ଭୁବନେଶ୍ବର: ସହରରେ ଧା’ ଧପଡ ଭିତରେ ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱରରେ ପିଲା ଚୋରି ବୋଲି ଆସିଛି ସାଙ୍ଘାତିକ ଅଭିଯୋଗ । ତାହା ପୁଣି ମା’ କୋଳରୁ ଦେଢ଼ ବର୍ଷର ପୁଅକୁ କିଏ ନେଇଯାଇଛି । ରାମମନ୍ଦିର ସାମ୍ନାରେ ଅଧର୍ଯ୍ୟ ହୋଇ ମାଆଟିଏ ପୁଅକୁ ଖୋଜୁଥିବା ବେଳେ ପୋଲିସ ଅଭିଯୋଗ ପାଇ ତତ୍ପର ହୋଇଉଠିଛି ସିସିଟିଭି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

ରାମ ମନ୍ଦିର ଛକରୁ ଛୁଆ ଗାଏବ:
ଭୁବନେଶ୍ୱର ରାମମନ୍ଦିର ଛକ ଗତକାଲି(ଶନିବାର) ରାତି ୧୨ଟାରୁ ଛୁଆଟିଏ ଗାଏବ ହୋଇଥିବା ଅଭିଯୋଗ ଆଣିଛନ୍ତି ମା’। ଲୋକଙ୍କ ଲାଗିଛି ଗହଳ ଚହଳ ଉତ୍ସବ ମୁଖର ମାହୋଲ ଭିତରେ ନିଜର ପୁଅକୁ ନ ପାଇଁ ଏବେ ଅଧର୍ଯ୍ୟ ହୋଇଉଠିଛନ୍ତି । ମାଟିଏ କାନ୍ଦୁଛି ଗୁମୁରି ଗୁମୁରି ହୋଇ ଏନେଇ ରାମ ମନ୍ଦିର ସାମ୍ନାରେ ଏଭଳି ମହିଳାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଦେଢ଼ ବର୍ଷର ପୁଅକୁ କେହି ଚୋରି କରିଥିବା ଅଭିଯୋଗ ହୋଇଛି ।

ଏନେଇ ଚୋରି ହୋଇଥିବା ଛୁଆର ମା’ ଫୋନୋ ଯୋଗେ ଇଟିଭି ଭାରତକୁ କହିଛନ୍ତି, ‘ରାମ ମନ୍ଦିର ପାଖରେ ପାଞ୍ଚ ବର୍ଷ ହେଲା ଏଠି ବସୁଛି । ଛୋଟ ପିଲା ଦୁଇଟା । ଗୋଟେ ପିଲାକୁ କେହି ଗତକାଲି ଫଲୋ କରୁଥିଲା । ଗତ କାଲି ରାତି ୧୨ଟାରେ କେହି ଜଣେ ଆସି ରାତି ଦୁଇଟାରେ ଫଲୋ କରି ପିଲା ପାଖରେ ପହଞ୍ଚିଥିଲା । ଜୁସ ମଧ୍ୟ ପିଲାକୁ ଦେଇଥିଲା । ଆଉ ଗୋଟେ ଜୁସ ମଧ୍ୟ ଖାଇବାକୁ ଗୋଟେ ଦେଲା ଆଉ ଗୋଟେ ପିଲା ଜୁସ ପିଇଲା ପରେ ଆଉ ଛୁଆ ଦେଖା ନାହାନ୍ତି । ଦେଢ଼ ବର୍ଷର ପିଲାଟା କଣ କେମିତି ଥିବ । କାରଣ ମୋ ପିଲା କାଲିଠୁ କାନ୍ଦିବି ନାହିଁ । ଏମିତି ଲୋକ କେବେ ବି ଏଠିକି ଆଗରୁ ଆସିନଥିଲେ । କାଲି ପ୍ରଥମ ଥର ଆସିଛି ତାଙ୍କର ପିଲା ନେଇକି ପଳେଇଛି ରାତି ଦୁଇଟାରେ ଘଟଣା । ତାଙ୍କ ପିଲା ପାଖରେ ନାହିଁ । ଶୁନଶାନ୍ ଶୁଭିଲା ମୋ ପିଲା ନାହିଁ । ସେ ଲୋକଟା ବି ନାହିଁ ପିଲା ନାହିଁକି ସେ ଲୋକ ବି ନାହିଁ ।’
‘ଏନେଇ ଥାନାରେ ଅଭିଯୋଗ କରିଛି । ଏମିତି କେଉଁଠି କଣ କରୁଥିବେ ତାକୁ କିଏ ପାଖରେ ରଖିଛି । ଗଣମାଧ୍ୟମ ଜରିଆରେ ନିବେଦନ କରୁଛି । ତାଙ୍କ ପିଲାକୁ ଯିଏ ନେଇଛି ଆଣି ରାମ ମନ୍ଦିର ଆଗରେ ଛାଡିଦେଇଯାଉ । ନଚେତ ମୋତେ ହସ୍ତାନ୍ତର କରିଦେଇଯାଉ ।’
ପୋଲିସର ତନାଘନା:
ଅନ୍ଯପଟେ ଅଭିଯୋଗ ଆସିବା ପରେ ପୋଲିସ ଏନେଇ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣା ସ୍ଥଳରେ ଏକ ଟିମ୍ ସେଠାକାର କିଛି ଲୋକଙ୍କୁ ପଚରାଉଚରା କରିଥାନ୍ତା । ଏପରିକି ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରୁଛନ୍ତି । ତା ସହିତ ଲୋକଟି କେଉଁ ଦିଗକୁ ଯାଇଛି ସେ ଦିଗରେ ସିସିଟିଭିକୁ ଆଧାରକରି ପୋଲିସ ତଦନ୍ତ କରୁଛି। ଏନେଇ ପିଲାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ହସ୍ତଗତ ହୋଇଛି । ସ୍ବତନ୍ତ୍ର ଟିମ୍ କରି ବିଭିନ୍ନ ସ୍ଥାନରେ ଛାନଭିନ କରୁଛନ୍ତି ।
