ETV Bharat / state

ଅଭୁଲା ବାହାନଗା ରେଳ ଦୁର୍ଘଟଣା, ଲୋକଙ୍କ ଜୀବନ ବଞ୍ଚାଇଥିଲା ଇସ୍କନ ମଠ - BAHANAGA TRAIN TRAGEDY

ଆଜିର ଦିନରେ ବାଲେଶ୍ବର ବାହାନଗାରେ ଘଟିଥିଲା ତ୍ରୀକୋଣୀୟ ରେଳ ଦୁର୍ଘଟଣା । ଦଶନ୍ଧିର ସବୁଠୁ ବଡ ରେଳ ଦୁର୍ଘଟଣା ଥିଲା । ପାଖରେ ଥିଲା ଇସ୍କନ ମନ୍ଦିର ବଢାଇଥିଲା ସହଯୋଗର ହାତ ।

BAHANAGA TRAIN TRAGEDY COMPLETED 3 YEARS
BAHANAGA TRAIN TRAGEDY COMPLETED 3 YEARS (ETV BHARAT ODISHA)
author img

By ETV Bharat Odisha Team

Published : June 2, 2025 at 12:00 AM IST

Updated : June 2, 2025 at 7:28 AM IST

6 Min Read

ସ୍ପେଶାଲ ରିପୋର୍ଟ: ଜୀବନ ଜ୍ୟୋତି ନାୟକ

ବାଲେଶ୍ବର: "ଯେତେବେଳେ ଟ୍ରେନ ଯାଉଛି ସେତେବେଳେ ଆମକୁ କାନ୍ଦ ବୋବାଳି ଶୁଭୁଛି । ଆମ ଆଖି ଆଗରେ ଶହ ଶହ ଜୀବନ ଚାଲିଗଲା । ଦିନ ଯାଇଛି କିନ୍ତୁ ଦୁଃଖ ରହିଯାଇଛି ।" ବାହାନଗା ଟ୍ରେନ ଦୁର୍ଘଟଣା ଆଖି ଆଗରେ ଦେଖିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଏହି କଥା ଶୁଣିଲେ ଛାତି ଚିରି ହୋଇଯାଉଛି । ଆଜିକୁ ଠିକ 2 ବର୍ଷ ତଳେ ବାଲେଶ୍ବର ବାହାନଗାରେ ଘଟିଥିଲା ଭୟଙ୍କର, ଛାତିଥରା, ଲୋମଟାଙ୍କୁରା ରେଳ ଦୁର୍ଘଟଣା । ଯାହା ଶତାବ୍ଦୀର ସବୁଠୁ ବଡ଼ ଦୁର୍ଘଟଣା । ଟ୍ରାକରେ ରକ୍ତର ହୋଲି ଖେଳିଥିଲା ଲୌହଦାନବ । ବଞ୍ଚାଓ ବଞ୍ଚାଓ ଆର୍ତ୍ତଚିତ୍କାରରେ କମ୍ପି ଉଠିଥିଲା ଚତୁର୍ଦ୍ଦିଗ । ଲୋକେ ପହଞ୍ଚିଲା ବେଳକୁ କାହାର ହାତ ନାହିଁତ କାହାର ଗୋଡ ନାହିଁ ଆଉ କାହାର ଶରୀର ଅଧା ଜଳିଯାଇଛି । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୌର୍ଯ୍ୟହରା କରିଦେଇଥିଲା । କିଏ ସ୍ବାମୀକୁ ହରାଇଥିଲା ତ, ଆଉ କିଏ ପୁଅକୁ ପୁଣି କିଏ ସ୍ତ୍ରୀକୁ । ଆଜିବି ସେହି ଟ୍ରେକରେ ଟ୍ରେନ ଗଡିଲେ କାନରେ ବାଜି ଉଠୁଛି ସେହି ଆର୍ତ୍ତଚିତ୍କାର, ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । ସମୟ, ଦିନ, ବର୍ଷ ବଦଳିଛି ଜୁନ 2 ତାରିଖ ରାତିର ଟ୍ରେନ ଦୁର୍ଘଟଣା ଛାତିରେ ଦାଗ ହୋଇ ରହିଛି ।

