ETV Bharat / state

ବ୍ରହ୍ମପୁର ପୋଲିସର ସ୍ପେଶାଲ ଡ୍ରାଇଭ: ଦୁଇ ଥାନା ଅଞ୍ଚଳରୁ ପୁଣି 5 ପିସ୍ତଲ ସହ 7 ଗିରଫ - CRIMINAL ARRESTED IN BERHAMPUR

ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ । ଜିଲ୍ଲାରେ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ । ପୁଣି 5 ପିସ୍ତଲ ସହ 7 ଅପରାଧୀ ଗିରଫ ।

CRIMINAL ARRESTED IN BERHAMPUR
CRIMINAL ARRESTED IN BERHAMPUR (ETV Bharat Odisha)
author img

By ETV Bharat Odisha Team

Published : June 1, 2025 at 7:23 PM IST

Updated : June 1, 2025 at 7:35 PM IST

2 Min Read

ବ୍ରହ୍ମପୁର: ପୋଲିସକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ଧରି ଅପରାଧୀ ଧରପଗଡ ଅଭିଯାନ ଜାରି ରହିଥିବା ବେଳେ ଏହି ଡ୍ରାଇଭରେ ପୁଣି ଥରେ ସହରର ଦୁଇ ଥାନା ଅଞ୍ଚଳରୁ ପୋଲିସକୁ ପୁଣି ମିଳିଛି ୫ଟି ପିସ୍ତଲ୍, ୪୩ଟି ଜୀବନ୍ତ ଗୁଳି । ଏହି ଘଟଣାରେ ସାତ ଜଣ ଅପରାଧୀକୁ କାବୁ କରିଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ରାଜ୍ୟ ମଧ୍ୟରେ ବନ୍ଧୁକ କାରବାର କରୁଥିବା ପୋଲିସ ସୂଚନା ଦେଇଛି । ସେପଟେ ଅନ୍ୟତମ ଅଭିଯୁକ୍ତ ଫେରାର ରହିଛି ।

CRIMINAL ARRESTED IN BERHAMPUR (ETV Bharat Odisha)

ପୁଣି 5 ପିସ୍ତଲ ସହ 7 ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ :

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ କହିଛନ୍ତି,"ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଏମ୍.ଭି ଚେକିଂ କରୁଥିବା ବେଳେ ଏକ ମୋଟର ସାଇକେଲରେ ଯାଉଥିବା ଦୁଇ ଜଣ ଦୁର୍ବୃତ୍ତକୁ ଧରିଥିଲା ପୋଲିସ । ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ପାଇଥିଲେ । ଏହାପରେ ସେହି ଦୁଇ ଯୁବକ ରହୁଥିବା ଏକ କୋଠା ଉପରେ ଚଢାଉ କରି ଆଉ ଦୁଇଟି ପିସ୍ତଲ ଏବଂ ୪୩ଟି ଜୀବନ୍ତ ଗୁଳି ଜବତ କରିଥିଲା ପୋଲିସ । "

5 PISTOL SEIZED IN BERHAMPUR
5 PISTOL SEIZED IN BERHAMPUR (ETV Bharat Odisha)

ସେହିପରି ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ପୋଲିସକୁ ମିଳିଥିବା ଏକ ସୂଚନା ଆଧାରରେ ଚଢାଉ କରି ଏକ ହତ୍ୟା ପାଇଁ ଷଡଯନ୍ତ୍ର ପ୍ରସ୍ତୁତ କରୁଥିବା ପାଞ୍ଚ ଜଣ ଅପରାଧୀଙ୍କୁ ଗିରଫ କରିଥିବା କହିଛନ୍ତି ବ୍ରହ୍ମପୁର ଏସ୍.ପି । ଘଟଣାରେ ଶନି ଓରଫ ସୁନିଲ କୁମାର ସାହୁ ଠାରୁ ଏକ ବନ୍ଧୁକ ସହିତ ଦେଶୀ ଗୁଳି ଜବତ ହୋଇଥିଲା । ସେହି ଟିମରେ ରହିଥିବା ସୁରଜ ପାଢୀ ଓ ଗୋବର୍ଦ୍ଧନ ପାତ୍ରଙ୍କ ଠାରୁ ଅନ୍ୟ ଏକ ବନ୍ଧୁକ ଜବତ ହୋଇଥିଲା । ଏପରିକି ସୁମନ୍ତ ପାତ୍ର ନାମକ ଯୁବକ ଠାରୁ ପାଞ୍ଚୋଟି ବୋମା ମଧ୍ୟ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଏହି ବନ୍ଧୁକ କେଉଁଠାରୁ ଆଣୁଥିବା ପୋଲିସ ଅନୁଧ୍ୟାନ କରିଥିବା ବେଳେ ଏମାନେ ଖୋର୍ଦ୍ଧାର ରବିନ୍ଦ୍ର ମହାରଣାଙ୍କ ଠାରୁ ଆଣୁଥିବା ପୋଲିସ ଜାଣିବାକୁ ପାଇଥିଲା ,ତାକୁ ମଧ୍ୟ ଗିରଫ କରିଛି ପୋଲିସ । ଏହି ଦୁଇ ମାମଲାରେ ପୋଲିସ ମୋଟ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅପରାଧୀ ହେଲେ...