ସିସିଟିଭି ଫୁଟେଜ ଆଧାରରେ ତଦନ୍ତ:
ଏନେଇ ଖାରବେଳ ନଗର ଥାନା ଆଇଆଇସି କହିଛନ୍ତି, ‘ମା ଜଣେ ଦିବ୍ୟାଙ୍ଗ ଲୋକ । ତାଙ୍କର ମା'ଙ୍କର ଅଭିଯୋଗ ଆଧାରରେ । ତାଙ୍କର ଛ ବର୍ଷର ପିଲା ସହ ଦେଢ଼ ବର୍ଷର ଛୁଆକୁ ଧରି ସେଠି ମନ୍ଦିର ପାଖରେ ବସନ୍ତି । ସେ ଅଭିଯୋଗ କରିଛନ୍ତି ତାଙ୍କର ଦେଢ଼ ବର୍ଷର ଛୁଆକୁ ଚୋରି କରିଥିବାର । ଏନେଇ କିଡନାପି କେସ 162/25ରେ ମାମଲା ରୁଜୁ କରି କେସ ହୋଇଛି । ଫୁଟେଜ ଆଧାର କରି ତାଙ୍କର ପୋଲିସ ଟିମ୍ ତଦନ୍ତ କରୁଛି । ତେବେ ମହିଳା ଜଣଙ୍କ ନିଜର ଦୁଇ ଛୁଆକୁ ଧରି କନ୍ୟାଶ୍ରମରେ ରୁହନ୍ତି । ସେ ପ୍ରତ୍ୟେକ ଦିନ ଆସି ସେଠାରେ ଭିକ୍ଷା ବୃତ୍ତି କରନ୍ତି ।
ପୂର୍ବରୁ ରହିଥିବା କିଛି ପିଲା ଚୋରି ଅଭିଯୋଗ:
ତେବେ ପିଲା ଚୋରି ଓ ପିଲା ବିକ୍ରି ଘଟଣା ନୂଆ ନୁହେଁ । ପୂର୍ବରୁ ଏମିତି କିଛି ଘଟଣା ମଧ୍ୟ ନଜିର ରହିଛି ।
ଗତ ୨୭ ନଭେମ୍ବର ୨୦୨୪ରେ ଭୁବନେଶ୍ୱର ବଡଗଡ ଥାନା ଅଞ୍ଚଳରେ ପିଲାବିକ୍ରି ଘଟଣା ସାମ୍ନାକୁ ଆସିଥିଲା । ୪ବର୍ଷର ଶିଶୁକୁ ବିକ୍ରି ଅଭିଯୋଗରେ ଧରିଥିଲା ପୋଲିସା । ବିକ୍ରି କରିଥିବା ବିହାରୀ ବାପା ମା’ ସହ ଦୁଇ ଦଲାଲଙ୍କ ସମେତ କିଣିଥିବା ଦମ୍ପତିକୁ ମିଶାଇ ୭ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ୪୦ହଜାର ଟଙ୍କାରେ ପିପିଲି ଥାନା ଅଞ୍ଚଳର ଦମ୍ପତି କିଣିଥିଲେ ପିଲାକୁ । ଦୁଇ ଦଲାଲଙ୍କ ଜରିଆରେ ଦମ୍ପତି କିଣିବା ପରେ ଦଲାଲଙ୍କ ଟଙ୍କା ଭାଗ ନଛିଣ୍ଡିବାରୁ ଘଟଣା ସାମ୍ନାକୁ ଆସିଥିଲା । ପରେ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ ପରେ ଚାଇଲ୍ଡ ଲାଇନ ସଦସ୍ୟ ସହଯୋଗରେ ନାବାଳିକା ଶିଶୁକୁ ଉଦ୍ଧାର କରାଯାଇଥିଲା ।
ନୟାପଲ୍ଲୀରେ ପିଲା ଚୋରି ଅଭିଯୋଗ:
୨୯ ଜୁନ୍ ୨୦୨୨ରେ ମଧ୍ୟ ନୟାପଲ୍ଲୀ ଥାନାରେ ଘଟଣା । ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୨୭ ଜୁନରେ ଭୁବନେଶ୍ୱର ନୟାପଲ୍ଲୀରୁ ସ୍ବାଧିନ ନଗରରୁ ଚୋରି ହୋଇଥିଲେ ୩ ବର୍ଷର ପୁଅ । ବାପ ନଥିଲେ ଓ ଜଣେ ମାନସିକ ବିକାରଗ୍ରସ୍ତ ମା’ଙ୍କର ପୁଅଟି ତାଙ୍କ ପିଉସି ପାଖରେ ରହୁଥିଲେ । ଛୁଆଟିକୁ କେହି ନେଇଯାଇଥିବା ସମ୍ପର୍କୀୟ ପିଉସି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏନେଇ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥିଲା।ତଦନ୍ତ ବେଳେ ଜଣାପଡିଥିଲା ଜଣେ ବିସ୍କୁଟ ଦେଇ ଛୁଆଟିକୁ ନେଇଛନ୍ତି । ବିସ୍କୁଟ ବ୍ୟବସାୟକୁ ପଚରାଉଚରା ବେଳେ ଜଣାପଡିଲା ଜଣେ ମହିଳାଙ୍କର ସମ୍ପୃକ୍ତି ପରେ ତାକୁ ଗିରଫ କରିଥିଲା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର