ETV Bharat / state

11ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା: କେମିତି ପାଇବେ ସ୍ବାସ୍ଥ୍ୟକାର୍ଡ ? ଜାଣନ୍ତୁ - AYUSHMAN BHARAT SCHEME IN ODISHA

ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ । ରାଜ୍ୟର ୩ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଶୁଭାରମ୍ଭ ପାଇଁ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ।

ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ
ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ (ETV Bharat Odisha)
author img

By ETV Bharat Odisha Team

Published : April 5, 2025 at 9:27 PM IST

5 Min Read

Ayushman Bharat Yojana In Odisha ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଯୋଜନା କାର୍ଡର ଶୁଭାରମ୍ଭ ହେବ ଓଡିଶାରେ । ଆସନ୍ତା ଏପ୍ରିଲ 11ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ଏହାର ଶୁଭାରମ୍ଭ କରିବେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ତେବେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କିଭଳି କାର୍ଯ୍ୟକାରୀ କରାଯିବ । ଏହି କାର୍ଡ ମାଧ୍ୟମରେ କେଉଁ ମାନେ ବିଶେଷ ଭାବରେ ଉପକୃତ ହେବା ସହିତ କାର୍ଡ ବ୍ୟବହାରର ପ୍ରଣାଳୀ କଣ ରହିଛି ସେନେଇ ଅଧିକ ସୂଚନା ଦିଆଯାଇଛି ।

୧ କୋଟି ୩ ଲକ୍ଷ ପରିବାରକୁ ସାମିଲ:
ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ରହିଥିଲା । ଏବେ ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଯାହା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ (ETV Bharat Odisha)

୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ବୟୋ ବନ୍ଦନା କାର୍ଡ:
୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ । ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନା କାର୍ଡ । ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ । ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ।

ବୟୋ ବନ୍ଦନା ଯୋଜନାରେ ୫ଲକ୍ଷ ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା:

ଏହା ସହିତ ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯ ହଜାର ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହେବ । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । କେବଳ ପଶ୍ଚିମବଙ୍ଗରେ ଏହି ଯୋଜନା ଲାଗୁ ହେବାରେ ବିଳମ୍ବ ହୋଇପାରେ ।

ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ
ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ (ETV Bharat Odisha)

ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ପାଇଁ କିପରି ପଞ୍ଜିକରଣ କରିବେ ?
ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ବିଶେଷ ଭାବରେ ପଞ୍ଜିକରଣ କରାଯାଇଛି।

ପଦ୍ଧତି-୧
ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ
ଗାଁ କୁ ଗାଁ ବୁଲି କାର୍ଡ଼ ପ୍ରସ୍ତୁତିରେ ହିତାଧିକାରୀମାନଙ୍କୁ ସହାୟତା କରିବ।

ପଦ୍ଧତି-୨
ହିତାଧିକାରୀମାନେ http://beneficiary.nha.gov.in କିମ୍ବା ଆୟୁଷ୍ମାନ ଆପ୍‌ରେ ଲଗଇନ୍ କରି ନିଜର ଇ-କେ.ୱାଇ.ସି କରିବେ ।

ପଦ୍ଧତି-୩
ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର)କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ ।

ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା:
ବିଶେଷ ଭାବରେ ଦୁର୍ନୀତି ନ ହେବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉଛି । ସାରା ରାଜ୍ୟରେ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସ୍ତରୀୟ ଉଦଘାଟନ ଦିନ ୧୪୦୫ ପ୍ରାଥମିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏଥିରେ ପ୍ରାୟ ୧୦୦୦ ଲୋକଙ୍କୁ କାର୍ଡ ବାଣ୍ଟନ କରାଯିବ । ସଚେତନ ପାଇଁ ୭ ଦିନ ସଚେତନତା ରଥ ବୁଲିବ । ୨ ମାସ ଭିତରେ ନୂଆ କାର୍ଡ ସମସ୍ତଙ୍କ ପାଖରେ ପହଁଚିବ । ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇ ନଥିବାରୁ ଆମେ ସେଠିକାର ହସ୍ପିଟାଲ ସହ ଯୋଗାଯୋଗରେ ଅଛୁ । ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ ନ କରିବା ଫଳରେ ୩୦ ହଜାର କୋଟି ଟଙ୍କା ଲସ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

