ETV Bharat / state

୭୭ ବର୍ଷରେ ରାଜଧାନୀ, ଦୁଇ ଦିନିଆ ଜନ୍ମଦିନ ପାଳିବ ଭୁବନେଶ୍ୱର - BHUBANESWAR FOUNDATION DAY 2025

ଏପ୍ରିଲ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଉତ୍କଳ ମଣ୍ଡପରେ ହେବ ପ୍ରତିଷ୍ଠା ଦିବସ ସମାରୋହ ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୈଠକ
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୈଠକ (ETV Bharat)
author img

By ETV Bharat Odisha Team

Published : April 3, 2025 at 1:30 PM IST

3 Min Read

ଭୁବନେଶ୍ବର: ୭୭ ବର୍ଷରେ ପଦାର୍ପଣ କରିବ ରାଜଧାନୀ ଭୁବନେଶ୍ୱର । ଏନେଇ ଏପ୍ରିଲ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଉତ୍କଳ ମଣ୍ଡପରେ ହେବ ପ୍ରତିଷ୍ଠା ଦିବସ ସମାରୋହ । ଦୁଇ ଦିନ କାର୍ଯ୍ୟକ୍ରମ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ୧୩ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନକୁ ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୈଠକ
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୈଠକ (ETV Bharat)

ଦୁଇ ଦିନ ରାଜଧାନୀ ପାଳିବ ଜନ୍ମଦିନ

୧୩ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୭ ବର୍ଷରେ ପଦାର୍ପଣ କରୁଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ଏପ୍ରିଲ ୧୩ ଓ ୧୪ ଦୁଇଦିନ ଧରି ମହା ସମାରୋହରେ ପାଳନ କରାଯିବ । ଏନେଇ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ସଂପର୍କରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିରୀକୃତ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏପ୍ରିଲ ୧୩ ତାରିଖ ରବିବାର ପାରମ୍ପରିକ 'ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ' ଏବଂ ଏପ୍ରିଲ ୧୪ରେ 'ଓଡ଼ିଆ ନୂଆବର୍ଷ' ପାଳନ ହେବ । ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଥିବାରୁ ୧୪ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଉତ୍ସବର ମାହୋଲ ରହିବ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରଥମ ଦିବସ ସମାରୋହ ସହ ୧୪ ତାରିଖ ଦ୍ୱିତୀୟ ଦିନରେ ଓଡ଼ିଆ ନୂଆବର୍ଷ ପାଳନ ସମେତ ରାଜଧାନୀ ପ୍ରତିଷ୍ଠା ଦିବସକୁ ସାମିଲ କରାଯାଇ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯିବ ।

  • ୧୩ରେ 'ଓଡ଼ିଆ ଖାଦ୍ୟ ପାଇଁ ଦିନଟିଏ’
  • ୧୪ରେ 'ଓଡ଼ିଆ ନୂଆବର୍ଷ' ପାଳନ
  • ୧୩ ଓ ୧୪ ସଂଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସକୁ ଶାନ୍ତି, ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଉନ୍ନୟନ କମିଶନର ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ପୂର୍ବ ଭଳି ଏଥର ମଧ୍ୟ ୩ ଦିନ ଧରି ପାଳନ କରାଯିବା ପାଇଁ ଅନୁରୋଧ କରାଯାଇଛି । ଗତବର୍ଷ ସାଧାରଣ ନିର୍ବାଚନ-୨୦୨୪ ଆଦର୍ଶ ଆଚରଣ ବିଧି ଏବଂ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ସୀମିତ ଆୟୋଜନ ମଧ୍ୟରେ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା । ରାଜଧାନୀ ପ୍ରତିଷ୍ଠା ଦିବସ ରାଜଧାନୀ ଭୁବନେଶ୍ୱରର ଜନ୍ମୋତ୍ସବ ହେତୁ ଏହାକୁ ମର୍ଯ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଛି ।

