ଭୁବନେଶ୍ବର: କଥାରେ ଅଛି ପ୍ରେମ ମାନେନି ବନ୍ଧ କି ବାଡ଼ । ପ୍ରେମରେ ପଡିଲେ ସବୁ କିଛି ହୋଇଯାଏ ପ୍ରେମୀ ଯୁଗଳ ପାଇଁ ସହଜ । ପ୍ରେମ ପାଇଁ କିଏ ଛାଡିଛି ପ୍ରେମର ପ୍ରତୀକ । ପ୍ରେମ ପାଇଁ କିଏ ରଚୁଛି ହୀରରାଞ୍ଜା, ଲେଲା ମଜନୁ,ବା ଶାହାଜାହାନ ମମତାଜ ଭଳି ଇତିହାସ । ଏଥର କିନ୍ତୁ ପ୍ରେମକୁ ପାଇବା ପାଇଁ ସଂଘର୍ଷ ନୁହେଁ । ବରଂ ପ୍ରେମ ବିଚ୍ଛେଦ ପାଇଁ ପ୍ରେମିକା ରଚିଛି ଷଡ଼ଯନ୍ତ୍ର । ଏଭଳି ଏକ ପ୍ରେମର ହେଟଷ୍ଟୋରିର କାହାଣୀ ସାମ୍ନାକୁ ଆସିଛି । ଯେତେବେଳେ ପ୍ରେମିକକୁ ଅପହରଣ ଓ ମୁଣ୍ଡ ଜାମିନରେ ଟଙ୍କା ଡିମାଣ୍ଡ କରି ପ୍ରେମିକା ସହ ଧରାପଡ଼ିଛନ୍ତି 4 ଜଣ ଅଭିଯୁକ୍ତ।
ପ୍ରେମିକକୁ ଅପହରଣ:
ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ପ୍ରେମିକା ଜଣଙ୍କ ହେଉଛନ୍ତି ପ୍ରାପ୍ତି ଶର୍ମା ଘର ଜାମସେଦପୁର ଝାଡଖଣ୍ଡ । ତାଙ୍କ ସହ ଅପହରଣ ପାଇଁ ସହଯୋଗ କରିଥିବା ଅପହରଣକାରୀ ଜଗତସିଂହପୁରର ଶ୍ୟାମସୁନ୍ଦର ସାହୁ, ଢେଙ୍କାନାଳର ରାକେଶ ଚନ୍ଦ୍ର ବାରିକ, କେନ୍ଦୁଝର ଆକାଶ କୁମାର ପରିଡା ଓ ଭୁବନେଶ୍ୱର ଭରତପୁରର ଶିବରାମ ବେହେରାକୁ ଗିରଫ କରିଛି ପୋଲିସ । ଏମାନେ ଝାରପଡାର ସୋମନାଥ ସ୍ବାଇଁକୁ ଅପହରଣ କରିବା ଓ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିବା ଅଭିଯୋଗରେ ଗିରଫ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Bhubaneswar youth kidnap:
ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘କମିସନରେଟ ପୋଲିସ ନିକଟରେ ଏନେଇ ସୋମନାଥଙ୍କ ଭଉଣୀ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଭାଇ ସୋମନାଥ ସ୍ବାଇଁକୁ କିଛି ଲୋକ ଅପହରଣ କରିନେଇଛନ୍ତି । ଯାହାକୁ ନେଇ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥିଲା । କେବଳ ଆମ ପାଖରେ ଅପହୃତ ହୋଇଥିବା ଲୋକର ନମ୍ବର ଥିଲା । ଏନେଇ ଆମର ତିନୋଟି ଟିମ୍ ଗଠନ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରି । ହ୍ୟୁମାନ ଇଣ୍ଟେଲିଜେନସ ଓ ମୋବାଇଲର ଡାଟା ସ୍ମାର୍ଟ୍ ସିଟି ସର୍ଭିଲାନସ ସିଷ୍ଟମ୍ ଦ୍ବାରା । କିଡନାପର ମାନଙ୍କୁ ଆମେ ଧରିବାରେ ସକ୍ଷମ ହେଲୁ । ତଦନ୍ତ କରି ରାତି ଭିତରେ ୬ଘଣ୍ଟା ଭିତରେ ଏହାର ଅପରାଧିଙ୍କୁ ଗିରଫ କରିଥିଲା । ଟ୍ବିନି ସିଟିରେ ଏଭଳି ଅପହରଣ କରି ଟଙ୍କା ଡିମାଣ୍ଡ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇ ଅପହୃତାକୁ ପୋଲିସ ଉଦ୍ଧାର କରିଥିଲା । ଏନେଇ ଆମେ ଆମର ଉପସ୍ଥିତ ରହିଛି ଲୋକଙ୍କ ପାଖରେ ଏପରି ଅଭିଯୋଗ ଆସିବା ପରେ ଆମର ଦାୟିତ୍ବର ସହ ଘଟଣା ସମାଧାନ କରିଥିଲୁ ।’
କଣ ଥିଲା ଘଟଣା ?