କେବେ ବନ୍ଦ ହେବ ବିଏସକେୱାଇ କାର୍ଡ ?
ବର୍ତ୍ତମାନ ସମୟରେ ଆୟୁଷ୍ମାନ କାର୍ଡ ଆଇଟି ପ୍ଲାଟ ଫର୍ମରେ ଚିକିସା କରାଯିବ । ଏହା ସହିତ ବିଏସକେୱାଇ ମଧ୍ୟ ଏକ ଆଇଟି ପ୍ଲାଟ ଫର୍ମରେ ଚାଲୁଅଛି । ବର୍ତ୍ତମାନ ଦୁଇଟି ଏକ ସମାନ୍ତରାଳରେ ଚାଲିଛି । ଯେ ପର୍ଯ୍ୟନ୍ତ ଶେଷ ଲୋକ ଆୟୁଷ୍ମାନ କାର୍ଡ ପାଇନାହାନ୍ତି ସେ ପର୍ଯ୍ୟନ୍ତ ଏହା ଚାଲୁ ରହିଥିବ। ଆଗାମୀ ଦୂଇ ମାସ ମଧ୍ୟରେ ଆୟୁଷ୍ମାନ କାର୍ଡ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିଯିବ ବୋଲି ଲକ୍ଷ ରଖିଛନ୍ତି" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଆୟୁଷ୍ମାନ କାର୍ଡରେ ଆଡଭାନ୍ସ ଟେକ୍ନୋଲୋଜି:
ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ହସ୍ପିଟାଲରେ ଚିକିସା ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି କଣ କଣ ଚିକିତ୍ସା କରିଛନ୍ତି । ତାହା ସଂପୂର୍ଣ୍ଣ ଭାବରେ ରେଜିଷ୍ଟ୍ରାର ମୋବାଇଲ ନମ୍ବରରେ ମିଳିପାରିବ । ଯେଉଁ ଭଳି ଭାବରେ ଟିଭିରେ ରିଚାର୍ଜ କରିଲା ପରେ ଅନଲାଇନ ମାଧ୍ୟମରେ ଜଣାପଡୁଛି ଆଉ କେତେ ଦିନ ରହିଲା ରିଚାର୍ଜ ବା କେତେ ଟଙ୍କା ବାଳକ ରହିଲା ସେହିଭଳି ଭାବରେ ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ରେଜିଷ୍ଟର ମୋବାଇଲ ନମ୍ବରରେ ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସଂପୂର୍ଣ୍ଣ ଭାବରେ ଦେୟ ମୁକ୍ତ କାର୍ଡ:
ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଦେୟ ମୁକ୍ତ କାର୍ଡ ହେବ । ଏଥିରେ କିଛି ଇନସୁରାନ୍ସ ଓ ଥାର୍ଡ ପାର୍ଟିର କିଛି ଅଂଶଗ୍ରହଣ ନାହି । ଯାହା ଅନ୍ୟ କାର୍ଡ ରେ ଦେଖିବାକୁ ମିଳିଥାଏ । ଆଶାକର୍ମୀ ମାନେ ଏହାର କାର୍ଯ୍ୟ କରିବେ । ଅନଲାଇନରେ ଉକ୍ତ ଲୋକଙ୍କ ଫଟୋ ଉଠାଇ ଅପଲୋଡ କରିବେ । ଯାହା ଫଳରେ ରାଜ୍ୟ ବା ଦେଶରେ କେତେ ଲୋକ ଏହି କାର୍ଡ ପାଇଛନ୍ତି ସେନେଇ ତଥ୍ୟ ମିଳିପାରିବ ।

ଗୋଟିଏ କାର୍ଡ ସାରା ଭାରତରେ କାର୍ଯ୍ୟ କରିବ:

ଏହି କାର୍ଡ ସର୍ବ ଭାରତୀୟ ଆଇଟି ପ୍ଲାଟ ଫର୍ମରେ ଅନବୋର୍ଡ ରହିଛି । ଦେଶରେ ଯେ କୌଣସି ରାଜ୍ୟରେ ହସ୍ପିଟାଲ ଗୁଡିକ ଆୟୁଷ୍ମାନ ଭାରତ ସହିତ ଅନୁବନ୍ଧିତ ହୋଇସାରିଲେଣି । ସବୁଠି ଏହି କାର୍ଡ କାମ କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଥିବା କିଛି ହସ୍ପିଟାଲ ସହିତ ଆଲୋଚନା କରାଯାଇଛି । ଆୟୁଷ୍ମାନ ଭାରତରେ ଅନୁବନ୍ଧିତ ହେବାକୁ ଅନୁରୋଧ କରାଯାଇଛି ।

ନବୀନ ସ୍ମାର୍ଟ କାର୍ଡକୁ ଆୟୁଷ୍ମାନ ମଧ୍ୟରେ ସାମିଲ କରାଯାଇଛି:

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇଲେକ୍ସନ ପୂର୍ବରୁ ଏକ ସ୍ୱାସ୍ଥ୍ୟ କାର୍ଡ ପୂର୍ବ ସରକାର ଯୋଜୋନା କରିଥିଲେ ଯାହାର ନାମ ଥିଲା ନବୀନ ସ୍ମାର୍ଟ କାର୍ଡ । ଏଥିରେ ଅନେକ ଲୋକମାନେ ସାମିଲ ହୋଇଛନ୍ତି । ତେବେ ଏହି ନବୀନ ସ୍ମାର୍ଟ କାର୍ଡକୁ ଆୟୁଷ୍ମାନ ଭାରତ କାର୍ଡ ମଧ୍ୟରେ ସାମିଲ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ସେମାନେ କଣ କରିବେ ?