ଏପ୍ରିଲ 12ରୁ ଦୁଲୁକିବ ରାଜଧାନୀ

ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଅପ୍ରେଲ ୧୨ ତାରିଖରୁ ଏହାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବାକୁ ଆଲୋଚନା କରାଯାଇଛି । ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଚଳିତ ବର୍ଷ ବେସାମରିକ ପରେଡରେ ଛୋଟ ପିଲାଙ୍କୁ ସାମିଲ କରାନଯାଇ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ସହରର ସମସ୍ତ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟରୁ ପ୍ୟାରେଡ ଦଳମାନଙ୍କୁ ଭାଗ ନେବାକୁ ଅନୁରୋଧ କରାଯିବ । ପରେଡରେ ବିଭିନ୍ନ ପ୍ରତିଷ୍ଠାନରୁ ବ୍ୟାଣ୍ଡ ଦଳ ଅଂଶଗ୍ରହଣ ପୂର୍ବକ ଏହାକୁ ଅଧିକ ଚିତ୍ତାକର୍ଷକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପାରମ୍ପରିକ ରୀତିରେ ଏପ୍ରିଲ ୧୩ ତାରିଖ ସକାଳେ ଓଡ଼ିଶା ବିଧାନସଭା ସୌଧ ସମ୍ମୁଖସ୍ଥ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ଅତିଥି ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ । ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିବେ । ବେସାମରିକ ପ୍ୟାରେଡ ରବୀନ୍ଦ୍ର ମଣ୍ଡପରୁ ଜୟଦେବ ଭବନ ପର୍ଯ୍ୟନ୍ତ ପ୍ରଦର୍ଶନ ହେବ । ୧୩ ଓ ୧୪ ତାରିଖ ସଂଧ୍ୟାରେ ଉତ୍କଳ ମଣ୍ଡପରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୈଠକରେ ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ରାଜଧାନୀ ପ୍ରତିଷ୍ଠା ଫଳକ ଓ ସଂଲଗ୍ନ ଅଂଚଳ ପରିସ୍କାର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକରଣ, ପତାକା ଉତ୍ତୋଳନ ପାଇଁ ମଞ୍ଚ ପ୍ରସ୍ତୁତି, ଅତିଥି ଓ ନିମନ୍ତ୍ରିତ ଅତିଥିଙ୍କ ବସିବା ନିମନ୍ତେ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ରାଜଧାନୀ ଭୁବନେଶ୍ୱରର ଐତିହ୍ୟ ସମ୍ବଳିତ ଫଟୋଚିତ୍ରକୁ ସ୍ଥାନିତ କରି ଜୟଦେବ ଭବନରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ଉତ୍ସବ ପରିପ୍ରେକ୍ଷୀରେ ଟ୍ରାଫିକ ପରିଚାଳନା, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଲୋକସେବା ଭବନ, ଓଡ଼ିଶା ବିଧାନସଭା ସମେତ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ, ରାଜଧାନୀର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନ୍ୟାନ୍ୟ ଜାତୀୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ସଂଲଗ୍ନ ରାସ୍ତାଘାଟକୁ ଆଲୋକମାଳାରେ ସଜ୍ଜିତ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ ମାଲ୍ୟାର୍ପଣ କରାଯିବା ସଂପର୍କରେ ଆଲୋଚନା ହୋଇଛି ।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲଓ୍ୱନ୍ତ ସିଂ, ବିଡିଏ ଉପାଧ୍ୟକ୍ଷ ଡଃ. ଏନ. ଥିରୁମାଳା ନାୟକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ସଂସ୍କୃତି ନିର୍ଦ୍ଦେଶକ ଡଃ. ବିଜୟ କୁମାର ଉପାଧ୍ୟାୟ, ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ପୂର୍ତ୍ତ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଆଦି ବିଭାଗର ବରିଷ୍ଠ ପଦାଧିକାରୀ, ପୋଲିସ ପ୍ରଶାସନର ଉଚ୍ଚ ପଦାଧିକାରୀ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପ ସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ ବିଧାନସଭାରେ ରାତି ତମାମ ଆଲୋଚନା, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍

ଏହା ମଧ୍ୟ ପଢନ୍ତୁ କମିଶନରେଟ ପୋଲିସ ହାତରେ କିଡନାପର ପ୍ରେମିକା, ପ୍ରେମ ବିଚ୍ଛେଦରୁ ଅପହରଣ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.