ETV Bharat / state

ଶିକୁଳିରେ ବନ୍ଧା ପଡ଼ିଛି ଜୀବନ, ୧୦ ବର୍ଷ ହେବ ଭୋଗୁଛନ୍ତି ଯନ୍ତ୍ରଣା - BHAGIRATHI BEHERA MENTAL ILLNESS

ଜଞ୍ଜିରରେ ବନ୍ଧା ପଡ଼ିଛି ଜୀବନ । ୧୦ ବର୍ଷ ହେଲାଣି ଭୋଗୁଛନ୍ତି ଯନ୍ତ୍ରଣା । ରୋଷେଇ କରି ପରିବାର ଚଳାଉଛନ୍ତି ସ୍ତ୍ରୀ ।

Balasore shyamsundarpur Bhagirathi Behera
Balasore shyamsundarpur Bhagirathi Behera (ETV Bharat Odisha)
author img

By ETV Bharat Odisha Team

Published : April 5, 2025 at 3:55 PM IST

4 Min Read

Man chained due to mental illness Odisha ବାଲେଶ୍ବର: ପରିବାର ଭଲରେ ଚଳିବା ପାଇଁ ଦିନେ ସେ ମୁମ୍ବାଇକୁ କାମ କରିବାକୁ ଚାଲିଯାଇଥିଲେ । ଏକ ହୋଟେଲରେ ରୋଷେୟା ଭାବରେ କାର୍ଯ୍ୟ କରି ଯାହା ଦୁଇ ପଇସା ମିଳୁଥିଲା ସେଥିରେ ପରିବାର ହସ ଖୁସିରେ ଚଳି ଯାଉଥିଲା । ହେଲେ ଭାଗ୍ୟର ବିଡ଼ମ୍ବନା ଏମିତି ଯେ, ମୁମ୍ବାଇରୁ ଘରକୁ ଫେରିବା ପରେ ଧିରେ ଧିରେ ତାଙ୍କର ମାନସିକ ରୋଗ ଆରମ୍ଭ ହୋଇଥିଲା । ଏମିତି ମାନସିକ ଅବସ୍ଥା ବିଗିଡି ଯାଇଥିଲା ଯେ ଯାହାକୁ ଦେଖିଲେ ମାରପିଟ କଲେ । ଆଉ କିଛି ଭଲ ମନ୍ଦ ଜାଣି ପାରିଲେ ନାହିଁ । ଘର ଲୋକଙ୍କୁ ବି ମାରପିଟ କରିବା ଆରମ୍ଭ କରିଦେଲେ । ରାସ୍ତାରେ ଯିବାଆସିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ଆରମ୍ଭ କଲେ । ଶେଷରେ ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ଗୋଡ଼ରେ ଶିକୁଳି ପକାଇ ଏକ ଘରେ ବାନ୍ଧି ରଖିଛନ୍ତି ।

Balasore shyamsundarpur Bhagirathi Behera (ETV Bharat Odisha)

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ବର୍ଷ ବର୍ଷ ଧରି ଏମିତି ଗୋଟିଏ ଛୋଟିଆ ଘର ଭିତରେ ବନ୍ଧା ହୋଇ ରହିଛନ୍ତି । ଆଜିକୁ ଦଶ ବର୍ଷ ହେଲା ପାଦରେ ପଡ଼ିଛି ଲୁହାର ଶିକୁଳି । ସେଇଠି ଖାଇବା, ସେଇଠି ମଳତ୍ୟାଗ କରିବା, ସବୁ କାମ ସେହି ଗୋଟିଏ ଯାଗାରେ କରୁଛନ୍ତି । ଡାକ୍ତର ଦେଖାଇ ଔଷଧ ଆଣିଥିଲେ ମଧ୍ୟ ସେ ଔଷଧ ଖାଇବାକୁ ନାରାଜ ଏବଂ ତାଙ୍କ ପାଖକୁ ଯିଏ ଔଷଧ ନେଇ ଯାଉଛି ତାଙ୍କୁ ମାରପିଟ କରୁଛନ୍ତି । ବାପା ମାଆଙ୍କର ଗୋଟିଏ ବୋଲି ପୁଅ ଏବଂ ରୋଜଗାରିଆ ପୁଅର ଏମିତି ଅବସ୍ଥା ଯୋଗୁଁ ସ୍ତ୍ରୀ ଓ ବୁଢା ବାପା ଏବେ ଯନ୍ତ୍ରଣା ଭୋଗୁଛନ୍ତି । ଏପରି ଏକ ଯନ୍ତ୍ରଣା ଭରା କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମରେ ।