ଯେଉଁମାନେ ନୂଆ କାର୍ଡ ପାଇନାହାନ୍ତି ବା ପୁରୁଣା କାର୍ଡ ରହିଛି ସେମାନେ ବିଶେଷ ଭାବରେ ସେମାନେ ଏକ ପ୍ରକାରର ଦ୍ଵନ୍ଦ୍ବରେ ରହିଥିବେ। ତେବେ ରାଜ୍ୟ ସରାକର ଏନେଇ ଯେଉଁ ଲୋକଙ୍କ ପାଖରେ ନୂଆ କାର୍ଡ ନାହି ସେମାନଙ୍କ ଆଧାର କାର୍ଡ ମାଧ୍ୟମରେ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା (JP Nadda on odisha Ayushman health scheme) :

ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା । ଆସନ୍ତା 11ରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । 3 ଦିନିଆ ଓଡିଶା ଗସ୍ତରେ ଆସି ଆୟୁଷ୍ମାନ ଭାରତର ଶୁଭରମ୍ଭ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା । ଏପ୍ରିଲ 10 ତାରିଖ ବିଳମ୍ବିତ ରାତିରେ ପହଞ୍ଚିବେ 12 ତାରିଖ ସନ୍ଧ୍ୟା ଯାଏଁ ଓଡ଼ିଶାରେ ରହିବେ ।

ସାଂସଦ-ବିଧାୟକଙ୍କୁ ଦେବେ ତାଲିମ:

ସେହିପରି ବିଧାୟକ ଏବଂ ସାଂସଦ ମାନଙ୍କ ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏମ୍ସରେ ଏକ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ନଡ୍ଡା । ଏହି ଅବସରରେ ଦଳର କିଛି ନେତାଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ପରିପ୍ରେକ୍ଷୀରେ ପୁରୀରେ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯିବ ନେଇ ସ୍ଥିର କରାଯାଇଛି । ବିଜେପିର ସବୁ ସାଂସଦ ଏବଂ ବିଧାୟକ ମାନେ ରହିବେ । ମନ୍ତ୍ରୀ କହିଛନ୍ତି, ଏହା ଡାଳର ଗତାନୁଗତିକ କାର୍ଯ୍ୟ । ଏହି ଟ୍ରେନିଂରେ ଆମେ ଅଧିକ ଶିକ୍ଷା ଲାଭ କରିଥାଉ। ଆସନ୍ତା 11,12 ଏବଂ 13 ତାରିଖ ଯାଏଁ ଚାଲିବ । ଗୋଟେ ଦିନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗଦେବେ । ସେ ଆମକୁ ମାର୍ଗ ଦର୍ଶନ କରାଇବେ। କେମିତି ସରକାର ଚାଲିବ।

ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ‘ପୁରୀରେ ଏହି ଟ୍ରେନିଂ କାର୍ଯ୍ୟକ୍ରମ ହେବ । ବିଧାୟକ ଏବଂ ସାଂସଦ ସମସ୍ତଙ୍କର ପ୍ରଶିକ୍ଷଣ ବର୍ଗ କରାଯିବ। ସେଥିପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଥିଲା । ସରକାରଙ୍କ ଉପଲବ୍ଧି ଏବଂ ଲୋକମାନଙ୍କ ପ୍ରତି ବିଭିନ୍ନ ଯୋଜନା ସବୁ କିପରି ପହଞ୍ଚିବ ସାଂସଦ ଓ ବିଧାୟକ ମାନଙ୍କର ଗୁରୁଦାୟିତ୍ବ ପ୍ରତିବଦ୍ଧତା ରହିବ ଦରକାର ।’

ଏହା ମଧ୍ୟ ପଢନ୍ତୁ:

ଆୟୁଷ୍ମାନ ଭାରତ ଯୋଜନା: 'ଚାଲିଛି IT ଇଣ୍ଟିଗ୍ରେସନ, କାର୍ଡ ପ୍ରିଣ୍ଟିଂ'

'ଆୟୁଷ୍ମାନ ଭାରତ' କାର୍ଡ ଆଳରେ ଠକେଇ ଅଭିଯୋଗ

ରୋଗୀଙ୍କୁ ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ ! ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା

‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ, ସାମିଲ ହେବେ ରାଜ୍ୟ ବାହାରେ ଥିବା ଶ୍ରମିକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.