅଞ୍ଚଳରେ । ସେ ଜମ୍ମୁ କାଶ୍ମୀରରେ ଜଣେ ମେକାନିକ ଭାବେ କାର୍ଯ୍ୟ କାମ କରେ । ଗିରଫ ପରେ ତାଠାରୁ ମୋବାଇଲ ଓ ଅନ୍ୟ କାଗଜ ପତ୍ର ଜବତ କରାଯାଇଛି । ଯୁବତୀଙ୍କ ସହ ଅନଲାଇନ ଗେମିଂ ଆପରେ ଚାର୍ଟିଂ କରି ସମ୍ପର୍କରେ ଆସିଥିଲା । ପରେ ପୁରୀ ବୁଲିବାକୁ ଆସି ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକମେଲ କରିଥିଲା । ଏହା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଥିଲେ ।ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।"

BLACK MAILING FOR MARRIAGE (ETV Bharat Odisha)
ଲାଗିଲା ଏହି ଦଫା:

ତେବେ ଅଭିଯୁକ୍ତ ସମୀର ମନସୁରିକୁ କେସ 182/24 ରେ ଆଇପିସିର ଧାରା 376 (୧)- ଦୁଷ୍କର୍ମ , 385-ବ୍ଲାକମେଲ କରିବା 386-ଟଙ୍କା ଠକେଇ କରିବା , 294-ଗାଳିଗୁଲଜ କରିବା, 506-ଧମକ ଦେବା , 66 E ମିଛ ପରିଚୟ ଦେଇ ନିଜ ପରିଚୟ ଗୋପନ ରଖିବା , 67- ପୀଡିତାର ଅଜାଣତରେ ଅଶ୍ଳୀଳ ଭିଡିଓ ରେକର୍ଡ଼ କରିବା , 67-A-ଭିଡିଓକୁ ସର୍ବସାଧାରଣରେ ଭାଇରାଲ କରି ସମ୍ମାନ ଓ ବ୍ୟକ୍ତିଗତ ଓ ନଗ୍ନତା ପରିପ୍ରକାଶ କରିବା ଅଭିଯୋଗରେ ଗିରଫ କରଯାଇଛି । ଏନେଇ‌ କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ ।

ଏହା ମଧ୍ୟ ପଢନ୍ତୁ ...ଗେମିଂ ଆପରୁ ପ୍ରେମ, ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, ବିହାର ଯୁବକ ଗିରଫ

ଏହା ମଧ୍ୟ ପଢନ୍ତୁ ...କଟକ ଗଣଦୁଷ୍କର୍ମ ମାମଲା: କେମିତି ଫସିଲେ ଯୁବତୀ ? ଆସିଲା ସାଙ୍ଘାତିକ ତଥ୍ୟ

ଏହା ମଧ୍ୟ ପଢନ୍ତୁ ...କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ଗେମିଂ ଆପରୁ ସମ୍ପର୍କ:
ଫ୍ରି ଫାୟାର ଗେମ୍ ଆପରୁ ଉଭୟଙ୍କ ସମ୍ପର୍କ ବଢିଥିଲା । ସମୀର ନିଜକୁ ହିନ୍ଦୁ ଯୁବକର ପରିଚୟ ଦେଉଥିଲା ଆଉ ସମୀର ଶ୍ରିବାସ୍ତବ ବୋଲି ନାଁ କହି ସମ୍ପର୍କ ବଢାଇଥିଲା । ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ବଢିବା ପରେ ପୁରୀ ଆସିଥିଲା ଦେଖା କରିବା ପାଇଁ । ପୁରୀରେ ଯୁବତୀ ସହ ସମୟ ଅତିବାହିତ ବେଳେ ସେ ହିନ୍ଦୁ ନୁହେଁ ବରଂ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.