ETV Bharat / state

ବିଶ୍ବାସ ସହ ଖେଳ, SHG ମହିଳାଙ୍କୁ ଚୂନ ଲଗାଇ ଗିରଫ ହେଲେ ବ୍ୟାଙ୍କ ମିତ୍ର

ଗ୍ରାହକଙ୍କ ବିଶ୍ୱାସ ସହ ଖେଳି ବ୍ୟାଙ୍କ ମିତ୍ର ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ।

Bank Mitra Arrested
Bank Mitra Arrested (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 5:08 PM IST

ନୟାଗଡ଼: ଇଟାମାଟି ଥାନା ବିରୁଡା ଗାଁରେ ବ୍ୟାଙ୍କ ଠକେଇ ଅଭିଯୋଗ । ଜାଲ୍ ବ୍ୟାଙ୍କ ରସିଦ ଏବଂ ବ୍ୟାଙ୍କ ବଣ୍ଡ୍ ପେପର୍ ଦେଇ ପାଖାପାଖି ଦୁଇ ଶହ ଲୋକଙ୍କ ଠାରୁ ଅଧିକ ଲୋକଙ୍କ ଠାରୁ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ବ୍ୟାଙ୍କ ମିତ୍ର ସୌଦାମିନୀ ଜେନାଙ୍କ ନାଁରେ । ନୟାଗଡ଼ ବିରୁଡ଼ା ପଞ୍ଚାୟତର 9ଟି ସ୍ୱୟଂ ସହାୟକ ଗୋଷ୍ଠୀ ସହ ଅନ୍ୟ ବ୍ୟକ୍ତିଙ୍କ ଠାରୁ ବ୍ୟାଙ୍କ ମିତ୍ର ସୌଦାମିନୀ ଜେନା ଠକେଇ କରିଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାରେ ପୋଲିସର ଖୋଳତାଡ ଜାରି ।

ଜମାକାରୀମାନେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଇଟାମାଟି ଥାନା ପୋଲିସ ସୌଦାମିନୀ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରୀଙ୍କ ସଂଖ୍ୟା ବଢୁଥିବାରୁ ଅଭିଯୁକ୍ତ ସୌଦାମିନୀଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ନୟାଗଡ଼ ଅତିରିକ୍ତ SP କହିଛନ୍ତି ।

Bank Fraud Case (ETV Bharat Odisha)

ଫିକ୍ସ ଡିପୋଜିଟ୍ ନାଁରେ ଠକେଇ:
ସ୍ଥାନୀୟ ଅଞ୍ଚଳର ଦୁଇ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ସୌଦାମିନୀ ଇଣ୍ଡିଆନ ବ୍ୟାଙ୍କର ନକଲି ଡିପୋଜିଟ୍ ରସିଦ ଏବଂ ଜାଲ ବ୍ୟାଙ୍କ ବଣ୍ଡ୍ ପେପର ଦେଇ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଆଉ ଯେଉଁ ହିତାଧୀକାରୀଙ୍କ ବ୍ୟାଙ୍କରେ ଟଙ୍କା ଜମା ରହିଛି, ସେମାନଙ୍କୁ ଅଧିକ ସୁଧ ଟଙ୍କା ମିଳିବ କହି ଫିକ୍ସ ଡିପୋଜିଟ୍ ବାହାନାରେ ସମସ୍ତ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଏଥିସହ 9ଟି ସ୍ବୟଂ ସହାୟକ ଗୋଷ୍ଠୀର ଲକ୍ଷ ଲକ୍ଷ ଋଣ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ନକରି ସୌଦାମିନୀ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି କିଛି ଗ୍ରାହକ । ଏହି ଠକେଇ ମାମଲାରେ ବ୍ୟାଙ୍କ ମିତ୍ର ସୌଦାମିନୀଙ୍କ ସହ ଅନେକ ଲୋକଙ୍କ ହାତ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଜମାକାରୀ । ସେପଟେ ଯାହା ନାଁରେ ଏପରି ଅଭିଯୋଗ ଆସିଛି(ସୌଦାମିନୀ) କହିଛନ୍ତି, ‘ମୁଁ ନିୟମିତ ମେସିନ ଯୋଗେ ଡିପୋଜିଟ୍ କରିବା ପରେ ଡିପୋଜିଡେଟ୍ ଦେଖାଉଥିଲା । ହେଲେ କାହିଁକି ଟଙ୍କା ଗଲା ନାହିଁ, ସେ ବିଷୟରେ ମୁଁ ଜାଣିନାହିଁ ।"

ଏହା ବି ପଢନ୍ତୁ...ଭୁଲ ନମ୍ବର ରିଚାର୍ଜ ପଡିଲା ମହଙ୍ଗା, ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ଏହା ବି ପଢନ୍ତୁ...ଲକ୍ଷ ଲକ୍ଷ ଟଙ୍କା ଗାଏବ: ଚାଷୀଙ୍କ ଋଣ ଟଙ୍କା ଉଠାଇଛନ୍ତି ସମ୍ପାଦକ ! ଏତଲା ପରେ ଏମିତି କହିଲେ - Loan Amount Corruption

ଏନେଇ ବ୍ୟାଙ୍କ ମ୍ୟାନେଜର ବିଶ୍ବ ରଞ୍ଜନ ସାମଲ କହିଛନ୍ତି, ‘ମେସିନ ଯୋଗେ ଡିପୋଜିଟ କଲେ ବି ଟଙ୍କା ଆସିବା କଥା । ପ୍ରକୃତରେ କ'ଣ ହୋଇଛି ଆମେ ସେନେଇ ତଦନ୍ତ କରୁଛୁ ।"

ନୟାଗଡ଼ ଅତିରିକ୍ତ SP ସୁବାସ ପଣ୍ଡା କହିଛନ୍ତି, "ଅଭିଯୋଗ ପରେ ଇଟାମାଟି ଥାନା ପୋଲିସ ବ୍ୟାଙ୍କ ମିତ୍ର ସୌଦାମିନୀ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରୀଙ୍କ ସଂଖ୍ୟା ବଢୁଥିବାରୁ ଅଭିଯୁକ୍ତ ସୌଦାମିନୀ ଜେନାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ।"

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.