ETV Bharat / state

ରୋଜଗାର ଦେଇଛି ଉଲ୍‌ କଣ୍ଢେଇ, ସ୍ବାବଲମ୍ବୀ SHG ମହିଳା - WOOLEN DOLLS SELF RELIANT

ବାଲେଶ୍ବରରେ ଏସଏଚଜି ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଉଲ୍‌ କଣ୍ଢେଇ । ଦିନକୁ 2ରୁ 4 ଘଣ୍ଟା ସମୟ ଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ।

ଉଲ କଣ୍ଢେଇ ମହିଳାଙ୍କୁ ଦେଇଛି ପରିଚୟ ଆଉ ରୋଜଗାର
ଉଲ କଣ୍ଢେଇ ମହିଳାଙ୍କୁ ଦେଇଛି ପରିଚୟ ଆଉ ରୋଜଗାର (ETV Bharat Odisha)
author img

By ETV Bharat Odisha Team

Published : May 30, 2025 at 6:03 PM IST

3 Min Read

SHG Women Making Woolen Doll ବାଲେଶ୍ବର: ଚାଲିଛି କାମ...କାହାକୁ ନିଶ୍ବାସ ମାରିବାକୁ ସମୟ ନାହିଁ..ଫ୍ୟାନ୍ସି ନୁହେଁ ପୂରା ଦେଶୀ ଷ୍ଟାଇଲରେ ତିଆରି ହେଉଛି ଉଲ୍‌ କଣ୍ଢେଇ । ଯାହାକୁ ତିଆରି କରିବାରେ ଲାଗି ପଡିଛନ୍ତି ଏସଏଚଜି ମହିଳା । ନଡିଆ କତା, ଝୋଟ ଏବଂ ଉଲ ବ୍ୟବହାର କରି ସୁନ୍ଦର ଓ ଆକର୍ଷଣୀୟ କଣ୍ଢେଇ ତିଆରି କରୁଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରଣସାହି ଅଞ୍ଚଳର ମା’ ସର୍ବମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ଯାହାକୁ ସେମାନେ ବିଭିନ୍ନ ମେଳା ଓ ମହୋତ୍ସବରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ସ୍ବାବଲମ୍ବୀ SHG ମହିଳା (ETV Bharat Odisha)

ପିଲା ଦିନର କଣ୍ଢେଇ ଖେଳ:

ପିଲାଦିନେ ପ୍ରାୟ ସମସ୍ତେ କଣ୍ଢେଇରେ ଖେଳି ଥାଆନ୍ତି । ଆଜି ମଧ୍ୟ ପିଲାମାନଙ୍କ ପାଇଁ ବଜାରରେ ଭେଳିକି ଭେଳିକି କଣ୍ଢେଇ ମିଳୁଛି । ଅନେକ ପ୍ରକାରର କଣ୍ଢେଇ ଭିତରେ ଟେଡି, ଲାଇଟ ଲଗା କଣ୍ଢେଇ, ଚକ ଲଗା କଣ୍ଢେଇ, ପ୍ଲାଷ୍ଟିକ କଣ୍ଢେଇ ଆଦି ବଜାରରେ ମିଳୁଛି । ହେଲେ ସେସବୁ କଣ୍ଢେଇକୁ ବଡ ଦେଲେ ଏବେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ନଡିଆ କତା, ଝୋଟ ଏବଂ ଉଲରେ ତିଆରି କରୁଛନ୍ତି ଆକର୍ଷଣୀୟ କଣ୍ଢେଇ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରଣସାହି ଅଞ୍ଚଳର ମା’ ସର୍ବମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ତିଆରି ବିଭିନ୍ନ ମେଳା ମହୋତ୍ସବରେ ପସରା ମେଲୁଛି ।

କଣ୍ଢେଇ ଦେଇଛି ରୋଜଗାର ପନ୍ଥା:

ଏହି ଗୋଷ୍ଠୀରେ ସକ୍ରିୟ ସଦସ୍ୟ ଭାବେ ୩୫ ଜଣ ମହିଳା ଥିବା ବେଳେ ଏହା ଏବେବି ପ୍ରଡ୍ୟୁସର ଗ୍ରୁପର ମାନ୍ୟତା ପାଇନାହିଁ। ମହିଳାମାନେ ଏକଜୁଟ ହୋଇ ଗୋଟିଏ ଜାଗାରେ ଆରମ୍ଭ କରିଥାନ୍ତି କଣ୍ଢେଇ ତିଆରି । କିଏ ସୂତାରେ ଟୋପି ବୁଣିବାରେ ବ୍ୟସ୍ତ ତ ପୁଣି କିଏ କଣ୍ଢେଇ ଦେହରେ ଉଲ ଲଗାଇବାରେ ବ୍ୟସ୍ତ ରହିଥାନ୍ତି । ମହିଳାମାନେ ଘର କାମଧନ୍ଦା ସାରି ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ତଶିଳ୍ପ ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି । ଏବେ କଣ୍ଢେଇ ତିଆରି କରି ମାସିକ ୫ ରୁ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି ମହିଳାମାନେ ।

ଉଲ କଣ୍ଢେଇ ମହିଳାଙ୍କୁ ଦେଇଛି ପରିଚୟ ଆଉ ରୋଜଗାର
ଉଲ କଣ୍ଢେଇ ମହିଳାଙ୍କୁ ଦେଇଛି ପରିଚୟ ଆଉ ରୋଜଗାର (ETV Bharat Odisha)

ନଡିଆ କତା-ଝୋଟରେ ଆକର୍ଷଣୀୟ କଣ୍ଢେଇ:

ତେବେ ଏହି କଣ୍ଢେଇ ତିଆରି କରି ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କ ମଧ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ରଶ୍ମିତା ମଲ୍ଲିକ କହିଛନ୍ତି ," ‘ଆମ ଗ୍ରୁପରେ ଆମେ ୧୦ ଜଣ ଅଛୁ, ଆମ ଗ୍ରୁପ ପ୍ରଡ୍ୟୁସର ଗ୍ରୁପ ହୋଇନାହିଁ କିନ୍ତୁ ଆମେ ୩୫ ଜଣ ମିଶିକି ଏସବୁ କାମ କରୁଛୁ । ଆମର ଉଲରେ କଣ୍ଢେଇ ତିଆରି କରିବା ସହ ଟେଡି, ଆଇସକ୍ରିମ କାଠିରେ ବିଭିନ୍ନ ସାମଗ୍ରୀ ତିଆରି କରୁଛୁ । ଏହାସହ ନଡ଼ିଆ କତା ଓ ଝୋଟରେ ହାତୀ ଘୋଡା, ଚଢ଼େଇ, କଣ୍ଢେଇ ଏବଂ କୁଞ୍ଚ କାଠିରେ ଉଲ ଦେଇ ବିଞ୍ଚଣା ତିଆରି କରୁଛୁ ।’

ସ୍ବାବଲମ୍ବୀ କରାଉଛି ଉଲ କଣ୍ଢେଇ (ETV Bharat Odisha)

50 ରୁ 500 ଟଙ୍କା ପର୍ଯ୍ୟନ୍ତ ତିଆରି ହେଉଛି କଣ୍ଢେଇ:

ସେ ଆହୁରି କହିଛନ୍ତି, ‘ଆମକୁ ଉଲ କଣ୍ଢେଇ ପରିଚୟ ଦେଇଛି । ସର୍ବନିମ୍ନ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଆମେ କଣ୍ଢେଇ ତିଆରି କରୁଛୁ । ମେଳାରେ ଆମର ଭଲ ବିକ୍ରି ହୁଏ । ଟିକେ ସରକାରୀ ସହାୟତା ମିଳିଲେ ଆମର ପ୍ରଡ୍ୟୁସର ଗ୍ରୁପ ହୋଇ ପାରନ୍ତା । ଆମେ ସିନା କେବଳ ବାଲେଶ୍ୱର ଜିଲ୍ଲା ଭିତରେ ସୀମିତ ରହି ଯାଇଛୁ ସରକାର ଚାହିଁଲେ ଆମେ ବାହାର ରାଜ୍ୟକୁ ମଧ୍ୟ ଯାଇ ପାରନ୍ତୁ ।"

ଘର ଖର୍ଚ୍ଚ ପାଇଁ ମିଳେ ସାହାଯ୍ୟ:

ସେହିପରି କଣ୍ଢେଇ ତିଆରିରେ ନିମଗ୍ନ ରହି ମାସିକ ଘର ଖର୍ଚ୍ଚ ଉଠାଇ ପାରୁଥିବା ଜଣେ ମହିଳା ହେଉଛନ୍ତି ହରପ୍ରିୟା ମଲ୍ଲିକ । ସେ କହିଛନ୍ତି, ‘ଘର କାମ ସାରିକି ଏଠି ତିନି ଘଣ୍ଟା ସମୟ ଦେଇ ମୁଁ କଣ୍ଢେଇ ତିଆରି କରୁଛି । ମୁଁ ଉଲରେ ଫୁଲ, କଣ୍ଢେଇ, ଟୋପି, କାଟିକି ସଜାଇ ଥାଏ । ମାସକୁ ତିନି ହଜାର ଟଙ୍କା ପାଇଥାଏ । ଏହାଦ୍ୱାରା ମୋ ଘରର ବହୁତ ସାହାଯ୍ୟ ହୋଇଯାଏ । ପିଲାମାନଙ୍କ ପାଠ ପଢା ଖର୍ଚ୍ଚ ଏଥିରୁ ଉଠିଯାଏ । ମୋ ସ୍ୱାମୀ ଜଣେ ରାଜମିସ୍ତ୍ରୀ, ଗୋଟିଏ ରୋଜଗାରରୁ କେମିତି ଚଳିହେବ ସେପାଇଁ ମୁଁ ବି କାମ କରୁଛି ।’

କଣ୍ଢେଇ ତିଆରିରେ ବ୍ୟସ୍ତ ମହିଳା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ରୋଜଗାର ଗ୍ୟାରେଣ୍ଟି ଗେଣ୍ଡୁଫୁଲ, SHG ମହିଳାଙ୍କୁ କରିଛି ସ୍ବାବଲମ୍ବୀ

ଉଦ୍ୟମ ବଦଳାଇଲା ପରିଚୟ, ଦାଦନରୁ ଏବେ ଆତ୍ମନିର୍ଭରଶୀଳ

ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଅକ୍ଷମତା, ଯୁବ ଅଧ୍ୟାପକଙ୍କ ପ୍ରେରଣାଦାୟୀ ଯାତ୍ରା

ଥକିନି କାନ୍ଧ, ହାର ମାନିନି ନିଶା: 50 ବର୍ଷରେ କଲେଣି 1206 ଶବ ସତ୍କାର

ଟଙ୍କା ରୋଜଗାର କରି ଖୁସି ସିତୁ:

ଅନ୍ୟପଟେ କଣ୍ଢେଇ ତିଆରି କରି ବିକ୍ରି ହେବାପରେ ମହିଳାମାନଙ୍କୁ ମିଳୁଥିବା ପାରିଶ୍ରମିକରେ ବେଶ ଖୁସି ଥିବା କହିଛନ୍ତି ସଦସ୍ୟା ସିତୁ ମଲ୍ଲିକ। ସେ କହିଛନ୍ତି, ‘ବଜାରରେ ଯେଉଁ କଣ୍ଢେଇ ମିଳୁଛି ସେଥିରେ ପିଲାମାନେ ଖେଳିଲେ ତାର କୁପ୍ରଭାବ ପଡିପାରେ । ଆମ କଣ୍ଢେଇ ଉଲରେ ତିଆରି ହୋଇଥିବା ଯୋଗୁଁ କିଛି କୁପ୍ରଭାବ ପକାଇବ ନାହିଁ । ବଜାରରେ ଯାଇକି ଆମ କଣ୍ଢେଇ ବିକ୍ରି ହେଲେ ଆମକୁ ବହୁତ ଖୁସି ମିଳେ । ଘର କାମ ସାରିକି ଦୁଇଘଣ୍ଟା ସମୟ ଦେଇ କିଛି ପଇସା ରୋଜଗାର କରି ପାରୁଛୁ । ପରିଶ୍ରମର ପାରିଶ୍ରମିକ ଆମକୁ ମିଳିଯାଉଛି । ଘରର ସମସ୍ତଙ୍କ ଅନୁମତି ନେଇ ଏଠାକୁ ଆସୁଛି, ସ୍ୱାମୀ ବହୁତ ସହଯୋଗ କରୁଛନ୍ତି । ଆମ କଣ୍ଢେଇ ଲୋକଙ୍କ ଘରେ ସଜେଇ ହୋଇ ରହୁଥିବା ଦେଖି ଆମକୁ ଭାରି ଖୁସି ଲାଗେ।’

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.