ଶିକୁଳିରେ ବନ୍ଧା ପଡିଛି ଜୀବନ:

ଶ୍ୟାମସୁନ୍ଦରପୁର ଗ୍ରାମର ରଘୁନାଥ ବେହେରାଙ୍କ ଏକମାତ୍ର ପୁଅ ଭାଗୀରଥି ବେହେରା । ଭାଗିରଥି ବିଦେଶରୁ ଫେରିବା ପରେ ହଠାତ ଘରେ ବସିଥିବା ବେଳେ ଦୌଡ଼ିବାକୁ ଆରମ୍ଭ କଲେ । ବାସ ସେହିଦିନ ଠାରୁ ତାଙ୍କର ମାନସିକ ସ୍ଥିତି ବିଗିଡିବା ଆରମ୍ଭ ହୋଇଥିଲା । ତାଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ମାନସୀ ବିଭିନ୍ନ ଗ୍ରୁପରୁ ଟଙ୍କା ଋଣ ଆଣି ଭଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ ବିଫଳ ହୋଇଥିଲା । ରାଞ୍ଚିରେ ମଧ୍ୟ ଭାଗିରଥିଙ୍କୁ ଛଡ଼ା ଯାଇଥିଲା । ହେଲେ ସେଠାରେ ପ୍ରାପ୍ୟ ଦେଇ ନ ପରିବାରୁ ସେଠାରୁ ଘରକୁ ନେଇ ଆସି ଏକ ଶିକୁଳିରେ ତାଙ୍କୁ ବାନ୍ଧି ରଖାଯାଉଛି । ସ୍ତ୍ରୀ ମାନସୀ ଗାଁ ସ୍କୁଲରେ ରୋଷେଇ କରି ଯାହା ଦୁଇ ପଇସା ମିଳୁଛି ସେଇଥିରେ ଘର ଚଳାଉଛନ୍ତି । ଭାଗିରଥୀଙ୍କ ୨ଟି ପୁଅ ଥିବା ବେଳେ ଜଣେ ଦଶମ ଓ ଜଣେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ବୃଦ୍ଧ ବାପା ବେଙ୍ଗାଲୁରୁରେ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିବା ବେଳେ ଏବେ ବୟସାଧିକ ପାଇଁ ଘରେ ରହିଛନ୍ତି । ଏମିତି ଅବସ୍ଥା ଭିତରେ ଘର ଖର୍ଚ୍ଚ, ପିଲାଙ୍କ ପଢ଼ା ଖର୍ଚ୍ଚ ସାଙ୍ଗକୁ ଭାଗିରଥୀଙ୍କ ଚିକିତ୍ସା ସବୁଠୁ ଚିନ୍ତାର ବିଷୟ ହୋଇଥିବା ବେଳେ ସବୁ ପ୍ରତିକୂଳ ପରିସ୍ଥିତି ସହ ଏକାକୀ ଲଢ଼ୁଛନ୍ତି ସ୍ତ୍ରୀ ମାନସୀ ।

Balasore shyamsundarpur Bhagirathi Behera
Balasore shyamsundarpur Bhagirathi Behera (ETV Bharat Odisha)
୧୦ ବର୍ଷ ହେବ ପାଦରେ ଶିକୁଳି, ଭଲ କରିବାକୁ ଅର୍ଥ ଅଭାବ:

ପରିବାରର ଏମିତି ଅବସ୍ଥା ଏବଂ ସ୍ୱାମୀଙ୍କ କଥା ଚିନ୍ତା କରି ଦିନ କାଟୁଥିବା ସ୍ତ୍ରୀ ମାନସୀ ବେହେରା କହିଛନ୍ତି, "ସେ ବାହାରେ କାମ କରୁଥିଲେ । ସେଠାରୁ ସେ ଫେରିଆସିବା ପରେ ସମସ୍ତଙ୍କୁ ମାରପିଟ କଲେ । ଯେଉଁ ଲୋକ ମନ୍ଦିରକୁ ଆସନ୍ତି ତାଙ୍କୁ ମାରପିଟ କରନ୍ତି । ଘରେ ମଧ୍ୟ ସମସ୍ତଙ୍କୁ ମାରପିଟ କରନ୍ତି । ଏବେ ବାଧ୍ୟ ହୋଇ ତାଙ୍କୁ ବାନ୍ଧିକି ରଖି ଦେଇଛୁ । ୧୦ ବର୍ଷ ହେବ ସେ ଏମିତି ବନ୍ଧା ହୋଇ ରହିଛନ୍ତି । ଔଷଧ ଆଣିକି ଦିଆଯାଉଛି । ଡାକ୍ତର ଔଷଧ ଖାଇବା ପାଇଁ କହୁଛନ୍ତି । ବଡି ସ୍କାନିଂ ପାଇଁ କହିଥିଲେ । ହେଲେ ପଇସା ପତ୍ର ଅଭାବରୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇ ହେଉନାହିଁ । ମୁଁ ସ୍କୁଲରେ ରୋଷେଇ କରି ଯାହା ଆଣୁଛି ସେଇଥିରେ ଚଳୁଛୁ । ସେ ବାପା ମାଆଙ୍କର ଗୋଟିଏ ପୁଅ । ମୋର ଦୁଇଟି ପୁଅ । ଆମେ ପାଞ୍ଚ ଜଣ ପରିବାର । ମୋର ଗୋଟିଏ ପୁଅ ଦଶମ ଓ ଆଉଜଣେ ଷଷ୍ଠ ଶ୍ରେଣୀରେ ପଢୁଛି । ଶ୍ୱଶୁରଙ୍କ ଭତ୍ତା ହୋଇଛି । ସେ ଯାହା ଟଙ୍କା ପାଉଛନ୍ତି ସେସବୁ ତାଙ୍କ ଔଷଧ ଖର୍ଚ୍ଚରେ ପଳାଉଛି । ଡାକ୍ତର କହିଥିଲେ ଭଲ ହୋଇଯିବେ ବୋଲି । କିନ୍ତୁ ତାଙ୍କୁ ଡାକ୍ତରଖାନା ନେଇକି ଯିବାପାଇଁ ଲୋକ ନାହାନ୍ତି । ଦୁଇଟି ଛୋଟ ପିଲାଙ୍କୁ ନେଇକି ମୁଁ ଏକୁଟିଆ କ'ଣ କରିବି ।"

ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା କରି ବିଫଳ:

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱଭୂଷଣ ପ୍ରଧାନ କହିଛନ୍ତି, "ସେ ୧୦ ବର୍ଷ ଧରି ଏମିତି ଜଞ୍ଜିରରେ ବନ୍ଧା ହୋଇ ରହିଛନ୍ତି । ସେ ଲୋକମାନଙ୍କୁ ମାରପିଟ କରିବା ଯୋଗୁଁ ଲୋକମାନେ ମଧ୍ୟ ତାଙ୍କୁ ଆକ୍ରମଣ କଲେ । ସେଥିପାଇଁ ତାଙ୍କୁ ଘରଲୋକ ଜଞ୍ଜିରରେ ବାନ୍ଧି ରଖୁଛନ୍ତି । କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଆମେ ଏ ପରିବାର ବିଷୟରେ ଜଣାଇଥିଲୁ । ଡାକ୍ତର ଟିମ ଆସିବା ପାଇଁ ମଧ୍ୟ କଥା ହୋଇଥିଲେ । କିନ୍ତୁ ଏବେ ଯାଏଁ କେହି ଆସିନାହାନ୍ତି । ଆମେ ବି ଚେଷ୍ଟା କରି ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା କରି ବିଫଳ ହେଉଛୁ । ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଆମ ତରଫରୁ ଆମେ ଯାହା ପାରିଛୁ କରିଛୁ । ତାଙ୍କର କିପରି ଭତ୍ତା ହେଲେ ତାଙ୍କ ପରିବାର ହସ ଖୁସିରେ ଚଳି ପାରିବ ଏତିକି ଆମର ଦାବି ।"

Life is tied in chains
Life is tied in chains (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...

ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ Youtuber ଶୁଭଶ୍ରୀ, ଜରିପାଲ ତଳେ ସୁନେଲି ଭବିଷ୍ୟତ

ଦାରିଦ୍ର ତାଡନାରେ ହଜିଯିବ କି ଦିଲ୍ଲୀପଙ୍କ ଡାକ୍ତର ସ୍ବପ୍ନ, କିଏ ହେବ ଅସହାୟଙ୍କୁ ସାହା ?

ରକ୍ତ କର୍କଟରେ ପୀଡିତ 16 ବର୍ଷୀୟା ଲିଜା, ସାହାଯ୍ୟ ମାଗୁଛି ପରିବାର

ଗ୍ରାମବାସୀଙ୍କ ପ୍ରତିକ୍ରିୟା:

ଅନ୍ୟପଟେ ଭାଗିରଥୀଙ୍କ ଏମିତି ଅବସ୍ଥା ଓ ତାଙ୍କ ପରିବାରର ଦୁଃଖ ସମ୍ପର୍କରେ ଗ୍ରାମବାସୀ ଗଜେନ୍ଦ୍ର ରାଉଳ କହିଛନ୍ତି," ପ୍ରାୟ ୧୦ରୁ ୧୨ ବର୍ଷ ହେବ ସେ ଏହିଭଳି ସବୁବେଳେ ସମସ୍ତଙ୍କୁ ମାରପିଟ କରୁଥିଲେ । ଲୋକ ତାଙ୍କ ପାଖକୁ ଯିବାପାଇଁ ଡ଼ରୁଛନ୍ତି । ପରିବାରରେ ତାଙ୍କ ବାପା ଘରେ ଆସିକି ବସିଛନ୍ତି । ସେ ଚାଲି ପାରୁ ନାହାନ୍ତି । ତାଙ୍କ ସ୍ତ୍ରୀ ସ୍କୁଲରେ ରୋଷେଇ କରି ଯାହା ମିଳୁଛି ସେଥିରେ ଚଳୁଛନ୍ତି । ପ୍ରଥମରୁ ତ ସେ ବିଦେଶରେ ରହିଥିଲେ, ସେଠି ତାଙ୍କର କ'ଣ ହେଇଛି ନ ହେଇଛି ଆମେ କେହି ଜାଣି ପାରୁନାହୁଁ । ଭଲ ଚିକିତ୍ସା ହେଲେ ଜଣାପଡ଼ିବ କ'ଣ ହେଇଛି । ପରିବାର ଚଳିବା ପାଇଁ ସରକାର କିମ୍ବା ପ୍ରଶାସନ ତରଫରୁ ବ୍ୟବସ୍ଥା ହେଲେ ସେ ଭଲରେ ଚଳିପାରନ୍ତେ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.