ETV Bharat / state

ପୁରୀରେ ରହଣି ପାଇଁ ଆଗୁଆ ବୁକିଂ କରୁଥିଲେ ସାବଧାନ ! ସାଇବର ଠକେଇର ହୋଇପାରନ୍ତି ଶିକାର - CYBER FRAUD IN PURI

ନିଳାଦ୍ରୀ ଭକ୍ତ ନିବାସ ନାଁରେ ନକଲି ୱେବସାଇଟ କରି ଠକୁଥିଲେ । ବାନ୍ଧିଲା କ୍ରାଇମବ୍ରାଞ୍ଚ

crime branch
crime branch (ETV Bharat Odisha)
author img

By ETV Bharat Odisha Team

Published : April 28, 2025 at 10:38 PM IST

2 Min Read

କଟକ: ପୁରୀ ଆସୁଛନ୍ତି କି ? ଯଦି ଆସୁଛନ୍ତି ରହଣି ପାଇଁ ଆଗୁଆ ବୁକିଂ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! ନଚେତ ଆପଣ ଠକେଇର ଶିକାର ହୋଇପାରନ୍ତି । ଟିକେ ଅସାବଧାନତା ହେଲେ ସାଇବର ଠକେଇର ଶିକାର ହୋଇପାରନ୍ତି । ଏକଥା ଆମେ କହୁ ନାହୁଁ ବରଂ ଓଡିଶା କ୍ରାଇମବ୍ରାଞ୍ଚ ଏହି ଭଳି ଅଭିଯୋଗର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସାଇବର ଠକେଇର ଶିକାର ହୋଇପାରନ୍ତି (ETV Bharat Odisha)

ନିଳାଦ୍ରୀ ଭକ୍ତ ନିବାସ ନାମରେ ଖୋଲିଥିଲେ ନକଲି ୱେବସାଇଟ୍:

ପୁରୀର ନିଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିଲେ ସାଇବର ଅପରାଧୀ ମାନେ । ଓଡ଼ିଶା ସିଆଇଡିର ସାଇବର କ୍ରାଇମ୍ ୟୁନିଟ୍ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର । ଠକେଇ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା ।

crime branch
ଗିରଫ ଠକ (ETV Bharat Odisha)

ଏମିତି ଠକୁଥିଲେ:
କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ପ୍ରସ୍ତୁତ କରିଥିଲେ । ଏହାରି ମାଧ୍ୟମରେ ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ । ନିଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ ଏହି ଠକ ମାନେ । ଯୋଜନା ମୁତାବକ ଏହି ଠକେଇ ପାଇଁ ଏକ ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର ମଧ୍ୟ ହୋଇଥିଲା ।

crime branch
ଗିରଫ ଠକ (ETV Bharat Odisha)
ଏହି ୱେବସାଇଟରେ କରନ୍ତୁ ବୁକିଂ:

ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଆଦି ଜବତ କରାଯାଇଛି । ତେବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟରେ ବୁକିଂ କରିବାକୁ ପରାମର୍ଶ ଦେଇଛି । www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ।

ପୂର୍ବତନ ମନ୍ତ୍ରୀଙ୍କୁ ଠକେଇ ମାମଲାରେ ଜଣେ ଗିରଫ:

ପୂର୍ବତନ ମନ୍ତ୍ରୀଙ୍କୁ ସାଇବର ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଆକାଶ କେଶରୱାନୀ । ତାଙ୍କୁ ପ୍ରୟାଗରାଜରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପୂର୍ବତନ ମନ୍ତ୍ରୀଙ୍କ ଠାରୁ ଠକେଇ ହୋଇ ଥିବା 3 ଲକ୍ଷ 70 ହଜାର ଟଙ୍କା ଆକାଶର ଆକାଉଣ୍ଟରେ ଡିପୋଜିଟ ହୋଇଥିଲା । ତେବେ ଏହି ଠକେଇ ମାମଲାରେ ଆକାଶ ଜଣେ ଦ୍ଵିତୀୟ ସ୍ତରର ଠକ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ADG ।

ପୂର୍ବତନ ମନ୍ତ୍ରୀଙ୍କୁ ସାଇବର ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି
ପୂର୍ବତନ ମନ୍ତ୍ରୀଙ୍କୁ ସାଇବର ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ବିଦେଶରେ ଚାକିରି, ଭୁବନେଶ୍ବରରେ ନିଯୁକ୍ତି ମେଳା: ହୋଟେଲରୁ 3 ଠକ ଗିରଫ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇ ଘଟଣାରେ 2 ଗିରଫ

ନକଲିକୁ ବାନ୍ଧିଲା ଅସଲି ପୋଲିସ, ହୋମଗାର୍ଡ ଚାକିରି ନାଁରେ ଠକେଇ ଉଦ୍ୟମ

ଅନଲାଇନ ଟ୍ରେଡିଂ ଆଳରେ 1.4 କୋଟି ଠକେଇ, 7 ଆନ୍ତଃରାଜ୍ୟ ଠକ ଗିରଫ

ଏହି ଗିରଫଦାରୀ ସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ପହଞ୍ଚିଛି । ସେୟାର ମାର୍କେଟରେ ନିବେଶ କରିବା ନାଁରେ ଏହି ଠକେଇ କରାଯାଇଥିଲା । ସାଇବର ଠକମାନେ ପୂର୍ବତନ ମନ୍ତ୍ରୀଙ୍କୁ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କାର ଠକେଇ କରିଥିଲେ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ ADG ବିନୟ ତୋଷ ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.