ଅଭୁଲା ବାହାନଗା ରେଳ ଦୁର୍ଘଟଣା (ETV BHARAT ODISHA)

ବାହାନଗା ରେଳ ଦୁର୍ଘଟଣାକୁ 2ବର୍ଷ:

ବାହାନଗା ରେଳ ଦୁର୍ଘଟଣାକୁ ଆଜି 2 ବର୍ଷ ପୁରିଛି । କିନ୍ତୁ ମନରୁ ଲିଭିନି ସେହି କଳା ରାତିର କଳା କାହାଣୀ । ଜୁନ 2 ତାରିଖ, 2023 ସନ୍ଧ୍ୟା 7ଟା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ରାତିର ଅନ୍ଧକାରକୁ ଚିରି ଟ୍ରାକରେ ଛୁକ ଛୁକ ହୋଇ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ । ଅନେକ ସ୍ବପ୍ନ ନେଇ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀ । ଟ୍ରେନରେ କାହାର ପୁରା ପରିବାର ଥିଲା ତ କାହାର ସ୍ବାମୀ, କାହାର ସଙ୍ଗ, କାହାର ପୁଅ, କାହାର ଝିଅ କାହାର ବାପା ମାଆ ଯାତ୍ରା କରୁଥିଲେ । କିନ୍ତୁ ସେମାନେ ଜାଣିନଥିଲେ ଏହା ତାଙ୍କର ଶେଷ ଯାତ୍ରା ହୋଇପାରେ । ଟ୍ରେନ ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାହାନଗାରେ ଅଟକିଯାଇଥିଲା । ଏହାପରେ ଯାହା ଘଟିଲା ତାହା ପୁରା ବିଶ୍ବକୁ ଦୋହଲାଇ ଦେଇଥିଲା ।

BAHANAGA TRAIN TRAGEDY
BAHANAGA TRAIN TRAGEDY (ETV BHARAT ODISHA)

ଆଜିବି କାନରେ ବାଜୁଛି ଆର୍ତ୍ତଚିତ୍କାର, ଆଖି ବୁଜିଥିଲେ 297:

ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । କରମଣ୍ଡଳ ଏକ୍ସପ୍ରେସ ହଠାତ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ପରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ଯଶୋବନ୍ତପୁର- ହାଓ୍ବଡା ହମସଫର ଏସପ୍ରେସ୍‌ ମଧ୍ୟ ଲାଇନଚ୍ୟୁତ ବଗିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଏହାପରେ ଲୌହଦାନକ ରଚିଥିଲା ରକ୍ତର ଭୋଜି । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭିଥିଲା ବଞ୍ଚାଓ ବଞ୍ଚାଓ ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ସେଠାରେ ସେମାନେ ଯାହା ଦେଖିଥିଲେ ତାହା ତାଙ୍କୁ ବିଚଳିତ କରିଦେଇଥିଲା । କାହାର ଗୋଡ ଶରୀର ଦୁଇ ଭାଗ ହୋଇଯାଇଥିଲେ ତ ଆଉ କାହାର ଗୋଡ ଶରୀରଠୁ ଅଲଗା ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ମୃତଦେହ ଉପରେ ଚଢି ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ 297 ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ଶହଶହ ଆହତ ହୋଇଥିଲେ ।

BAHANAGA HORROR TRAIN ACCIDENT
BAHANAGA HORROR TRAIN ACCIDENT (ETV BHARAT ODISHA)

ଇସ୍କନ ମଠ ଆହତଙ୍କୁ ପାଇଁ ସାହାରା ପାଲଟିଥିଲା:

ଏପରି ଦୁର୍ଘଟଣା ସମୟରେ ସହଯୋଗର ହାତ ବଢାଇଥିଲେ ଟ୍ରେନ ଲାଇନ ନିକଟରେ ଥିବା ଇସ୍କନ ମଠର ଭକ୍ତ ଓ ସେଠାକାର ଆଚାର୍ଯ୍ୟମାନେ। ମାନବ ସେବା ହିଁ ମାଧବ ସେବାର ପ୍ରକୃତ ଅର୍ଥକୁ ସାଵସ୍ତ୍ୟ କରିଥିଲେ ଏମାନେ । ଆହତମାନଙ୍କୁ ମଠରେ ଅବସ୍ଥାପିତ କରାଇବା ସହ ସେମାନଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ। ଏମିତି କି ସମସ୍ତଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିଥିଲେ। ଦୁର୍ଘଟଣା ଠାରୁ 12 ଦିନ ପର୍ଯ୍ୟନ୍ତ ଖାଦ୍ୟ ବ୍ୟବସ୍ଥା ସହ ରହଣୀର ବ୍ୟବସ୍ଥା ଜାରି ରହିଥିଲା । ମଠରେ ଥିବା ମନ୍ଦିର, ବାରଣ୍ଡା, ଘର ସବୁ ଜାଗାରେ ଲୋକମାନେ ରହିଥିଲେ । ଏନେଇ ଇସ୍କନ ମଠର ମହନ୍ତ ଗୋକୁଳାନନ୍ଦ ଦାଶ ନିଜର ପ୍ରତିକ୍ରିୟାରେ କହିଛନ୍ତି , " ଇସ୍କନ ମଠ ପାଖରେ ଯେ ଦୁର୍ଘଟଣା ହୋଇଥିଲା, ଆମର ଭକ୍ତମାନେ ଯାଇ ସେଠାରେ ପହଞ୍ଚି ସାହାଯ୍ୟ କରିଥିଲେ। ଲୋକମାନଙ୍କୁ ଟ୍ରେନରୁ ଉଦ୍ଧାର କରିବା ଓ ହସ୍ପିଟାଲ ନେବାରେ ତାଙ୍କର ଭୂମିକା ରହିଥିଲା । ମନ୍ଦିର ଏଇଠି ପାଖରେ ଥିବାରୁ ଏଠାକୁ ପାଖାପାଖି 5ଶହ ଲୋକ ଆସିଥିଲେ। ଏଠାରେ ସେମାନଙ୍କ ଖାଇବା, ରହିବା ବ୍ୟବସ୍ଥା କରାଯାଇଥିଲା। ଯେଉଁ ଲୋକମାନେ ଚାଲିଗଲେ ସେମାନଙ୍କ ଆତ୍ମାର ସଦଗତି ପାଇଁ ଆମେ ପ୍ରାର୍ଥନା କରିଛୁ। ଏଥିପାଇଁ ଆମ ମନ୍ଦିରରେ ଆମେ ପୂଜାର୍ଚ୍ଚନା ମଧ୍ୟ କରିଛୁ। ଏହା ଏକ ଅତ୍ୟନ୍ତ ଦୁଃଖ ଦାୟକ କଥା, ୟାଠୁ ଦୁଃଖ ଦାୟକ ଘଟଣା କିଛି ନାହିଁ। ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ଏମିତି ଘଟଣା ଆଉ କେବେ ନ ହେଉ।"

