ETV Bharat / state

ଜଗା ଦର୍ଶନ କରିବାକୁ ଯିବା ବେଳେ ଓଲଟିଲା ବାଂଲାଦେଶୀ ତୀର୍ଥଯାତ୍ରୀ ବସ, ଜଣେ ମୃତ, 15ରୁ ଅଧିକ ଗୁରତର - BANGLADESH TOURIST BUS OVERTURNS

ଜଗା ଦର୍ଶନ କରିବାକୁ ଯିବା ଓଲଟିଲା ବାଂଲାଦେଶୀ ତୀର୍ଥଯାତ୍ରୀଙ୍କ ନେଉ ଯାଉଥିବା ବସ । ଜଣଙ୍କର ମୃତ୍ୟୁ । 15ରୁ ଅଧିର ଆହତ ।

Bangladesh Tourist Bus Overturns
Bangladesh Tourist Bus Overturns (ETV Bharat Odisha)
author img

By ETV Bharat Odisha Team

Published : April 6, 2025 at 1:49 PM IST

1 Min Read

ନିମାପଡ଼ା: ରାମ ନବମୀରେ ଜଗା ଦର୍ଶନ କରିବାକୁ ଯିବା ବେଳେ ଭୟଙ୍କର ଦୁର୍ଘଟଣା । ବାଂଲାଦେଶରୁ 65ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ତୀର୍ଥଯାତ୍ରୀ ବସଟି ଓଲଟିଲା ପଡ଼ିଛି । ଫଳରେ 15ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିପିଲି ସିଫା ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

Bangladesh Tourist Bus Overturns (ETV Bharat Odisha)

ବାଙ୍ଗଳାଦେଶୀ ତୀର୍ଥଯାତ୍ରୀ ବସ ଦୁର୍ଘଟଣା:

ପିପିଲି ଥାନା ଆଇଆଇସିଙ୍କ ସୂଚନା ଅନୁସାରେ, ବାଙ୍ଗଳାଦେଶରୁ ପୁରୀ ଅଭିମୁଖେ 65 ଜଣ ତୀର୍ଥଯାତ୍ରୀ ଓଡିଶାର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥକ୍ଷେତ୍ର ଭ୍ରମଣରେ ଆସିଥିଲେ । ଗତକାଲି ବାଲେଶ୍ୱରରେ ବୁଲିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ରାତି ପାଖାପାଖି ସାଢେ 2ଟା ସମୟରେ ପିପିଲି ସିଫା ନିକଟରେ ପର୍ଯ୍ୟଟକଙ୍କ ବସ ଓଲଟି ପଡିଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସଟି ଓଲଟି ପଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଘଟିଥିବା ବସରେ 65 ଜଣ ଯାତ୍ରୀ ଥିଲା ବେଳେ ଏମାନଙ୍କ ମଧ୍ୟରୁ 15 ଜଣ ଗୁରୁତର ଓ ଜଣେ ମୃତ୍ୟୁ ବରଣ କରିଛନ୍ତି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ କରାଯାଇଛି ।

ଏନେଇ ଜଣେ ଯାତ୍ରୀ କହିଛନ୍ତି, "ଆମେ ସମସ୍ତେ ବାଂଲାଦେଶରୁ ତୀର୍ଥ କରିବା ପାଇଁ ପୁରୀ ଯାଉଥିଲୁ । ରାତି ପ୍ରାୟ 2.27 ବେଳେ ଦୁର୍ଘଟଣା ଘଟିଥିଲା । ସବୁ ଯାତ୍ରୀ ସେତେବେଳକୁ ବସରେ ଶୋଇଯାଇଥିଲେ । ବସରେ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କୁ ମିଶାଇ ମୋଟ 67 ଜଣ ଥିଲେ । ଡ୍ରାଇଭର ଶୋଇପଡିଥିଲେ । ତାଙ୍କ ସହଯୋଗୀ ଗାଡ଼ି ଚଳାଉଥିଲେ ।"

Bangladesh Tourist Bus Overturns
Bangladesh Tourist Bus Overturns (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

କୂଅ ସଫେଇ ବେଳେ ବିଷାକ୍ତ ଗ୍ୟାସ ଲିକ୍‌, 8 ମୃତ

ପୁରୀରେ ମୁଣ୍ଡ ନେଉଛି ତ୍ରୁଟିପୂର୍ଣ୍ଣ ରାସ୍ତା, ତିନି ବର୍ଷରେ ଗଲାଣି 491 ଜୀବନ

ଜଣେ ଯାତ୍ରୀଙ୍କ ମୃତ୍ୟୁ:

ପିପିଲି ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, "ସିଫା ପାଖରେ ଦୁର୍ଘଟଣା ହୋଇଥିବା ନେଇ ରାତି ପାଖାପାଖି 2.10 ସମୟରେ ମୁଁ ଖବର ପାଇଲି । ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲି । ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଡକାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଲୋକମାନଙ୍କୁ ଉଦ୍ଧାର କରାଯାଇ 14ରୁ 15 ଜଣଙ୍କୁ ଆମେ କ୍ୟାପିଟାଲ ହସ୍ପିଟାଲ ପାଠାଇଛୁ । ଜଣେ AIIMSରେ ଭର୍ତ୍ତି ବୋଇଛନ୍ତି । ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରୁଛୁ ।"

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.