ETV Bharat / state

ବ୍ରହ୍ମପୁରରେ ପୁଣି ଲଜ୍ଜା; ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ, ନକଲି ଡାକ୍ତରଙ୍କ ସହ ଦୁଇ ମହିଳା ଗିରଫ - BERHAMPUR MINOR RAPE CASE

ବ୍ରହ୍ମପୁରରୁ ପୁଣି ସାମ୍ନାକୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କଲା ନକଲି ଡ଼ାକ୍ତର ଭବାନୀ ଶଙ୍କର ଦାସ ।

BERHAMPUR MINOR RAPE CASE
BERHAMPUR MINOR RAPE CASE (ETV Bharat Odisha)
author img

By ETV Bharat Odisha Team

Published : June 25, 2025 at 1:30 AM IST

2 Min Read

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଲଜ୍ଜା । ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ବ୍ରହ୍ମପୁର ସହର ବୈଦ୍ୟନାଥପୁର ପୋଲିସ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ନକଲି ଡାକ୍ତରଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ:

ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ପୀଡ଼ିତା ନାବାଳିକାଙ୍କ ପରିବାର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ଗିରଫ ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ । ଗିରଫ ଅଭିଯୁକ୍ତ ଜଣଙ୍କ ଅସହାୟ ଲୋକଙ୍କୁ ମାଗଣାରେ ଶିକ୍ଷା ସହ ଅନ୍ୟାନ୍ୟ ସୁବିଧା ଦିଅନ୍ତି ବୋଲି ପୀଡ଼ିତାଙ୍କ ମାଆଙ୍କୁ କୁଆଡେ କହିଥିଲେ ସେହି ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ।ଏହାପରେ ପୀଡ଼ିତା, ପୀଡ଼ିତାଙ୍କ ମାଆ ଓ ଭଉଣୀ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୋର୍ଟପେଟା ଛକ ସ୍ଥିତ ରାଜାରାଣୀ ଆପାର୍ଟମେଣ୍ଟରେ ଥିବା ବାଜପେୟୀ ଆରୋଗ୍ୟ ଧାମରେ ପହଞ୍ଚି ଅଭିଯୁକ୍ତ ଭବାନୀକୁ ସାକ୍ଷାତ କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବିଏସସି ନର୍ସିଂ ଡିଗ୍ରୀ ସହ ସମସ୍ତ ସୁବିଧା ଦେବା ପାଇଁ ତାଙ୍କ ପରିବାରକୁ କହିଥିଲେ ।

BERHAMPUR MINOR RAPE CASE
BERHAMPUR MINOR RAPE CASE (BERHAMPUR MINOR RAPE CASE)

ଏହାପରେ ଗତକାଲି ଅର୍ଥାତ୍ ୨୩ ତାରିଖରେ ବାଜପେୟୀ ଆରୋଗ୍ୟ ଧାମରେ ନାମ ଲେଖାଇବା ପାଇଁ ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହ ଆସିଥିଲେ । ସନ୍ଧ୍ୟା ୫ଟା ସମୟରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ସେଠାରେ ଛାଡ଼ି ଚାଲିଯାଇଥିଲେ । ସନ୍ଧ୍ୟା ୭ଟାରେ ଭବାନୀ ପୀଡ଼ିତାଙ୍କୁ ସେହି ଆପାର୍ଟମେଣ୍ଟର ୩୦୨ ନମ୍ବରକୁ ନେଇ ଯାଇଥିଲେ । ସେହି ରୁମରେ ଜଣେ ଯୁବତୀ ତଥା ଭବାନୀଙ୍କ ସହଯୋଗୀ ପାଣିରେ ନିଶା ମିଶାଇ କୁଆଡ଼େ ପୀଡ଼ିତାଙ୍କୁ ପିଇବାକୁ ଦେଇଥିଲେ । ପୀଡ଼ିତା ସେହି ପାଣି ପିଇବା ପରେ ଦୁର୍ବଳ ସହ କଥା ନ କହି ପାରି ଅସ୍ଥିର ହୋଇପଡିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଭବାନୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ନିଜ ପୀଡ଼ିତା ପରିବାରକୁ ଜଣାଇବା ପରେ ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।

ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ:

ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏଭଳି ଏକ ଅଭିଯୋଗ ଆସିବା ପରେ ପୋଲିସ କେସ ନମ୍ବର 314 ତାରିଖ 23.06.2025 u/s.123/64(2)(c)/351(3) BNS r/w Sec.6ରେ ଏକ ମାମଲା ଋଜୁ କରିବା ସହ ପୋସ୍କୋ ଆକ୍ଟରେ ନକଲି ଡାକ୍ତର ଭବାନୀ ଶଙ୍କର ଦାସ ଏବଂ ଦୁଇ ଜଣ ମହିଳା ସହଯୋଗୀକୁ ଗିରଫ କରିଛି ପୋଲିସ । ସେପଟେ ପୀଡିତା ନାବାଳିକା ସମେତ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କରି ଫେରିଛି। ସେହିପରି ମୁଖ୍ୟ ଅଭିଯୁକ୍ତଙ୍କ ନକଲି ହୋମି ଓପାଥିକ ଡାକ୍ତରୀ ସାର୍ଟିଫିକେଟ୍ ରଖିଥିଲେ । ଯାହାର ତଦନ୍ତ କରୁଛି କରୁଛି ପୋଲିସ । ଏନେଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍ ।

ଏହା ମଧ୍ୟ ପଢନ୍ତୁ...ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ - KENDRAPARA WOMAN ASSAULT CASE

ଏହା ମଧ୍ୟ ପଢନ୍ତୁ...ଗୋପାଳପୁର ଗଣଦୁଷ୍କର୍ମ: ମିଳିଛି CCTV ଫୁଟେଜ, ତଦନ୍ତ ନିର୍ଦ୍ଦେଶ ଦେଲା NHRC - GOPALPUR GANG RAPE CASE

ଏହା ମଧ୍ୟ ପଢନ୍ତୁ...ରକ୍ଷକ ସାଜିଲା ଭକ୍ଷକ, ଝିଅକୁ ଦୁଷ୍କର୍ମ କରି ପିଶାଚ ବାପା ଗିରଫ - DIGAPAHANDI GIRL ASSAULT CASE

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.