ଘଟଣାଟି ଏମିତି ଥିଲା କି, ଅପହୃତ ପ୍ରେମିକ ସୋମନାଥ ସହ ଜାମସେଦପୁରରେ ଦେଖା ହୋଇଥିଲେ ପ୍ରେମିକା ।ଏନେଇ ସୋମନାଥର ବାପା ଦେହାନ୍ତ ପରେ ଭଲ ଟଙ୍କା ଓ ସମ୍ପତ୍ତି ମଧ୍ୟ ଥିଲା ସୋମନାଥଙ୍କର । ପ୍ରେମିକା ଜଣଙ୍କ ତାଙ୍କ ସହ ସମ୍ପର୍କରେ ଆସିବା ପରେ ନିବିଡ ହୋଇଯାଇଥିଲା ସମ୍ପର୍କ । ହେଲେ ପ୍ରେମିକାର ପୂର୍ବ ପ୍ରେମିକ ସହ ଏକ ଫଟୋ ପାଇଁ ସୋମନାଥ ଓ ପ୍ରେମିକା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସୋମାନାଥ ତା ପ୍ରେମିକାଠୁ ଦୂରେଇବାକୁ ଚାହୁଁଥିଲା । ହେଲେ ପ୍ରେମିକ ଜଣଙ୍କ ପ୍ରେମିକକୁ ଛାଡ଼ିବାକୁ ଚାହୁଁନଥିଲା । ତେଣୁ ସୋମନାଥ ଦୂରେଇ ଯିବାକୁ ଚାହିଁବାରୁ ତାକୁ ପ୍ରତିଶୋଧ ନେବା ପାଇଁ ପ୍ଲାନ ରଚିଥିଲା ପ୍ରେମିକା ଜଣଙ୍କ ।

ପ୍ରେମିକକୁ ଛାଡିବାକୁ ଚାହୁଁନଥିଲା ପ୍ରେମିକା, କଲା ଅପହରଣ:
ପ୍ରେମିକା ଜଣଙ୍କ ସେ କିଡନାପ କରିବା ପାଇଁ ଯେଉଁମାନଙ୍କ ନାଁରେ ଅପରାଧିକ ରେକର୍ଡ ରହିଛି ସେଭଳି କିଛି ପିଲାଙ୍କୁ ନିଜର କିଛି ସମ୍ପର୍କୀୟ ଜରିଆରେ ଯୋଗାଯୋଗ କରିଥିଲା । ସେମାନଙ୍କ ଜରିଆରେ ନିଜର ପ୍ରେମିକ ସୋମନାଥକୁ ଶେଷଥର ଦେଖାକରି ତାଙ୍କ ଭିତରେ ଥିବା ସମ୍ପର୍କକୁ ଦି ଏଣ୍ଡ କରିବା ପାଇଁ ଚାହିଁଥିଲା ।
ଦେଖାକରିବାକୁ ଡାକି କିଡନାପ:
ସୋମନାଥ ଝାରପଡ଼ା କେନାଲ ରୋଡ ପାଖକୁ ଆସିବା ପରେ ବଳପୂର୍ବକ କିଡନାପର ମାନେ ତାକୁ ଏକ ହ୍ୟୁଣ୍ଡାଇ ଆଇ ୨୦ରେ ଅପହରଣ କରିଥିଲେ । ପରେ ତାକୁ ଭରତପୁର ଅଞ୍ଚଳର ଏକ ହୋଟେଲକୁ ନେଇଥିଲେ । ସେମାନେ ସୋମନାଥକୁ ଡରାଇ ଧମକାଇ ତାର ଭଉଣୀକୁ କହି ଟଙ୍କା ଡିମାଣ୍ଡ କରିଥିଲେ। ସୋମନାଥ ଭଉଣୀ ଏସବୁ ଭାଇ ସହ ହେବା ଦେଖି ଡରିଯାଇ ଭାଇର ପ୍ରେମିକାକୁ ଯୋଗାଯୋଗ କରିଥିଲେ । ହେଲେ ପ୍ରେମିକା ଜଣଙ୍କ କିଡନାପର ଯଦି ନେଇ ଯାଇଛନ୍ତି ତେବେ ଟଙ୍କା ଦେଇଦିଅ ନଚେତ ତାଙ୍କର କିଛି ହେଇଯିବ କଣ ହେବ। ଏଭଳି କହି କଥାକୁ ହାଲକା ଭାବେ ନେଇଥିଲେ ।
ପୋଲିସକୁ ଜଣାଇଲେ ଭଉଣୀ:
ଏନେଇ ସୋମନାଥ ଭଉଣୀ ପୋଲିସକୁ ଯୋଗାଯୋଗ ପରେ ପୋଲିସ ଏନେଇ କିଡନାପର ମାଗୁଥିବା ଟଙ୍କା ଦେବା ପାଇ ଏକ ସ୍ଥାନକୁ ଡ଼କାଇ କିଡନାପରଙ୍କ ବ୍ୟବହାର କରୁଥିବା ଗାଡ଼ିକୁ ଠାବ କରିଥିଲେ । ଅନ୍ୟପଟେ ପ୍ରେମିକାକୁ ସନ୍ଦେହ ଘେରକୁ ନେଇ ପୋଲିସ ଟ୍ରାକ ବେଳେ । ଏସବୁ ଘଟଣା ପଛରେ ପ୍ରେମିକାର ହାତ ଓ ସେ ଏଭଳି କିଡନାପ ପ୍ଲାନ୍ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଏନେଇ ପ୍ରେମିକା ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ଏଥି ସହ ଦୁଇଟି ଗାଡି କାର ଜବତ ମଧ୍ୟ କରିଥିଲା ।
ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, ‘ଏହି ଘଟଣା ସମୟରେ ଅପହରଣକାରୀ ମଧ୍ୟରେ ମଧ୍ୟ ଠେଲା ପେଲା ହୋଇଥିଲା । ଆମେ ଏଇ ଘଟଣା ଆସିବା ପରେ ଜଟଣୀର ଏକ ଟିମ୍ ଖାରବେଳ ନଗର ଏକ ଟିମ୍ ଓ ମଞ୍ଚେଶ୍ବର ଏକ ଟିମ୍ ଗଠନ କରି ଏମାନଙ୍କୁ ଧରିଥିଲୁ । ଏମାନେ ପ୍ରେମିକା ଓ ତାର ସହଯୋଗୀଙ୍କ ମଧ୍ୟରେ ଯେଉଁ ପ୍ଲାନ୍ ରଚିଥିଲେ ଆମେ ଜାଣିବାକୁ ପାଇଥିଲୁ । ଯେହେତୁ ଏ ଅପରାଧରେ ସେ ସମସ୍ତେ ସାମିଲ ଥିଲେ ଆମେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ।’
ଇଟିଭି ଭାରତ, ଭୁବନେଶ୍ବର