ମଠର ଜଣେ ଭକ୍ତ ସାର୍ବଭୌମ ଦାଶ କହିଛନ୍ତି ଯେ," ସେଦିନ ରାତିରେ ଯେଉଁ ଯାତ୍ରୀମାନେ ଆସିଲେ ସେମାନଙ୍କୁ ସବୁ ପ୍ରସାଦ ଦିଆଯାଇଥିଲା। ତାପରେ ରେଳ କର୍ମଚାରୀ, ବିଦ୍ୟୁତ ବିଭାଗ, ପୋଲିସ, ଆରପିଏଫ କର୍ମଚାରୀ, ଇଞ୍ଜିନିୟର, ରେଳ ଲାଇନ ମରାମତି କରୁଥିବା ଶ୍ରମିକ ସମସ୍ତେ ଏଠି ରହିଥିଲେ। ସମସ୍ତଙ୍କୁ ଏଠି ତିନି ଟାଇମ ପ୍ରସାଦ ଦିଆଯାଇଥିଲା। ଦୁଇ ତାରିଖ ଦୁର୍ଘଟଣା ପାଖରୁ 12 ଦିନ ତିନି ଟାଇମ ପ୍ରସାଦ ଦିଆଯାଇଛି। ଦ୍ବିପ୍ରହରରେ ବି 400ରୁ 500 ଲୋକଙ୍କୁ ପ୍ରତିଦିନ ପ୍ରସାଦ ବଣ୍ଟା ଯାଇଛି। ବହୁତ ଲୋକ ରହିବା ଯୋଗୁଁ ଭୋଲ୍ଟେଜ କମିଗଲା, ମଟରରୁ ପାଣି ଉଠିଲାନି। ସେଥିପାଇଁ ଦିନକୁ ପାଞ୍ଚଶହ ଟଙ୍କା ଲେଖାଏଁ ଭଡ଼ା ଦେଇ ଜେନେରେଟର ଆଣି ପାଣି ଉଠାଇଥିଲୁ। "

ISKCON temple at  Bahanaga
ISKCON temple at Bahanaga (ETV BHARAT ODISHA)

'ଭୁଲି ହେବନି ରେଳ ଦୁର୍ଘଟଣା':

ସ୍ଥାନୀୟ ଅଞ୍ଚଳବାସୀ ଦିବାକର ରାଉତ କହିଛନ୍ତି ଯେ," ସବୁଦିନ ଟ୍ରେନ ଯାଉଛି, ସେହିଭଳି ସେଦିନର କାନ୍ଦ ବୋବାଳି ଆମକୁ ଏବେବି ଶୁଭିଯାଉଛି। ଆମେ ଦେଖୁଦେଖୁ ଆମରି ଆଖି ଆଗରେ କେତେ ଲୋକଙ୍କ ଜୀବନ ଚାଲିଗଲା। ସବୁବେଳ ପାଇଁ ଏହି ଦୁଃଖ ଆମ ମନରେ ରହିବ।"

'ବାହାନଗା ପଟେଗଲେ ଭୟ ଲାଗୁଛି'

ବାହାନଗା ବଜାରରେ ଥିବା ଦୋକାନୀମାନେ ରେଳ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦୌଡ଼ି ଯାଇଥିଲେ ଘଟଣାସ୍ଥଳକୁ। ଦୋକାନ ବନ୍ଦ କରି ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ। ସେମିତି ଜଣେ ଦୋକାନୀ ଶରତ ଓଝା ସେଦିନର ସେ କାଳ ସ୍ମୃତି ମନେ ପକାଇ କହିଛନ୍ତି ଯେ," ବହୁତ ଦୁଃଖର କଥା ସେଦିନ ଥିଲା । ଆମେ ଦୁଇଦିନ କିଛି ଭଲରେ ଖାଇ ପାରିନଥିଲୁ। ଆମେ ଏଇଠି ପାଖରେ ରହିଥିବାରୁ ଦୁର୍ଘଟଣା ହେବା ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ସେଠାରେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲୁ, ସେଦିନ ରାତିରେ ବି ଆମେ ଘରକୁ ଯାଇ ନଥିଲୁ। ସବୁ ଦୋକାନୀ ଭାଇମାନେ ଯାଇଥିଲେ ସେଠାକୁ, ବଜାର ପୁରା ମାସେ ଧରି ଜାମ ରହିଥିଲା। ଏବେବି ସେ ରାସ୍ତାରେ ଯିବାବେଳେ ଆମକୁ ଭୟ ଲାଗୁଛି। ସେକଥା ମନେ ପଡ଼ିଲା ବେଳକୁ ଆମକୁ ଭାରି ଦୁଃଖ ଲାଗୁଛି। ଏବେ ସେ ପୁରୁଣା ସ୍ମୃତି ସେଠାରେ କିଛି ନାହିଁ କିନ୍ତୁ ସେ ଜାଗା ଦେଖିଲା ବେଳକୁ ସବୁକିଛି ମନେ ପଡ଼ିଯାଉଛି।

