Bhubaneswar Builder Murder ଭୁବନେଶ୍ବର: ରାଜଧାନୀରେ ବିଲଡରଙ୍କୁ ହତ୍ୟା । ବିଲଡରକୁ ହତ୍ୟା କଲେ ଦୁର୍ବୃତ୍ତ । ଜାଗାବାଡି ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତକ ହେଲେ ସସ୍ମିତ ବିଶ୍ବାଳ ଓରଫ ଚିନୁ । ଏୟାରଫିଲ୍ଡ ଥାନା ବୋତଣ୍ଡା ଜାମୁକୋଳି ପ୍ରଧାନସାହିରେ ଥିବା ଏକ ପଡିଆରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାର ତଦନ୍ତ କରୁଛି କମିଶନରେଟ ପୋଲିସ ।
ବିଲଡରଙ୍କୁ ହତ୍ୟା !
ମୃତ ବିଲଡରଙ୍କ ନିଜ ଘର ଏୟାରପୋର୍ଟ ଥାନା ଭିମପୁରରେ । ତାଙ୍କର ବୋତଣ୍ଡା ଜାମୁକୋଳିରେ ପ୍ରଧାନ ସାହି ନିକଟରେ ଏକ ଜାଗା ଥିଲା ସେହି ଜାଗା ପାଇଁ ସେଠାରେ ଗଣ୍ଡଗୋଳ ହୋଇଥିଲା ସେହି ଠାରେ ଆଜି ସକାଳୁ ଯାଇଥିଲେ ଆଉ ଫେରି ନଥିଲେ । ଜାଗାବାଡି ପଜେସନ ନେଇ ଯାଇଥିବା ବେଳେ ପଡିଆରୁ ସନ୍ଦେହ ଜନକ ଭାବେ ମିଳିଛି ମୃତଦେହ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହସ୍ପିଟାଲ ବାହାରେ ବିଲଡରଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଏନେଇ ଚିନୁଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ‘ଆମେ ବି ଖବର ପାଇ ହସ୍ପିଟାଲରେ ପହଞ୍ଚିଲୁ । ଜାଣିନୁ ଏହାର କାରଣ କଣ ।

କେଉଁଠୁ ମିଳିଲା ମୃତଦେହ ?
ଆଜି(ଶୁକ୍ରବାର) ଏୟାରଫିଲ୍ଡ ଥାନା ବୋତଣ୍ଡା ଜାମୁକୋଳି ପ୍ରଧାନସାହି ନିକଟରେ ଥିବା ଏକ ପଡିଆ ପାଖରେ ମିଳିଛି ବିଲଡର ଚିନୁଙ୍କ ମୃତଦେହ । ପାଟିରୁ ଫେଣ ବାହାରୁଥିବା ଅବସ୍ଥାରେ ସନ୍ଦେହଜନକ ଭାବେ ମୃତଦେହ ଜବତ କରିଛି ପୋଲିସ ।
ଜାଗା ଉପରେ ପାଚେରୀକୁ ନେଇ ଉତ୍ତେଜନା:
ତେବେ ଶୁକ୍ରବାର ସକାଳ ସମୟରେ ତାଙ୍କ ଜାଗା ଉପରେ ପାଚେରି ଭାଙ୍ଗି ଜବରଦଖଲ କରି ପାଚେରି କରିଥିବା ନେଇ ଉତେଜନା ହୋଇଥିଲା । ସେହିଜାଗା ଉପରେ ସକାଳ ସମୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜାଗାବାଡି ପଜେସନ ନେଇ ସକାଳ ୧୧ ସମୟରେ ସେଠାକୁ ଏୟାରଫିଲ୍ଡ ଥାନାର ଗାଡି ମଧ୍ୟ ଯାଇଥିଲା । ପୋଲିସ ସେଠାରେ ସମାଧାନ କରିଥିଲା । ଏନେଇ ପୂର୍ବରୁ ଏୟାରଫିଲ୍ଡ ଥାନାରେ ମଧ୍ୟ ଜମିଜମା ବିବାଦ ନେଇ ଅଭିଯୋଗ ଥିଲା । ତେବେ ସକାଳର ଉତ୍ତେଜନା ଥମିଯିବା ବେଳେ ଅପରାହ୍ନରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ।

ଭାଇଙ୍କ ଅଭିଯୋଗ ବଟି ମାଗନ୍ତି ଗାଁଲୋକେ:
ଏନେଇ ମୃତକଙ୍କ ଭାଇ ଲିଙ୍ଗା ସାହୁ କହିଛନ୍ତି, ‘ଭାଇ ଜଣେ ବିଲଡର । ଯେହେତୁ ସେଠି ଜାଗା ଥିଲା । ସେ ଜାଗା ଉପରେ ସେ ଗାଁ ଲୋକ ଜବରଦସ୍ତି କରନ୍ତି। ବଟି ମାଗନ୍ତି ଓ ହଇରାଣ କରନ୍ତି । ଏପରିକି ରାସ୍ତା ଉପରକୁ ପାଚେରି କରି ଜାଗା ଉପରକୁ ଛାଡନ୍ତି ନାହି । କିନ୍ତୁ ଜାଗା ଉପରେ ଆସିଲେ ଧମକାନ୍ତି । ଜାଗା ଉପରକୁ ଆସିଲେ ଯିଏ ବିକିବ ତାଙ୍କୁ ପଇସା ଦେବ। ଏନେଇ ପୂର୍ବରୁ ଅନେକ ଥର ଗଣ୍ଡଗୋଳ ହୋଇଛି କେସ ହୋଇଛି।ସେହି ଜାଗା ଉପରେ ନିଜେ ପାଚେରି କରି କି ପାଚେରି ଭାଙ୍ଗି କେସ କରନ୍ତି । ଅନେକ ସମୟରେ ବଟି ମାଗନ୍ତି ସେଥିପାଇ ସେ ସେଠିକି ଗଲେ ଧମକାନ୍ତି । ଏବେ ବାଡ଼େଇ ମାରି ଦେଇଛନ୍ତି । ସକାଳେ ଜାଗା ଉପରକୁ ଯାଇଥିଲେ ଗଣ୍ଡଗୋଳ ହୋଇଥିଲା । ଏମିତି କରିଛନ୍ତି ।’
ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ ପରିବାର:
ସେନେଇ କିପରି ଘଟଣା ଘଟିଛି କିଛି ଜଣାପଡିନାହି । ହେଲେ ଏବେ ତାର ଘଟଣା ସ୍ଥଳରୁ ମୃତଦେହ ଜବତ ହେବା ଘଟଣାକୁ ନେଇ ଏକ ସନ୍ଦେହ ଜନକ ଅବସ୍ଥା ସୃଷ୍ଟି ହୋଇଛି । ଏପରିକି ପରିବାର ଓ ସମ୍ପର୍କିତ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ଏହା ପଛରେ ଦୁଇରୁ ତିନିଜଣ ସଂଘବଦ୍ଧ ଭାବେ ସାମିଲ ଥିବା ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଜମି ନେଇ ଲାଗି ରହିଥିଲା ବିବାଦ:
ଏନେଇ ଯାହା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ସେ ତାଙ୍କ ଅଜା ଘରର ପୁଅ ହୋଇ ଯାଇଥିଲେ । ଜାଗ ପଜେସନ ଦେଉନଥିବା ନେଇ କିଛି ଦିନ ହେବ କିଛି ଲୋକଙ୍କ ସହ ବିବାଦ ଲାଗି ରହିଥିଲା । ସେହି ଜାଗା ଉପରେ ସକାଳେ ଯାଇ ପଜେସନ ପାଇ ଯାଇଥିଲେ । ଏଥିପାଇଁ ଉଭୟ ପକ୍ଷର ଏକାଧିକ ଲୋକ ମଧ୍ୟ ଥିଲେ । ହେଲେ ଜାଗା ଉପରେ କଣ ହେଲା ସେନେଇ ପୋଲିସ ତଦନ୍ତ କଲେ ଜଣାପଡ଼ିବ।’
ଘଟଣାସ୍ଥଳରେ ପୋଲିସର ତନାଘନା:
ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, ‘ଏନେଇ ଏକ ଘଟଣା ସାମ୍ନାକୁ ଆସିଛି । ଆମେ ଆଲର୍ଟ ଅଛୁ ଅନ୍ୟ ଥାନାର ଷ୍ଟାଫ୍ ମଧ୍ୟ ଘଟଣା ସ୍ଥଳକୁ ପଠାଇଛୁ । ସନ୍ଦେହଜନକ ଭାବେ ମୃତଦେହ ମିଳିଛି । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଜଣାପଡିବ କଣ କାରଣ ରହିଛି।କାରଣ ଏ ପର୍ଯ୍ୟନ୍ତ ଅଭିଯୋଗ କିଛି ହୋଇନାହିଁ । ଏନେଇ କଣ ପରିବାର ଲୋକ ଅଭିଯୋଗ କରୁଛନ୍ତି ଅପେକ୍ଷା ରହିଛି । ପୋଲିସ ମଧ୍ୟ ଏଭଳି ପରିସ୍ଥିତି ପାଇଁ ଆଲର୍ଟ ରହିଛି ।