ETV Bharat / state

ଭୁବନେଶ୍ବରରୁ ଚୋରି ବାଲେଶ୍ବରରୁ ଉଦ୍ଧାର, ୨ ଦିନ ପରେ ମିଳିଲା ଅପହୃତ ଶିଶୁ - BHUBANESWAR MISSING CHILD RESCUED

ଭୁବନେଶ୍ବର ରାମ ମନ୍ଦିର ନିକଟରୁ ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଚୋରି ହୋଇଥିବା ଶିଶୁ ପୁତ୍ର ବାଲେଶ୍ବରରୁ ଉଦ୍ଧାର ।

Bhubaneswar Missing Child Rescued From Balasore
Bhubaneswar Missing Child Rescued From Balasore (ETV Bharat Odisha)
author img

By ETV Bharat Odisha Team

Published : April 15, 2025 at 11:18 AM IST

1 Min Read

ଭୁବନେଶ୍ବର: ରାଜଧାନୀ ରାମ ମନ୍ଦିର ନିକଟରୁ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆ ଚୋରି ଘଟଣାର ବଡ଼ ଅପଡେଟ । ମାଆ ପାଖକୁ ଫେରିବ ଦେଢ଼ ବର୍ଷର ଶିଶୁ ପୁତ୍ର । ଘଟଣାର 2 ଦିନ ପରେ ଅପହୃତ ପିଲାକୁ ବାଲେଶ୍ବରରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ସେପଟେ ଛୁଆକୁ ଚୋରାଇ ନେଇଥିବା ଅପହରଣକରୀ ଅଭିଯୁକ୍ତ ଗିରଫ ହୋଇଛି । ରାଜ୍ୟର ସମସ୍ତ ଚାଇଲ୍ଡ ଲାଇନ ଡିସିପିଓ ଓ ପୋଲିସ ଷ୍ଟେସନ ଏନେଇ ଆଲର୍ଟ ଥିଲେ । ପିଲା ଉଦ୍ଧାର ହୋଇଥିବା ନେଇ ଚାଇଲ୍ଡ ସଦସ୍ୟ ବେଣୁଧର ସେନାପତି ସୂଚନା ଦେଇଛନ୍ତି । ଏନେଇ ଖୁବଶୀଘ୍ର ସମ୍ପୂର୍ଣ୍ଣ ଘଟଣା ଖୁଲାସା କରିବେ ପୋଲିସ କମିଶନର ।

RAM MANDIR CHILD MISSING :

ଛୁଆ ଚୋରି ପୂରା ଘଟଣା: ୨ ଦିନ ତଳେ (ଶନିବାର) ଭୁବନେଶ୍ବର ରାମ ମନ୍ଦିର ନିକଟରୁ ଛୁଆ ଚୋରି ହୋଇଥିଲା । ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମହିଳାଙ୍କ କୋଳରୁ ତାଙ୍କ ଦେଢ଼ବର୍ଷର ଛୁଆକୁ କେହି ଚୋରି କରି ନେଇଥିଲେ । ରାତି ପାଖାପାଖି ୨ଟା ସମୟରେ ଏହି ଘଟଣା ଘଟିଥିଲା । ଛୁଆର ମାଆଙ୍କ ଅଭିଯୋଗ ଅନୁସାରେ, କେହି ଜଣେ ରାତି ୨ଟାରେ ଆସି ଜୁସ୍‌ ପିଇବାକୁ ଯାଚି ତାଙ୍କ ପୁଅକୁ ଚୋରି କରିନେଇ ଫେରାର ହୋଇଯାଇଥିଲା । ମହିଳା ଜଣଙ୍କ କିଛି ଦେଖିପାରୁ ନଥିବାରୁ ଏହାର ପ୍ରତିବାଦ କରିପାରି ନଥିଲେ । କିଛି ସମୟ ପରେ ଛୁଆର ସୋରଶବ୍ଦ ଶୁଣା ନ ଯିବାରୁ ମହିଳା ଜଣଙ୍କ ପାଟିକରି ଡାକିଥିଲେ । ହେଲେ ସେତେବେଳକୁ ଦୁର୍ବୃତ୍ତ ଜଣଙ୍କ ଛୁଆକୁ ନେଇ ସେଠାରୁ ଫେରାର ବହୋଇଯାଇଥିଲା । ଏନେଇ ପୁତ୍ରହରା ମାଆ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...

ରାଜଧାନୀରେ ପିଲା ଚୋରି ଅଭିଯୋଗ, ମା’ ପାଖରୁ ନେଇଗଲେ ଦେଢ ବର୍ଷ ପୁଅକୁ

Kidnapped Child Rescued From Balasore:

ବାଲେଶ୍ବରରୁ ଚୋରି ପିଲା ଉଦ୍ଧାର: ଛୁଆ ଚୋରି ନେଇ ଅଭିଯୋଗ ଆସିବା ପରେ କିଡନାପିଂ କେସ 162/25ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଖାରବେଳନଗର ଥାନା ପୋଲିସ । ଘଟଣାସ୍ଥଳରେ କିଛି ଲୋକଙ୍କୁ ପଚରା ଉଚରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁିଥିଲା । ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ କରିବା ଆରମ୍ଭ କରିଥିଲେ । ଦୀର୍ଘ 2 ଦିନ ପରେ ଛୁଆର ସନ୍ଧାନ ମିଳିଛି । ଛୁଆକୁ ଅହହରଣ କରିବା ପରେ ବାଲେଶ୍ବରର ନେଇ ଚାଲିଯାଇଥିଲା ଦୁର୍ବୃତ୍ତ । ଅପହୃତ ପିଲାକୁ ବାଲେଶ୍ବରରୁ କମିଶନରେଟ ପୋଲିସ ଉଦ୍ଧାର କରିଛି । ସେପଟେ ଛୁଆକୁ ଚୋରେଇ ନେଇଥିବା ଅପହରଣକରୀ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ଛୁଆ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣା ପଡ଼ିଛି । ଏନେଇ ଚାଇଲ୍ଡ ସଦସ୍ୟ ବେଣୁଧର ସେନାପତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.