ETV Bharat / state

ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ସହାୟତା, 5 ଲକ୍ଷ ପ୍ରଦାନ କଲେ ଆସାମ ସରକାର - COMPENSATION PAHALGAM ATTACK VICTIM

ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ବର ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ 5 ଲକ୍ଷ ପ୍ରଦାନ କଲେ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଂଘଲ ।

Assam Health Minister Ashok Singhal Hands Over Compensation To Pahalgam Attack Victims Prashant Satpathy Family in Balasore
Assam Health Minister Ashok Singhal Hands Over Compensation To Pahalgam Attack Victims Prashant Satpathy Family in Balasore (ETV Bharat Odisha)
author img

By ETV Bharat Odisha Team

Published : May 28, 2025 at 11:12 PM IST

1 Min Read

ବାଲେଶ୍ବର: ଗତ 22 ଏପ୍ରିଲରେ ପହଲଗାମରେ ହୃଦୟବିଦାରକ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଆସାମ ସରକାର ଘୋଷଣା କରିଥିଲେ । ସେହି କ୍ରମରେ ଆଜି ଆସାମ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଂଘଲ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବାର୍ତ୍ତା ସମ୍ବଳିତ ମାନପତ୍ର ଓ 5 ଲକ୍ଷ ଟଙ୍କାର ଚେକ୍, ବାଲେଶ୍ୱର ଇଶାଣୀର ମୃତ ପ୍ରଶାନ୍ତ ଶତପଥୀଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିଛନ୍ତି ।

ପ୍ରଶାନ୍ତଙ୍କ ପରିବାରକୁ ସହାୟତା

ସହାୟତା ରାଶି ପ୍ରଦାନ କରି ନିଜ ପ୍ରତିକ୍ରିୟାରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଂଘଲ କହିଛନ୍ତି, "ଏପ୍ରିଲ 22 ତାରିଖ ପହଲଗାମରେ ଯେଉଁ ଅମାନଵୀୟ ଘଟଣା ଘଟିଥିଲା ଓ ସେଥିରେ ପ୍ରାଣ ହରାଇଥିବା ଅନେକ ଭାଇ ତଥା ଆମ ଅନେକ ଭଉଣୀମାନଙ୍କ ସିନ୍ଦୁର ଉଜୁଡ଼ି ଯାଇଛି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକର୍ମଣରେ ଅନେକ ପ୍ରାଣ ହରାଇଥିଲେ । ଏମିତି ଦୁଃଖର ପରିସ୍ଥିତି ଭିତରେ ଆସାମ ସରକାର ଏବଂ ଜନତା ଓ ଆମ ମୁଖ୍ୟମନ୍ତ୍ରୀ ଆମ ଭଉଣୀମାନଙ୍କ ସହ ଛିଡା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ଆସାମ ସରକାର ଏହା ସିଦ୍ଧାନ୍ତ ନେଇଥିଲେ ଯେ, ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରତ୍ୟକ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏହି କ୍ରମରେ ଆଜି ମୁଁ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ପରିବାର ସହ ଭେଟିଛି । ତାଙ୍କ ଧର୍ମପତ୍ନୀଙ୍କ ସହ ସାକ୍ଷାତ କଲି । ଆସାମ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏବଂ ମୋ ତରଫରୁ ସମବେଦନା ପ୍ରକାଶ କରିବା ସହ ସହାୟତା ରାଶିର ଚେକ ପ୍ରଦାନ କରିଛି ।"

Assam Health Minister Visits Family of Pahalgam Attack Victim
Assam Health Minister Visits Family of Pahalgam Attack Victim (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ନବୀନଙ୍କୁ ଭେଟିଲେ ପ୍ରଶାନ୍ତଙ୍କ ବଡ଼ ଭାଇ, ଶୁଦ୍ଧିକ୍ରିୟାରେ ସାମିଲ ପାଇଁ କଲେ ନିମନ୍ତ୍ରଣ

ପ୍ରଶାନ୍ତଙ୍କ ପରିବାର ପାଇଁ ରାଣୀ ପଣ୍ଡା ନେଲେ ଶପଥ, ମହାପ୍ରସାଦ ଛୁଇଁ ମିଶିବେ ଦୁଇ ପରିବାର

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ଅଶୋକ ସିଂଘଲ, ଆଜି ଅପରାହ୍ନ ସମୟରେ ବାଲେଶ୍ୱର ଇଶାଣୀର ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚି ପ୍ରଥମେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିବାରକୁ ଭେଟିବା ସମୟରେ ତାଙ୍କ ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ନେତା ସାମିଲ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.