ଗିରଫ ଅପରାଧୀଙ୍କ ମଧ୍ୟରେ ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିର ସୂର୍ଯ୍ୟ ପାଢ଼ୀ,ଭଞ୍ଜନଗର କୁଲାଡ଼ର ଗୋବର୍ଦ୍ଧନ ପାତ୍ର,ଜଟଣୀ ଥାନା ଅଞ୍ଚଳର ସୁମନ୍ତ ପାତ୍ର ଓରଫ କାହୁ,ନୀଲ କୁମାର ସାହୁ ଓରଫ ସାନୁ ,ଖୋର୍ଦ୍ଧା ଜିଲ୍ଲା ଜଙ୍କିଆର ରାଜେନ୍ଦ୍ର ମହାରଣା, ଜରଡ଼ା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ରଞ୍ଜନ ଗୌଡ଼, କିଟିର ସୁଶୀଲ କୁମାର ପଣ୍ଡା ରହିଛନ୍ତି। ସେମାନଙ୍କ ଠାରୁ ୪ଟି ପିସ୍ତଲ ସହ ଗୋଟିଏ ଦେଶୀ ବନ୍ଧୁକ ସମେତ ୪୩ଟି ଗୁଳି, ୫ଟି ବୋମା,୬ଟି ମୋବାଇଲ ଫୋନ,୨୨ଟି ଏଟିଏମ୍ କାର୍ଡ,ଗୋଟିଏ ଗାଡି,ନଗଦ ୧ ଲକ୍ଷ ୧୧ ହଜାର ୫୦୦ ଟଙ୍କା ଜବତ ଜବତ ହୋଇଛି । ଭିଯୁକ୍ତ ଗୋବର୍ଦ୍ଦନ ପାତ୍ର ଜଣେ ଏଟିଏମ୍ ଚୋର ରହିଥିବା ବେଳେ ତା'ପାଖରୁ ୨୨ ଟି ଏଟିଏମ୍ କାର୍ଡକ ମଧ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ବ୍ରହ୍ମପୁର ପୋଲିସର ସ୍ପେଶାଲ ଡ୍ରାଇଭରେ ୧୨ ଅପରାଧି ଗିରଫ, ଅପରାଧିକ କାର୍ଯ୍ୟ ପାଇଁ ବିହାରରୁ ଆସୁଥିଲା ବନ୍ଧୁକ - BERHAMPUR POLICE SPECIAL DRIVE

ଏହା ମଧ୍ୟ ପଢନ୍ତୁ...କଟକ ଫାକ୍ଟ୍ରୀରେ ହେଉଥିଲା ମେଡ୍ ଇନ୍ ମୁଙ୍ଗେର ବନ୍ଧୁକ, ଓଡ଼ିଶା STF ହାତରେ ବିହାର ବନ୍ଧୁକ ମାଫିଆ - ODISHA STF ARREST GUN SMUGLER

ଏହା ମଧ୍ୟ ପଢନ୍ତୁ...ମଣପୁରମ ଗୋଲ୍ଡ ଡକାୟତି ଘଟଣାରେ ଆଉ 4 ଗିରଫ, ଅଭିଯୁକ୍ତଙ୍କଠାରୁ 14ଟି ବିଦେଶୀ ବନ୍ଧୁକ ଜବତ୍ - MANAPURAM FINANCE DACOITY

ବ୍ରହ୍ମପୁର ପୋଲିସର ସ୍ପେଶାଲ ଡ୍ରାଇଭ:

ଅପରାଧିଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମଙ୍କ ତତ୍ତ୍ୱାବଧାନରେ ପୋଲିସ ଜାରି ରଖିଛି ଏହି ସ୍ୱତନ୍ତ୍ର ଅଭିଯାନ । ଯେଉଁଥିରେ ବହୁ ପେଷାଦାର ଅପରାଧୀଙ୍କୁ କାବୁ କରି ଜେଲ ପଠାଉଥିବା ବେଳେ ବ୍ରହ୍ମପୁର ପୋଲିସ ବିଭିନ୍ନ ଥାନା ଇଲାକାରେ ଗତ କିଛି ଧରି ମୁଣ୍ଡ ଟେକିଥିବା ଅପରାଧଙ୍କୁ ଧରିବା ସହିତ ସେମାନଙ୍କ ନିକଟରେ ରହିଥିବା ମାଉଜରକୁ ଜବତ କରୁଛି ।

ଇଟିଭି ଭାରତ ,ବ୍ରହ୍ମପୁର

Last Updated : June 1, 2025 at 7:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.