Bahanaga rail line
Bahanaga rail line (ETV BHARAT ODISHA)

" ସରକାର ଦେଇଥିବା ପ୍ରତିଶ୍ରୁତି ଆଜିବି ପୂରଣ ହୋଇନି"

ରେଳ ଫାଟକ ନିକଟରେ ଥିବା ଗ୍ରୋସେରୀ ଦୋକାନର ମାଲିକ ମହେଶ ଗୁପ୍ତା ନିଜର ପ୍ରତିକ୍ରିୟାରେ କହିଛନ୍ତି ," ସେଦିନ ଦୁର୍ଘଟଣା କଥା ଜୀବନରେ କେବେବି ଭୁଲି ହେବନି। ରେଳ ଲାଇନ ପାଖରେ ଆମ ଦୋକାନ ଥିବାରୁ ଟ୍ରେନ ଯିବା ଆସିବା କରିବା ବେଳେ ଭୟ ଲାଗୁଛି କିନ୍ତୁ ସେସବୁ ସମ୍ଭାଳି ଆଗକୁ ବଢିବାକୁ ହେଉଛି। ସରକାର ଯେଉଁ ପଦକ୍ଷେପ ନେବେ ବୋଲି କହିଥିଲେ, ସେସବୁ ଆଜିଯାଏ କାର୍ଯ୍ୟକାରୀ ହୋଇ ପାରୁନାହିଁ। ଷ୍ଟେସନ ପାଖରୁ ବାହାନଗା ବଜାର ପର୍ଯ୍ୟନ୍ତ ଆଲୁଅ ବ୍ୟବସ୍ଥା ହେବା କଥା ତାହା ହୋଇନାହିଁ, ରେଳ ଗେଟ ପାଖରେ ଏମିତି ଅବସ୍ଥା ହୋଇଛି ଯେ ଦିନରେ ବି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଓଭର ବ୍ରିଜ କଥା କହିଥିଲେ ତାହା ମଧ୍ୟ ହେଲା ନାହିଁ। ଯାହା କେବଳ ଦୁଇଟି ଲାଇଟ ରେଳ ଫାଟକ ନିକଟରେ ଲାଗିଛି। ମେଡିକାଲରେ ଟ୍ରମା କେୟାର ସେଣ୍ଟର ଖୋଲିବା କଥା କୁହାଯାଇଥିଲା ଯାହା ଏବେବି କାର୍ଯ୍ୟକାରୀ ହୋଇନାହିଁ। ଯଦି ବାହାନଗା ମେଡିକାଲରେ ସେଦିନ ଷ୍ଟାଫ ମାନେ ଥାନ୍ତେ ତେବେ ମୁଁ ଭାବୁଛି ଆଉକିଛି ଲୋକ ବଞ୍ଚି ଯାଇଥାନ୍ତେ।"

Bahanaga rail line
Bahanaga rail line (ETV BHARAT ODISHA)

ସରକରାଙ୍କ ପ୍ରତିଶ୍ରୁତି ପାଣିରଗାର:

ଦୁର୍ଘଟଣା ପରେ ବାହାନଗାକୁ ଛୁଟିଥିଲା ନେତା ମନ୍ତ୍ରୀଙ୍କ ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ସେତେବେଳେ ବାହାନଗା ଅଞ୍ଚଳ ପାଇଁ ଅନେକ କିଛି କରିବାର ପ୍ରତିଶୃତି ସରକାରଙ୍କ ପକ୍ଷରୁ ଦିଆଯାଇଥିଲା। ବାହାନଗାକୁ ମଡେଲ ପଞ୍ଚାୟତ, ବାହାନଗା ହାଇସ୍କୁଲକୁ ଜାତୀୟ ସ୍ତରୀୟ ବିଦ୍ୟାଳୟ ସହିତ ମିନି ଷ୍ଟାଡିୟମ, ସୁଇମିଂ ପୁଲ, ଇ ଲାଇବ୍ରେରୀ ,ଶିଶୁ ଉଦ୍ୟାନ,ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା,ରାସ୍ତାଘାଟର ଉନ୍ନତି କରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏମିତି କି ବଜାର ଠାରୁ ରେଳ ଫାଟକ ଯାଏ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ଉଡ଼ନ୍ତା ପୋଲ, ବଜାରରେ ଏକ ସୁଲଭ ଶୌଚାଳୟ, ବାହାନଗା ମେଡିକାଲରେ ଟ୍ରମା କେୟାର ସେଣ୍ଟର ହେବାଲାଗି ମଧ୍ୟ ପ୍ରତିଶୃତି ଦିଆଯିବା ସହିତ ଅର୍ଥରାଶି ଲାଗି ମଧ୍ୟ ମଞ୍ଜୁର କରାଯାଇଥିଲା। ହେଲେ ଏଯାଏ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସବୁ ପ୍ରତିଶ୍ରୁତି ସତେ ଯେମିତି ପାଣିରେ ମିଶି ଯାଇଛି। ଏଥିପାଇଁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Bahanaga railway station
Bahanaga railway station (ETV BHARAT ODISHA)

ସୋସିଆଲ ମିଡିଆରେ ହୃଦୟ ବିଦାରକ ଦୃଶ୍ୟ ଘୁରି ବୁଲିଥିଲା:

ବାହାନଗା ଟ୍ରେନ ଦୁର୍ଘଟଣା ପରେ ସୋସିଆଲ ମଡିଆରେ ଛାତିକପ କୋରି ହୋଇଗଲା ଭଳି ଭିଡିଓ ଘୁରି ବୁଲିଥିଲା । କୃଢକୁଢ ମୃତଦେହ ମଧ୍ୟରୁ ସମ୍ପର୍କୀୟଙ୍କୁ ଖୋଜୁଥିଲେ ଲୋକେ । ଜଣେ ବୃଦ୍ଧ ବାପା ଆସି ନିଜ ପୁଅକୁ ଶହଶହ ମୃତଦେହ ମଧ୍ୟରୁ ଖୋଜିଥିଲେ । ସେହି ଦୃଶ୍ୟ ସମସ୍ତଙ୍କ ମନକୁ ବ୍ୟଥିତ କରିଥିଲା । କେବଳ ଓଡ଼ିଶାର ନୁହଁ ବାହାର ରାଜ୍ୟର କିଛି ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ମୃତଦେହ ଚିହ୍ନିବା କଷ୍ଟସାଧ୍ୟ ହୋଇପଡିଥିଲା:

ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକ ଯାତ୍ରୀଙ୍କୁ ଚିହ୍ନିବା ମୁସକିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ ।

ଦୁର୍ଘଟଣା ଯୋଗୁଁ 3 ଗିରଫ:

ଏହି ଘଟଣାରେ 3 ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଏମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ ଓ ଟେକ୍ନିସିଆନ ପପୁ ଯାଦବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ଏହି ମାମଲାର ତଦନ୍ତ କରି ୩ ରେଳ କର୍ମଚାରୀଙ୍କ ଦାୟିତ୍ବରେ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇ ଗିରଫ କରିଥିଲା । ପରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାହାନଗା ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ - TAMIL NADU TRAIN ACCIDENT

ଇଟିଭି ଭାରତ, ବାଲେଶ୍ବର

Last Updated : June 2, 2025 at 7:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.