ETV Bharat / state

ମା' ବୁଢୀ ଠାକୁରାଣୀ ଯାତ୍ରାରେ ଘଟ ପରିକ୍ରମା, ବାପା ପରେ ପୁଅ ପ୍ରସ୍ତୁତ କରୁଛନ୍ତି ମା'ଙ୍କ ଟାହିଆ - MAA BUDHI THAKURANI YATRA 2025

ମା' ବୁଢୀ ଠାକୁରାଣୀ ଯାତ୍ରା ସମୟରେ ନିୟମିତ ଟାହିଆ ଯୋଗାଇ ଆସୁଛନ୍ତି ବ୍ରହ୍ମପୁର ଲାଠିର ଲକ୍ଷ୍ମୀ ନାରାୟଣ ରାଓଙ୍କ ପରିବାର ।

Tahia Of Maa Budhi Thakurani
Tahia Of Maa Budhi Thakurani (ETV Bharat Odisha)
author img

By ETV Bharat Odisha Team

Published : April 21, 2025 at 1:36 PM IST

2 Min Read

Budhi Thakurani Yatra 2025 ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହୋଇଥିବା ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା । ମା'ଙ୍କ ଯାତ୍ରାରେ ପ୍ରତ୍ୟେକ ଦିନ ଘଟ ପରିକ୍ରମା ହୋଇଥାଏ । ସନ୍ଧ୍ୟା ଆଳତୀ ପରେ ମା' ନଗର ପରିକ୍ରମା ପାଇଁ ବାହାରିଥାନ୍ତି । ଏହି ସମୟରେ ମା'ଙ୍କ ମୁଖ୍ୟ ଘଟ ପାଇଁ ଫୁଲରେ ସଜ୍ଜିତ ହୋଇଥିବା ଟାହିଆ ପ୍ରସ୍ତୁତ ହୋଇଥାଏ । ମା'ଙ୍କ ଏହି ମୁଖ୍ୟ ଘଟ ପାଇଁ ଟାହିଆ ଯୋଗାଇ ଆସୁଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଲାଠୀ ଅଞ୍ଚଳର ଲକ୍ଷ୍ମୀ ନାରାୟଣ ରାଓ ଏବଂ ତାଙ୍କ ପରିବାର । ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କ ବାପା ଏହି କାର୍ଯ୍ୟ କରି ଆସୁଥିଲେ । ମାତ୍ର ଗତ କିଛି ବର୍ଷ ଧରି ବାପାଙ୍କ ପରେ ସେ ଏହାକୁ ଯୋଗାଇ ଆସୁଛନ୍ତି ।

Tahia Of Maa Budhi Thakurani (ETV Bharat Odisha)

ଟାହିଆ ପହଞ୍ଚିଲେ ସ୍ପଷ୍ଟ ହୋଇଥାଏ ମା'ଙ୍କ ଘଟ ପରିକ୍ରମା ପାଇଁ ବାହାରିବ:

ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ସମୟରେ ପ୍ରତି ଦିନ ମା'ଙ୍କ ଘଟ ପରିକ୍ରମା ପୂର୍ବରୁ ଅସ୍ଥାୟୀ ମଣ୍ଡପ ପରିସରରେ ସନ୍ଧ୍ୟା ସମୟରେ ଟାହିଆ ଆସି ପହଞ୍ଚିଥାଏ । ମୁଖ୍ୟ ଘଟ ପାଇଁ ଫୁଲରେ ସୁସଜ୍ଜିତ ଟାହିଆ ପହଞ୍ଚିବା ପରେ ମା'ଙ୍କ ଘଟ ପରିକ୍ରମା ପାଇଁ ଅପେକ୍ଷାରେ ଭକ୍ତମାନେ ସ୍ପଷ୍ଟ ହୋଇଯାଇଥାନ୍ତି ଯେ, ମା'ଙ୍କ ଘଟ କିଛି ସମୟ ମଧ୍ୟରେ ବାହାରିବ । ମା'ଙ୍କ ଏହି ଟାହିଆକୁ ପ୍ରସ୍ତୁତ କରିଥାନ୍ତି ସହର ଉପକଣ୍ଠ ଲାଠି ଅଞ୍ଚଳର ଲକ୍ଷ୍ମୀ ନାରାୟଣ ରାଓ । ଲକ୍ଷ୍ମୀ ନାରାୟଣ ଟାହିଆକୁ ନିଜ ସାଥିରେ ନେଇ ଆସି ମା'ଙ୍କ ଅସ୍ଥାୟୀ ମନ୍ଦିରରେ ପ୍ରଦାନ କରିଥାନ୍ତି । ପେରେ ସେଠାରୁ ପୂରୁଣା ଟାହିଆକୁ ନେଇଥାନ୍ତି । ଏହାର କିଛି ସମୟ ମଧ୍ୟରେ ଟାହିଆକୁ ମୁଖ୍ୟ ଘଟରେ ରଖାଯାଇ ମା'ଙ୍କୁ ସନ୍ଧ୍ୟା ଆଳତୀ କରାଯାଏ । ପରେ ମୁଖ୍ୟ ଘଟ ପରିକ୍ରମାରେ ବାହାରିଥାଏ । ମୁଖ୍ୟ ଘଟ ସହ ସମସ୍ତ ପାର୍ଶ୍ୱ ଘଟ ମଧ୍ୟ ପରିକ୍ରମା ଅଭିମୁଖେ ବାହାରିଥାଏ ।

Maa Budhi Thakurani
Maa Budhi Thakurani (ETV Bharat Odisha)

ବାପାଙ୍କ ପରେ ପୁଅ ଟାହିଆ ପ୍ରସ୍ତୁତି କରୁଛନ୍ତି:

Tahia Of Maa Budhi Thakurani
Tahia Of Maa Budhi Thakurani (ETV Bharat Odisha)

ଏହି ଅବସରରେ ମା'ଙ୍କୁ ବୁଢୀ ଠାକୁରାଣୀ ଯାତ୍ରା ସମୟରେ ନିୟମିତ ଭାବରେ ଟାହିଆ ଯୋଗାଇ ଆସୁଥିବା ଲକ୍ଷ୍ମୀ ନାରାୟଣ ରାଓ କହିଛନ୍ତି, "ମୁଁ ମା'ଙ୍କ ଯାତ୍ରା ସମୟରେ ପ୍ରତିଦିନ ଏହି କାର୍ଯ୍ୟ‌ କରୁଛି । ନିୟମିତ ଭାବରେ ମା'ଙ୍କ ଟାହିଆରେ ଯେପରି ସୁନ୍ଦର‌ ଭାବରେ ଫୁଲ ଲଗାଯିବ ଏବଂ ତାହାକୁ ଆଣି ଅସ୍ଥାୟୀ ମନ୍ଦିରରେ ଦିଆଯିବ ସେହି କାର୍ଯ୍ୟ କରୁଛି । ପୂର୍ବରୁ ମୋ ବାପା ଏହି କାର୍ଯ୍ୟ କରୁଥିଲେ । ବାପାଙ୍କ ପରେ ମୁଁ ଏବେ ଚାହିଆ ପ୍ରସ୍ତୁତ କରିବା କାର୍ଯ୍ୟ କରୁଛି । ଏଥିପାଇଁ ବେଶ ଖୁସି ଅନୁଭବ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...

ବୁଢ଼ୀ ଠାକୁରାଣୀଙ୍କ 'ବିଞ୍ଚଣା ରଥ', ଏହା କାହିଁକି ମାଆଙ୍କ ପ୍ରିୟ ? ଜାଣନ୍ତୁ

ମା' ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦ ନେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ

ସେପଟେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ସେହି ଟାହିଆକୁ ନେଇ ନାରାୟଣଙ୍କ ପରିବାର ଆସିଥାନ୍ତି, ମା'ଙ୍କ ପାଇଁ ଭୋଗ ନୈବେଦ୍ୟ ମଧ୍ୟ ନେଇଥାନ୍ତି ବୋଲି କହିଛନ୍ତି ଦେଶୀ ବେହେରା ମିନତୀ ପଣ୍ଡା

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.